ଅର୍ଦ୍ଧଭଗ୍ନ ଅବସ୍ଥାରେ ରାଜ୍ୟର ପ୍ରଥମ ଡପ୍‌ଲର ରାଡାର କେନ୍ଦ୍ର

ପାରାଦୀପ,୨୬।୬(ଶରତ ରାଉତ): ଓଡ଼ିଶାର ପ୍ରଥମ ଡପ୍‌ଲର ରାଡାର ଘର ଏବେ ଅର୍ଦ୍ଧଭଗ୍ନ ଅବସ୍ଥାରେ ରହିଛି। ପ୍ରାୟ ୨୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚରେ ନିର୍ମାଣ ହୋଇଥିବା ୩୯ ମିଟର ଉଚ୍ଚତା ବିଶିଷ୍ଟ ଏହି ୭ ମହଲା ଘର ଏବେ ମଳିନ ଦେଖାଯାଉଛି। ଘରର ଚତୁଃପାଶର୍‌ବରେ ଘାସ ଓ ଅନାବନା ଗଛ ଉଠିଯାଇଛି। ପାଦଚଲା ରାସ୍ତାରେ ଗଛ ଉଠିଥିବାବେଳେ ପାର୍କିଂ ଶେଡ୍‌ରେ ଥିବା ଆଜ୍‌ବେଷ୍ଟସ୍‌ ଭାଙ୍ଗିଯାଇଛି। ଷ୍ଟିଲ୍‌ ବାଡ଼ରେ କଳଙ୍କି ଲାଗିଯାଇଛି। ଘରର କାଚ ସୌନ୍ଦର୍ଯ୍ୟକରଣ ଜାଗା ଭାଙ୍ଗିଯାଇଛି। କାନ୍ଥରେ ଖୋଦେଇ ହୋଇଥିବା ଫାଇବର ଉଠିଯାଇଛି। ଏପରି କି ଅନେକ ନିର୍ମାଣ କାମ ଭଙ୍ଗାରୁଜା ଅବସ୍ଥାରେ ରହିଛି। ସେହି ଘର ଉପରେ ରହିଛି ଚାଇନା ନିର୍ମିତ ରାଡାର। ଏହା ଦୂରରୁ ଫୁଟବଲ ସଦୃଶ ଦେଖାଯାଏ। ଏହି ରାଡାର ଜରିଆରେ ସମଗ୍ର ଦେଶକୁ ବାତ୍ୟା, ଝଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ପ୍ରାକ୍‌ ସୂଚନା ମିଳିପାରୁଛି।
ସୂଚନାଯୋଗ୍ୟ, ୧୯୯୯ ମହାବାତ୍ୟାରେ ଉପକୂଳ ଓଡ଼ିଶାର ଜଗତ୍‌ସିଂହପୁର ଓ କେନ୍ଦ୍ରାପଡା ଜିଲାର ପ୍ରଭୂତ କ୍ଷୟକ୍ଷତି ହୋଇଥିଲା। ସେତେବେଳେ ଏପରି ବାତ୍ୟା ସମ୍ପର୍କରେ ସତର୍କ କଲାଭଳି ସୂଚନା ଦେଶରେ ନ ଥିଲା। ମହାବାତ୍ୟାର ଭୟାବହତା ସମ୍ପର୍କରେ ଆଗୁଆ ସୂଚନା ପାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ଭୂପୃଷ୍ଠ ଓ ବିଜ୍ଞାନ ବିଭାଗ ପକ୍ଷରୁ ଦେଶରେ ୫ଟି ଡପ୍‌ଲର ରାଡାର ସ୍ଥାପନ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଘୋଷଣା କରିଥିଲେ। ଉକ୍ତ ରାଡାର ମଧ୍ୟରୁ ପ୍ରଥମ ରାଡାର ଓଡ଼ିଶାର ଜଗତ୍‌ସିଂହପୁର ଜିଲା ପାରାଦୀପର ବତୀଘର ପାଖରେ ହେବ ବୋଲି ସ୍ଥିର ହୋଇଥିଲା। ଏହି କ୍ରମରେ ବତୀଘର ପାଖରେ ଡପ୍‌ଲର ରାଡାର ପାଇଁ ଘର ନିର୍ମାଣ ହୋଇଥିଲା। ତେବେ ସରକାର ବଦଳି ଯିବା ପରେ ଉକ୍ତ ନିର୍ମାଣ କାର୍ଯ୍ୟ ୨୦୦୭ ପର୍ଯ୍ୟନ୍ତ ବିଳମ୍ବ ହୋଇଥିଲା। ପ୍ରଥମେ କୁହାଯାଇଥିଲା, ଭେଲ(ଭାରତ ହେଭି ଇଲେଟ୍ରୋନିକ୍ସ ଲିମିଟେଡ) ଉକ୍ତ ରାଡାର ସ୍ଥାପନ କରିବ। ୨୦୦୯ରେ ସରକାର ପୁଣି ନିଷ୍ପତ୍ତି ବଦଳାଇ ଚାଇନା ନିର୍ମିତ ରାଡାର ଲଗାଇବା ପାଇଁ ସ୍ଥିର କଲେ। ୨୦୧୦ରେ ଚାଇନା ରାଡାର ପାରାଦୀପରେ ପହଞ୍ଚତ୍ଥିଲା। ସେତେବେଳେ ବାଲେଶ୍ୱର ଡିଆରଡିଓ ପକ୍ଷରୁ ଚାଇନା ରାଡାର ପାଇଁ ବାରଣ କରାଯିବାରୁ ତାହା ୫ ବର୍ଷ ସେମିତି ଅଟକି ରହିଥିଲା। ୨୦୧୪ରେ ସରକାର ବଦଳିବା ପରେ ପୁଣି ସେହି ରାଡାର ସ୍ଥାପନ ପାଇଁ ସ୍ବୀକୃତି ମିଳିଥିଲା। ଭେଲ କମ୍ପାନୀ ପକ୍ଷରୁ ଉକ୍ତ ଚାଇନା ରାଡାରର କିଛି ସିଗ୍‌ନାଲ ବନ୍ଦ କରାଯିବାପରେ ତାହାକୁ ସ୍ଥାପନ କରାଯାଇଥିଲା। ୨୦୧୫ ନଭେମ୍ବର ୨୧ରେ ଏହା ଲୋକାର୍ପଣ ହୋଇଥିଲା। ଏହି ରାଡାର ଲାଗିବା ପୂର୍ବରୁ ଅର୍ଥାତ୍‌ ୧୯୭୦ରୁ ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳର ସିଗ୍‌ନାଲ ପଏଣ୍ଟରେ ଭାରତ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଛୋଟ ରାଡାର ଲଗାଯାଇଥିଲା। ସେତେବେଳେ ଉକ୍ତ ରାଡାରରୁ ମିଳୁଥିବା ସିଗ୍‌ନାଲ ଜରିଆରେ କେବଳ ବର୍ଷା, ପବନର ଗତି, ତାପମାତ୍ରା ଆଦି ସମ୍ପର୍କରେ ସୂଚନା ମିଳିପାରୁଥିଲା। ତାହା ସରକାରୀ ଭାବେ ୨୦୧୨ରୁ ବନ୍ଦ ହୋଇଯାଇଛି। ନୂଆ ଡପ୍‌ଲର ରାଡାର ନିର୍ମାଣ କାର୍ଯ୍ୟ କେନ୍ଦ୍ର ସରକାରଙ୍କ ସିପିଡବ୍ଲ୍ୟୁ (ସେଣ୍ଟ୍ରାଲ ପ୍ରୋଜେକ୍ଟ ୱାର୍କ)ସଂସ୍ଥା କରିଥିଲେ। ଉକ୍ତ ଘରର ନିର୍ମାଣଶୈଳୀ, ଆଧୁନିକ କାରୁକାର୍ଯ୍ୟ ଓ ଉଚ୍ଚତା ଯୋଗୁ ସେଠାରେ ଅନେକ ଆଲବମ୍‌ ଏବଂ ଓଡ଼ିଆ ସିନେମା ଶୁଟିଂ ହେଉଥିଲା। ଏବେ ଉକ୍ତ ଘରର ସୌନ୍ଦର୍ଯ୍ୟକରଣ କମିବା ପରେ ସେଭଳି ଶୁଟିଂ ହେଉନାହିଁ। ଅନେକ ସମୟରେ ସ୍କୁଲ ଛାତ୍ରୀଛାତ୍ର, ପର୍ଯ୍ୟଟକମାନେ ରାଡାର ଦେଖିବା ପାଇଁ ଯାଉଥିଲେ। କୋଭିଡ ସମୟ (୨୦୨୦, ମାର୍ଚ୍ଚ)ପରଠାରୁ ତାହା ମଧ୍ୟ ବନ୍ଦ ରହିଛି। ଏବେ ରାଡାର ସୂଚନା ସବୁବେଳେ ଭୁବନେଶ୍ୱରରେ ଦିଆଯାଉଛି। ଡପ୍‌ଲର ରାଡାରର ବିଶେଷତ୍ୱ ହେଉଛି ଏହା ବାତ୍ୟା, ଝଡ଼ ସମ୍ପର୍କରେ ୫ ଦିନ ପୂର୍ବରୁ ସୂଚନା ଦିଏ। ସମୁଦ୍ରର ୫୦୦ କିମି ପର୍ଯ୍ୟନ୍ତ ଏହା ଅନୁଧ୍ୟାନ କରିଥାଏ ବୋଲି ରାଡାର ଅଫିସର ଇନଚାର୍ଜ ଧାନିଶ କେ. କୁହନ୍ତି। ଘର ମରାମତି ନ ହେବା ପ୍ରସଙ୍ଗରେ ସେ କୁହନ୍ତି, ଏ ସମ୍ପର୍କରେ ୨ ବର୍ଷ ହେବ ବିଭାଗୀୟ ଅଧିକାରୀ ଓ ସିପିଡବ୍ଲ୍ୟୁକୁ ଲିଖିତ ଭାବେ ଜଣାଯାଇଛି। ଚଳିତ ବର୍ଷ ମରାମତି କାର୍ଯ୍ୟ ହୋଇପାରେ ବୋଲି ସେ କହିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri