ଜିଲାରେ କାଞ୍ଜିଆହୁଦା ପରିକଳ୍ପନା ଦିଗହରା

ଜଗତସିଂହପୁର ଅଫିସ,୩୧ା୧୦: ମାସେ କି ବର୍ଷେ ନୁହେଁ, କେଉଁ ଆବହମାନ କାଳରୁ କାଞ୍ଜିଆହୁଦାର ପରିକଳ୍ପନା କରାଯାଇଥିଲା। ଷଣ୍ଢ, ଗାଈ, ଛେଳି, ମେଣ୍ଢା ଆଦି ପ୍ରାଣୀଙ୍କ ଯୋଗୁ ଲୋକଙ୍କ ଫସଲହାନିକୁ ରୋକିବା ଏହାର ମୂଳ ଉଦ୍ଦେଶ୍ୟ ଥିଲା। ଏଥିସହ ଏହି ପ୍ରାଣୀଙ୍କ ଯୋଗୁ କ୍ଷୟକ୍ଷତି ଯେପରି ନ ହେବ ସେନେଇ ପଦକ୍ଷେପ ନିଆଯାଉଥିଲା। କାଞ୍ଜିଆହୁଦା ଯୋଗୁ ବାସ୍ତବରେ ଅନେକ ଉପକାର ହେଉଥିଲା। ଏଥିଯୋଗୁ କୌଣସି ବ୍ୟକ୍ତି ପାଳିଥିବା ଗୋରୁଙ୍କୁ ଖୋଲାରେ ଛାଡ଼ିବାକୁ ଡରୁଥିଲେ। କାରଣ ଫସଲ ଖାଉଥିବା ବା ନଷ୍ଟ ହେଉଥିବା ଅଭିଯୋଗ ଉପରେ କାଞ୍ଜିଆହୁଦାରେ ନିୟୋଜିତ କର୍ମଚାରୀମାନେ କାର୍ଯ୍ୟାନୁଷ୍ଠାନ ନେଉଥିଲେ। ଏଥିରେ ନିଯୁକ୍ତ କର୍ମଚାରୀ ତଥା ଦିଗ୍‌ଦାର ଗୋ-ମଇଁଷି ଆଦିଙ୍କୁ ଧରି ନେଇ କାଞ୍ଜିଆହୁଦାରେ ଭର୍ତ୍ତି କରି ଦେଉଥିଲେ। ତା’ପରେ ଗାଈ, ମଇଁଷି ମାଲିକ ଜରିମାନା ଦେଇ ମୁକୁଳାଉଥିଲେ। ଏହାଦ୍ୱାରା ଲୋକେ ସତର୍କ ହେବା ସହ ପୁନଃ ଭୁଲ୍‌ କରିବାକୁ ଡରୁଥିଲେ। ଯଦି କୌଣସି ବ୍ୟକ୍ତି ଗୋରୁଙ୍କୁ ଚରାଇବାକୁ ନେଉଥିଲେ ତେବେ ନିଜେ କିମ୍ବା କାହା ମାଧ୍ୟମରେ ଜଗୁଥିଲେ । ଅନ୍ୟପକ୍ଷରେ ସରକାର ସେମାନଙ୍କ ରହିବା, ଖାଇବା, ପିଇବା ପାଇଁ ବନ୍ଦୋବସ୍ତ କରୁଥିଲେ । କିନ୍ତୁ ଏବେ ଏହି ଯୋଜନା ପ୍ରହସନରେ ପରିଣତ ହୋଇଛି । ରାଜ୍ୟର ଅଧିକାଂଶ ସ୍ଥାନରେ କାଞ୍ଜିଆହୁଦା ଆଉ ଦେଖିବାକୁ ମିଳୁନି। ଯେଉଁଥିରେ ଜଗତ୍‌ସିଂହପୁର ଜିଲା ଅନ୍ୟତମ। କାଞ୍ଜିଆହୁଦା ଓ ଗୋଶାଳା ଅଭାବରୁ ଜିଲାରେ ବୁଲା ଗାଈଗୋରୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏପରି କି ଜଗତ୍‌ସିଂହପୁର ସହରରେ କାଞ୍ଜିଆହୁଦାର ଆବଶ୍ୟକତା ଥିଲେ ସୁଦ୍ଧା ତାହା କରାଯାଉନାହିଁ। ସହରାଞ୍ଚଳରେ ଗୋ-ମଇଁଷାଦି ପ୍ରାଣୀଙ୍କ ଉପରେ ସୁପ୍ରିମକୋର୍ଟ କଟକଣା ଲଗାଇଥିଲେ ସୁଦ୍ଧା କୋର୍ଟଙ୍କ ଏହି ନିର୍ଦ୍ଦେଶ ଫାଇଲ ଭିତରେ ଲୁଚି ରହିଛି। ଗୋ ଚାଲାଣକାରୀମାନେ ଏହାର ଭରପୂର ଫାଇଦା ଉଠାଇ ଚାଲିଛନ୍ତି। ସେମାନେ ରାତିରେ ରାସ୍ତା ଉପରୁ ଏହି ପ୍ରାଣୀମାନଙ୍କୁ ଟ୍ରକ୍‌ରେ ଉଠାଇ ବାହାରକୁ ଚାଲାଣ କରି ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ଏନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି।
ଜଗତ୍‌ସିଂହପୁର ସହରର ଶ୍ରୀକୃଷ୍ଣ ଏକାଡେମୀ ପଡ଼ିଆ ପାର୍ଶ୍ୱରେ ଏକ କାଞ୍ଜିଆହୁଦା ବହୁ କାମରେ ଆସୁଥିଲା । କିନ୍ତୁ ଏହାର ରକ୍ଷଣାବେକ୍ଷଣ ଓ ସରକାରଙ୍କ ଆନ୍ତରିକତା ଅଭାବରୁ ଯୋଜନା ଫସର ଫାଟିଯାଇଛି । ଏହାଦ୍ୱାରା ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ ଷଣ୍ଢ, ଗାଈ, ମଉଁଷି, ମାଙ୍କଡ଼ ଯୋଗୁ ବ୍ୟାପକ ଫସଲ ହାନି ଘଟୁଛି । ଏବେ ଅଧିକ ଦୁଗ୍ଧ ଉତ୍ପାଦନକାରୀ ଗାଈଙ୍କ ଚାହିଦା ବଢ଼ିଛି । ତେଣୁ ଲୋକେ ଏ ପ୍ରକାର ଗାଈ ରଖିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ଗାଈ ଜନ୍ମ ଦେଲା ପରେ ମାଈ ଛୁଆ ହେଲେ ଖୁସି ହେବା ସହ ରଖୁଛନ୍ତି। ଅଣ୍ଡିରା ହେଲେ ଅନେକ ମହାଦେବଙ୍କ ନିକଟରେ ସମର୍ପଣ କରି ଦେଉଛନ୍ତି। ଏହାର କାରଣ ହେଉଛି ଆଗପରି ଆଉ ବିଲରେ ବଳଦର ଆବଶ୍ୟକତା ପଡୁନାହିଁ। ଟ୍ରାକ୍ଟର ସମେତ ଉନ୍ନତ କୃଷି ଯନ୍ତ୍ରପାତି ଚାରିଆଡ଼େ ବହୁଳ ବ୍ୟବହାର ହେଉଛି। ଅପରପକ୍ଷେ ଅଣ୍ଡିରା ବାଛୁରି ବଡ଼ ହୋଇ ଷଣ୍ଢ ହେଉଛନ୍ତି। ତା’ପରେ ସେମାନେ ଚାରିଆଡ଼େ ବୁଲି ଫସଲ ଖାଇବା ସହ ନଷ୍ଟ କରୁଛନ୍ତି। ଆଗେ କମ୍‌ସଂଖ୍ୟକ ଷଣ୍ଢ ଥିବା ବେଳେ ଏବେ ଏହି ସଂଖ୍ୟା ଆଶାତୀତ ଭାବେ ବଢ଼ିଯାଇଛି। ଜଗତ୍‌ସିଂହପୁର ସହରରେ ୫୦ରୁ ଅଧିକ ଷଣ୍ଢ ବୁଲୁଛନ୍ତି। ସେମାନେ ଯେ କେବଳ ସହର ଓ ପାଖଆଖ ଜମିର ଫସଲ ହାନି କରୁଛନ୍ତି ତାହା ନୁହେଁ, ଲୋକଙ୍କ ସାଧାରଣ ଜୀବନଯାତ୍ରାରେ ବାଧା ସୃଷ୍ଟି କରୁଛନ୍ତି। ଷଣ୍ଢ ଆକ୍ରମଣରେ ବିଗତ ଦିନରେ ସହରର ଏକାଧିକ ଲୋକ ଆହତ ହେବା ସହ କେତେଜଣଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ନଜିର ଅଛି। ଷଣ୍ଢ ଓ ଗାଈଙ୍କ ଯୋଗୁ ସହରରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି । ଲୋକେ ନିରାପଦରେ ଯାତାୟାତ କରିପାରୁନାହାନ୍ତି। ଢେଙ୍କାନାଳ ବାବନ୍ଧରେ ୪୬୨ ଏକର ଜାଗାରେ କେନ୍ଦ୍ର ସରକାରଙ୍କ ସହାୟତାରେ ଏକ କେନ୍ଦ୍ର କରାଯାଇଥିଲା। ଏହି କେନ୍ଦ୍ରକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବୁଲା ଷଣ୍ଢ ନିଆଯାଇଥାଏ। କିନ୍ତୁ ଉକ୍ତ କେନ୍ଦ୍ରଟି ଦୀର୍ଘବର୍ଷ ହେବ ବନ୍ଦ ହୋଇଯାଇଛି । ଏବେ ଶୁଣିବାକୁ ମିଳୁଛି କେହି ଏହି କେନ୍ଦ୍ରରେ ଷଣ୍ଢ ଛାଡିଲେ ଦୈନିକ ୨୦ ଟଙ୍କା ହିସାବରେ ବାର୍ଷିକ ୭,୨୦୦ ଟଙ୍କା ଜମା କରିବାକୁ ପଡ଼ିବ। ତାହା ନ ହେଲେ ସେଠାରେ ଷଣ୍ଢ ଛାଡ଼ିବା ସମ୍ଭବ ନୁହେଁ । ଏହି କାରଣରୁ ଅନେକେ ଷଣ୍ଢଙ୍କୁ ସ୍ଥାନାନ୍ତର କଥା ଚିନ୍ତା କରିପାରୁନାହାନ୍ତି। ସବୁଠାରୁ ବଡ଼କଥା ହେଲା ସରକାର ଏହା ଉପରେ ନୀରବ। ଫଳରେ ଚାରିଆଡ଼େ ବୁଲା ଷଣ୍ଢ ଚିନ୍ତାର କାରଣ ହୋଇଛି । ଏ ସମ୍ପର୍କରେ ଜଗତ୍‌ସିଂହପୁର ଜିଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ (ସିଡିଭି) ଓ ବୀର କିଶୋର ପରିଡ଼ାଙ୍କୁ ପଚାରିବାରୁ ସେ କହିଥିଲେ ଜିଲାରେ ପାଖାପାଖି ୨,୦୮,୦୦୦ ଗାଈଗୋରୁ ଅଛନ୍ତି। ଅତୀତରେ ଯେତିକି ଗାଈ ଜନ୍ମ କରୁଥିଲେ ସେଥିରୁ ୫୦ ପ୍ରତିଶତ ଅଣ୍ଡିରା ହେଉଥିଲେ। କିନ୍ତୁ ଏବେ ଉନ୍ନତମାନର ଟିକା ପ୍ରୟୋଗ ଯୋଗୁ ଏହି ସଂଖ୍ୟା ଯଥେଷ୍ଟ କମିଛି। ତଥାପି ବୁଲା ଗାଈଗୋରୁଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ରଘୁନାଥପୁର ବ୍ଲକ ତାରପୁର ନିକଟରେ ଏକ ଅସ୍ଥାୟୀ କେନ୍ଦ୍ରରେ ରଖାଯିବା ପାଇଁ ଚିନ୍ତା କରାଯାଇଛି। ପିପୁଲ ଫର୍‌ ଆନିମଲ ଏହାର ଦାୟିତ୍ୱ ନେବ। ସେଠାରେ ଅସ୍ଥାୟୀ ଗୃହ ନିର୍ମାଣ ହେବ। ଏଥିସହ ଏରସମା ଓ ତାରପୁର ନିକଟରେ ୨ଟି ଗୋଶାଳା କରାଯିବ। ଆଗରୁ ଜିଲାରେ ପାରାଦୀପ ଓ ଜୟଶୋଳରେ ୨ଟି ଗୋଶାଳା କାମ କରୁଛି। ଜଗତ୍‌ସିଂହପୁର ସହର ନିକଟବର୍ତ୍ତୀ ଓଡ଼ିଶୋ ପାଖରେ ସରକାରଙ୍କ ତରଫରୁ ଏକ ଗୋଶାଳା ଓ କାଞ୍ଜିଆହୁଦା କରାଯିବାକୁ ସ୍ଥିର ହୋଇଛି। ଏନେଇ ୩ ଏକର ଜମି ଦରକାର। ସ୍ଥାନୀୟ ତହସିଲ ପକ୍ଷରୁ ଜମି ଯୋଗାଗଲେ ଗୃହ ନିର୍ମାଣ ଆରମ୍ଭ ହେବ। ଏଥିମଧ୍ୟରେ ସେ ଓ ଅତିରିକ୍ତ ତହସିଲଦାର କ୍ଷେତ୍ର ପରିଦର୍ଶନ କରି ଆସିଛନ୍ତି। ଏହା ହେଲେ ସେଠାରେ ପାଖାପାଖି ୧୫୦ଟି ଗାଈ, ଗୋରୁ ରହିବା ପାଇଁ ବ୍ୟବସ୍ଥା ହେବ। ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଗତ ଦୁର୍ଗାପୂଜା ସମୟରେ ଜଗତ୍‌ସିଂହପୁର ପୌରାଞ୍ଚଳରୁ ୩୦ଟି ଗାଈଗୋରୁ ପାରାଦୀପ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଏହି ସମୟରେ କେତେକ ମୁସଲ୍‌ମାନ ବ୍ୟକ୍ତି ବାଧା ସୃଷ୍ଟି କରିଥିଲେ। ଏହି ଗୋରୁ ସେମାନଙ୍କର ବୋଲି କହି ରାସ୍ତାରେ ଛାଡିଦେବାକୁ ଯୁକ୍ତି କରିଥିଲେ। ଜଗତ୍‌ସିଂହପୁର ପୌର ପରିଷଦ ସହାୟତାରେ ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇ ଦିଆଯାଇଥିଲା। ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କୁ ପଚାରିବାରୁ ସେ କହିଥିଲେ, ସମ୍ପ୍ରତ୍ତି ଏହି ସମସ୍ୟା ଚିନ୍ତାଜନକ। ଯେହେତୁ ଏନେଇ ଜମି ଦରକାର ତେଣୁ ଜିଲାପାଳଙ୍କ ସହ ଆଲୋଚନା କରି କାଞ୍ଜିଆହୁଦା କରିବା ପାଇଁ ପଦକ୍ଷେପ ନେବୁ।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଜଡିତ ସମସ୍ତ ଟ୍ରେଡ ଡିଲ୍‌ କେବଳ ଗୁଜବ; ମୁମ୍ବାଇ ଇଣ୍ଡିଆନ୍ସରୁ ଆସୁଥିବା ଖବର ଆପଣଙ୍କ ହୋସ୍‌ ଉଡାଇ ଦେବ

ନୂଆଦିଲ୍ଲୀ,୨।୭: ୨୦୨୪ ପରି, ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଆଲୋଚନାର ବିଷୟ ପାଲଟିଛନ୍ତି। ତିନି ବର୍ଷ ପୂର୍ବେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଟ୍ରେଡ ଡିଲ୍‌ ମାଧ୍ୟମରେ ହାର୍ଦ୍ଦିକଙ୍କୁ…

ପ୍ରଦୂଷିତ ହେଉଛି ସହର, ସବୁଠି ଗଛ ଲଗାଇବାକୁ ଆହ୍ବାନ ଦେଲେ…

ଭଞ୍ଜନଗର,୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ଗାଲେରୀ ରେଞ୍ଜ ସାମରଡ଼ା ବନ ସୁରକ୍ଷା ସମିତି ଅଞ୍ଚଳରେ ପାଳିତ ହୋଇଯାଇଛି।…

Video: ଶାହରୁଖ ଖାନଙ୍କ କ୍ରିକେଟ ଷ୍ଟାଡିୟମ! ଅଲିମ୍ପିକ୍ସ ସମୟରେ ଏହି ସ୍ଥାନରେ ଖେଳାଯିବ ମ୍ୟାଚ, ପୂଜାରୀଙ୍କୁ ଡାକି ହେଲା ପୂଜା

ନୂଆଦିଲ୍ଲୀ,୨।୭: ୧୨୮ ବର୍ଷର ଲମ୍ବା ଅପେକ୍ଷା ପରେ ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ପୁନରାଗମନ କରୁଛି, ଏବଂ ପ୍ରଶଂସକମାନେ ଏହାକୁ ନେଇ ଅତ୍ୟନ୍ତ ଉତ୍ସାହିତ। ଚଳିତ…

ଆତ୍ମସମର୍ପଣ କରିବ କି ୟୁକ୍ରେନ? ରୁଷିଆ ଆକ୍ରମଣରେ ଦୋହଲିଗଲା କ୍ୱିଭ, ଆୟରଲ୍ୟାଣ୍ଡ ଯାତ୍ରାକୁ ଅଧାରେ ଛାଡି ଫେରିଲେ ଜେଲେନସ୍କି

କ୍ୱିଭ,୨।୭: ତୈଳ ବିଶୋଧନାଗାର ଏବଂ ଡିପୋ ଉପରେ ଡ୍ରୋନ ଆକ୍ରମଣ ଯୋଗୁ କ୍ରୋଧିତ ହୋଇ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ରାଜଧାନୀ କ୍ୱିଭ ଉପରେ ବଡ଼…

ହାଇଓ୍ବା ଧକ୍କାରେ ସ୍କୁଟିଚାଳକ ମୃତ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଟ୍ରକ୍‌କୁ ଦ୍ରୁତଗତିରେ ଆସି ଜଣେ ବାଇକ୍‌କୁ ଧକ୍କା…

ଆମେରିକା-ଇରାନ ଯୁଦ୍ଧ ଯୋଗୁ ବନ୍ଦ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ପଶ୍ଚିମ ଏସିଆ ସେବା ପୁନର୍ବାର ଆରମ୍ଭ କରିଛି

ନୂଆଦିଲ୍ଲୀ,୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା; କିନ୍ତୁ, ଉତ୍ତେଜନା ହ୍ରାସ ପରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ଗୁରୁତ୍ୱପୂର୍ଣ୍ଣ…

WhatsApp ପରେ, ସରକାର ଏବେ Telegram ସହ ସିଗନାଲ ଉପରେ ମଧ୍ୟ ରଖିଛନ୍ତି ନଜର

ନୂଆଦିଲ୍ଲୀ,୨।୭: WhatsAppର ୟୁଜରନେମ ଫିଚରକୁ ବନ୍ଦ କରିବା ପରେ, ସରକାର ଏବେ Telegram ଏବଂ ସିଗନାଲ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଏହି ଦୁଇଟି ପ୍ଲାଟଫର୍ମ…

ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri