ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଟଙ୍କା ହଡ଼ପ ଅଭିଯୋଗ

ବାଲିକୁଦା,୨୪ା୬ (ତାପସ ସ୍ବାଇଁ): ବାଲିକୁଦା ବ୍ଲକର ବୋରିକିନା ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଲକ୍ଷାଧିକ ଟଙ୍କା ଦୁର୍ନୀତି ହୋଇଥିବା ନେଇ ପୂର୍ବତନ ସରପଞ୍ଚ ସାଧୁଚରଣ ସାହୁ କିଛିଦିନ ପୂର୍ବେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଛନ୍ତି ା ତାଙ୍କ ଅଭିଯୋଗ ଅନୁଯାୟୀ, ବୋରିକନା ପଞ୍ଚାୟତରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ବିଭିନ୍ନ ପ୍ରକଳ୍ପ କାମ ଚାଳିଛି। ମାତ୍ର ଏହା ଜବ୍‌କାର୍ଡଧାରୀଙ୍କ ଦ୍ୱାରା କରା ନ ଯାଇ ମେଶିନ ଓ ଟ୍ରାକ୍ଟର ସାହାଯ୍ୟରେ କରାଯାଇଛି ା ପଞ୍ଚାୟତର କିଛି ଅସାଧୁ ବ୍ୟକ୍ତି ସରକାରୀ କର୍ମଚାରୀଙ୍କୁ ହାତକରି ଏହି ଟଙ୍କାକୁ ହଡ଼ପ କରି ନେଉଛନ୍ତି।
ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାମ କରିବାକୁ ହେଲେ ପ୍ରଥମେ ଜବକାର୍ଡଧାରୀ ସି୧, ସି୨ ଫର୍ମରେ କାମ ପାଇଁ ପଞ୍ଚାୟତରେ ଆବେଦନ କରିବେ। ଆବେଦନ କରିବାର ୮ ଦିନ ଭିତରେ ଆବେଦନ କରିଥିବା ଜବ୍‌କାର୍ଡଧାରୀଙ୍କୁ ପଞ୍ଚାୟତର ଯେକୌଣସି ପ୍ରକଳ୍ପ ହେବାକୁ ଥିବା କାମରେ ଲଗାଯିବ ା ଏହି କାମରେ ପ୍ରତ୍ୟେକ ଦିନର ମଷ୍ଟର ରୋଲରେ ଜବ୍‌କାର୍ଡଧାରୀଙ୍କ ନାମ ଓ ଦସ୍ତଖତ ରହିବ। ଏହା ପରେ ଜବ୍‌କାର୍ଡଧାରୀଙ୍କ ଆକାଉଣ୍ଟକୁ ଟଙ୍କାଯିବ ା ଏଥିରେ ପୁଣି ସ୍କିଲ୍ଡ ଓ ଅନସ୍କିଲ୍ଡ ଶ୍ରମିକଙ୍କ ଦୈନିକ ହାଜିରା ଅଲଗା ରହିଛି ା କିନ୍ତୁ ବୋରିକିନା ପଞ୍ଚାୟତରେ ଏସବୁରେ ବ୍ୟତିକ୍ରମ ଦେଖାଦେଇଛି। ଜବ୍‌କାର୍ଡଧାରୀଙ୍କ ଅଜାଣତରେ ସେମାନଙ୍କ ନାମରେ ଆବେଦନ କରାଯାଇ ଟଙ୍କା ସେମାନଙ୍କ ଆକାଉଣ୍ଟକୁ ପଠାଯାଇଛି। ପରବର୍ତ୍ତୀ ସମୟରେ କେତେଜଣ ବ୍ୟକ୍ତିଙ୍କ ସହଯୋଗରେ ସମ୍ପୃକ୍ତ ଜବକାର୍ଡଧାରୀଙ୍କଠାରୁ ଉକ୍ତ ଟଙ୍କା ଆକାଉଣ୍ଟରୁ ଉଠାଇ ନିଆଯାଉଛି। ଏପରିକି ପଞ୍ଚାୟତର କେତୋଟି ପୋଖରୀ ଖୋଳା ନ ଯାଇ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଛି। ଏହି ପଞ୍ଚାୟତର ଓଳାସ ଗ୍ରାମର ଏକ ପୋଖରୀ ଖୋଳାରେ ମେଶିନ ଟ୍ରାକ୍ଟର ବ୍ୟବହାର କରାଯାଇଥିଲେ ସୁଧା ଜବକାର୍ଡଧାରୀଙ୍କ ଆକାଉଣ୍ଟକୁ ୮ଲକ୍ଷରୁ ଊର୍ଦ୍ଧ ଟଙ୍କା ପେମେଣ୍ଟ ହୋଇଛି ା ସେହିପରି ପଞ୍ଚାୟତର ଅନ୍ୟ କେତୋଟି ପ୍ରକଳ୍ପର କାମ ନ ହୋଇ ମଧ୍ୟ ପେମେଣ୍ଟ କରାଯାଇଛି ବୋଲି ସାହୁ ଅଭିଯୋଗରେ ଦର୍ଶାଇଛନ୍ତି।
ଏ ସମ୍ପର୍କରେ ବିଡିଓ ଜିତେନ୍ଦ୍ର ନାୟକଙ୍କୁ ମୋବାଇଲ ଫୋନ ନମ୍ବର ଯୋଗେ ଯୋଗାଯୋଗ କରାଯାଇଥିଲେ ସୁଧା ସେ ଉଠାଇ ନ ଥିଲେ ା ଏ ସମ୍ପର୍କରେ ବୋରିକିନା ପଞ୍ଚାୟତର ଜିଆରଏସ ଉଲ୍ଲାସଙ୍କୁ ଦାସଙ୍କୁ ପଚାରିବାରୁ ମୁଁ ଆଠ ଦିନ ହେବ ଉକ୍ତ ପଞ୍ଚାୟତକୁ ଆସିଛି ା ତେଣୁ ଏ ଘଟଣା ବିଷୟରେ ମୁଁ କିଛି କହି ପାରିବିନି ବୋଲି କହିଥିଲେ ା ପୂର୍ବରୁ ଥିବା ଜିଆରଏସ୍‌ ବିଭୁତି ପ୍ରଧାନଙ୍କୁ ଯୋଗାଯୋଗ କରିବାରେ ସରକାରଙ୍କ ଗାଇଡ୍‌ ଲାଇନ୍‌ ଅନୁଯାୟୀ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ ହୋଇଛି। ଏଥିରେ କୌଣସି ଦୁର୍ନୀତି ହୋଇନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri