୨୦୩୦ କାର୍ଯ୍ୟସୂଚୀ ଉପରେ ଗୁରୁତ୍ୱ

ଜଗତ୍‌ସିଂହପୁର ଅଫିସ, ୨୯ା୧୦:  ଲୋକଙ୍କ ସାମାଜିକ, ଆର୍ଥିକ ଏବଂ ପରିବେଶଗତ ଉନ୍ନତି ପାଇଁ ସଂଯୁକ୍ତ ରାଷ୍ଟ୍ରସମୂହ ୨୦୧୫ରେ ୧୭ଟି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଥିଲେ। ୨୦୩୦ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହାକୁ ସଷ୍ଟେନେବୁଲ ଡେଭେଲପମେଣ୍ଟ ଗୋଲ୍ସ (ଏସ୍‌ଡିଜି) ବୋଲି କୁହାଯାଉଛି। ରାଜ୍ୟ ସରକାର ଓଡ଼ିଶାର ଦୀର୍ଘସ୍ଥାୟୀ ବିକାଶ ପାଇଁ ସଂଯୁକ୍ତ ରାଷ୍ଟ୍ର ସମୂହ ଦ୍ୱାରା ସ୍ଥିରୀକୃତ ଏସ୍‌ଡିଜି ୨୦୩୦ ଲକ୍ଷ୍ୟ ପୂରଣ ପାଇଁ ପଦକ୍ଷେପ ନେଉଛନ୍ତି। ଏହାକୁ ବାସ୍ତବ ରୂପାୟନ ଦେବା ପାଇଁ ଜଗତ୍‌ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏନେଇ ଶୁକ୍ରବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲାର ସରକାରୀ ଅଧିକାରୀମାନଙ୍କୁ ନେଇ ୨ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାକୁ ଜିଲାପାଳ ପାରୁଲ ପଟୱାରୀ ଉଦ୍‌ଘାଟନ କରି କହିଥିଲେ, ସାରା ରାଜ୍ୟରେ ବର୍ତ୍ତମାନ ବିଭିନ୍ନ ଜନକଲ୍ୟାଣ ଯୋଜନା ଆରମ୍ଭ ହୋଇଛି । ଯାହାର ଫଳ ଲୋକମାନେ ପାଉଛନ୍ତି। କିନ୍ତୁ ଯୋଜନାଗୁଡିକର ଦୀର୍ଘସ୍ଥାୟୀ ଫଳ ନିମନ୍ତେ ଗ୍ରାମ ପଞ୍ଚାୟତଗୁଡିକୁ ଏକକ ଭାବେ ନେବାକୁ ପଡିବ। ପଞ୍ଚାୟତବାସୀଙ୍କ ଉନ୍ନତି ଜିଲା ବିକାଶରେ ସହାୟକ ହେବ ବୋଲି କହିଥିଲେ। କର୍ମଶାଳାରେ ସିୱାଇଏସ୍‌ଡିର ମେଣ୍ଟର ତଥା କୋଫାଉଣ୍ଡର ଜଗଦାନନ୍ଦ ଯୋଗଦେଇ କହିଥିଲେ, ୧୭ଟି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟକୁ ୨୦୩୦ ସୁଦ୍ଧା ପୂରଣ କରିବା ପାଇଁ ଜାତିସଂଘର ୧୯୩ଟି ସଦସ୍ୟ ରାଷ୍ଟ୍ର ପରିକଳ୍ପନା କରିଥିଲେ। ସେଥିମଧ୍ୟରେ ସାରା ବିଶ୍ୱରୁ ଗରିବ ହଟାଇବା ହେଉଛି ପ୍ରମୁଖ ଲକ୍ଷ୍ୟ। କ୍ଷୁଧାମୁକ୍ତ ବିଶ୍ୱ ଗଠନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି କହିଥିଲେ । କର୍ମଶାଳାରେ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗର କାପାସିଟି ବିଲ୍ଡିଂ ଏକ୍ସପର୍ଟ ସରୋଜ କୁମାର ଦାଶ ଯୋଗଦେଇ କହିଥିଲେ, ଗରିବୀ ହଟାଇବା ସହ ସୁନ୍ଦର ପୃଥିବୀ ଗଠନ ଉପରେ ପରିକଳ୍ପନା କରାଯାଇଛି। ଏନେଇ ଲୋକଙ୍କ ଭଲ ସ୍ବାସ୍ଥ୍ୟ, ଉତ୍ତମମାନର ଶିକ୍ଷା, ସ୍ବଚ୍ଛ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା, ଲିଙ୍ଗଗତ ସମାନତା ରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଉଛି। ଅଭିନବ ଉପାୟରେ ସଂରଚନା କରିବା ସହ ଦାୟିତ୍ୱ ସମ୍ପନ୍ନ ଭାବେ ଉତ୍ପାଦନ ଓ ବ୍ୟବହାର କରିବାକୁ ପଡିବ। ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ସୁଲଭ ମୂଲ୍ୟରେ ଶକ୍ତି, ଶିଳ୍ପ, ଜଳବାୟୁ କାର୍ଯ୍ୟ ପ୍ରକ୍ରିୟା ଠିକ ଭାବେ ପରିଚାଳନା କରିବା ଆବଶ୍ୟକ। ଜଳ ଓ ସ୍ଥଳରେ ଜୀବନ ଶାନ୍ତିରେ କଟିବା ଉପରେ ଧ୍ୟାନ ଦେବାକୁ ପଡିବ। ଏହି ସଫଳତା ପାଇଁ ଦୃଢ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି ବୋଲି ଦାଶ କହିଥିଲେ। କର୍ମଶାଳାରେ ଜିଲାସ୍ତରୀୟ ଅଧିକାରୀ, ବିଡିଓ, ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ଶିକ୍ଷାବିତ୍‌, ପରିବେଶବିତ୍‌, ସରପଞ୍ଚ, ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗର ସହକାରୀ ନିର୍ଦ୍ଦେଶିକା ଡ. ଉପାସନା ମହାପାତ୍ର ଧନ୍ୟବାଦ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri