ଜଗତ୍‌ସିଂହପୁର

ଜାପାନିଜ ଏନସେଫାଲାଇଟିସ୍‌ ଟିକାକରଣରେ ଅବ୍ୟବସ୍ଥା: ଜଣେ ଶିଶୁଙ୍କୁ ୪ ଦିନରେ ୨ଥର ଟିକା

ଜଗତ୍‌ସିଂହପୁର ଅଫିସ, ୨୩ା୧୧: ୧ରୁ ୧୫ ବର୍ଷର ଶିଶୁଙ୍କୁ କ୍ୟୁଲେକ୍ସ ମସା କାମୁଡାରେ ସୃଷ୍ଟ ମାରାତ୍ମକ ସଂକ୍ରମଣ ରୋଗରୁ ମୁକ୍ତି ପାଇଁ ଜାପାନିଜ ଏନସେଫାଲାଇଟିସ୍‌ ଟିକା ଦିଆଯାଉଛି। ଏହି ଅଭିଯାନ ଗତ ୧୧ ତାରିଖରୁ ଆରମ୍ଭ ହୋଇଛି। କୌଣସି ପିଲାଙ୍କୁ...

ପାରାଦୀପ ପୌରପାଳିକାର ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ: ଅନ୍ୟ ପୌରାଞ୍ଚଳ ପାଇଁ ଆଦର୍ଶ

ପାରାଦୀପ,୨୩ା୧୧(ସ୍ବ.ପ୍ର.): ଇଚ୍ଛାଶକ୍ତି ସୁଦୃଢ଼ ରହିଲେ ଖତଗଦାରେ ବି ଫୁଲ ଫୁଟେ। ଦୈନନ୍ଦିନ ଚଳଣିରେ ସୃଷ୍ଟ ଆବର୍ଜନାକୁ ନେଇ ଏବେ ସାରା ଦେଶରେ ସ୍ବଚ୍ଛ ଭାରତର ନାରା ଚାଲିଛି। ଅପରପକ୍ଷେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ୱାରା...

ପାରାଦୀପ ବାଲିଯାତ୍ରା ମହୋତ୍ସବ ସ୍ବତନ୍ତ୍ର

ପାରାଦୀପ,୧୯ା୧୧(ସ୍ବ.ପ୍ର.): ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ବିଧାୟକ ପ୍ରଶାନ୍ତ ମୁଦୁଲି, ସମ୍ବିତ ରାଉତରାୟ,...

ବିବାହ ପାଇଁ ରାଜି ହେଲେନି ପ୍ରେମିକ: ଥାନାର ଦ୍ୱାରସ୍ଥ ହେଲେ ପ୍ରେମିକା

ବାଲିକୁଦା,୧୯ା୧୧(ସ୍ବ.ପ୍ର.): ଚାରି ବର୍ଷର ଭଲ ପାଇବା ପରେ ବି ପ୍ରେମିକ ବିବାହ କରିବାକୁ ମନାକଲେ। ଫଳରେ ପ୍ରେମିକା ନିରାଶ ହୋଇ ଶେଷରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ବାଲିକୁଦା ଥାନା ଅଞ୍ଚଳରେ ଏହିପରି ଘଟଣା ଘଟିଛି। ସୂଚନାରୁ ଜଣାଯାଇଛି,...

ଶାରଳା ମନ୍ଦିରରେ ନୀତି ହୋଇ ପାରିଲାନି: ୨ ହଜାର ଲୋକଙ୍କ ପ୍ରସାଦ ନଷ୍ଟ

ଜଗତ୍‌ସିଂହପୁର ଅଫିସ,୧୯ା୧୧: ସୋମବାର ନୂଆଖିଆ ପର୍ବରେ ମା’ସାରଳା ମନ୍ଦିରରେ ପୁଣି ଦେଖା ଦେଇଛି ବିଭ୍ରାଟ। ଏହି ପର୍ବରେ ପାଖାପାଖି ୨ ହଜାର ଲୋକଙ୍କ ପାଇଁ ଅପରାହ୍ନ ପ୍ରାୟ ୧ଟା ସୁଦ୍ଧା ରୋଷେଇ ହୋଇଥିଲେ ସୁଦ୍ଧା ତାହା ନୀତି ନ ହେବା...

ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ: ୮୦ ହଜାର ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ

ଜଗତ୍‌ସିଂହପୁର ଅଫିସ,୧୬ା୧୧: ଡିସେମ୍ବର ୨୭ରୁ ଧାନ ସଂଗ୍ରହ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ଏଥର ଜଗତ୍‌ସିଂହପୁର ଜିଲାରୁ ୮୦,୧୪୯.୨୫ ମେଟ୍ରିକ୍‌ ଟନ୍‌ (ଏମ୍‌ଟି) ଧାନ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଗତଥର ଅପେକ୍ଷା ଏଥର ୨ଟି ଅଧିକ ଅର୍ଥାତ୍‌...

ଭିଜିଲାନ୍ସ ଜାଲରେ ବୈଧମାପ, ଓଜନ ବିଭାଗ ବରିଷ୍ଠ ନିରୀକ୍ଷକ

ଜଗତ୍‌ସିଂହପୁର ଅଫିସ,୧୬ା୧୧: ଭିଜିଲାନ୍ସ ଜାଲରେ ପଡିଛନ୍ତି ବୈଧମାପ ଏବଂ ଓଜନ ବିଭାଗ ଜଗତ୍‌ସିଂହପୁର କାର୍ଯ୍ୟାଳୟ ସହକାରୀ ନିୟନ୍ତ୍ରକ ତଥା ପାରାଦୀପସ୍ଥିତ ବିଭାଗୀୟ ବରିଷ୍ଠ ନିରୀକ୍ଷକ ବିଶ୍ରାନ୍ତ କୁମାର ସେଠୀ। ଭିଜିଲାନ୍ସ ସୂଚନା ଅନୁଯାୟୀ କିରୋସିନ ତୈଳ ଟ୍ୟାଙ୍କର, ଡିଜେଲ ଓ...

ସ୍କୁଟି ଡିକି ଭାଙ୍ଗି ୧.୪୦ ଲକ୍ଷ ଟଙ୍କା ଲୁଟ୍‌

ପାରାଦୀପ,୧୪ା୧୧(ସ୍ବ.ପ୍ର.): ପାରାଦୀପ ମଡେଲ ଥାନା ଅନ୍ତର୍ଗତ ବ୍ୟାଙ୍କ ଲେନ୍‌ରୁ ବୁଧବାର ଦୁର୍ବୃତ୍ତ ଏକ ସ୍କୁଟି ଡିକି ଭାଙ୍ଗି ୧ ଲକ୍ଷ ୪୦ ହଜାର ଟଙ୍କା ଲୁଟ୍‌ କରିଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍...

ଫାଣ୍ଡି ପ୍ରତିଷ୍ଠା ପାଇଁ ବରିଷ୍ଠ ନାଗରିକ ମଞ୍ଚର ଦାବି

ବାଲିଆ,୧୪ା୧୧: ବିରିଡି ଥାନା ଅନ୍ତର୍ଗତ ୨୨ମୌଜାର ପୂରଣଠାରେ ଏକ ଫାଣ୍ଡି ପ୍ରତିଷ୍ଠା କରିବା ପାଇଁ ବାଇଶି ମୌଜା ବରିଷ୍ଠ ନାଗରିକ ମଞ୍ଚ ପୂରଣ ପକ୍ଷରୁ ଦାବି କରାଯାଇଛି। ଏନେଇ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବୁଧବାର ବିରିଡି...

ମହିଳାଙ୍କଠାରୁ ଝାମ୍ପିନେଲେ ୫୦ ହଜାର

ଜଗତ୍‌ସିଂହପୁର ଅଫିସ,୧୪ା୧୧: ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ମଣ୍ଡାସାହି-ଉତ୍ତରାଖଣ୍ଡ ରାସ୍ତା ମଧ୍ୟରେ ବୁଧବାର ଅପରାହ୍ନରେ ଜଣେ ମହିଳାଙ୍କଠାରୁ ୫୦ ହଜାର ଟଙ୍କା ଲୁଟ୍‌ ହୋଇଛି। ଏହି ମହିଳା ହେଲେ ମଣ୍ଡାସାହି ଉତ୍ତରାଣ୍ଡର ଅନ୍ନପୂର୍ଣ୍ଣା ଦାସ। ଅନ୍ନପୂର୍ଣ୍ଣାଙ୍ଗ ଅଭିଯୋଗକ୍ରମେ ପୋଲିସ ମାମଲା ସଂଖ୍ୟା...

ଜଗତ୍‌ସିଂହପୁର ଥାନା: ସପ୍ତାହରେ ସର୍ବାଧିକ ନାରୀ ନିର୍ଯାତନା ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୧୪ା୧୧: ଜଗତ୍‌ସିଂହପୁର ଥାନାରେ ଗତ୬ରୁ ୧୨ତାରିଖ ମଧ୍ୟରେ ମୋଟ ୧୬ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ସର୍ବାଧିକ ନାରୀ ନିର୍ଯାତନା ସମ୍ବନ୍ଧୀୟ ଥିବା ଜଣାଯାଇଛି। ବିଶେଷକରି ଯୌତୁକ ନିର୍ଯାତନା ଓ ଧମକ ଆଦି ଅଭିଯୋଗ ରହିଛି। ଏହାବାଦ୍‌ ଦୁର୍ଘଟଣା,...

ଏକ ଦିବସୀୟ ଫୁଟବଲ୍‌: ନିମେଇସାପୁର ଚାମ୍ପିୟନ

ବିରିଡ଼ି/ବାଲିଆ,୧୩ା୧୧(ଡି.ଏନ.ଏ): ବିରିଡି ବ୍ଲକ ୨୨ମୌଜା ମଇଁନ୍ଦିପୁର-କମଳପୁର ଯୁବକ ସଂଘ ଆନୁକୂଲ୍ୟରେ ୩୭ତମ ଏକଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ସ୍ଥାନୀୟ ବୈଦ୍ୟନାଥ କ୍ରୀଡ଼ା ସଂସଦ ଖେଳପଡିଆରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏହାକୁ ବିଡିଓ ଜୀବନ ଚନ୍ଦ୍ର ମଲ୍ଲିକ ଉଦ୍‌ଘାଟନ କରିଥିଲେ। ଯୁବକ ସଂଘ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri