୧୦୭ ଭୋଟ ପାଇ ପାରାଦୀପ ମଜଦୁର ସଂଘ ପ୍ରଥମ

ପାରାଦୀପ,୨୯।୧୦(ସ୍ବ.ପ୍ର.): ବହୁ ପ୍ରତୀକ୍ଷିତ ପାରାଦୀପ ବନ୍ଦର ଲେବର ଟ୍ରଷ୍ଟି (ବୋର୍ଡ ସଦସ୍ୟ)ନିର୍ବାଚନ ଶୁକ୍ରବାର ଶେଷ ହୋଇଛି। ଏଥିରେ ପାରାଦୀପ ବନ୍ଦର ମଜ୍‌ଦୁର ସଂଘ ୧୦୭ ଓ ପାରାଦୀପ ଏରସମା ଶିଳ୍ପାଞ୍ଚଳ ୱାର୍କର୍ସ ୟୁନିୟନ ୭୬ ଖଣ୍ଡ ଭୋଟ ପାଇ ଟ୍ରଷ୍ଟବୋର୍ଡରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି। ଏହି ଦୁଇ ସଙ୍ଗଠନର ପୂର୍ବ ଘୋଷିତ ଟ୍ରଷ୍ଟି ପ୍ରାର୍ଥୀ ଶ୍ରୀକାନ୍ତ ରାୟ ଓ ସୁନୀଲକାନ୍ତ ଦାସ ବୋର୍ଡକୁ ଯିବା ଏକପ୍ରକାର ନିଶ୍ଚିତ ହୋଇଛି। ସମୁଦାୟ ୩୯୧ ଭୋଟର ମଧ୍ୟରୁ ୩୮୨ ମତଦାନ କରିଥିଲେ। ଅନ୍ୟ ଶ୍ରମିକ ୟୁନିୟନକୁ ମିଳିଥିବା ଭୋଟ୍‌ଗୁଡିକ ହେଲା ବି.ଆର. ଆମ୍ବେଡ଼କର ୱାର୍କର୍ସ ୟୁନିୟନ ୩୭, ପାରାଦୀପ ବନ୍ଦର ଶ୍ରମିକ ୟୁନିୟନ ୪୩, ପୋର୍ଟଡକ ଆଣ୍ଡ କନଷ୍ଟ୍ରକସନ ୱାର୍କର୍ସ ୟୁନିୟନ ୩, ପୋର୍ଟ ଶ୍ରମିକ ସଂଘ ୯, ପୋର୍ଟ ୱାର୍କର୍ସ ୟୁନିୟନ ୫୫ ଏବଂ ଉତ୍କଳ ପୋର୍ଟ ଆଣ୍ଡ ଡକ ୱାର୍କର୍ସ ୟୁନିୟନ ୫୧ଖଣ୍ଡ ଭୋଟ ପାଇଛନ୍ତି। ଗୋଟିଏ ଭୋଟ ନାକଚ ହୋଇଛି ବୋଲି ନିର୍ବାଚନ ଅଧିକାରୀ ଘୋଷଣା ପତ୍ରରେ ଦର୍ଶାଇଛନ୍ତି। ସମ୍ପଦ ବିଭାଗ କାର୍ଯ୍ୟାଳୟ ଓ ୪ ନଂ. ଗେଟ ପାଖରେ ଏନେଇ ୨ ବୁଥ୍‌ ହୋଇଥିଲା। ସେଠାରେ ମତଦାନ ହୋଇଥିଲା।
ପ୍ରଥମ ଓ ଦ୍ୱିତୀୟ ସର୍ବାଧିକ ଭୋଟ ପାଇଥିବା ଦୁଇ ୟୁନିୟନ ମଧ୍ୟରେ ଗତ ସପ୍ତାହରେ ନିର୍ବାଚନ ପ୍ରଚାରକୁ ନେଇ ଗଣ୍ଡଗୋଳ ହୋଇଥିଲା। ପାରାଦୀପ ବନ୍ଦର ମଜ୍‌ଦୁର ସଂଘର ସଭାପତି ହେଲେ ରାକେଶ ପଟ୍ଟନାୟକ (ରାକା)। ପାରାଦୀପ ଏରସମା ଶିଳ୍ପାଞ୍ଚଳ ୱାର୍କର୍ସ ୟୁନିୟନ ସଭାପତି ହେଲେ ଅରିନ୍ଦମ ସର୍ଖେଲ (ବାପି)। ନିର୍ବାଚନ ଜିତିବା ପରେ ପ୍ରଥମ ସ୍ଥାନ ପାଇଥିବା ୟୁନିୟନର ସଭାପତି ପଟ୍ଟନାୟକ କୁହନ୍ତି, ଆମ ସଙ୍ଗଠନକୁ କର୍ମଚାରୀମାନେ ଅଧିକ ପସନ୍ଦ କରିଥିବାରୁ ଧନ୍ୟବାଦ। ଏହି ସଙ୍ଗଠନ ଶ୍ରମିକ କର୍ମଚାରୀଙ୍କ କଲ୍ୟାଣ ପାଇଁ ଯଥାସାଧ୍ୟ ଉଦ୍ୟମ କରିବ। ସେହିପରି ଦ୍ୱିତୀୟ ସ୍ଥାନ ପାଇଥିବା ୟୁନିୟନ ମୁଖ୍ୟ ସର୍ଖେଲ କୁହନ୍ତି ଆମକୁ ଲଗାତାର ଦ୍ୱିତୀୟ ଥର ସେବା କରିବା ପାଇଁ ସୁଯୋଗ ମିଳିଛି। ବନ୍ଦର ବିକାଶ ସହିତ କର୍ମଚାରୀ ଶ୍ରମିକଙ୍କ ବିକାଶ ମୂଳକ କାମ ଜାରି ରହିବ। ନିର୍ବାଚନ ସମୟରେ ୟୁନିୟନ ଅଦଳବଦଳ କରିଥିବା ପୂର୍ବତନ ଟ୍ରଷ୍ଟି ପରେଶ ମୁର୍ମୁ ଭାଜପା ସମର୍ଥନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ହେଁ ତାଙ୍କୁ ୬ଷ୍ଠ ସ୍ଥାନ ମିଳିଛି। ଏନେଇ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri