ଦାଦା ବଟିକୁ ନେଇ ମଦ ଦୋକାନ ପରିଚାଳକଙ୍କୁ ହତ୍ୟା ମାମଲା ୬ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ଜଗତ୍‌ସିଂହପୁର ଅଫିସ, ୧୧ା୧୨: ଜଗତ୍‌ସିଂହପୁର ଜିଲା କୁଜଙ୍ଗସ୍ଥିତ ଏକ ବିଦେଶୀ ମଦ ଦୋକାନରେ ପରିଚାଳକଭାବେ କାର୍ଯ୍ୟ କରୁଥିବା କୁଜଙ୍ଗ ଥାନା ଜଗନ୍ନାଥପୁର ଗ୍ରାମର ପ୍ରଶାନ୍ତ ନାରାୟଣ ଦାସ ଓରଫ ପସିଆ (୩୬)ଙ୍କୁ ୨୦୧୪ରେ ଗୁଳି କରି ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଥିଲା। ଦାଦା ବଟିକୁ କେନ୍ଦ୍ରକରି ଏହି ଗୁଳିକାଣ୍ଡ ଘଟିଥିଲା। ମଙ୍ଗଳବାର ଏହି ମାମଲାର ରାୟ ପ୍ରକାଶ ପାଇଛି। କୁଜଙ୍ଗ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ପ୍ରଣବ କୁମାର ରାଉତରାୟ ମାମଲାର ବିଚାର କରି ସମସ୍ତ ୬ ଅଭିଯୁକ୍ତଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସେମାନେ ହେଲେ କୁଜଙ୍ଗ ଥାନା କୋଠିଆସାହିର ମଣ୍ଟୁ ପାତ୍ର (୩୭), ଅପୁ ଓରଫ ଅଜିତ ଦାସ (୩୭), ଚଦିଆର ରିଙ୍କୁ ଓରଫ ଲିଙ୍କନ୍‌ ଓରଫ ଶୁଭ୍ରାଂଶୁ ଶେଖର ଶୁକ୍ଳା (୨୩), ଷଣ୍ଢକୁଦର ଟୁକୁନା ଓରଫ ଜିମୁତ ଦାସ (୫୨), କଟକ ଜିଲା ଗତିରାଉତପାଟଣାର ଦୋରା ଓରଫ ରଞ୍ଜିତ ରାଉତ(୩୫) ଓ ରାଜା ଓରଫ ରାଜେଶ ରାଉତ(୪୦)। ଏଥିସହ ପ୍ରତ୍ୟେକଙ୍କୁ ୨୦ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ନିର୍ଦ୍ଦେଶ ହୋଇଛି। ଏହି ରାଶି ଅନାଦାୟ ହେଲେ ପ୍ରତ୍ୟେକ ଅଧିକ ୧ ବର୍ଷ ଲେଖାଏ ଜେଲ ଦଣ୍ଡ ଭୋଗିବେ ବୋଲି ରାୟରେ ଉଲ୍ଲେଖ କରାଯାଇଛି।
ଏ ସମ୍ପର୍କରେ କୁଜଙ୍ଗ କୋର୍ଟ ଅତିରିକ୍ତ ପ୍ରବ୍ଲିକ ପ୍ରସିକ୍ୟୁଟର ଦେବାଶିଷ କଣ୍ଠ କହିଛନ୍ତି, ୧୧ା୭ା୧୪ ରାତି ପ୍ରାୟ ୯ଟା ବେଳେ ପସିଆ ତାଙ୍କ ବାଇକ୍‌ ଯୋଗେ ମଦ ଦୋକାନରୁ ଘରକୁ ଯାଉଥିଲେ। କିନ୍ତୁ କୌଣସି କାରଣବଶତଃ ସେ କୁଜଙ୍ଗ ବ୍ଲକ ପଡ଼ିଆ ପରିସରରେ ବାଇକ୍‌ ରଖି ଛିଡ଼ା ହୋଇଥିଲେ। ଏହି ସମୟରେ ଉପରୋକ୍ତ ଅଭିଯୁକ୍ତମାନେ ବାଇକ୍‌ ଯୋଗେ ଆସି ତାଙ୍କୁ ୨ ରାଉଣ୍ଡ ଗୁଳି କରିଥିଲେ। ଗୋଟିଏ ରାଉଣ୍ଡ ଗୁଳି ପସିଆଙ୍କ ମୁଣ୍ଡରେ ବାଜିଥିଲା। ଫଳରେ ସେଠାରେ ସେ ଟଳି ପଡ଼ିଥିଲେ। ଖବର ପାଇ ପରିବାର ସଦସ୍ୟ ଓ ଅନ୍ୟମାନେ ତାଙ୍କୁ ଉଦ୍ଧାର କରି କୁଜଙ୍ଗ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହିଦିନ ପସିଆଙ୍କ ଭାଇ ବିକ୍ରମ ନାରାୟଣ ଦାସ କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଦଫା ୧୪୭/୧୪୮/୩୮୫/୧୪୯/୩୦୨/୧୪୯ ଆଇପିସି ଏବଂ ଦଫା ୨୫(ଆଇବି)(ଏ)/୨୭ ଆର୍ମସ୍‌ ଆକ୍ଟରେ ମାମଲା ସଂଖ୍ୟା ୧୭୭/୧୪ ରୁଜୁ କରି ତଦନ୍ତ କରିଥିଲା। ଉପରୋକ୍ତ ୬ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ରାଜେଶ ଏ ପର୍ଯ୍ୟନ୍ତ ଜେଲରେ ଅଛନ୍ତି। ଅନ୍ୟ ୫ ଅଭିଯୁକ୍ତ ଜାମିନରେ ଆସିଥିଲେ। ମାମଲାରେ ୧୦ ଜଣ ସାକ୍ଷୀଙ୍କ ବୟାନ ଓ ତଥ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ଦଫା ୩୦୨/୧୪୯ ଆଇପିସିରେ ସମସ୍ତ ୬ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହି ୬ ଅଭିଯୁକ୍ତଙ୍କ ନାମରେ ଜଗତ୍‌ସିଂହପୁର ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଆପରାଧିକ ମାମଲା ରହିଛି। ରାଜେଶ ଓ ରଞ୍ଜିତଙ୍କ ନାମରେ କେବଳ ଜିଲା ନୁହେଁ ବାହାରେ ଅର୍ଥାତ୍‌ ଅବିଭକ୍ତ କଟକ ଜିଲାରେ ଏକାଧିକ ମାମଲା ବିଚାରାଧୀନ ଅଛି। ରାୟ ପ୍ରକାଶ ପରେ ରାଜେଶଙ୍କୁ ଝାରପଡ଼ା ଜେଲ ଓ ଅନ୍ୟ ୫ ଜଣଙ୍କୁ କୁଜଙ୍ଗ ସମାଗୋଳ ଉପକାରାଗାର ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା

ସଇଁତଲା,୨୮ା୩(ରାଖାଲ ପ୍ରସାଦ ଶତପଥୀ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳଗୁଡ଼ିକ ଭିତରେ ଆଶାୟୀଙ୍କ ପ୍ରାର୍ଥୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାଜପା ଲୋକ ସଭା ସଦସ୍ୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri