ବାଲୁକା ଶିଳ୍ପୀ ନାରାୟଣ ପ୍ରସାଦ ବେହେରାଙ୍କୁ ଉଚ୍ଚ ପ୍ରଶଂସା

ବାଲିଆ,୮ା୧୨: କୋଣାର୍କ ମହୋତ୍ସବ ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ୫ଦିନ ବ୍ୟାପୀ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିରିଡି ବ୍ଲକ ଅଧୀନ ମଧ୍ୟଶାସନ ଗ୍ରାମର ବାଲୁକା ଶିଳ୍ପୀ ନାରାୟଣ ପ୍ରସାଦ ବେହେରା ଯୋଗଦେଇ କଳା ପ୍ରଦର୍ଶନ କରିଥିଲେ। ଏହିଅବସରରେ ସେଠାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଉଚ୍ଚ ପ୍ରଶଂସା କରାଯାଇଛି। ମହୋତ୍ସବରେ ୬ଟି ଦେଶ ଯଥା: ଆୟରଲାଣ୍ଡ, କାନାଡା, ୟୁଏସଏ, ଟୋଗୋ, ଥାଇଲାଣ୍ଡ ଓ ଋଷିଆ ସମେତ ଭାରତର ବିଭିନ୍ନ ରାଜ୍ୟରୁ ୧୨୩ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିଥିଲେ। ନାରାୟଣ ପ୍ରସାଦ ପ୍ରଥମ ଦିନରେ ବିଶ୍ୱ ଐତିହ୍ୟ ଉପରେ ବାର୍ତ୍ତା ଦେଇଥିବା ବେଳେ ୨ୟ ଦିନରେ ଜଙ୍ଗଲ କ୍ଷୟ ଯୋଗୁ ମଣିଷ ସମାଜ ଉପରେ ପକାଉଥିବା କୁପ୍ରଭାବ, ୩ୟରେ ବୋଇତ ବନ୍ଦାଣ କଳା ପ୍ରଦର୍ଶନ କରି ପ୍ରାଚୀନ ପରମ୍ପରାକୁ ମନେ ପକାଇଥିଲେ। ୪ର୍ଥ ଦିନରେ ଦୂତୀ ଚାନ୍ଦ ନିଜର ନିଷ୍ଠା ବଳରେ ଯେଉଁଭଳି ଶ୍ରେଷ୍ଠ ହୋଇପାରିଥିଲେ ତାହାର ବାର୍ତ୍ତା ଦେଇଥିଲେ। ଶେଷଦିନରେ ଜଗନ୍ନାଥଙ୍କ ଭକ୍ତ କିଭଳି ଭକ୍ତି ଡୋରରେ ବନ୍ଧା ହୋଇ ରହିବେ ସେହି ବାର୍ତ୍ତା ପ୍ରଦାନ କରିଥିଲେ। ସେ ଗ୍ରାମକୁ ଫେରିବା ପରେ ବିରିଡି ଅଞ୍ଚଳବାସୀ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଜିଲାପରିଷଦ ସଭ୍ୟ ପ୍ରତାପ ବେହେରା, କବି ପୀତାମ୍ବର ମହାପାତ୍ର, ଶିକ୍ଷାଗୁରୁ ଉତ୍ତମ ଦାଶ, ସରପଞ୍ଚ ଶିଳ୍ପା ସାହୁ, ଉପଧ୍ୟକ୍ଷା ଗିତାଞ୍ଜଳି ସାହୁ, ଅକ୍ଷୟ ବ୍ରହ୍ମା, ଅଧ୍ୟାପକ ବିଶ୍ୱରଞ୍ଜନ ଦାଶ, ଉମାକାନ୍ତ ରଥ ଓ ବିଭୂପ୍ରସାଦ ଦାଶଙ୍କ ସମେତ ଅନ୍ୟମାନେ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉତ୍ତରୋତ୍ତର କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri