୫- ଟି ସଚିବଙ୍କ ଗସ୍ତ ପୂର୍ବରୁ ରାସ୍ତାରେ ଚାଲିଛି ତାଳିପକା

କୁଜଙ୍ଗ,୨୫।୬(ମନୋଜ ପ୍ରଧାନ)କୁଜଙ୍ଗର ଜୀବନ ରେଖା କୁହାଯାଉଥିବା ୬ କି.ମି. ବିଶିଷ୍ଟ କୁଜଙ୍ଗ-ଚଟୁଆ ରାସ୍ତା ୨୦୧୮ରୁ ଖାଲଖମାରେ ଭରି ରହିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ରାସ୍ତା ଖଣି ଖାଦାନ ରାସ୍ତାଠାରୁ ଅଧିକ ଜରାଜୀର୍ଣ୍ଣ ହୋଇପଡ଼ିଛି। ଏନେଇ ବାରମ୍ବାର ଅଭିଯୋଗ ଓ ଦାବି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିଲା। ଆସନ୍ତା ୨୯ରେ ୫- ଟି ସଚିବଙ୍କ ଜଗତ୍‌ସିଂହପୁର ଗସ୍ତ ସ୍ଥିର ହେବା ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏବେ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାରେ ତାଳିପକା କାମ ଚାଲିଛି। ୫- ଟି ସଚିବଙ୍କ ପାଖରେ ନିଜର ଦୁର୍ବଳତା ଲୁଚାଇବା ପାଇଁ ବିଭାଗ ପକ୍ଷରୁ ଏପରି ଉଦ୍ୟମ କରାଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ଜୋରଧରିଛି ।
ସୂଚନାଯୋଗ୍ୟ, ଏହି ରାସ୍ତା ମରାମତି ନିମନ୍ତେ ୨୦୧୯ରେ ପ୍ରାୟ ୪୦ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ଟେଣ୍ଡର ଡକାଯାଇଥିଲା । ୨୦୨୦ ଡିସେମ୍ବର ୧ରେ କାମ ଆରମ୍ଭ ହୋଇ ଫେବୃୟାରୀ ଶେଷ ସୁଦ୍ଧା କାମ ଶେଷ କରିବାକୁ ସମ୍ପୃକ୍ତ ଠିକାଦାର ସହ ବିଭାଗ ଚୁକ୍ତିପତ୍ର ସ୍ବାକ୍ଷର କରିଥିଲା । ମାତ୍ର ନିର୍ଦ୍ଧାରିତ ସମୟରେ କାମ ହୋଇ ନ ଥିଲା । ପରବର୍ତ୍ତୀ ସମୟରେ କୋଭିଡ୍‌ ସଂକ୍ରମଣ ଓ ଲକ୍‌ଡାଉନ ଯୋଗୁ କାମ ହୋଇ ପାରି ନ ଥିବା ବିଭାଗ ପକ୍ଷରୁ ଦର୍ଶାଯାଇଥିଲା । ପୁନର୍ବାର ୨୦୨୧ ଜାନୁୟାରୀରେ ସମ୍ପୃକ୍ତ ଠିକାଦାର ମରାମତି କାମ ଆରମ୍ଭ କରିଥିଲେ । ହେଲେ ୧ କି.ମି ରାସ୍ତା ମରାମତି ହୋଇଛି କି ନାହିଁ କାମ ବନ୍ଦ ହୋଇଯାଇଥିଲା। ଏହି କାମ ନିମ୍ନମାନର ହେଉଥିବାରୁ ବନ୍ଦ କରାଯାଇଛି ବୋଲି ତତ୍କଳୀନ ଏସ୍‌ଡିଓ ସେତେବେଳେ କହିଥିଲେ। ଉକ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଚଉଡା ରାସ୍ତା କରାଯିବ ବୋଲି ସେ ସେତେବେଳେ ପ୍ରକାଶ କରିଥିଲେ। ଏହାପରେ ୨୦୨୨ରେ ଉକ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏଥିପାଇଁ ୪ କୋଟି ୪୭ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ରାସ୍ତା ସମ୍ପ୍ରସାରଣ କାମ ଚାଲୁ ରହିଛି । ଏନେଇ ରାସ୍ତାର ଉଭୟ ପାର୍ଶ୍ୱ ଖୋଳାଯାଇଥିବାରୁ ଲୋକେ ଯାତାୟାତ ସମୟରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏବେ ବର୍ଷା ଆରମ୍ଭ ହୋଇଯାଇଥିଲେ ମଧ୍ୟ ୫-ଟି ସଚିବଙ୍କ କୁଜଙ୍ଗ ଗସ୍ତକୁ ଦୃଷ୍ଟିରେ ରଖି ପିଚୁ କାମ ଜାରି ରହିଛି। ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ବଦଳରେ ଏହି କାମ କେଉଁ ଯୋଜନାରେ ଚାଲିଛି ବୋଲି ସହକାରୀ ଯନ୍ତ୍ରୀ ସନ୍ତୋଷ ଦାଶଙ୍କୁ ପଚାରିବାରୁ ସେ କହିଥିଲେ, ରାସ୍ତା କାମ କରୁଥିବା ଠିକାଦାରଙ୍କୁ ମରାମତି କରିବା ପାଇଁ କୁହାଯାଇଛି। ଏଥିପାଇଁ କୌଣସି ସ୍ବତନ୍ତ୍ର ଅନୁଦାନ ହୋଇନାହିଁ। ଜନସାଧାରଣଙ୍କ ଦାବିକୁ ଆଖି ଆଗରେ ରଖି ମରାମତି କାର୍ଯ୍ୟ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri