ଜଗତ୍‌ସିଂହପୁର

ବାଲିକୁଦା ପଞ୍ଚାୟତ ସମିତି ସପ୍ତମ ସାଧାରଣ ବୈଠକ: ପାନୀୟ ଜଳ, ପରିମଳ ଉପରେ ଗୁରୁତ୍ୱାରୋପ

ବାଲିକୁଦା,୧୨ା୧୨(ସ୍ବ.ପ୍ର.): ବାଲିକୁଦା ପଞ୍ଚାୟତ ସମିତି ସଭାଗୃହରେ ବୁଧବାର ସମିତିର ସପ୍ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ବ୍ଲକ ଅଧ୍ୟକ୍ଷା ମଧୁସ୍ମିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥିଭାବେ ଜଳସମ୍ପଦ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ…

ଶାରଳା ମନ୍ଦିର ହୁଣ୍ଡିରୁ ଟଙ୍କା ଗାଏବ୍‌ : ଧାରଣାରେ ବସିଲେ ପଣ୍ଡା, ସେବାୟତ

ଜଗତ୍‌ସିଂହପୁର ଅଫିସ,୧୨ା୧୨: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ ହୁଣ୍ଡିରୁ ବୁଧବାର ଟଙ୍କା ଗାଏବ ହୋଇଥିବା ସନ୍ଦେହ କରାଯାଇଛି। ଚଞ୍ଚକତାପୂର୍ବକ ହୁଣ୍ଡି ଖୋଲାଯାଇ ଟଙ୍କା ଗାଏବ୍‌ ହୋଇଥିବା ପଣ୍ଡା, ସେବାୟତମାନେ ଅଭିଯୋଗ କରିବା ସହ ପାଖାପାଖି ୪ ଘଣ୍ଟା ମନ୍ଦିର ପରିସରରେ…

ପ୍ରାକୃତିକ ବିପର୍ଯ୍ୟୟ ମୃତ୍ୟୁଠାରୁ ଡାହାଣୀ ସନ୍ଦେହରେ ହତ୍ୟା ଅଧିକ

ଭୁବନେଶ୍ୱର, ୧୧ା୧୨(ବ୍ୟୁରୋ):ଦେଶରେ ଡାହାଣୀ ଓ ଗୁଣିଆ ସନ୍ଦେହରେ ବାର୍ଷିକ ହାରାହାରି ୫୩ଜଣଙ୍କୁ ହତ୍ୟା କରାଯାଉଛି। ୨୦୧୦ରୁ ଏ ପର୍ଯ୍ୟନ୍ତ ଡାହାଣୀ ଓ ଗୁଣିଆ ସନ୍ଦେହଜନିତ ହତ୍ୟା ସଂଖ୍ୟା ୫୩୩ରେ ପହଞ୍ଚତ୍ଛି। ମୋଟ ହତ୍ୟା ଘଟଣା ମଧ୍ୟରୁ ୧୯୫ ଜଣ ମହିଳା ଥିବାବେଳେ…

ନାଉଲ ସରକାରୀ ପ୍ରାଥମିକ ବିଦ୍ୟାଳୟ: ଭଙ୍ଗାଯାଉନି ବିପଦସଙ୍କୁଳ ଶ୍ରେଣୀଗୃହ

ତିର୍ତ୍ତୋଲ,୧୧ା୧୨(ଡି.ଏନ.ଏ.): ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତ ନାଉଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ଶ୍ରେଣୀଗୃହର କାନ୍ଥରେ ଫାଟ ସୃଷ୍ଟିହେବା ସହ ଖୁଣ୍ଟଗୁଡିକର ମୂଳ ଖାଇଗଲାଣି। କବାଟ, ଝରକା ଭାଙ୍ଗିରୁଜିଯାଇଛି। ଫଳରେ ଏହା…

ଦାଦା ବଟିକୁ ନେଇ ମଦ ଦୋକାନ ପରିଚାଳକଙ୍କୁ ହତ୍ୟା ମାମଲା ୬ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ଜଗତ୍‌ସିଂହପୁର ଅଫିସ, ୧୧ା୧୨: ଜଗତ୍‌ସିଂହପୁର ଜିଲା କୁଜଙ୍ଗସ୍ଥିତ ଏକ ବିଦେଶୀ ମଦ ଦୋକାନରେ ପରିଚାଳକଭାବେ କାର୍ଯ୍ୟ କରୁଥିବା କୁଜଙ୍ଗ ଥାନା ଜଗନ୍ନାଥପୁର ଗ୍ରାମର ପ୍ରଶାନ୍ତ ନାରାୟଣ ଦାସ ଓରଫ ପସିଆ (୩୬)ଙ୍କୁ ୨୦୧୪ରେ ଗୁଳି କରି ହତ୍ୟା କରା ଯାଇଥିବା ଅଭିଯୋଗ…

ପୁଣି ଖନନ ହେବ ମହାନଦୀ ମୁହାଣ: ଉପକୃତ ହେବେ ୫୦ ହଜାର ମତ୍ସ୍ୟଜୀବୀ

ପାରାଦୀପ,୧୧ା୧୨(ସ୍ବ.ପ୍ର.): ପାରାଦୀପ ମାଛଧରା ବନ୍ଦର ଓ ମତ୍ସ୍ୟ ଶିଳ୍ପର ଦୁଃଖ ବୋଲି କୁହାଯାଉଥିବା ମହାନଦୀ ମୁହାଣ ଅଞ୍ଚଳକୁ ପୁଣି ଥରେ ଖନନ କରାଯିବ। ଏହାକୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଖନନ କରିବେ। ଆସନ୍ତା ଜାନୁୟାରୀ ପ୍ରଥମ ସପ୍ତାହରୁ ଦେଶର ଅଗ୍ରଣୀ ଖନନକାରୀ…

ଫାଇନାନ୍ସ କର୍ମଚାରୀଙ୍କ ନିର୍ଯାତନା ଯୋଗୁ ମୃତ୍ୟୁ ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୧୦ା୧୨: ଫାଇନାନ୍ସ କର୍ମଚାରୀଙ୍କ ନିର୍ଯାତନା ଯୋଗୁ ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ଅଲଣାହାଟ କାଂଶ ଗ୍ରାମର ସୂର୍ଯ୍ୟକାନ୍ତ ଖୁଣ୍ଟିଆ ନାମକ ବ୍ୟକ୍ତିଙ୍କ ରବିବାର ରାତିରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂର୍ଯ୍ୟକାନ୍ତଙ୍କ ବଡ ଭାଇ ସନ୍ତୋଷଙ୍କ ଅଭିଯୋଗକ୍ରମେ ପୋଲିସ ଦଫା ୩୦୬/୩୪…

ମତ୍ସ୍ୟ ଉତ୍ପାଦନ, ଗୁଣବତ୍ତା ସମ୍ପର୍କରେ ତାଲିମ

ପାରାଦୀପ,୧୦ା୧୨(ସ୍ବ.ପ୍ର.): ସ୍ଥାନୀୟ ନେହେରୁ ବଙ୍ଗଳାସ୍ଥ ମାଛଧରା ବନ୍ଦର ପରିସରରେ ସୋମବାର ମତ୍ସ୍ୟଜୀବୀଙ୍କ ପାଇଁ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏମ୍‌ପିଇଡିଏ (ମେରାଇନ ପ୍ରଡକ୍ଟ ଏକ୍ସପୋର୍ଟ ଡେଭଲେପମେଣ୍ଟ ଅଥରିଟି) ନେଟଫିସ୍‌ ଓ ମତ୍ସ୍ୟବିଭାଗ ପକ୍ଷରୁ ଆୟୋଜିତ ଶିବିରରେ ମତ୍ସ୍ୟଜୀବୀଙ୍କୁ ମତ୍ସ୍ୟ ଉତ୍ପାଦନ,…

ମା’ ଶାରଳା ମନ୍ଦିର: ଆଦାୟ ହେଲାନି ବକେୟା ୪୦ ଲକ୍ଷ ଟଙ୍କା

ଜଗତ୍‌ସିଂହପୁର ଅଫିସ,୧୦ା୧୨: ମା’ଶାରଳା ମନ୍ଦିରରେ ନାନା ଅବ୍ୟବସ୍ଥା ଲାଗି ରହିଥିବାବେଳେ ଏବେ ଖର୍ଚ୍ଚକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏଭଳି ସନ୍ଦେହ କରିଛନ୍ତି, ଜିଲାପାଳ ତଥା ମନ୍ଦିର ମଧ୍ୟବର୍ତ୍ତୀକାଳିନ ଟ୍ରଷ୍ଟି ସଂଗ୍ରାମ କେଶରୀ ମହାପାତ୍ର। ଜିଲାପାଳ ତାଙ୍କ ପ୍ରତିକ୍ରିୟାରେ ମନ୍ଦିର ଖର୍ଚ୍ଚ…

ପାରାଦୀପ ନଗର କଂଗ୍ରେସର ସମୀକ୍ଷା ବୈଠକ

ପାରାଦୀପ,୯ା୧୨(ସ୍ବ.ପ୍ର.): ସ୍ଥାନୀୟ ବିଜୟଚନ୍ଦ୍ରପୁରଠାରେ ଥିବା କଂଗ୍ରେସ କାର୍ଯ୍ୟାଳୟ ପରିସରେ ରବିବାର ସନ୍ଧ୍ୟାରେ ପାରାଦୀପ ନଗର କଂଗ୍ରେସ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ବୈଠକରେ କଂଗ୍ରେସ ନେତା ଅରିନ୍ଦମ ସର୍ଖେଲ (ବାପି) ଅଧ୍ୟକ୍ଷତା କରିଥିଲେ। ଏଥିସହ ଆଗାମୀ ବର୍ଷ…

ଜଗତ୍‌ସିଂହପୁର କ୍ୟାଡର ପିପିଙ୍କୁ ସମ୍ବର୍ଦ୍ଧନା

ଜଗତ୍‌ସିଂହପୁର ଅଫିସ,୯ା୧୨: ଓଡ଼ିଶା କ୍ରାଇମବ୍ରାଞ୍ଚ ତରଫରୁ ଜଗତ୍‌ସିଂହପୁର କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର (ପିପି) ନଳିନୀକାନ୍ତ ମହାରଣାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମାମଲା ପରିଚାଳନାରେ ସାମଗ୍ରୀକ ସଫଳତା ଓ ଦଣ୍ଡବିଧାନ ହାରକୁ ନେଇ ମହାରଣାଙ୍କୁ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ସନ୍ତୋଷ ଉପାଧ୍ୟାୟ ସମ୍ମାନିତ…

ଅଖିଳ ଭାରତ ଡାକ କର୍ମଚାରୀ ସଂଘ କଟକ ଦକ୍ଷିଣ ମଣ୍ଡଳର ସମ୍ମିଳନୀ :ଦରମା ବୃଦ୍ଧି, ଖାଲି ପଦବୀ ପୂରଣ ଦାବି ଜୋର

ଜଗତ୍‌ସିଂହପୁର ଅଫିସ,୯ା୧୨: ଭାରତୀୟ ଡାକ ସେବାରେ କାର୍ଯ୍ୟରତ ୩ୟ ଶ୍ରେଣୀ, ପୋଷ୍ଟ ମ୍ୟାନ, ଏମ୍‌ଟିଏସ୍‌ ଏବଂ ଜିଡିଏସ୍‌ କର୍ମଚାରୀଙ୍କୁ ଦିଆଯାଉଥିବା ଦରମା ସନ୍ତୋଷଜନକ ନୁହେଁ। ତେଣୁ ଏହି ଦରମା ବୃଦ୍ଧି କରାଯାଉ। ଏଥିସହ ଏନ୍‌ପିଏସ୍‌ ଉଚ୍ଛେଦ କରାଯାଇ ପୁରୁଣା ହିସାବରେ ପେନ୍‌ସନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?