୨୦୩୦ କାର୍ଯ୍ୟସୂଚୀ ଉପରେ ଗୁରୁତ୍ୱ

ଜଗତ୍‌ସିଂହପୁର ଅଫିସ, ୨୯ା୧୦:  ଲୋକଙ୍କ ସାମାଜିକ, ଆର୍ଥିକ ଏବଂ ପରିବେଶଗତ ଉନ୍ନତି ପାଇଁ ସଂଯୁକ୍ତ ରାଷ୍ଟ୍ରସମୂହ ୨୦୧୫ରେ ୧୭ଟି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଥିଲେ। ୨୦୩୦ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହାକୁ ସଷ୍ଟେନେବୁଲ ଡେଭେଲପମେଣ୍ଟ ଗୋଲ୍ସ (ଏସ୍‌ଡିଜି) ବୋଲି କୁହାଯାଉଛି। ରାଜ୍ୟ ସରକାର ଓଡ଼ିଶାର ଦୀର୍ଘସ୍ଥାୟୀ ବିକାଶ ପାଇଁ ସଂଯୁକ୍ତ ରାଷ୍ଟ୍ର ସମୂହ ଦ୍ୱାରା ସ୍ଥିରୀକୃତ ଏସ୍‌ଡିଜି ୨୦୩୦ ଲକ୍ଷ୍ୟ ପୂରଣ ପାଇଁ ପଦକ୍ଷେପ ନେଉଛନ୍ତି। ଏହାକୁ ବାସ୍ତବ ରୂପାୟନ ଦେବା ପାଇଁ ଜଗତ୍‌ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏନେଇ ଶୁକ୍ରବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲାର ସରକାରୀ ଅଧିକାରୀମାନଙ୍କୁ ନେଇ ୨ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାକୁ ଜିଲାପାଳ ପାରୁଲ ପଟୱାରୀ ଉଦ୍‌ଘାଟନ କରି କହିଥିଲେ, ସାରା ରାଜ୍ୟରେ ବର୍ତ୍ତମାନ ବିଭିନ୍ନ ଜନକଲ୍ୟାଣ ଯୋଜନା ଆରମ୍ଭ ହୋଇଛି । ଯାହାର ଫଳ ଲୋକମାନେ ପାଉଛନ୍ତି। କିନ୍ତୁ ଯୋଜନାଗୁଡିକର ଦୀର୍ଘସ୍ଥାୟୀ ଫଳ ନିମନ୍ତେ ଗ୍ରାମ ପଞ୍ଚାୟତଗୁଡିକୁ ଏକକ ଭାବେ ନେବାକୁ ପଡିବ। ପଞ୍ଚାୟତବାସୀଙ୍କ ଉନ୍ନତି ଜିଲା ବିକାଶରେ ସହାୟକ ହେବ ବୋଲି କହିଥିଲେ। କର୍ମଶାଳାରେ ସିୱାଇଏସ୍‌ଡିର ମେଣ୍ଟର ତଥା କୋଫାଉଣ୍ଡର ଜଗଦାନନ୍ଦ ଯୋଗଦେଇ କହିଥିଲେ, ୧୭ଟି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟକୁ ୨୦୩୦ ସୁଦ୍ଧା ପୂରଣ କରିବା ପାଇଁ ଜାତିସଂଘର ୧୯୩ଟି ସଦସ୍ୟ ରାଷ୍ଟ୍ର ପରିକଳ୍ପନା କରିଥିଲେ। ସେଥିମଧ୍ୟରେ ସାରା ବିଶ୍ୱରୁ ଗରିବ ହଟାଇବା ହେଉଛି ପ୍ରମୁଖ ଲକ୍ଷ୍ୟ। କ୍ଷୁଧାମୁକ୍ତ ବିଶ୍ୱ ଗଠନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି କହିଥିଲେ । କର୍ମଶାଳାରେ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗର କାପାସିଟି ବିଲ୍ଡିଂ ଏକ୍ସପର୍ଟ ସରୋଜ କୁମାର ଦାଶ ଯୋଗଦେଇ କହିଥିଲେ, ଗରିବୀ ହଟାଇବା ସହ ସୁନ୍ଦର ପୃଥିବୀ ଗଠନ ଉପରେ ପରିକଳ୍ପନା କରାଯାଇଛି। ଏନେଇ ଲୋକଙ୍କ ଭଲ ସ୍ବାସ୍ଥ୍ୟ, ଉତ୍ତମମାନର ଶିକ୍ଷା, ସ୍ବଚ୍ଛ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା, ଲିଙ୍ଗଗତ ସମାନତା ରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଉଛି। ଅଭିନବ ଉପାୟରେ ସଂରଚନା କରିବା ସହ ଦାୟିତ୍ୱ ସମ୍ପନ୍ନ ଭାବେ ଉତ୍ପାଦନ ଓ ବ୍ୟବହାର କରିବାକୁ ପଡିବ। ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ସୁଲଭ ମୂଲ୍ୟରେ ଶକ୍ତି, ଶିଳ୍ପ, ଜଳବାୟୁ କାର୍ଯ୍ୟ ପ୍ରକ୍ରିୟା ଠିକ ଭାବେ ପରିଚାଳନା କରିବା ଆବଶ୍ୟକ। ଜଳ ଓ ସ୍ଥଳରେ ଜୀବନ ଶାନ୍ତିରେ କଟିବା ଉପରେ ଧ୍ୟାନ ଦେବାକୁ ପଡିବ। ଏହି ସଫଳତା ପାଇଁ ଦୃଢ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି ବୋଲି ଦାଶ କହିଥିଲେ। କର୍ମଶାଳାରେ ଜିଲାସ୍ତରୀୟ ଅଧିକାରୀ, ବିଡିଓ, ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ଶିକ୍ଷାବିତ୍‌, ପରିବେଶବିତ୍‌, ସରପଞ୍ଚ, ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗର ସହକାରୀ ନିର୍ଦ୍ଦେଶିକା ଡ. ଉପାସନା ମହାପାତ୍ର ଧନ୍ୟବାଦ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୪।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri