ରୂପ ବଦଳୁଛି, ବ୍ୟବସ୍ଥା ସୁଧୁରୁନି

ପାରାଦୀପ,୧୬।୬(ଶରତ ରାଉତ): ରାଜ୍ୟର ଅନ୍ୟତମ ବୃହତ୍‌ ପାରାଦୀପ ମାଛଧରା ବନ୍ଦର ଏବେ ନବକଳେବର ହେବାକୁ ଯାଉଛି। ନୂତନ ଅକ୍ସନ ହଲ (ନିଲାମ କେନ୍ଦ୍ର), ମାର୍କେଟ କମ୍ପ୍ଲେକ୍ସ, ଶୀତଳ ଭଣ୍ଡାର, ପୋତାଶ୍ରୟ ଉନ୍ନତି ଓ ବର୍ଥ ନବୀକରଣ ଆଦି ନିର୍ମାଣ ଚାଲିଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ କଲ୍ୟାଣ ଯୋଜନାରେ ଏସବୁ ନୂତନ ପ୍ରକଳ୍ପ ହେଉଛି। କିନ୍ତୁ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ପାଇଁ ପ୍ରସ୍ତାବିତ ନୂତନ ବର୍ଥ ପ୍ରସଙ୍ଗ ଉପରେ କୌଣସି ଅଗ୍ରଗତି ହୋଇ ନ ଥିବା ଜଣାପଡ଼ିଛି। ଏନେଇ ଛୋଟ ଡଙ୍ଗା ମାଲିକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ, ପାରାଦୀପ ମାଛଧରା ବନ୍ଦର ୧୯୫୮ରେ ଆରମ୍ଭ ହୋଇଥିଲା। ପ୍ରଥମେ ନୂଆବଜାର ପୋର୍ଟ ୫ନଂ. ଗେଟ୍‌ ପାଖରେ ଏହା ଚାଲିଥିଲା। ପାରାଦୀପ ବନ୍ଦରରେ ପଣ୍ୟ କାରବାର ବୃଦ୍ଧି ପାଇବା ଯୋଗୁ ୧୯୯୮/୯୯ରେ ମାଛଧରାବନ୍ଦର ସ୍ଥାନାନ୍ତର ହୋଇଥିଲା। ସେକ୍ଟର ୨୧ ନେହେରୁ ବଙ୍ଗଳା ମହାନଦୀ ମୁହାଣ ପାଖରେ ରାଜ୍ୟ ସରକାରଙ୍କ ୪୮ ଏକର ଜାଗାରେ ଉକ୍ତ ମାଛଧରା ବନ୍ଦର କରାଯାଇଥିଲା। ୪ ଟି ପୋତାଶ୍ରୟ, ଅକ୍ସନ ହଲ ସମେତ ଅନେକ ପ୍ରକଳ୍ପ ସେତେବେଳେ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ କରାଯାଇଥିଲା। ସେତେବେଳେ ଏସବୁ ପ୍ରକଳ୍ପ ପାଇଁ ପ୍ରାୟ ୪୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ବିଭାଗ ପକ୍ଷରୁ ଏସବୁ ଅର୍ଥ ଦିଆଯାଇଥିଲା ବୋଲି ମତ୍ସ୍ୟବିଭାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ୨୦୧୧ ନଭେମ୍ବରରେ ଉକ୍ତ ମାଛଧରା ବନ୍ଦରକୁ ରାଜ୍ୟ ସରକାର ହାତକୁ ନେଇଥିଲେ। ଏହାକୁ ପରିଚାଳନା କରିବା ପାଇଁ ଏକ କମିଟି ଗଠନ କରାଯାଇଥିଲା। ଏଥିରେ ରାଜ୍ୟ ମତ୍ସ୍ୟବିଭାଗ ଅଧିକାରୀଙ୍କ ସହ ଜିଲାପାଳ, ପାରାଦୀପ ବନ୍ଦର ଅଧ୍ୟକ୍ଷ ପ୍ରମୁଖ ସଦସ୍ୟ ରହିଛନ୍ତି। ଉକ୍ତ ମାଛଧରା ବନ୍ଦରକୁ ଇତିବର୍ଷରେ ୨୫ ବର୍ଷ ହୋଇଗଲାଣି। ବାର୍ଷିକ ୨୫୦ ମେଟ୍ରିକ ଟନ ମାଛ ଉତ୍ପାଦନ କରୁଥିବା ଏହି ବନ୍ଦରରେ ଏପର୍ଯ୍ୟନ୍ତ ଶୀତଳ ଭଣ୍ଡାର ହୋଇନାହିଁ। ଯେଉଁ ବର୍ଥର ପୋତାଶ୍ରୟ, ଅକ୍ସନ ହଲ ଅଛି ସେଠାରେ ଛୋଟ ଡଙ୍ଗାରୁ ଉତ୍ପାଦିତ ମାଛ ବିକ୍ରି ପାଇଁ ସୁବିଧା ନାହିଁ। ଛୋଟ ଡଙ୍ଗା ମାଛ ଅଠରବାଙ୍କୀ ବାଲିପ୍ଲଟ ମାଛଗଦିରେ ବିକ୍ରି ହେଉଛି। ସେମାନଙ୍କ ପାଇଁ ଅଲଗା ଅକ୍ସନ ହଲ ଓ ବର୍ଥ ପାଇଁ ଦୀର୍ଘବର୍ଷ ହେଲା ଦାବି ହେଉଛି। ଏପରିକି ୨୦୧୬ରେ ତତ୍କାଳୀନ ମତ୍ସ୍ୟବିଭାଗ ସଚିବ ବିଶାଳ ଗଗନ ପାରାଦୀପ ଗସ୍ତବେଳେ ଅଲଗା ଜାଗା ଚିହ୍ନଟ ହୋଇଥିଲା। ତାହା ଏପର୍ଯ୍ୟନ୍ତ ସେମିତି ଶିଥିଳ ଅବସ୍ଥାରେ ଅଛି ବୋଲି ପାରମ୍ପରିକ ମତ୍ସ୍ୟଜୀବୀ ମୁଖିଆ ସୁବା ରାଓ କୁହନ୍ତି। ଏବେ ପ୍ରଧାନମନ୍ତ୍ରୀ ମତ୍ସ୍ୟ କଲ୍ୟାଣ ଯୋଜନାରେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଦିଲ୍ଲୀର ଏକ ଠିକା କମ୍ପାନୀ ନବୀକରଣ କାମ କରୁଛନ୍ତି ବୋଲି ମତ୍ସ୍ୟ ଅଧିକାରୀ ବିଜୟ କୁମାର କର କୁହନ୍ତି। ମତ୍ସ୍ୟଜୀବୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ଅଛୁ। ଏସବୁ ପ୍ରସଙ୍ଗ ସରକାରୀ ସ୍ତରରେ ବିଚାରାଧୀନ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?