୭.୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଜଗତ୍‌ସିଂହପୁର ଅଫିସ, ୮ା୧୨: ଜଗତ୍‌ସିଂହପୁର ସହରରେ ବ୍ରାଉନ ସୁଗାର ରାକେଟ୍‌ ସକ୍ରିୟ ରହିଛି। ଅତୀତରେ ପୃଥକ୍‌ ସ୍ଥାନରେ ଚଢାଉ ହୋଇଥିଲେ ସୁଦ୍ଧା ଆଶାଜନକ ସଫଳତା ମିଳିପାରି ନ ଥିଲା। ମାତ୍ର ଶନିବାର ଜଣେ ବ୍ୟକ୍ତିଙ୍କଠାରୁ ୭୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୭.୫ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ଏହି ଘଟଣାରେ ସ୍ଥାନୀୟ ମାର୍କଣ୍ଡପୁରର ଦୀପକ କୁମାର ଦାସ ଗିରଫ ହୋଇଥିବା ବେଳେ ଆଉ ଜଣେ ଖସି ଯାଇଛନ୍ତି। ଦୀପକଙ୍କଠାରୁ ୧୨ ହଜାର ଟଙ୍କା ଜବତ ହୋଇଥିବା ଜଗତ୍‌ସିଂହପୁର ଅବକାରୀ ଇନ୍ସପେକ୍ଟର ପ୍ରତାପ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, କଟକ ଅବକାରୀ ଗୁଇନ୍ଦା ୟୁନିଟ୍‌-୨ ଓ ଜଗତ୍‌ସିଂହପୁର ଅବକାରୀ ବିଭାଗ ପକ୍ଷରୁ ଶନିବାର ପୂର୍ବାହ୍ନରେ ଦୀପକଙ୍କ ଘରେ ଚଢାଉ କରାଯାଇଥିଲା। ଏହି ସମୟରେ ତାଙ୍କଠାରୁ ୭୫ ଗ୍ରାମ ବ୍ରାଉନ ସୁଗାର ସହ ଟଙ୍କା ଜବତ କରାଯାଇଥିଲା। ଚଢାଉରେ ଗୁଇନ୍ଦା ଇନ୍ସପେକ୍ଟର ଜଗଦୀଶ ସାମଲ, ଗାଲୁରାମ ସୋରେନ ପ୍ରମୁଖ ସାମିଲ ଥିଲେ।
ସୂଚନାଯୋଗ୍ୟ, କିଛି ମାସ ପୂର୍ବରୁ ସ୍ଥାନୀୟ ଖେରାସରେ ରହୁଥିବା ଜଣେ ଯୁବକ କାଳୀ ଛକ ନିକଟରେ ବ୍ରାଉନ ସୁଗାର କାରବାର ସମୟରେ ଗିରଫ ହୋଇଥିଲେ। ଏହା ପୂର୍ବରୁ ପୋଲିସ ମଧ୍ୟ ସ୍ଥାନୀୟ ଗୋପାଳସାଗର ଅଞ୍ଚଳରୁ ଜଣଙ୍କୁ ଗିରଫ କରିଥିଲା। ପାରାଦୀପ ଷଣ୍ଢକୁଦ ଅଞ୍ଚଳରୁ ୩୬ ଗ୍ରାମର ବ୍ରାଉନ ସୁଗାର ଜବତ ସହ ଜଣେ ଗିରଫ ହୋଇଥିଲେ। କିନ୍ତୁ ବ୍ରାଉନ ସୁଗାର କାରବାରର ମାଷ୍ଟର ମାଇଣ୍ଡକୁ ଏ ପର୍ଯ୍ୟନ୍ତ ଗିରଫ କରାଯିବାରେ ପୋଲିସ କି ଅବକାରୀ ବିଭାଗ ସଫଳ ହୋଇନାହିଁ। କଟକ ଅଞ୍ଚଳରୁ ଏହା ଜଗତ୍‌ସିଂହପୁର ସମେତ ଜିଲାର ନାଉଗାଁ, ବାଲିକୁଦା, ବିରିଡ଼ି, ପାରାଦୀପ, କୁଜଙ୍ଗ, ତିର୍ତ୍ତୋଲ, ରଘୁନାଥପୁର ଓ ଏରସମା ଆଦି ଅଞ୍ଚଳକୁ ଯାଉଛି। ରାକେଟ୍‌ରେ ଏକାଧିକ ଲୋକ ସମ୍ପୃକ୍ତ ଅଛନ୍ତି। ଦେଖିବାକୁ ଅପେକ୍ଷା ପୋଲିସ ଓ ଅବକାରୀ ବିଭାଗ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେଉଛି କି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪: ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଚଳିତ ମେ’ ୬ରୁ ଏହା ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ଭିତରେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri