୧୦୭ ଭୋଟ ପାଇ ପାରାଦୀପ ମଜଦୁର ସଂଘ ପ୍ରଥମ

ପାରାଦୀପ,୨୯।୧୦(ସ୍ବ.ପ୍ର.): ବହୁ ପ୍ରତୀକ୍ଷିତ ପାରାଦୀପ ବନ୍ଦର ଲେବର ଟ୍ରଷ୍ଟି (ବୋର୍ଡ ସଦସ୍ୟ)ନିର୍ବାଚନ ଶୁକ୍ରବାର ଶେଷ ହୋଇଛି। ଏଥିରେ ପାରାଦୀପ ବନ୍ଦର ମଜ୍‌ଦୁର ସଂଘ ୧୦୭ ଓ ପାରାଦୀପ ଏରସମା ଶିଳ୍ପାଞ୍ଚଳ ୱାର୍କର୍ସ ୟୁନିୟନ ୭୬ ଖଣ୍ଡ ଭୋଟ ପାଇ ଟ୍ରଷ୍ଟବୋର୍ଡରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି। ଏହି ଦୁଇ ସଙ୍ଗଠନର ପୂର୍ବ ଘୋଷିତ ଟ୍ରଷ୍ଟି ପ୍ରାର୍ଥୀ ଶ୍ରୀକାନ୍ତ ରାୟ ଓ ସୁନୀଲକାନ୍ତ ଦାସ ବୋର୍ଡକୁ ଯିବା ଏକପ୍ରକାର ନିଶ୍ଚିତ ହୋଇଛି। ସମୁଦାୟ ୩୯୧ ଭୋଟର ମଧ୍ୟରୁ ୩୮୨ ମତଦାନ କରିଥିଲେ। ଅନ୍ୟ ଶ୍ରମିକ ୟୁନିୟନକୁ ମିଳିଥିବା ଭୋଟ୍‌ଗୁଡିକ ହେଲା ବି.ଆର. ଆମ୍ବେଡ଼କର ୱାର୍କର୍ସ ୟୁନିୟନ ୩୭, ପାରାଦୀପ ବନ୍ଦର ଶ୍ରମିକ ୟୁନିୟନ ୪୩, ପୋର୍ଟଡକ ଆଣ୍ଡ କନଷ୍ଟ୍ରକସନ ୱାର୍କର୍ସ ୟୁନିୟନ ୩, ପୋର୍ଟ ଶ୍ରମିକ ସଂଘ ୯, ପୋର୍ଟ ୱାର୍କର୍ସ ୟୁନିୟନ ୫୫ ଏବଂ ଉତ୍କଳ ପୋର୍ଟ ଆଣ୍ଡ ଡକ ୱାର୍କର୍ସ ୟୁନିୟନ ୫୧ଖଣ୍ଡ ଭୋଟ ପାଇଛନ୍ତି। ଗୋଟିଏ ଭୋଟ ନାକଚ ହୋଇଛି ବୋଲି ନିର୍ବାଚନ ଅଧିକାରୀ ଘୋଷଣା ପତ୍ରରେ ଦର୍ଶାଇଛନ୍ତି। ସମ୍ପଦ ବିଭାଗ କାର୍ଯ୍ୟାଳୟ ଓ ୪ ନଂ. ଗେଟ ପାଖରେ ଏନେଇ ୨ ବୁଥ୍‌ ହୋଇଥିଲା। ସେଠାରେ ମତଦାନ ହୋଇଥିଲା।
ପ୍ରଥମ ଓ ଦ୍ୱିତୀୟ ସର୍ବାଧିକ ଭୋଟ ପାଇଥିବା ଦୁଇ ୟୁନିୟନ ମଧ୍ୟରେ ଗତ ସପ୍ତାହରେ ନିର୍ବାଚନ ପ୍ରଚାରକୁ ନେଇ ଗଣ୍ଡଗୋଳ ହୋଇଥିଲା। ପାରାଦୀପ ବନ୍ଦର ମଜ୍‌ଦୁର ସଂଘର ସଭାପତି ହେଲେ ରାକେଶ ପଟ୍ଟନାୟକ (ରାକା)। ପାରାଦୀପ ଏରସମା ଶିଳ୍ପାଞ୍ଚଳ ୱାର୍କର୍ସ ୟୁନିୟନ ସଭାପତି ହେଲେ ଅରିନ୍ଦମ ସର୍ଖେଲ (ବାପି)। ନିର୍ବାଚନ ଜିତିବା ପରେ ପ୍ରଥମ ସ୍ଥାନ ପାଇଥିବା ୟୁନିୟନର ସଭାପତି ପଟ୍ଟନାୟକ କୁହନ୍ତି, ଆମ ସଙ୍ଗଠନକୁ କର୍ମଚାରୀମାନେ ଅଧିକ ପସନ୍ଦ କରିଥିବାରୁ ଧନ୍ୟବାଦ। ଏହି ସଙ୍ଗଠନ ଶ୍ରମିକ କର୍ମଚାରୀଙ୍କ କଲ୍ୟାଣ ପାଇଁ ଯଥାସାଧ୍ୟ ଉଦ୍ୟମ କରିବ। ସେହିପରି ଦ୍ୱିତୀୟ ସ୍ଥାନ ପାଇଥିବା ୟୁନିୟନ ମୁଖ୍ୟ ସର୍ଖେଲ କୁହନ୍ତି ଆମକୁ ଲଗାତାର ଦ୍ୱିତୀୟ ଥର ସେବା କରିବା ପାଇଁ ସୁଯୋଗ ମିଳିଛି। ବନ୍ଦର ବିକାଶ ସହିତ କର୍ମଚାରୀ ଶ୍ରମିକଙ୍କ ବିକାଶ ମୂଳକ କାମ ଜାରି ରହିବ। ନିର୍ବାଚନ ସମୟରେ ୟୁନିୟନ ଅଦଳବଦଳ କରିଥିବା ପୂର୍ବତନ ଟ୍ରଷ୍ଟି ପରେଶ ମୁର୍ମୁ ଭାଜପା ସମର୍ଥନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ହେଁ ତାଙ୍କୁ ୬ଷ୍ଠ ସ୍ଥାନ ମିଳିଛି। ଏନେଇ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri