ବିନା କାମରେ ଜବ୍‌କାର୍ଡଧାରୀଙ୍କ ନାମରେ ଉଠୁଛି ଟଙ୍କା

ନାଉଗାଁ,୪।୪(ସ୍ବ.ପ୍ର): ନାଉଗାଁ ବ୍ଲକରେ ଏମ୍‌ଜିଏନ୍‌ଆରଇଜିଏସ୍‌ (ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି)ରେ ବହୁ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି। ଶ୍ରମିକଙ୍କ ଅର୍ଥକୁ ଯନ୍ତ୍ରୀ, ଠିକାଦାର, ରାଜନେତା ଓ ଜିଆରଏସ୍‌ ମିଳିତ ଭାବେ ହାତେଇବାକୁ ପଛାଉ ନାହାନ୍ତି। ଏମ୍‌ଜିଏନ୍‌ଆରଇଜିଏସ୍‌ କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା। ଦାରିଦ୍ର ଦୂରୀକରଣ ସହ ଆର୍ଥତ୍କ ଦୁର୍ବଳ ଶ୍ରେଣୀର ଜନସାଧାରଣଙ୍କୁ ଅର୍ଥ ରୋଜଗାର କରିବା ପାଇଁ ପଥ ସୁଗମ କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ। କିନ୍ତୁ ବ୍ଲକରେ ଏହି ଯୋଜନା ବାଟବଣା ହେଉଛି। ଏହି ଅର୍ଥରେ ନିର୍ମାଣ ହେଉଥିବା ବିଭିନ୍ନ ପ୍ରକଳ୍ପ ମେସିନ ଓ କାଗଜ କଲମରେ ଚାଲିଥିବା ଜଣାପଡ଼ିଛି। ଅପରପକ୍ଷେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ଫାଇଦା ଜବକାର୍ଡଧାରୀ ନେବା ପରିବର୍ତ୍ତେ ସରକାରୀ କର୍ମଚାରୀ ଓ ରାଜନେତା ହାତେଇ ନେଉଛନ୍ତି। ଏମ୍‌ଜିଏନ୍‌ଆରଇଜିଏସ୍‌ର ଓବେ ପୋର୍ଟାଲର ତଥ୍ୟ ଅନୁସାରେ ଚଳିତ ୨୦୨୨-୨୩ ଆର୍ଥତ୍କ ବର୍ଷରେ ବ୍ଲକରେ ୧୦,୮ ୭୯ ଜବକାର୍ଡରେ ୧୬,୬୧୯ ବ୍ୟକ୍ତି ନାମ ପଞ୍ଜୀକୃତ କରିଛନ୍ତି। ସେଥିମଧ୍ୟରୁ ୪,୨୦୬ ଜବକାର୍ଡ ପରିବାରରୁ ୬,୫୭୧ ଜଣ ଜବକାର୍ଡରେ କାର୍ଯ୍ୟ ପାଇଁ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ବ୍ଲକ ପ୍ରଶସାନ ପକ୍ଷରୁ ୪,୧୭୯ ପରିବାରର ୬,୫୨୫ ଜଣଙ୍କୁ କାର୍ଯ୍ୟ ଯୋଗାଇ ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୩,୪୯୯ ପରିବାରର ୫,୧୮୫ ଶ୍ରମିକ କାର୍ଯ୍ୟ କରିଛନ୍ତି। ଏହି କାର୍ଯ୍ୟ ପାଇଁ ପ୍ରଶାସନ ତରଫରୁ ବିଭିନ୍ନ ପଞ୍ଚାୟତରେ ୯୯, ୮୫୨ ଶ୍ରମ ଦିବସ ସୃଷ୍ଟି କରାଯାଇଛି। ଏହି ଜବକାର୍ଡଧାରୀଙ୍କ ମଧ୍ୟରୁ ୫୦ ପରିବାର ୧୦୦ ଦିନର କାର୍ଯ୍ୟ ସମାପ୍ତ କରିଛନ୍ତି। ସେଥିମଧ୍ୟରୁ ତିରୁଣାରେ ୫, ରୋହିଆ ୨୦, ଓଷକଣା ୧୨, ଘୋଡାଂଶ ୪, ଗଜରାଜପୁର ୪, ଡେରିକି ୧, ଡାବର ୩, ଅଲଣା ପଞ୍ଚାୟତରୁ ଗୋଟିଏ ଲେଖାଏ ପରିବାର ରହିଛନ୍ତି।
ଏମ୍‌ଜିଏନ୍‌ଆରଇଜିଏସ୍‌ର କାର୍ଯ୍ୟକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ସଙ୍ଗଠନ,ସାମାଜିକ କର୍ମୀମାନେ ଦୁର୍ନୀତି ହେଉଥିବା ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବାହାର ରାଜ୍ୟ କିମ୍ବା ଜିଲାରେ ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ନାମକୁ ଜବକାର୍ଡରେ ସାମିଲ କରାଯାଇ ଟଙ୍କା ଉଠାଯାଉଥିବା ଜଣାପଡ଼ିଛି। କିଛି ଦିନ ତଳେ ଓଷକଣା ପଞ୍ଚାୟତର ସାମାଜିକ କର୍ମୀ କ୍ରାନ୍ତିଶିଖା ପରିଡା ନିଜର ସୋସିଆଲ ମିଡିଆରେ ଏନେଇ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ମୁତାବକ, ଏହି ଗ୍ରାମର ଜଣେ ବ୍ୟକ୍ତି ବାହାର ଜିଲାରେ କାର୍ଯ୍ୟ କରୁଥିବାବେଳେ ସେ ଜବକାର୍ଡରେ ଉକ୍ତ ପଞ୍ଚାୟତରେ କାର୍ଯ୍ୟ କରିଛନ୍ତି। ଏହା କିପରି ସମ୍ଭବ ହେଲା ସେ ନେଇ ପରିଡା ପ୍ରଶ୍ନ କରିଛନ୍ତି। ସେହିପରି ୨୦-୨୧ ଆର୍ଥିକ ବର୍ଷରେ ବାଂଶ ପଞ୍ଚାୟତରେ ତତ୍କାଳୀନ ଜିଆରଏସ୍‌ ମନମୁଖୀ ଜବ୍‌କାର୍ଡଧାରୀଙ୍କୁ କାମ ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ ଉକ୍ତ ପଞ୍ଚାୟତର ଦଳିତ ଜବ୍‌କାର୍ଡଧାରୀମାନେ ଏହାର ତଦନ୍ତ ଦାବି କରି ୨୦୨୧ ଜୁଲାଇରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ୨୧ ଦିନ ଧରି ଗଣଧାରଣା ଦେଇଥିଲେ। ପ୍ରଶାସନିକ ତଦନ୍ତ ପରେ ୨୨ ଏପ୍ରିଲ ୨୦୨୨ରେ ସମ୍ପୃକ୍ତ ଜିଆରଏସ୍‌ଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଥିଲା। ଏଭଳି ଅଧିକାଂଶ ପଞ୍ଚାୟତରେ ଏମ୍‌ଜିଏନ୍‌ଆରଇଜିଏସ୍‌ର ଅର୍ଥ ହଡ଼ପ କରାଯାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ଦୁର୍ନୀତି ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି। ଏ ବିଷୟରେ ବ୍ଲକର ସହକାରୀ ଯନ୍ତ୍ରୀ ଅଙ୍କିତା ଜାଲିଙ୍କୁ ମୋବାଇଲ୍‌ ଫୋନ୍‌ ଯୋଗେ ପଚାରିବାରେ ପ୍ରସଙ୍ଗ ଏଡ଼ାଇବାକୁ ଯାଇ ଅଫିସ ଆସି ଏବିଷୟରେ କଥା ହେବା ପାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?