ମା’ ଶାରଳା ମନ୍ଦିର: ଆଦାୟ ହେଲାନି ବକେୟା ୪୦ ଲକ୍ଷ ଟଙ୍କା

ଜଗତ୍‌ସିଂହପୁର ଅଫିସ,୧୦ା୧୨: ମା’ଶାରଳା ମନ୍ଦିରରେ ନାନା ଅବ୍ୟବସ୍ଥା ଲାଗି ରହିଥିବାବେଳେ ଏବେ ଖର୍ଚ୍ଚକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏଭଳି ସନ୍ଦେହ କରିଛନ୍ତି, ଜିଲାପାଳ ତଥା ମନ୍ଦିର ମଧ୍ୟବର୍ତ୍ତୀକାଳିନ ଟ୍ରଷ୍ଟି ସଂଗ୍ରାମ କେଶରୀ ମହାପାତ୍ର। ଜିଲାପାଳ ତାଙ୍କ ପ୍ରତିକ୍ରିୟାରେ ମନ୍ଦିର ଖର୍ଚ୍ଚ ଓ କାର୍ଯ୍ୟ ସମ୍ପାଦନକୁ ନେଇ ସନ୍ତୁଷ୍ଟ ନ ଥିବା ସ୍ପଷ୍ଟ କରିଛନ୍ତି। ଏପରି କି କେତେକ ପ୍ରସଙ୍ଗରେ ସେ ଆପତ୍ତି ଉଠାଇଛନ୍ତି। ଅନ୍ୟପଟେ ଭୋଗ ଓ ଦୀପ ଦୋକାନୀଙ୍କ ଉପରେ ପାଖାପାଖି ୪୦ ଲକ୍ଷ ଟଙ୍କା ବକେୟା ରହିଥିଲେ ସୁଦ୍ଧା ତାହା ଆଦାୟ ହେଉନି। ସେମାନେ ଚଳିତ ବର୍ଷର ଶେଷ କିସ୍ତି ଟଙ୍କା ଏହିମାସ ସୁଦ୍ଧା ଦାଖଲ କରିବା କଥା। କିନ୍ତୁ ଏହି ଟଙ୍କା ଆଦାୟ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି। ଦୋକାନୀଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ ପାଇଁ ଉଦ୍ୟମ ହେଉଥିବା ଅଭିଯୋଗ ହେଉଛି। ଏହା ଉପରେ ଜିଲାପାଳ କହିଛନ୍ତି, ଓଏଚ୍‌ଆର୍‌ଇ (ଓଡିଶା ହିନ୍ଦୁ ରିଲିଜିୟସ୍‌ ଏଣ୍ଡାଓମେଣ୍ଟ) ଆଇନ ଅନୁଯାୟୀ ବକେୟା ଅର୍ଥ ଆଦାୟ କରାଯିବ। ଯନ୍ତ୍ରାଂଶ କିଣା ବାବଦରେ ଭୋଗ ଦୋକାନୀ ଲକ୍ଷାଧିକ ଟଙ୍କା ଛାଡ ପାଇଁ କରିଥିବା ଅନୁରୋଧ ସମ୍ପର୍କିତ କୌଣସି ଫାଇଲ ତାଙ୍କ ପାଖକୁ ଆସି ନ ଥିବା ସେ କହିଛନ୍ତି। ସୋମବାରଠାରୁ ମନ୍ଦିର ଆୟ, ବ୍ୟୟ ଉପରେ ଏଜି ଅଡିଟ୍‌ ଆରମ୍ଭ ହୋଇଛି। ମନ୍ଦିର ଅନିୟମିତତା ନେଇ ଅଡିଟ୍‌ରେ ଅନେକ କିଛି ଧରାପଡିବା ଆଶା କରାଯାଉଥିବା ବେଳେ ପ୍ରକୃତରେ କ’ଣ ହେଉଛି ତାହା ଜାଣିବାକୁ ଏବେ ଅପେକ୍ଷା।
କିଛି ଦିନ ପୂର୍ବରୁ ଶୁଣାଯାଉଥିଲା, ମନ୍ଦିର ମାସିକିଆ ଖର୍ଚ୍ଚ ଉପରେ ଜିଲାପାଳ ସନ୍ଦେହ କରିଥିଲେ। ତେଣୁ ତାଙ୍କ ପାଖକୁ ଦସ୍ତଖତ ପାଇଁ ଯାଇଥିବା ଚେକ୍‌ରେ ପ୍ରଥମେ ଦସ୍ତଖତ କରି ନ ଥିଲେ। ଗତମାସ ୧୮ ତାରିଖ ନୂଆଖିଆ ପର୍ବରେ ପାଖାପାଖି ୨ ହଜାର ଲୋକଙ୍କ ପାଇଁ ପ୍ରସ୍ତୁତ ପ୍ରସାଦ ନଷ୍ଟ କରା ଯାଇଥିଲା। ଏହି ପ୍ରସଙ୍ଗ ସହ ଅନ୍ୟ ବିଶୃଙ୍ଖଳାକୁ ନେଇ ଜିଲାପାଳ ଅସନ୍ତୁଷ୍ଟ ଥିବା କହିଛନ୍ତି। କିଛି ଦିନ ପୂର୍ବରୁ ଭୋଗ ଓ ଦୀପ ଦୋକାନୀଙ୍କୁ ମନ୍ଦିର ପ୍ରଶାସନ ତରଫରୁ କେତେକ ଯନ୍ତ୍ରାଂଶ ଦିଆଯାଇଥିଲା। ଏହାବାଦ୍‌ ଦୋକାନୀ ପାଖାପାଖି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ କିଣିଥିବା ଦର୍ଶାଇ ଏହି ଅର୍ଥ ଛାଡ ପାଇଁ ଆବେଦନ କରିଥିବା ଆଲୋଚନା ଚାଲିଛି। କିନ୍ତୁ ଏ ସମ୍ପର୍କରେ କୌଣସି ଆବେଦନ କରାଯାଇ ନ ଥିବା ମନ୍ଦିର ନିର୍ବାହୀ ଅଧିକାରୀ ସଂଗ୍ରାମ କେଶରୀ ଧଳ ସୂଚନା ଦେଇଛନ୍ତି।
ଭୋଗ ଓ ଦୀପ ଦୋକାନୀ ଡିସେମ୍ବର ସୁଦ୍ଧା ଶେଷ କିସ୍ତି ଟଙ୍କା ଦାଖଲ କରିବା ପାଇଁ ନିର୍ଦ୍ଦେଶ ରହିଛି। କୁହାଯାଉଛି ଦେବୋତ୍ତର ବିଭାଗର ବରିଷ୍ଠ ଅଧିକାରୀ ଓ ଭୋଗ ଏବଂ ଦୀପ ଦୋକାନୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଛି। ଏହା ହୋଇ ନ ଥିଲେ ବିଭାଗ କେଉଁ ମହତ ଲକ୍ଷ୍ୟ ରଖି ବକେୟା ଆଦାୟ ନ କରି ଦୋକାନୀଙ୍କୁ ମାସ ପରେ ମାସ ସମୟ ଦେଇ ଚାଲିଥାନ୍ତା ବୋଲି ଅନେକ ପ୍ରଶ୍ନ କରିଛନ୍ତି। କିଛି ମାସ ପୂର୍ବରୁ ବାତ୍ୟା ଫନୀରେ କ୍ଷତି ହୋଇଥିବା ଆଳ ନେଇ ଭୋଗ ଓ ଦୀପ ଦୋକାନୀ ରାଜସ୍ବ ଛାଡ ପାଇଁ ଦେବୋତ୍ତର କମିଶନରଙ୍କ ନିକଟରେ ଆବେଦନ କରିଥିଲେ। କମିଶନର ଆବେଦନକୁ ଗ୍ରହଣ କରି ପାଖାପାଖି ୧୦ ଲକ୍ଷ ଟଙ୍କା ଛାଡ ନିଷ୍ପତ୍ତି ନେଇଥିବା କଥା ପଦାକୁ ଆସିଥିଲା। ଏହି କଥାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ସେତେବେଳେ ମନ୍ଦିର ପରିସରରେ ଶତାଧିକ ସେବକ, ଭକ୍ତ, ବୁଦ୍ଧିଜୀବୀ ଓ ସାଧାରଣ ଜନତା ଏକତ୍ରିତ ହୋଇ ଦେବୋତ୍ତର କମିଶନରଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡିଥିଲେ। ଏଥିରେ ଉଲ୍ଲେଖ ଥିଲା ନିଷ୍ପତ୍ତି ବଦଳାଯାଉ। ତାହା ନ ହେଲେ ସେମାନେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ। ଏହାର ନକଲ ଆଇନ ମନ୍ତ୍ରୀ, ଆଇନ ସଚିବ, ମୁଖ୍ୟ ସଚିବ, ଦେବୋତ୍ତର କମିଶନର, ସହକାରୀ ଦେବୋତ୍ତର କମିଶନର, ଜଗତ୍‌ସିଂହପୁର ଜିଲାପାଳ ଓ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଦାନ କରିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜିଲାପାଳ ମନ୍ଦିର ପରିଚାଳନା ଟ୍ରଷ୍ଟର ମଧ୍ୟବର୍ତ୍ତିକାଳୀନ ଟ୍ରଷ୍ଟି ଥାଇ ମଧ୍ୟ ତାଙ୍କୁ ପଚରା ନ ଯାଇ ଏଭଳି ନିଷ୍ପତ୍ତି ହୋଇଥିଲା। ଭୋଗ ଦୋକାନୀ କିସ୍ତି ଟଙ୍କା ଜମା କରୁ ନ ଥିବାରୁ ଜିଲାପାଳ ଅସନ୍ତୁଷ୍ଟ ଥିଲେ। ଏ ସମ୍ପର୍କରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଲା ପରେ ଦେବୋତ୍ତର କମିଶନର ନିଷ୍ପତ୍ତି ଉପରେ ପୁନର୍ବିଚାର କରାଯିବ ବୋଲି ସୂଚନା ଦେଇଥିଲେ। ହେଲେ ୨୦୨୦ ଫେବୃୟାରୀରେ ନୂଆ ଟେଣ୍ଡର ହେବାର ଥିବାବେଳେ ଭୋଗ ଦୋକାନୀଙ୍କ ପ୍ରତି ଅନୁକମ୍ପା ଆଗକୁ ଯେଉଁମାନେ ଟେଣ୍ଡର ପାଇବେ ସେମାନଙ୍କୁ ଅନୁରୂପ ପନ୍ଥା ଆପଣାଇବା ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri