ରୂପ ବଦଳୁଛି, ବ୍ୟବସ୍ଥା ସୁଧୁରୁନି

ପାରାଦୀପ,୧୬।୬(ଶରତ ରାଉତ): ରାଜ୍ୟର ଅନ୍ୟତମ ବୃହତ୍‌ ପାରାଦୀପ ମାଛଧରା ବନ୍ଦର ଏବେ ନବକଳେବର ହେବାକୁ ଯାଉଛି। ନୂତନ ଅକ୍ସନ ହଲ (ନିଲାମ କେନ୍ଦ୍ର), ମାର୍କେଟ କମ୍ପ୍ଲେକ୍ସ, ଶୀତଳ ଭଣ୍ଡାର, ପୋତାଶ୍ରୟ ଉନ୍ନତି ଓ ବର୍ଥ ନବୀକରଣ ଆଦି ନିର୍ମାଣ ଚାଲିଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ କଲ୍ୟାଣ ଯୋଜନାରେ ଏସବୁ ନୂତନ ପ୍ରକଳ୍ପ ହେଉଛି। କିନ୍ତୁ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ପାଇଁ ପ୍ରସ୍ତାବିତ ନୂତନ ବର୍ଥ ପ୍ରସଙ୍ଗ ଉପରେ କୌଣସି ଅଗ୍ରଗତି ହୋଇ ନ ଥିବା ଜଣାପଡ଼ିଛି। ଏନେଇ ଛୋଟ ଡଙ୍ଗା ମାଲିକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ, ପାରାଦୀପ ମାଛଧରା ବନ୍ଦର ୧୯୫୮ରେ ଆରମ୍ଭ ହୋଇଥିଲା। ପ୍ରଥମେ ନୂଆବଜାର ପୋର୍ଟ ୫ନଂ. ଗେଟ୍‌ ପାଖରେ ଏହା ଚାଲିଥିଲା। ପାରାଦୀପ ବନ୍ଦରରେ ପଣ୍ୟ କାରବାର ବୃଦ୍ଧି ପାଇବା ଯୋଗୁ ୧୯୯୮/୯୯ରେ ମାଛଧରାବନ୍ଦର ସ୍ଥାନାନ୍ତର ହୋଇଥିଲା। ସେକ୍ଟର ୨୧ ନେହେରୁ ବଙ୍ଗଳା ମହାନଦୀ ମୁହାଣ ପାଖରେ ରାଜ୍ୟ ସରକାରଙ୍କ ୪୮ ଏକର ଜାଗାରେ ଉକ୍ତ ମାଛଧରା ବନ୍ଦର କରାଯାଇଥିଲା। ୪ ଟି ପୋତାଶ୍ରୟ, ଅକ୍ସନ ହଲ ସମେତ ଅନେକ ପ୍ରକଳ୍ପ ସେତେବେଳେ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ କରାଯାଇଥିଲା। ସେତେବେଳେ ଏସବୁ ପ୍ରକଳ୍ପ ପାଇଁ ପ୍ରାୟ ୪୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ବିଭାଗ ପକ୍ଷରୁ ଏସବୁ ଅର୍ଥ ଦିଆଯାଇଥିଲା ବୋଲି ମତ୍ସ୍ୟବିଭାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ୨୦୧୧ ନଭେମ୍ବରରେ ଉକ୍ତ ମାଛଧରା ବନ୍ଦରକୁ ରାଜ୍ୟ ସରକାର ହାତକୁ ନେଇଥିଲେ। ଏହାକୁ ପରିଚାଳନା କରିବା ପାଇଁ ଏକ କମିଟି ଗଠନ କରାଯାଇଥିଲା। ଏଥିରେ ରାଜ୍ୟ ମତ୍ସ୍ୟବିଭାଗ ଅଧିକାରୀଙ୍କ ସହ ଜିଲାପାଳ, ପାରାଦୀପ ବନ୍ଦର ଅଧ୍ୟକ୍ଷ ପ୍ରମୁଖ ସଦସ୍ୟ ରହିଛନ୍ତି। ଉକ୍ତ ମାଛଧରା ବନ୍ଦରକୁ ଇତିବର୍ଷରେ ୨୫ ବର୍ଷ ହୋଇଗଲାଣି। ବାର୍ଷିକ ୨୫୦ ମେଟ୍ରିକ ଟନ ମାଛ ଉତ୍ପାଦନ କରୁଥିବା ଏହି ବନ୍ଦରରେ ଏପର୍ଯ୍ୟନ୍ତ ଶୀତଳ ଭଣ୍ଡାର ହୋଇନାହିଁ। ଯେଉଁ ବର୍ଥର ପୋତାଶ୍ରୟ, ଅକ୍ସନ ହଲ ଅଛି ସେଠାରେ ଛୋଟ ଡଙ୍ଗାରୁ ଉତ୍ପାଦିତ ମାଛ ବିକ୍ରି ପାଇଁ ସୁବିଧା ନାହିଁ। ଛୋଟ ଡଙ୍ଗା ମାଛ ଅଠରବାଙ୍କୀ ବାଲିପ୍ଲଟ ମାଛଗଦିରେ ବିକ୍ରି ହେଉଛି। ସେମାନଙ୍କ ପାଇଁ ଅଲଗା ଅକ୍ସନ ହଲ ଓ ବର୍ଥ ପାଇଁ ଦୀର୍ଘବର୍ଷ ହେଲା ଦାବି ହେଉଛି। ଏପରିକି ୨୦୧୬ରେ ତତ୍କାଳୀନ ମତ୍ସ୍ୟବିଭାଗ ସଚିବ ବିଶାଳ ଗଗନ ପାରାଦୀପ ଗସ୍ତବେଳେ ଅଲଗା ଜାଗା ଚିହ୍ନଟ ହୋଇଥିଲା। ତାହା ଏପର୍ଯ୍ୟନ୍ତ ସେମିତି ଶିଥିଳ ଅବସ୍ଥାରେ ଅଛି ବୋଲି ପାରମ୍ପରିକ ମତ୍ସ୍ୟଜୀବୀ ମୁଖିଆ ସୁବା ରାଓ କୁହନ୍ତି। ଏବେ ପ୍ରଧାନମନ୍ତ୍ରୀ ମତ୍ସ୍ୟ କଲ୍ୟାଣ ଯୋଜନାରେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଦିଲ୍ଲୀର ଏକ ଠିକା କମ୍ପାନୀ ନବୀକରଣ କାମ କରୁଛନ୍ତି ବୋଲି ମତ୍ସ୍ୟ ଅଧିକାରୀ ବିଜୟ କୁମାର କର କୁହନ୍ତି। ମତ୍ସ୍ୟଜୀବୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ଅଛୁ। ଏସବୁ ପ୍ରସଙ୍ଗ ସରକାରୀ ସ୍ତରରେ ବିଚାରାଧୀନ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ନିଷ୍ପତ୍ତି: ଲିଟର ପିଛା ୩ ଟଙ୍କା ବଢ଼ିଲା କ୍ଷୀର ଦାମ୍‌

ନୂଆଦିଲ୍ଲୀ,୩୧।୮: ତାମିଲନାଡୁ ସରକାର ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ଆଶ୍ୱସ୍ତି ଦେଇ ଆଭିନ ପାଇଁ କ୍ଷୀର କ୍ରୟ ମୂଲ୍ୟ ପୁଣିଥରେ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଦିବ୍ୟାଙ୍ଗ ନାବାଳିକା ଅପହରଣ: ଯୁବକ ଗିରଫ, ବଳାତ୍କାର ମାମଲାରେ…

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷୀୟା ଦିବ୍ୟାଙ୍ଗ ନାବାଳିକାଙ୍କୁ ଅପହରଣ ଘଟଣାରେ ଛତ୍ରପୁର ପୋଲିସ ଜଣେ ଯୁବକଙ୍କୁ…

୪୦ ବର୍ଷ ବୟସରେ ମା’ ହେବେ ଏହି ଅଭିନେତ୍ରୀ: ପ୍ରଶଂସକଙ୍କୁ ଦେଲେ ଗୁଡ୍‌ନ୍ୟୁଜ୍‌

ଟିଭି ତଥା ଚଳଚ୍ଚିତ୍ର ଅଭିନେତ୍ରୀ କାଶ୍ମୀରା ଇରାନୀ ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ୪୦ ବର୍ଷ ବୟସରେ ପ୍ରଶଂସକଙ୍କ ଏହି ଖୁସି ଖବର ଶେୟାର କରିଛନ୍ତି କାଶ୍ମୀରା।…

Read more

କଟକ,୩୧।୮(ପ୍ରଭୁକଲ୍ୟାଣ ପାଲ୍): ଉଦ୍ଧାର ହେଲେ ୭ ବର୍ଷୀୟା ନାବାଳିକା । ଗତ ଦୁଇ ଦିନ ପୂର୍ବରୁ କଟକ ଶିଖରପୁର ନିକଟସ୍ଥ ରେଳ ଷ୍ଟେଶନ ନିକଟରୁ ଅପହରଣ ହୋଇଥିଲେ…

ସେପ୍ଟେମ୍ବର ଆରମ୍ଭରୁ ଏହି ୩ ରାଶିଙ୍କ ଉପରେ ବିପଦ! ଶନି-ଶୁକ୍ରଙ୍କ ଷଡ଼ାଷ୍ଟକ ଯୋଗ କରିବ ସର୍ବନାଶ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୨ ସେପ୍ଟେମ୍ବରରେ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ କରିବେ। ଶୁକ୍ର କନ୍ୟା ରାଶିରୁ ବାହାରି ତୁଳା ରାଶିରେ ଗୋଚର କରିବେ। ଅନ୍ୟପଟେ…

ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଥିଲେ ବୈଭବ, ହେଲେ…

ନୂଆଦିଲ୍ଲୀ,୩୧।୮: ଦୁଲୀପ ଟ୍ରଫି ସେମିଫାଇନାଲରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ପୁଣିଥରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଇଷ୍ଟ ଜୋନ ପକ୍ଷରୁ ସେଣ୍ଟ୍ରାଲ ଜୋନ ବିପକ୍ଷରେ…

ସରକାରୀ ବସ୍‌ରେ ଖୋଲାମେଲାରେ ଯାତାୟାତ କରୁଛନ୍ତି ଯାତ୍ରୀ: ଅଭିଯୋଗ ଆଣିଲେ ଯୁବ ସମାଜସେବୀ

ଦାରିଙ୍ଗବାଡି, ୩୧।୮(ଅରୁଣ ସାହୁ):ଗଞ୍ଜାମର ବ୍ରହ୍ମପୁରରୁ କନ୍ଧମାଳ ଜିଲା ବାଲିଗୁଡାକୁ ଦାରିଙ୍ଗବାଡି ଦେଇ ସରକାରୀ ବସ ଚଳାଚଳ କରୁଛି। ଏହି ଯାତ୍ରୀବାହୀ ବସର ଡୋର ଗ୍ଲାସଟି ଭାଙ୍ଗି ଯାଇଥିବାରୁ…

ଧୋନୀ ମାଗୁଛନ୍ତି ୨୫% ଅଂଶଧନ! ଏମିତି ଜବାବ ଦେଲା CSK

ନୂଆଦିଲ୍ଲୀ,୩୧।୮: ଏମଏସ ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଥିବା ସମ୍ପର୍କକୁ ଆଇପିଏଲର ସବୁଠାରୁ ସ୍ବତନ୍ତ୍ର ସମ୍ପର୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଧୋନୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri