ମା’ ଶାରଳା ମନ୍ଦିର: ଆଦାୟ ହେଲାନି ବକେୟା ୪୦ ଲକ୍ଷ ଟଙ୍କା

ଜଗତ୍‌ସିଂହପୁର ଅଫିସ,୧୦ା୧୨: ମା’ଶାରଳା ମନ୍ଦିରରେ ନାନା ଅବ୍ୟବସ୍ଥା ଲାଗି ରହିଥିବାବେଳେ ଏବେ ଖର୍ଚ୍ଚକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏଭଳି ସନ୍ଦେହ କରିଛନ୍ତି, ଜିଲାପାଳ ତଥା ମନ୍ଦିର ମଧ୍ୟବର୍ତ୍ତୀକାଳିନ ଟ୍ରଷ୍ଟି ସଂଗ୍ରାମ କେଶରୀ ମହାପାତ୍ର। ଜିଲାପାଳ ତାଙ୍କ ପ୍ରତିକ୍ରିୟାରେ ମନ୍ଦିର ଖର୍ଚ୍ଚ ଓ କାର୍ଯ୍ୟ ସମ୍ପାଦନକୁ ନେଇ ସନ୍ତୁଷ୍ଟ ନ ଥିବା ସ୍ପଷ୍ଟ କରିଛନ୍ତି। ଏପରି କି କେତେକ ପ୍ରସଙ୍ଗରେ ସେ ଆପତ୍ତି ଉଠାଇଛନ୍ତି। ଅନ୍ୟପଟେ ଭୋଗ ଓ ଦୀପ ଦୋକାନୀଙ୍କ ଉପରେ ପାଖାପାଖି ୪୦ ଲକ୍ଷ ଟଙ୍କା ବକେୟା ରହିଥିଲେ ସୁଦ୍ଧା ତାହା ଆଦାୟ ହେଉନି। ସେମାନେ ଚଳିତ ବର୍ଷର ଶେଷ କିସ୍ତି ଟଙ୍କା ଏହିମାସ ସୁଦ୍ଧା ଦାଖଲ କରିବା କଥା। କିନ୍ତୁ ଏହି ଟଙ୍କା ଆଦାୟ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି। ଦୋକାନୀଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ ପାଇଁ ଉଦ୍ୟମ ହେଉଥିବା ଅଭିଯୋଗ ହେଉଛି। ଏହା ଉପରେ ଜିଲାପାଳ କହିଛନ୍ତି, ଓଏଚ୍‌ଆର୍‌ଇ (ଓଡିଶା ହିନ୍ଦୁ ରିଲିଜିୟସ୍‌ ଏଣ୍ଡାଓମେଣ୍ଟ) ଆଇନ ଅନୁଯାୟୀ ବକେୟା ଅର୍ଥ ଆଦାୟ କରାଯିବ। ଯନ୍ତ୍ରାଂଶ କିଣା ବାବଦରେ ଭୋଗ ଦୋକାନୀ ଲକ୍ଷାଧିକ ଟଙ୍କା ଛାଡ ପାଇଁ କରିଥିବା ଅନୁରୋଧ ସମ୍ପର୍କିତ କୌଣସି ଫାଇଲ ତାଙ୍କ ପାଖକୁ ଆସି ନ ଥିବା ସେ କହିଛନ୍ତି। ସୋମବାରଠାରୁ ମନ୍ଦିର ଆୟ, ବ୍ୟୟ ଉପରେ ଏଜି ଅଡିଟ୍‌ ଆରମ୍ଭ ହୋଇଛି। ମନ୍ଦିର ଅନିୟମିତତା ନେଇ ଅଡିଟ୍‌ରେ ଅନେକ କିଛି ଧରାପଡିବା ଆଶା କରାଯାଉଥିବା ବେଳେ ପ୍ରକୃତରେ କ’ଣ ହେଉଛି ତାହା ଜାଣିବାକୁ ଏବେ ଅପେକ୍ଷା।
କିଛି ଦିନ ପୂର୍ବରୁ ଶୁଣାଯାଉଥିଲା, ମନ୍ଦିର ମାସିକିଆ ଖର୍ଚ୍ଚ ଉପରେ ଜିଲାପାଳ ସନ୍ଦେହ କରିଥିଲେ। ତେଣୁ ତାଙ୍କ ପାଖକୁ ଦସ୍ତଖତ ପାଇଁ ଯାଇଥିବା ଚେକ୍‌ରେ ପ୍ରଥମେ ଦସ୍ତଖତ କରି ନ ଥିଲେ। ଗତମାସ ୧୮ ତାରିଖ ନୂଆଖିଆ ପର୍ବରେ ପାଖାପାଖି ୨ ହଜାର ଲୋକଙ୍କ ପାଇଁ ପ୍ରସ୍ତୁତ ପ୍ରସାଦ ନଷ୍ଟ କରା ଯାଇଥିଲା। ଏହି ପ୍ରସଙ୍ଗ ସହ ଅନ୍ୟ ବିଶୃଙ୍ଖଳାକୁ ନେଇ ଜିଲାପାଳ ଅସନ୍ତୁଷ୍ଟ ଥିବା କହିଛନ୍ତି। କିଛି ଦିନ ପୂର୍ବରୁ ଭୋଗ ଓ ଦୀପ ଦୋକାନୀଙ୍କୁ ମନ୍ଦିର ପ୍ରଶାସନ ତରଫରୁ କେତେକ ଯନ୍ତ୍ରାଂଶ ଦିଆଯାଇଥିଲା। ଏହାବାଦ୍‌ ଦୋକାନୀ ପାଖାପାଖି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ କିଣିଥିବା ଦର୍ଶାଇ ଏହି ଅର୍ଥ ଛାଡ ପାଇଁ ଆବେଦନ କରିଥିବା ଆଲୋଚନା ଚାଲିଛି। କିନ୍ତୁ ଏ ସମ୍ପର୍କରେ କୌଣସି ଆବେଦନ କରାଯାଇ ନ ଥିବା ମନ୍ଦିର ନିର୍ବାହୀ ଅଧିକାରୀ ସଂଗ୍ରାମ କେଶରୀ ଧଳ ସୂଚନା ଦେଇଛନ୍ତି।
ଭୋଗ ଓ ଦୀପ ଦୋକାନୀ ଡିସେମ୍ବର ସୁଦ୍ଧା ଶେଷ କିସ୍ତି ଟଙ୍କା ଦାଖଲ କରିବା ପାଇଁ ନିର୍ଦ୍ଦେଶ ରହିଛି। କୁହାଯାଉଛି ଦେବୋତ୍ତର ବିଭାଗର ବରିଷ୍ଠ ଅଧିକାରୀ ଓ ଭୋଗ ଏବଂ ଦୀପ ଦୋକାନୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଛି। ଏହା ହୋଇ ନ ଥିଲେ ବିଭାଗ କେଉଁ ମହତ ଲକ୍ଷ୍ୟ ରଖି ବକେୟା ଆଦାୟ ନ କରି ଦୋକାନୀଙ୍କୁ ମାସ ପରେ ମାସ ସମୟ ଦେଇ ଚାଲିଥାନ୍ତା ବୋଲି ଅନେକ ପ୍ରଶ୍ନ କରିଛନ୍ତି। କିଛି ମାସ ପୂର୍ବରୁ ବାତ୍ୟା ଫନୀରେ କ୍ଷତି ହୋଇଥିବା ଆଳ ନେଇ ଭୋଗ ଓ ଦୀପ ଦୋକାନୀ ରାଜସ୍ବ ଛାଡ ପାଇଁ ଦେବୋତ୍ତର କମିଶନରଙ୍କ ନିକଟରେ ଆବେଦନ କରିଥିଲେ। କମିଶନର ଆବେଦନକୁ ଗ୍ରହଣ କରି ପାଖାପାଖି ୧୦ ଲକ୍ଷ ଟଙ୍କା ଛାଡ ନିଷ୍ପତ୍ତି ନେଇଥିବା କଥା ପଦାକୁ ଆସିଥିଲା। ଏହି କଥାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ସେତେବେଳେ ମନ୍ଦିର ପରିସରରେ ଶତାଧିକ ସେବକ, ଭକ୍ତ, ବୁଦ୍ଧିଜୀବୀ ଓ ସାଧାରଣ ଜନତା ଏକତ୍ରିତ ହୋଇ ଦେବୋତ୍ତର କମିଶନରଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡିଥିଲେ। ଏଥିରେ ଉଲ୍ଲେଖ ଥିଲା ନିଷ୍ପତ୍ତି ବଦଳାଯାଉ। ତାହା ନ ହେଲେ ସେମାନେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ। ଏହାର ନକଲ ଆଇନ ମନ୍ତ୍ରୀ, ଆଇନ ସଚିବ, ମୁଖ୍ୟ ସଚିବ, ଦେବୋତ୍ତର କମିଶନର, ସହକାରୀ ଦେବୋତ୍ତର କମିଶନର, ଜଗତ୍‌ସିଂହପୁର ଜିଲାପାଳ ଓ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଦାନ କରିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜିଲାପାଳ ମନ୍ଦିର ପରିଚାଳନା ଟ୍ରଷ୍ଟର ମଧ୍ୟବର୍ତ୍ତିକାଳୀନ ଟ୍ରଷ୍ଟି ଥାଇ ମଧ୍ୟ ତାଙ୍କୁ ପଚରା ନ ଯାଇ ଏଭଳି ନିଷ୍ପତ୍ତି ହୋଇଥିଲା। ଭୋଗ ଦୋକାନୀ କିସ୍ତି ଟଙ୍କା ଜମା କରୁ ନ ଥିବାରୁ ଜିଲାପାଳ ଅସନ୍ତୁଷ୍ଟ ଥିଲେ। ଏ ସମ୍ପର୍କରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଲା ପରେ ଦେବୋତ୍ତର କମିଶନର ନିଷ୍ପତ୍ତି ଉପରେ ପୁନର୍ବିଚାର କରାଯିବ ବୋଲି ସୂଚନା ଦେଇଥିଲେ। ହେଲେ ୨୦୨୦ ଫେବୃୟାରୀରେ ନୂଆ ଟେଣ୍ଡର ହେବାର ଥିବାବେଳେ ଭୋଗ ଦୋକାନୀଙ୍କ ପ୍ରତି ଅନୁକମ୍ପା ଆଗକୁ ଯେଉଁମାନେ ଟେଣ୍ଡର ପାଇବେ ସେମାନଙ୍କୁ ଅନୁରୂପ ପନ୍ଥା ଆପଣାଇବା ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

କାର-ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri