ମହିଳା କର୍ମଚାରୀଙ୍କୁ ମିଳିବ କ୍ରେଚ୍‌ ସୁବିଧା

ଜଗତ୍‌ସିଂହପୁର, ୧୮ା୬(ପ୍ରମୋଦ କୁମାର ନାୟକ) ଜଗତ୍‌ସିଂହପୁର ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ଖୁବ୍‌ଶୀଘ୍ର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କ୍ରେଚ୍‌ (ଦିନବେଳା ଶିଶୁମାନଙ୍କ ଦେଖାଶୁଣା ପାଇଁ ଗୃହ) ସୁବିଧା ହେବାକୁ ଯାଉଛି। ଛୋଟ ପିଲାଙ୍କୁ ଘରେ ଛାଡି ମହିଳା କର୍ମଚାରୀମାନେ କର୍ମକ୍ଷେତ୍ରରେ ଯେଉଁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ ଏଣିତି ଆଉ ସେଭଳି ହେବନାହିଁ । ମା’ମାନେ ସେମାନଙ୍କ ପିଲାଙ୍କୁ (୬ ମାସରୁ ୬ ବର୍ଷର) ସରକାରୀ କାର୍ଯ୍ୟ ଦିବସରେ ସକାଳ ୯ରୁ ରାତି ୭ଟା ପର୍ଯ୍ୟନ୍ତ ଏହି କ୍ରେଚ୍‌ରେ ସୁରକ୍ଷିତ ଭାବେ ଛାଡି ନିଧଡକରେ କାମ କରିପାରିବେ। ଏହି ଖବର ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ସରକାରୀ ମହିଳା କର୍ମଚାରୀଙ୍କୁ ଆଶ୍ୱସ୍ତ କରିବ ବୋଲି ଜିଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କ୍ରେଚ୍‌ଟି ଜିଲାପାଳଙ୍କ କାର୍ଯ୍ୟାଳୟ ବିଲ୍ଡିଂର ପ୍ରଥମ ମହଲାରେ କରାଯିବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ରାଜ୍ୟ ସରକାର ଲୋକସେବା ଭବନରେ ମହିଳା କର୍ମଚାରୀଙ୍କ ସୁବିଧା ପାଇଁ ପ୍ରଥମ କରି କ୍ରେଚ୍‌ ସୁବିଧା କରିଛନ୍ତି। ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ବିଜ୍ଞପ୍ତି ଅନୁଯାୟୀ ଯେଉଁମାନଙ୍କ ବୟସ ୬ ମାସରୁ ୬ ବର୍ଷ ହୋଇଥିବ ସେମାନଙ୍କୁ ଏହି କ୍ରେଚ୍‌ରେ ରହିବାକୁ ସୁବିଧା ମିଳିବ। ବିଶେଷକରି ୬ ମାସରୁ ୩ ବର୍ଷର ପିଲାଙ୍କୁ ପ୍ରାଥମିକତା ଦିଆଯିବ। ଅଭିଭାବକମାନେ ନାମ ପଞ୍ଜୀକରଣ ପାଇଁ ୨୦୦୦ ଟଙ୍କା ଦେବେ। ତା’ପରେ ପ୍ରତି ମାସରେ ୧୫୦୦ ଟଙ୍କା ହିସାବରେ ଦେୟ ପୈଠ କରିବାକୁ ହେବ। ସରକାରୀ ନିଷ୍ପତ୍ତି ଅନୁଯାୟୀ ଏଠାରେ ଶିଶୁଙ୍କ ଲାଳନପାଳନ, ଯତ୍ନ ସାଙ୍ଗକୁ ସ୍ବାସ୍ଥ୍ୟରକ୍ଷା ଉପରେ ଗୁରୁତ୍ୱ ଦିଆଯିବ। ପିଲାଙ୍କ ମାନସିକ ଉନ୍ନତି ପାଇଁ ବୟସ ଅନୁଯାୟୀ କାର୍ଯ୍ୟକ୍ରମ କରାଯିବ। ଉତ୍ତମ ପରିବେଶ ଯୋଗାଇ ଦିଆଯିବ। ଏ ନେଇ ଉତ୍ତମ ତାଲିମପ୍ରାପ୍ତ କ୍ରେଚ୍‌ ସହାୟିକା ନିଯୁକ୍ତି ପାଇବେ । ଯେଉଁମାନେ ଶିଶୁମାନଙ୍କୁ ଏକତ୍ର ଭାବ ପରିବେଶ ଯୋଗାଇବା ସଙ୍ଗେ ସଙ୍ଗେ ସହାନୁଭୂତିଶୀଳ ହୋଇଥିବେ । ତେବେ କ୍ରେଚ୍‌ ଶୀତତାପ ନିୟନ୍ତ୍ରିତ ରହିବ । ଏହାର ପରିସରରେ ଖାଇବା, ପିଇବା, ଶୋଇବା ଓ ଖେଳିବା ପାଇଁ ଅନେକ ସୁବିଧା ସୁଯୋଗ ରହିବ । ମା’ମାନେ ମଧ୍ୟ ଯେ କୌଣସି ସମୟରେ କ୍ରେଚ୍‌ରେ ପହଞ୍ଚତ୍ ପିଲାଙ୍କୁ ଦେଖିବା ସାଙ୍ଗକୁ ସ୍ତନ୍ୟପାନ କରାଇପାରିବେ । ଏହି ଆଧାରରେ ଜଗତ୍‌ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ବିଲ୍ଡିଂରେ ପ୍ରାଥମିକ ପର୍ଯ୍ୟାୟରେ ୧୦ ଜଣ ଶିଶୁ ରହିବା ଭଳି କ୍ରେଚ୍‌ କରାଯିବ । ଏ ସମ୍ପର୍କରେ ଜିଲା ସମାଜ ମଙ୍ଗଳ ଅଧିକାରୀ ମିନତୀ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି କ୍ରେଚ୍‌ରେ ଜଣେ ସହାୟିକା ଓ ଜଣେ ସୁପରଭାଇଜର ରହିବେ । ଏହାବାଦ୍‌ ଅନ୍ୟ ସରକାରୀ କର୍ମଚାରୀ ମଝିରେ ଆସି ଅନୁଧ୍ୟାନ କରିବେ । ଏବେ କ୍ରେଚ୍‌ କୋଠରି କାମ ଆରମ୍ଭ ହେବାକୁ ଯାଉଛି । ଏଥିରେ ଖାଇବା ଓ ରୋଷେଇ କୋଠରି ମଧ୍ୟ ରହିବ । ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ସମସ୍ତ ସରକାରୀ ମହିଳା କର୍ମଚାରୀଙ୍କ ପିଲାମାନେ ଏହି କ୍ରେଚ୍‌ର ସୁବିଧା ହାତେଇ ପାରିବେ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ମାନବାଧିକାର କର୍ମୀ ବିଜୟ କୁମାର ପଣ୍ଡା, ଗୋଲେଖ ପ୍ରସାଦ ନାୟକ, ଶୁଭାଶିଷ ପଣ୍ଡା, ପ୍ରକାଶ ଚନ୍ଦ୍ର ଦାସ ଓ ବିଶ୍ୱପ୍ରିୟ କାନୁନ୍‌ଗୋ ସରକାରୀ ମହିଳା କର୍ମଚାରୀଙ୍କ ପାଇଁ କ୍ରେଚ୍‌ କରାଯିବା ଉପରେ ୨୦୧୯ରେ ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେମାନେ ପିଟିଶନ୍‌ରେ ଦର୍ଶାଇଥିଲେ ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ପ୍ରତି ଏହି ସୁବିଧା ଉପଲବ୍ଧ ହେଉନାହିଁ । ତେଣୁ କମିଶନ ସରକାରଙ୍କୁ ମହିଳା କର୍ମଚାରୀଙ୍କ ଶିଶୁମାନଙ୍କ ପାଇଁ ରାଜ୍ୟ ସଚିବାଳୟ ବିଲ୍ଡିଂ, ହେଡ୍ସ ଅଫ ଡିପାର୍ଟମେଣ୍ଟ ବିଲଡିଂ, ତୋଷାଳି ଭବନ ସମେତ ଅନ୍ୟ କାର୍ଯ୍ୟାଳୟରେ ଉପରୋକ୍ତ ସୁବିଧା ଯୋଗାଇବା ପାଇଁ ପଦକ୍ଷେପ ନିଅନ୍ତୁ । ଏହା ଉପରେ ଓଏଚ୍‌ଆର୍‌ସି ୨୦୨୨ ମାର୍ଚ୍ଚରେ ରାଜ୍ୟ ସରକାରଙ୍କୁ ମହିଳା କର୍ମଚାରୀଙ୍କ ଶିଶୁଙ୍କ ପାଇଁ କ୍ରେଚ୍‌ ସୁବିଧା କରାଇବାକୁ ନେଇ ପ୍ରଶ୍ନ କରିଥିଲେ। ଏହି ସୁବିଧା ୫୦ରୁ ଅଧିକ ମହିଳା କାମ କରୁଥିବା କାର୍ଯ୍ୟାଳୟ ପାଇଁ ପ୍ରଯୁଜ୍ୟ । ଓଏଚ୍‌ଆର୍‌ସି ପକ୍ଷରୁ ଜଷ୍ଟିସ୍‌ ବିଜୟକ୍ରିଷ୍ଣ ପଟେଲ, ସଭ୍ୟ ଜଷ୍ଟିସ୍‌ ରଘୁବୀର ଦାସ ଏବଂ ଅସିମ ଅମିତାଭ ଦାସଙ୍କ ନେତୃତ୍ୱରେ ବସିଥିବା ପୂର୍ଣ୍ଣ ବେଞ୍ଚ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଶିଶୁ ଉନ୍ନୟନ ବିଭାଗ ସଚିବକୁ ୬ ମାସ ଭିତରେ କ୍ରେଚ୍‌ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?