ସନ୍ଧ୍ୟା ହେଲେ ସହରରେ ଅନ୍ଧାର ଭୟ

ଜଗତ୍‌ସିଂହପୁର ଅଫିସ,୭ା୪: ସନ୍ଧ୍ୟା ହେଲେ ଜଗତ୍‌ସିଂହପୁର ସହରରେ ଲୋକଙ୍କୁ ଅନ୍ଧାରୀ ଭୟ ଘାରୁଛି। କାରଣ ସହରର ପାଖାପାଖି ୬୦୦ ଖୁଣ୍ଟରେ ଏଲ୍‌ଇଡି ଲାଇଟ୍‌ ଜଳୁନି। ରାତିରେ କୌଣସି ଝିଅ, ବୋହୂ ବାହାରକୁ ବାହାରିବାକୁ ଡରୁଛନ୍ତି। ଯଦି କୌଣସି ଜରୁରୀ କାମରେ ଯିବା ଆବଶ୍ୟକ ହେଉଛି ତେବେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡ଼ୁଛି। ଅନ୍ୟପକ୍ଷେ ଚୋର, ଅପରାଧୀ ଏପରି କି ମଦ୍ୟପ, ବ୍ରାଉନ ସୁଗାର ଆଦି ନିଶା ସେବନ କରୁଥିବା ବ୍ୟକ୍ତିମାନେ ଏହାର ଭରପୁର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି। ଏ ପରିସ୍ଥିତିରେ ଜଗତ୍‌ସିଂହପୁର ପୌର ପ୍ରଶାସନ ହାତ ଟେକି ଦେବା ସାଧାରଣରେ ଚିନ୍ତାର କାରଣ ପାଲଟିଛି।
ପରିଷଦରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୯ରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଏଲ୍‌ଇଡି ଲାଇଟ୍‌ ସ୍ଥାପନ ଓ ମରାମତି ଆଦି ଦାୟିତ୍ୱ କ୍ରମ୍ପଟନ୍‌ ଓ ଇଇଏସ୍‌ଏଲ୍‌ ଏଜେନ୍ସିକୁ ୭ ବର୍ଷ ପାଇଁ ଦିଆଯାଇଛି। ଅର୍ଥାତ୍‌ ସହରାଞ୍ଚଳରେ ଏଲ୍‌ଇଡି ଲାଇଟ୍‌ ସ୍ଥାପନଠାରୁ ଖରାପ ହେଲେ ମରାମତି ପର୍ଯ୍ୟନ୍ତ ସବୁ କାମ ଉପରୋକ୍ତ ୨ଟି ଏଜେନ୍ସି କରିବେ। ଜଗତ୍‌ସିଂହପୁରରେ ୩୫୬୪ଟି ଷ୍ଟ୍ରିଟ୍‌ ଲାଇଟ୍‌ ରହିଛି। ସେଥିମଧ୍ୟରୁ ୫୨୭ଟି ଏଲ୍‌ଇଡି ଲାଇଟ୍‌ ଗତବର୍ଷ ସେପ୍ଟେମ୍ବରରୁ ଖରାପ ହୋଇଯାଇଛି। କିନ୍ତୁ ପରିଷଦ ପକ୍ଷରୁ ଏହାର ପ୍ରତିକାର କରାଯାଉନାହିଁ। ୨ା୯ା୨୨ରେ ଜିଲାପାଳ ପାରୁଲ ପଟାୱାରି ଚିଠି ନଂ. ୪୪୭୨ରେ ଡିଏମ୍‌ଏ ତଥା ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ସଚିବଙ୍କୁ ୪୦ ସିସିଏମ୍‌ଏସ୍‌, ୧୦ କିଲୋମିଟର କେବୁଲ ସାଙ୍ଗକୁ ୫୨୭ଟି ଏଲ୍‌ଇଡି ଏବଂ ଅନୁରୂପ ସଂଖ୍ୟାରେ ଆର୍ମ ପାଇପ ଓ କ୍ଲାମ୍ପ ଆବଶ୍ୟକତା ଥିବା ଦର୍ଶାଇଥିଲେ। ଏଥିରେ ୭୦ ୱାଟ୍‌ର ୩୩୨, ୧୧୦ ୱାଟ୍‌ ୧୩୫ ଓ ୧୯୦ ୱାଟ୍‌ର ୬୦ଟି ବିଦ୍ୟୁତ୍‌ ବଲ୍‌ବ ଥିଲା। ୱାର୍ଡ ଅନୁଯାୟୀ ଏହି ଏଲ୍‌ଇଡି ତାଲିକା ଦିଆଯାଇଥିଲା। ପରିଷଦରେ ୨୧ଟି ୱାର୍ଡ ରହିଛି। ସେଥିମଧ୍ୟରେ ୱାର୍ଡ ନଂ. ୮ ପାଇଁ ୧୫, ୧୦ରେ ୪୧, ୧୧ରେ ୪, ୧୨ରେ ୧୪, ୧୪ରେ ୪୯, ୧୫ରେ ୮, ୧୬ରେ ୧୪, ୧ରେ ୧୫, ୨ରେ ୩୧, ୩ରେ ୩୯, ୪ରେ ୧୫, ୫ରେ ୫୨, ୬ରେ ୧୩, ୭ରେ ୧୬, ୮ରେ ୧୯, ୧୭ରେ ୨୨, ୧୮ରେ ୨୧, ୧୯ରେ ୨୬, ୨୦ରେ ୩୧, ୯ରେ ୧୫, ୧୩ରେ ୧୫ ଓ ୨୧ରେ ୨୫ଟି ଏଲ୍‌ଇଡି ଲାଇଟ୍‌ ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ ନୂଆ ଏଲ୍‌ଇଡି ଲାଗିପାରିଲା ନାହିଁ। ଏହା ଭିତରେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିଯୋଗୁ କେବଳ ଲୋକେ ନୁହନ୍ତି ପାରିଷଦମାନେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନିକଟରେ ଅର୍ଥାତ୍‌ ପରିଷଦର ୩ୟ ଅଧିବେଶନରେ ଏ ବିଷୟକୁ ଗମ୍ଭୀରତାର ସହ ନିଆଯାଇ ଆବଶ୍ୟକ ସଂଖ୍ୟକ ଏଲ୍‌ଇଡି ବଲ୍‌ କିଣାଯିବାକୁ ରିଜଲ୍ୟୁଶନ୍‌ ହୋଇଥିଲା। କିନ୍ତୁ ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ ପରିଷଦ ଟଙ୍କାରେ ଏହା କିଣାଯାଇ ପାରିବ ନାହିଁ ବୋଲି ଜିଦ୍‌ରେ ଅଟଳ ରହିଛନ୍ତି। ତାଙ୍କ ଯୁକ୍ତି ହେଲା ଯେହେତୁ ନଗର ଉନ୍ନୟନ ବିଭାଗ ୨ଟି ଏଜେନ୍ସିକୁ ସାରା ରାଜ୍ୟର ସହରଗୁଡ଼ିକରେ ଏଲ୍‌ଇଡି ସ୍ଥାପନ ଓ ମରାମତି ଆଦି ଦାୟିତ୍ୱ ଦେଇଛନ୍ତି, ତେଣୁ ପରିଷଦ ଏ ବାବଦରେ ଟଙ୍କାଟିଏ ବି ଖର୍ଚ୍ଚ କରିପାରିବ ନାହିଁ। ଏ ପରିସ୍ଥିତିରେ ସହରବାସୀ ଚିନ୍ତାରେ ପଡିଛନ୍ତି। ଆଗକୁ ସ୍ଥାୟୀ ଭାବେ ଅନ୍ଧାର ଥିବା କେତେକ ଅଞ୍ଚଳରେ ଏଲ୍‌ଇଡି ଲାଗିବା ପାଇଁ ଯୋଜନା ଅଛି। ଏହା ଉପରେ ସର୍ଭେ ହେଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। କିନ୍ତୁ ଜଳୁଥିବା ଏଲ୍‌ଇଡି ଫ୍ୟୁଜ ପରେ ଯେଉଁଠି ନୂଆ ଲାଗିପାରୁନି ସେ କ୍ଷେତ୍ରରେ ଏହା ଉପରେ ଆଗକୁ କି ନିଷ୍ପତ୍ତି ନିଆଯାଉଛି ତାହା ସମୟ କହିବ। ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ଲୋକେ ଟିକସ ଦେଉଛନ୍ତି। କିନ୍ତୁ ସେବା ଦେଲା ବେଳକୁ ପରିଷଦ ନିୟମକାନୁନ୍‌ ଦେଖାଉଛି। ତେଣୁ ଆଗକୁ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟପକ୍ଷେ ସହରରେ ୧୧୫ଟି ସିସିଏମ୍‌ଏସ୍‌ (ସେଣ୍ଟ୍ରାଲାଇଜ୍‌ଡ ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ୍‌) ଲଗାଯାଇଛି। ଏହା ଲଗାଯିବାର ଉଦ୍ଦେଶ୍ୟ ହେଉଛି ସକାଳ ୬ଟା ହେଲେ ଷ୍ଟ୍ରିଟ୍‌ ଲାଇଟ୍‌ ଆପେ ଆପେ ବନ୍ଦ ହୋଇଯିବ। କିନ୍ତୁ ସେଗୁଡିକ ଖରାପ ହୋଇ ଯିବାରୁ ପୁଣି ସମସ୍ୟା ଦେଖା ଦେଇଥିଲା। ପରେ ନୂଆ ୧୧୫ଟି ସିସିଏମ୍‌ଏସ୍‌ ଲଗାଯାଇଥିଲେ ସୁଦ୍ଧା ମଝିରେ ମଝିରେ କେତେକ ଖୁଣ୍ଟରେ ଏହା କାମ କରୁନି। ତେଣୁ ଦିନ ଭରି ଏଲ୍‌ଇଡି ଜଳୁଛି। ଏଭଳି ସମସ୍ୟା ମଝିରେ ମଝିରେ ହୁଏ ଏବଂ ତାର ପ୍ରତିକାର କରାଯାଇ ପାରୁଥିବା ପରିଷଦ ପକ୍ଷରୁ କୁହାଯାଇଛି। ଏହା ଉପରେ ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ କହିଛନ୍ତି, ପାରିଷଦ ଓ ଲୋକମାନଙ୍କ ଅସନ୍ତୋଷ ସତ୍ତ୍ବେ କୌଣସି ପ୍ରତିକାର ନିଆଯାଇ ପାରୁନାହିଁ। ରାଜ୍ୟ ସରକାରଙ୍କୁ ଜିଲାପାଳ ଅବଗତ କରି ମଧ୍ୟ ଏଜେନ୍ସି କାମ କରୁନାହିଁ। ପାରିଷଦମାନେ ପରିସ୍ଥିତିକୁ ଏଡ଼ାଇବା ପାଇଁ ଏଲ୍‌ଇଡି କିଣିବାକୁ ରିଜଲ୍ୟୁଶନ୍‌ ଆଣିବା ସତ୍ତ୍ବେ ନିର୍ବାହୀ ଅଧିକାରୀ ରାଜି ହେଉନାହାନ୍ତି। ତେଣୁ ଆଗକୁ କ’ଣ ହେବ ତାହା କହିହେବ ନାହିଁ ବୋଲି ଅସହାୟତା ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ସହରରେ ୨ଟି ପ୍ରକଳ୍ପ ଯଥା ଗ୍ରୀନଫିଲ୍ଡ (ଖୁଣ୍ଟ ସହ ଏଲ୍‌ଇଡି) ଓ ରେଟ୍ରୋଫିଟ୍‌ (ଖୁଣ୍ଟ ଅଛି ଏଲ୍‌ଇଡି ନାହିଁ) ଚାଲିଛି। ଏହି ୨ ପ୍ରକଳ୍ପ ଅନୁଯାୟୀ ଷ୍ଟ୍ରିଟ୍‌ ଲାଇଟ୍‌ ସେବା ମିଳିପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?