ସନ୍ଧ୍ୟା ହେଲେ ସହରରେ ଅନ୍ଧାର ଭୟ

ଜଗତ୍‌ସିଂହପୁର ଅଫିସ,୭ା୪: ସନ୍ଧ୍ୟା ହେଲେ ଜଗତ୍‌ସିଂହପୁର ସହରରେ ଲୋକଙ୍କୁ ଅନ୍ଧାରୀ ଭୟ ଘାରୁଛି। କାରଣ ସହରର ପାଖାପାଖି ୬୦୦ ଖୁଣ୍ଟରେ ଏଲ୍‌ଇଡି ଲାଇଟ୍‌ ଜଳୁନି। ରାତିରେ କୌଣସି ଝିଅ, ବୋହୂ ବାହାରକୁ ବାହାରିବାକୁ ଡରୁଛନ୍ତି। ଯଦି କୌଣସି ଜରୁରୀ କାମରେ ଯିବା ଆବଶ୍ୟକ ହେଉଛି ତେବେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡ଼ୁଛି। ଅନ୍ୟପକ୍ଷେ ଚୋର, ଅପରାଧୀ ଏପରି କି ମଦ୍ୟପ, ବ୍ରାଉନ ସୁଗାର ଆଦି ନିଶା ସେବନ କରୁଥିବା ବ୍ୟକ୍ତିମାନେ ଏହାର ଭରପୁର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି। ଏ ପରିସ୍ଥିତିରେ ଜଗତ୍‌ସିଂହପୁର ପୌର ପ୍ରଶାସନ ହାତ ଟେକି ଦେବା ସାଧାରଣରେ ଚିନ୍ତାର କାରଣ ପାଲଟିଛି।
ପରିଷଦରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୯ରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଏଲ୍‌ଇଡି ଲାଇଟ୍‌ ସ୍ଥାପନ ଓ ମରାମତି ଆଦି ଦାୟିତ୍ୱ କ୍ରମ୍ପଟନ୍‌ ଓ ଇଇଏସ୍‌ଏଲ୍‌ ଏଜେନ୍ସିକୁ ୭ ବର୍ଷ ପାଇଁ ଦିଆଯାଇଛି। ଅର୍ଥାତ୍‌ ସହରାଞ୍ଚଳରେ ଏଲ୍‌ଇଡି ଲାଇଟ୍‌ ସ୍ଥାପନଠାରୁ ଖରାପ ହେଲେ ମରାମତି ପର୍ଯ୍ୟନ୍ତ ସବୁ କାମ ଉପରୋକ୍ତ ୨ଟି ଏଜେନ୍ସି କରିବେ। ଜଗତ୍‌ସିଂହପୁରରେ ୩୫୬୪ଟି ଷ୍ଟ୍ରିଟ୍‌ ଲାଇଟ୍‌ ରହିଛି। ସେଥିମଧ୍ୟରୁ ୫୨୭ଟି ଏଲ୍‌ଇଡି ଲାଇଟ୍‌ ଗତବର୍ଷ ସେପ୍ଟେମ୍ବରରୁ ଖରାପ ହୋଇଯାଇଛି। କିନ୍ତୁ ପରିଷଦ ପକ୍ଷରୁ ଏହାର ପ୍ରତିକାର କରାଯାଉନାହିଁ। ୨ା୯ା୨୨ରେ ଜିଲାପାଳ ପାରୁଲ ପଟାୱାରି ଚିଠି ନଂ. ୪୪୭୨ରେ ଡିଏମ୍‌ଏ ତଥା ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ସଚିବଙ୍କୁ ୪୦ ସିସିଏମ୍‌ଏସ୍‌, ୧୦ କିଲୋମିଟର କେବୁଲ ସାଙ୍ଗକୁ ୫୨୭ଟି ଏଲ୍‌ଇଡି ଏବଂ ଅନୁରୂପ ସଂଖ୍ୟାରେ ଆର୍ମ ପାଇପ ଓ କ୍ଲାମ୍ପ ଆବଶ୍ୟକତା ଥିବା ଦର୍ଶାଇଥିଲେ। ଏଥିରେ ୭୦ ୱାଟ୍‌ର ୩୩୨, ୧୧୦ ୱାଟ୍‌ ୧୩୫ ଓ ୧୯୦ ୱାଟ୍‌ର ୬୦ଟି ବିଦ୍ୟୁତ୍‌ ବଲ୍‌ବ ଥିଲା। ୱାର୍ଡ ଅନୁଯାୟୀ ଏହି ଏଲ୍‌ଇଡି ତାଲିକା ଦିଆଯାଇଥିଲା। ପରିଷଦରେ ୨୧ଟି ୱାର୍ଡ ରହିଛି। ସେଥିମଧ୍ୟରେ ୱାର୍ଡ ନଂ. ୮ ପାଇଁ ୧୫, ୧୦ରେ ୪୧, ୧୧ରେ ୪, ୧୨ରେ ୧୪, ୧୪ରେ ୪୯, ୧୫ରେ ୮, ୧୬ରେ ୧୪, ୧ରେ ୧୫, ୨ରେ ୩୧, ୩ରେ ୩୯, ୪ରେ ୧୫, ୫ରେ ୫୨, ୬ରେ ୧୩, ୭ରେ ୧୬, ୮ରେ ୧୯, ୧୭ରେ ୨୨, ୧୮ରେ ୨୧, ୧୯ରେ ୨୬, ୨୦ରେ ୩୧, ୯ରେ ୧୫, ୧୩ରେ ୧୫ ଓ ୨୧ରେ ୨୫ଟି ଏଲ୍‌ଇଡି ଲାଇଟ୍‌ ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ ନୂଆ ଏଲ୍‌ଇଡି ଲାଗିପାରିଲା ନାହିଁ। ଏହା ଭିତରେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିଯୋଗୁ କେବଳ ଲୋକେ ନୁହନ୍ତି ପାରିଷଦମାନେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନିକଟରେ ଅର୍ଥାତ୍‌ ପରିଷଦର ୩ୟ ଅଧିବେଶନରେ ଏ ବିଷୟକୁ ଗମ୍ଭୀରତାର ସହ ନିଆଯାଇ ଆବଶ୍ୟକ ସଂଖ୍ୟକ ଏଲ୍‌ଇଡି ବଲ୍‌ କିଣାଯିବାକୁ ରିଜଲ୍ୟୁଶନ୍‌ ହୋଇଥିଲା। କିନ୍ତୁ ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ ପରିଷଦ ଟଙ୍କାରେ ଏହା କିଣାଯାଇ ପାରିବ ନାହିଁ ବୋଲି ଜିଦ୍‌ରେ ଅଟଳ ରହିଛନ୍ତି। ତାଙ୍କ ଯୁକ୍ତି ହେଲା ଯେହେତୁ ନଗର ଉନ୍ନୟନ ବିଭାଗ ୨ଟି ଏଜେନ୍ସିକୁ ସାରା ରାଜ୍ୟର ସହରଗୁଡ଼ିକରେ ଏଲ୍‌ଇଡି ସ୍ଥାପନ ଓ ମରାମତି ଆଦି ଦାୟିତ୍ୱ ଦେଇଛନ୍ତି, ତେଣୁ ପରିଷଦ ଏ ବାବଦରେ ଟଙ୍କାଟିଏ ବି ଖର୍ଚ୍ଚ କରିପାରିବ ନାହିଁ। ଏ ପରିସ୍ଥିତିରେ ସହରବାସୀ ଚିନ୍ତାରେ ପଡିଛନ୍ତି। ଆଗକୁ ସ୍ଥାୟୀ ଭାବେ ଅନ୍ଧାର ଥିବା କେତେକ ଅଞ୍ଚଳରେ ଏଲ୍‌ଇଡି ଲାଗିବା ପାଇଁ ଯୋଜନା ଅଛି। ଏହା ଉପରେ ସର୍ଭେ ହେଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। କିନ୍ତୁ ଜଳୁଥିବା ଏଲ୍‌ଇଡି ଫ୍ୟୁଜ ପରେ ଯେଉଁଠି ନୂଆ ଲାଗିପାରୁନି ସେ କ୍ଷେତ୍ରରେ ଏହା ଉପରେ ଆଗକୁ କି ନିଷ୍ପତ୍ତି ନିଆଯାଉଛି ତାହା ସମୟ କହିବ। ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ଲୋକେ ଟିକସ ଦେଉଛନ୍ତି। କିନ୍ତୁ ସେବା ଦେଲା ବେଳକୁ ପରିଷଦ ନିୟମକାନୁନ୍‌ ଦେଖାଉଛି। ତେଣୁ ଆଗକୁ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟପକ୍ଷେ ସହରରେ ୧୧୫ଟି ସିସିଏମ୍‌ଏସ୍‌ (ସେଣ୍ଟ୍ରାଲାଇଜ୍‌ଡ ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ୍‌) ଲଗାଯାଇଛି। ଏହା ଲଗାଯିବାର ଉଦ୍ଦେଶ୍ୟ ହେଉଛି ସକାଳ ୬ଟା ହେଲେ ଷ୍ଟ୍ରିଟ୍‌ ଲାଇଟ୍‌ ଆପେ ଆପେ ବନ୍ଦ ହୋଇଯିବ। କିନ୍ତୁ ସେଗୁଡିକ ଖରାପ ହୋଇ ଯିବାରୁ ପୁଣି ସମସ୍ୟା ଦେଖା ଦେଇଥିଲା। ପରେ ନୂଆ ୧୧୫ଟି ସିସିଏମ୍‌ଏସ୍‌ ଲଗାଯାଇଥିଲେ ସୁଦ୍ଧା ମଝିରେ ମଝିରେ କେତେକ ଖୁଣ୍ଟରେ ଏହା କାମ କରୁନି। ତେଣୁ ଦିନ ଭରି ଏଲ୍‌ଇଡି ଜଳୁଛି। ଏଭଳି ସମସ୍ୟା ମଝିରେ ମଝିରେ ହୁଏ ଏବଂ ତାର ପ୍ରତିକାର କରାଯାଇ ପାରୁଥିବା ପରିଷଦ ପକ୍ଷରୁ କୁହାଯାଇଛି। ଏହା ଉପରେ ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ କହିଛନ୍ତି, ପାରିଷଦ ଓ ଲୋକମାନଙ୍କ ଅସନ୍ତୋଷ ସତ୍ତ୍ବେ କୌଣସି ପ୍ରତିକାର ନିଆଯାଇ ପାରୁନାହିଁ। ରାଜ୍ୟ ସରକାରଙ୍କୁ ଜିଲାପାଳ ଅବଗତ କରି ମଧ୍ୟ ଏଜେନ୍ସି କାମ କରୁନାହିଁ। ପାରିଷଦମାନେ ପରିସ୍ଥିତିକୁ ଏଡ଼ାଇବା ପାଇଁ ଏଲ୍‌ଇଡି କିଣିବାକୁ ରିଜଲ୍ୟୁଶନ୍‌ ଆଣିବା ସତ୍ତ୍ବେ ନିର୍ବାହୀ ଅଧିକାରୀ ରାଜି ହେଉନାହାନ୍ତି। ତେଣୁ ଆଗକୁ କ’ଣ ହେବ ତାହା କହିହେବ ନାହିଁ ବୋଲି ଅସହାୟତା ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ସହରରେ ୨ଟି ପ୍ରକଳ୍ପ ଯଥା ଗ୍ରୀନଫିଲ୍ଡ (ଖୁଣ୍ଟ ସହ ଏଲ୍‌ଇଡି) ଓ ରେଟ୍ରୋଫିଟ୍‌ (ଖୁଣ୍ଟ ଅଛି ଏଲ୍‌ଇଡି ନାହିଁ) ଚାଲିଛି। ଏହି ୨ ପ୍ରକଳ୍ପ ଅନୁଯାୟୀ ଷ୍ଟ୍ରିଟ୍‌ ଲାଇଟ୍‌ ସେବା ମିଳିପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri