ଜଗତ୍‌ସିଂହପୁର

ଓଡ଼ିଶା ଲୋକସେବା ଅଧିକାର ଆଇନ କାମରେ ଲାଗୁନି

ପାରାଦୀପ,୨୭ା୩ (ସ୍ବ.ପ୍ର.): ୨୦୧୧-୧୨ ମସିହାରେ ସମଗ୍ର ଦେଶରେ ଜନ ଲୋକପାଳ ଆଇନ୍‌ ପାଇଁ ଆନ୍ଦୋଳନ ହୋଇଥିଲା। ସେତେବେଳେ ଆନ୍ନା ହଜାରେ ଅନଶନ ମଧ୍ୟ କରିଥିଲେ। ଯେଉଁଥିପାଇଁ ୟୁପିଏ ସରକାର ପରବର୍ତ୍ତୀ ସମୟରେ ଶାସନରୁ ଯାଇଥିଲା ବୋଲି ଚର୍ଚ୍ଚା ହୁଏ। ସେହି ସମୟରେ…

ସରକାରୀ ବିଦ୍ୟାଳୟରେ ଅନିଶ୍ଚିତତା ଘେରରେ ପ୍ରି-ନର୍ସରି

ଜଗତ୍‌ସିଂହପୁର ଅଫିସ,୨୭ା୩: ୨୦୧୮ରେ କେନ୍ଦ୍ର ସରକାର ଶିକ୍ଷାରେ ସଂସ୍କାର ଆଣିବା ପାଇଁ ଦେଶରେ ଏକକ ଶିକ୍ଷା ବ୍ୟବସ୍ଥା ତଥା ସମଗ୍ର ଶିକ୍ଷା ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ବିଦ୍ୟାଳୟଗୁଡ଼ିକରେ ପ୍ରି ନର୍ସରି ଖୋଲିବା ସାଙ୍ଗକୁ ଏକକ ଶିକ୍ଷାନୁଷ୍ଠାନରେ ସାଧାରଣ ଓ…

ଶିକ୍ଷକଙ୍କ ଗ୍ରେଡେସନ ତାଲିକାରେ ତାଳ ମେଳ ରହୁନି

ନାଉଗାଁ,୨୬।୩(ସ୍ବ.ପ୍ର): ଶିକ୍ଷକମାନଙ୍କର ପଦୋନ୍ନତି ପାଇଁ ପ୍ରତିବର୍ଷ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକମାନଙ୍କର ଗ୍ରେଡେଶନ ତାଲିକା ପ୍ରସ୍ତୁତ କରାଯାଇଥାଏ। ଏହି ଗ୍ରେଡେଶନ ତାଲିକା ଜିଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇ ଶିକ୍ଷା ବିଭାଗକୁ ପ୍ରଦାନ କରାଯାଇଥାଏ। କିନ୍ତୁ…

ପାକ୍ସ ସମ୍ପାଦକଙ୍କ ମନମାନି, ଚିନ୍ତାରେ ଚାଷୀ

ଜଗତ୍‌ସିଂହପୁର ଅଫିସ, ୨୫ା୩: ଚଳିତ ଖରିଫ ଋତୁ ପାଇଁ ଧାନକିଣା ଅବଧି ଚଳିତ ମାସ ୩୦ ତାରିଖ ସୁଦ୍ଧା ଶେଷ ହେବ। ମଣ୍ଡିଗୁଡ଼ିକରୁ ମୋଟ୍‌ ୧୬,୫୨,୦୦୦ କୁଇଣ୍ଟାଲ ବଳକା ଧାନ ସଂଗ୍ରହ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ଶୁକ୍ରବାର ସୁଦ୍ଧା ୧୩,୯୮,୦୭୨.୨୯ କୁଇଣ୍ଟାଲ…

ରାସ୍ତା ଉଚ୍ଛେଦ କରିବାକୁ ଯାଇ ତହସିଲଦାର ହଟହଟା

ବାଲିକୁଦା,୨୩ା୩(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ତହସିଲ ପ୍ରଶାସନ ଶ୍ମଶାନ ଓ ଗୋଚରରେ ନିର୍ମାଣ କରାଯାଇଥିବା ବେଆଇନ ରାସ୍ତାକୁ ବୁଧବାର ଜେସିବି ଲଗାଇ ତାଡ଼ିଛି। ତେବେ ଏହି ଜବରଦଖଲ ଓ ବେଆଇନ ନିର୍ମାଣକୁ ଉଚ୍ଛେଦ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ପୋଲିସ…

ଯନ୍ତ୍ରୀଙ୍କ ଅଗୋଚରରେ ଚାଲିଛି ପୂର୍ତ୍ତ ବିଭାଗ କାର୍ଯ୍ୟ

ନାଉଗାଁ,୨୨।୩(ସ୍ବ.ପ୍ର.): ନାଉଗାଁ ବ୍ଲକ ଦେଇ ବାଲି ଭଉଁରୀ-ଶିଖରଘାଟ, କୋକିଢ଼ିହ-ତେଲସରା ରାସ୍ତା ସଂଯୋଗ କରୁଛି। ଏହି ରାସ୍ତା ପୂର୍ତ୍ତ ବିଭାଗ ଜଗତ୍‌ସିଂହପୁର ଡିଭିଜନ ଅଧୀନରେ ରହିଛି। କୋକିଡିହ-ତେଲସରା ରାସ୍ତା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର କରାଯିବା ସହ ନିର୍ମାଣ ଓ ପୁନଃ…

ଜଙ୍ଗଲ ଅବକ୍ଷୟମୁଖୀ, ବନ୍ୟପ୍ରାଣୀ ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୨।୩:  ପ୍ରତିବର୍ଷ ମାର୍ଚ୍ଚ ୨୧ ତାରିଖରେ ବିଶ୍ୱ ବନ ଦିବସ ପାଳନ କରାଯାଉଛି। ଏହି ଦିବସର ମୂଳ ଲକ୍ଷ୍ୟ ହେଉଛି ବନ ସଂରକ୍ଷଣ ସାଙ୍ଗକୁ ବନ୍ୟଜନ୍ତୁ, ସରୀସୃପ ଆଦିଙ୍କ ସୁରକ୍ଷା ପାଇଁ ଅଧିକ ଦାୟିତ୍ୱବାନ ହେବା। ସବୁଜ ବଳୟ ସୃଷ୍ଟି…

ସମୁଦ୍ର କୂଳରେ ପଡ଼ିଛି ସି ଅର୍ଚ୍ଚିନ ନାମକ ମୃତ ଶୈବାଳ

ପାରାଦୀପ,୨୨।୩(ସ୍ବ.ପ୍ର.): ପାରାଦୀପ ବତିଘର ସୀମା ସମୁଦ୍ର କୂଳରେ ୨ ଦିନ ହେବ ଏକ ଭିନ୍ନ ପ୍ରକାରର ସାମୁଦ୍ରିକ ଶୈବାଳ ମରି ପଡ଼ିଛି। ପୋଷାକରେ ଲାଗୁଥିବା ବୋତାମ ପରି ଏହା ଦେଖାଯାଉଛି। ମଙ୍ଗଳବାର ଏହା ଅଧିକ ସଂଖ୍ୟାରେ ଦେଖିବାକୁ ମିଳିଛି। ଏହାକୁ ଉଠାଇ…

ମଣ୍ଡି ଖୋଲୁନି : ଟୋକନ ଥାଇ ବି ଚାଷୀ ନିରାଶ

କୁଜଙ୍ଗ, ୨୧ା୩ (ଡି.ଏନ୍‌.ଏ.):ଖରିଫ୍‌ ଧାନ ପାଇଁ ଚାଷୀମାନେ ସରକାରି ମଣ୍ଡିରେ ଧାନ ଦେବା ପାଇଁ ପଞ୍ଜୀକରଣ କରି ଟୋକନ ପାଇଥିଲେ। କିନ୍ତୁ ମଣ୍ଡି ଖୋଲୁ ନ ଥିବାରୁ ଚାଷୀମାନେ ଧାନ ବିକ୍ରି କରିପାରୁ ନ ଥିବା ଅଭିଯୋଗ ହୋଇଛି। କୁଜଙ୍ଗ ବ୍ଲକ…

ହରିଣ,ବାର୍‌ହା ଉପଦ୍ରବ: ଡାଳୁଅ ଧାନ ଫସଲ ନଷ୍ଟ

କୁଜଙ୍ଗ, ୨୧ା୩ (ଡି.ଏନ୍‌.ଏ.):ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ, ଗଡ଼କୁଜଙ୍ଗ ଓ ନୂଆଗାଁ ପଞ୍ଚାୟତରେ ହରିଣ ଓ ବାର୍‌ହା ଯୋଗୁ ଡାଳୁଅ ଧାନ ଫସଲ ନଷ୍ଟ ହେଉଛି। ପରିବାର ପ୍ରତିପୋଷଣ ପାଇଁ ଢିଙ୍କିଆ ଚାରିଦେଶର ଅଧିକାଂଶ ଚାଷୀ ଡାଳୁଅ ଧାନ ଉପରେ ନିର୍ଭର…

ଶାରୀରିକ ଗଠନ ଦେଇଛି ପରିଚୟ, ରୋଜଗାର

ପାରାଦୀପ,୨୧।୩(ସ୍ବ.ପ୍ର.):ସମାଜରେ ସବୁ ମଣିଷଙ୍କ ଚେହେରା ଓ ଭାବନା ଭିନ୍ନ। କେତେଜଣଙ୍କ ଶାରୀରିକ ଗଠନ ଶୈଳୀ ଟିକିଏ ନିଆରା ଥିବା ଦେଖିବାକୁ ମିଳିଥାଏ। ସେମିତି ଜଣେ ଭିନ୍ନ ବ୍ୟକ୍ତି ହେଲେ ବୁଲୁ ଦାଶ (୪୦)। ଉଚ୍ଚତା ମାତ୍ର ୩ ଫୁଟରୁ କମ। ଚାଲିଚଳନ…

ମାନସିକ ରୋଷଭୋଗ ବନ୍ଦକୁ ବିରୋଧ

ରଘୁନାଥପୁର,୧୯। ୩ (ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ବିଭୂତିକ୍ଷେତ୍ର ପ୍ରଭୁ ଗୋରେଖନାଥଙ୍କ ପୀଠରେ ୨୦୨୨ ଜୁଲାଇ ୧୯ରୁ ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ ମାନସିକ ରୋଷଭୋଗ ତଥା ପ୍ରସାଦ ବ୍ୟବସ୍ଥା ପୀଠ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି। ୧୦୦ ବର୍ଷର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri