ଏନ୍‌ଏମ୍‌ଏମ୍‌ଏସ୍‌ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ

ନାଉଗଁା,୬ା୪(ସ୍ବ.ପ୍ର): ଭାରତ ସରକାରଙ୍କର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଏକ ଗୁରୁତ୍ୱପୂନ୍ନ ଯୋଜନା। ଏହାର ସଫଳ ରୂପାୟନ କରାଯିବା ସହ କାର୍ଯ୍ୟରେ ସ୍ବଚ୍ଛତା ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପକ୍ଷରୁ ୨୦୨୨ ମେ ୧୩ରେ ପ୍ରତ୍ୟେକ ରାଜ୍ୟ କମିଶନରଙ୍କ ନିକଟକୁ ନ୍ୟାଶନାଲ ମୋବାଇଲ ମନିଟରିଂ ସିଷ୍ଟମ (ଏନ୍‌ଏମ୍‌ଏମ୍‌ଏସ୍‌) ଆପକୁ ବାଧ୍ୟତାମୂଳକ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ଆପ ମାଧ୍ୟମରେ କାର୍ଯ୍ୟ କରାଗଲେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ସଫଳ ରୂପାୟନ ହେବା ସହ ଗ୍ରାମାଞ୍ଚଳର ଲୋକମାନେ ଠିକ୍‌ ଭାବେ ଶ୍ରମ ପାଇପାରିବେ। କିନ୍ତୁ ଜଗତ୍‌ସିଂହପୁର ଜିଲା ନାଉଗଁା ବ୍ଲକରେ ଉକ୍ତ ଆପକୁ ଠିକ୍‌ ଭାବେ ପରିଚାଳନା କରାଯାଉ ନ ଥିବା ଅଭିଯୋଗ ହେଉଛି।
ଏନ୍‌ଏମ୍‌ଏମ୍‌ଏସ୍‌ ଆପ ମାଧ୍ୟମରେ କାର୍ଯ୍ୟ କରିବା ପାଇଁ ସମସ୍ତ ଜିଆରଏସ୍‌ମାନଙ୍କୁ ଏକ ମୋବାଇଲ ଯୋଗାଇ ଦିଆଯାଇଛି। ଏହି ମୋବାଇଲରେ ଉକ୍ତ ଆପକୁ ଲୋଡ କରାଯାଇଛି। ଏହି ଆପ ମାଧ୍ୟମରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାର୍ଯ୍ୟ କରାଯାଉଥିବା ପ୍ରକଳ୍ପଗୁଡ଼ିକର ଫଟୋ ଅପଲୋଡ କରାଯିବ। ନିୟମାନୁସାରେ ଶ୍ରମିକମାନେ ପ୍ରକଳ୍ପ ନିର୍ମାଣ କରୁଥିବା ସମୟରେ ଅର୍ଥାତ ପୂର୍ବାହ୍ନ ସମୟରେ ଶ୍ରମିକମାନଙ୍କ ସହ ଉକ୍ତ ପ୍ରକଳ୍ପର ଏକ ଫଟୋ ଉତ୍ତୋଳନ କରାଯିବ। ସେହିପରି ଉକ୍ତ ଦିନ ଅପରାହ୍ନରେ ସେହି ପ୍ରକଳ୍ପରେ ପୁନର୍ବାର ଫଟୋ ଉତ୍ତୋଳନ କରାଯିବ। ଦିନରେ ୨ଟି ଫଟୋ ଉତ୍ତୋଳନ କରାଯାଇ ଜିଇଓ ଟ୍ୟାଗ କରାଯିବ। ଯେଉଁ ପ୍ରକଳ୍ପରେ ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ କାର୍ଯ୍ୟ କରୁଥବେ। ଫଳରେ ଉକ୍ତ ଯୋଜନାରେ ପ୍ରକୃତରେ ଶ୍ରମିକ କାମ କରୁଛନ୍ତି କି ମେଶିନ ମାଧ୍ୟମରେ ହେଉଛି ତାହା ଜଣାପଡ଼ିବ। କିନ୍ତୁ ନାଉଗଁା ବ୍ଲକରେ ଠିକ୍‌ ଭାବେ ଉକ୍ତ ଆପର ବ୍ୟବହାର କରାଯାଉନାହିଁ। ପ୍ରକଳ୍ପ ନିର୍ମାଣ ହେବା ପୂର୍ବରୁ ଫଟୋ ଉଠାଇବା ଦୂରର କଥା ବିନା ଏଷ୍ଟିମେଣ୍ଟରେ ପ୍ରକଳ୍ପ ନିର୍ମାଣ କରାଯାଉଛି। ମେଶିନ ମାଧ୍ୟମରେ କାମ କରାଯାଇ ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକଙ୍କୁ ଠିଆ କରାଯାଇ ଫଟୋ ଉତ୍ତୋଳନ କରାଯାଉଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଯାହାକୁ ନେଇ ଏନ୍‌ଏମ୍‌ଏମ୍‌ଏସ୍‌ର କାମର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନ୍‌ଏମ୍‌ଏମ୍‌ଏସ୍‌ର ଠିକ୍‌ କାର୍ଯ୍ୟକାରୀ କରୁ ନ ଥିବା ବେଳେ ଏହାର ଫାଇଦା ଠିକାଦାର, ପ୍ରଶସାନିକ କର୍ମଚାରୀ, ଯନ୍ତ୍ରୀ ନେଉଥିବା ଜଣାଯାଇଛି। ଏ ସଂକ୍ରାନ୍ତରେ ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ପଚାରିବାରେ ଯେଉଁ ପ୍ରକଳ୍ପ ଗୁଡ଼ିକ ନିର୍ମାଣ କରାଯାଉଛି। ତାର ପୂର୍ବ ଓ ପରର ଜିଇଓ ଟ୍ୟାଗ୍‌ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?