ଗ୍ରାମ୍ୟ ଜଙ୍ଗଲରୁ ମାଟି ଖୋଳାଯାଉଛି

ନାଉଗାଁ,୪।୪(ସ୍ବ.ପ୍ର.): ନାଉଗାଁ ବ୍ଲକରେ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ବିଭିନ୍ନ ଅଞ୍ଚଳକୁ ସଂଯୋଗୀକରଣ ରାସ୍ତାଗୁଡ଼ିକର ପୁନଃ ନିର୍ମାଣ ଓ ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି। ଏହିସବୁ ରାସ୍ତାପାର୍ଶ୍ୱ ହେଉ ବା ନୂତନ ଭାବେ ନିର୍ମିତ ରାସ୍ତା ପୋତିବା ପାଇଁ ମାଟି ଆବଶ୍ୟକ ହେଉଛି। ହେଲେ ଏଠାରେ ଗ୍ରାମ୍ୟ ଜଙ୍ଗଲରୁ ୬ ଫୁଟ୍‌ ଖୋଳି ମାଟି ଉଠାଯାଇଛି। ସରକାରୀ ନିୟମାନୁସାରେ ଯେଉଁ ବିଭାଗ ଦ୍ୱାରା ରାସ୍ତା ନିର୍ମାଣ କରାଯାଉଛି ଉକ୍ତ ବିଭାଗ ସ୍ଥାନୀୟ ତହସିଲ କାର୍ଯ୍ୟାଳୟକୁ ଆବଶ୍ୟକ ମାଟି ପାଇଁ ଚିଠି କରିବେ। ଉକ୍ତ ଚିଠି ଅନୁସାରେ ସ୍ଥାନୀୟ ତହସିଲଦାର କେଉଁ ସ୍ଥାନରୁ କେତେ ମାଟି ଉଠାଇବେ ଓ ଉକ୍ତ ମାଟି ପାଇଁ କେତେ ଟଙ୍କା ରୟାଲ୍‌ଟି ଦେବାକୁ ପଡ଼ିବ ସେ ବିଷୟରେ ଅବଗତ କରାଇବେ। ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାର ଉକ୍ତ ରୟାଲ୍‌ଟି ଜମା କରି ସେହି ସ୍ଥାନରୁ ମାଟି ଉଠାଇ ପାରିବେ। କିନ୍ତୁ ବ୍ଲକରେ ସରକାରୀ ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଛି। ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କୁ ହାତ କରି ବିନା ରୟାଲ୍‌ଟିରେ ଶହ ଶହ ଟ୍ରିପ ମାଟି ଉଠାଇବାକୁ ଠିକାଦାର ସକ୍ଷମ ହେଉଛନ୍ତି। ଉକ୍ତ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମାଟି ପାଇଁ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ତହସିଲଦାରଙ୍କୁ ଚିଠି କରାଯାଇଛି। ଉକ୍ତ ଚିଠି କେବଳ କାଗଜକଲମରେ ହୋଇଥିବା ବେଳେ ଠିକାଦାରମାନେ ମନଇଚ୍ଛା ଗ୍ରାମ୍ୟ ଜଙ୍ଗଲ, ଗୋଚର ଜମିକୁ ଖୋଳି ପୋଖରୀ କରିଥିବାର ଦେଖିବାକୁ ମିଳିଛି।
ନାଉଗଁା ପଞ୍ଚାୟତ ଗୋଠଦା-ଇଚ୍ଛାପୁର ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ କାର୍ଯ୍ୟ କରାଯାଉଛି। ଉକ୍ତ ରାସ୍ତା ପାଇଁ ଶହ ଶହ ଟ୍ରିପ ମାଟି ଦରକାର ଥିବା ବେଳେ ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଉକ୍ତ ରାସ୍ତା ପାର୍ଶ୍ୱରେ ଥିବା ଗ୍ରାମ୍ୟ ଜଙ୍ଗଲକୁ ଠିକାଦାର ମନଇଚ୍ଛା ଖୋଳି ମାଟି ଉଠାଇ ନେଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏ ବିଷୟରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଜାଣିନାହାନ୍ତି। ସରକାରଙ୍କ ନିୟମାନୁସାରେ ସରକାରୀ କିମ୍ବା ଗୋଚର ଜମିରୁ ମାତ୍ର ୩ ଇଞ୍ଚ ଗଭୀର ପର୍ଯ୍ୟନ୍ତ ଖୋଳା ଯାଇପାରିବ। କିନ୍ତୁ ଏଠାରେ ୬ ଫୁଟ୍‌ ପର୍ଯ୍ୟନ୍ତ ଖୋଳା ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ଖୋଳା ଜାରି ରହିଛି। ଏହି ସ୍ଥାନଟି ଗ୍ରାମ୍ୟ ଜଙ୍ଗଲ ଥିବା ବେଳେ ଗୋଠଦା, ଇଚ୍ଛାପୁର, ନରଣପୁର, ଅରିଓଦା ଆଦି ଗ୍ରାମଗୁଡ଼ିକର ଗୃହପାଳିତ ପଶୁ ଚରାବୁଲା କରିଥାନ୍ତି। ମାଟିଖୋଳା ଦ୍ୱାରା ଗୃହପାଳିତ ପଶୁ ବେଶ୍‌ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏ ସମ୍ପର୍କରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ବିଶ୍ୱଜିତ୍‌ ସ୍ବାଇଁଙ୍କୁ ପଚାରିବାରେ ମାଟିଖୋଳା ହେବା ବିଷୟରେ ଜାଣିନାହିଁ। ତଦନ୍ତ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ମାସେ ବ୍ୟାପୀ ଚାଲିବ ‘ସେବା ସଂକଳ୍ପ ଅଭିଯାନ’: ମୁଖ୍ୟ ଲକ୍ଷ୍ୟ ବିକଶିତ ଭାରତ

ଭଞ୍ଜନଗର,୩୧/୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ଭଞ୍ଜନଗର ଜିଲା କାର୍ଯ୍ୟାଳୟଠାରେ ‘ସେବା ସଂକଳ୍ପ ଅଭିଯାନ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ସାଙ୍ଗଠନିକ…

ଶେଷ ହେଲା ୩୨ ବର୍ଷର ଚାକିରି ଜୀବନ: ଅଧ୍ୟାପିକାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ରଙ୍କୁ ସୋମବାର କଲେଜ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri