ମତ୍ସ୍ୟ ଉତ୍ପାଦନ, ଗୁଣବତ୍ତା ସମ୍ପର୍କରେ ତାଲିମ

ପାରାଦୀପ,୧୦ା୧୨(ସ୍ବ.ପ୍ର.): ସ୍ଥାନୀୟ ନେହେରୁ ବଙ୍ଗଳାସ୍ଥ ମାଛଧରା ବନ୍ଦର ପରିସରରେ ସୋମବାର ମତ୍ସ୍ୟଜୀବୀଙ୍କ ପାଇଁ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏମ୍‌ପିଇଡିଏ (ମେରାଇନ ପ୍ରଡକ୍ଟ ଏକ୍ସପୋର୍ଟ ଡେଭଲେପମେଣ୍ଟ ଅଥରିଟି) ନେଟଫିସ୍‌ ଓ ମତ୍ସ୍ୟବିଭାଗ ପକ୍ଷରୁ ଆୟୋଜିତ ଶିବିରରେ ମତ୍ସ୍ୟଜୀବୀଙ୍କୁ ମତ୍ସ୍ୟ ଉତ୍ପାଦନ, ସଂରକ୍ଷଣ, ମାନ ଓ ଗୁଣବତ୍ତା ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ପାରାଦୀପ ବନ୍ଦର ସିଏସ୍‌ଆର ଅର୍ଥରେ ଆୟୋଜିତ ଏହି ଶିବିରକୁ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମ୍‌ପିଇଡିଏର ସହକାରୀ ନିର୍ଦ୍ଦେଶକ ରନତ୍ାକର ନାୟକ, ଉପନିର୍ଦ୍ଦେଶକ ୟୁ.ସି. ମହାପାତ୍ର, ଜିଲା ମତ୍ସ୍ୟ ଅଧିକାରୀ ସୁବ୍ରତ କୁମାର ଦାଶ, ଓମ୍ଫା ସଭାପତି ସୁମନ୍ତ କୁମାର ବିଶ୍ୱାଳ, ଜିଲା ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ) ମାନସ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଅଧ୍ୟକ୍ଷ ରାୟ କହିଥିଲେ, କେନ୍ଦ୍ର ସରକାରଙ୍କ ସାଗରମାଳା ପ୍ରକଳ୍ପରେ ୪ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି। ସେଗୁଡିକ ହେଲା ବନ୍ଦରଗୁଡିକର ବୈଷୟିକ ସମ୍ପ୍ରସାରଣ, ରେଳପଥ ଓ ରାଜପଥର ସଂଯୋଗୀକରଣ, ବନ୍ଦର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଶିଳ୍ପାୟନ ଓ ଗୋଷ୍ଠୀ ବିକାଶ (କମୁନିଟି ଡେଭଲେପମେଣ୍ଟ)। ଏହି ଗୋଷ୍ଠୀ ମଧ୍ୟରେ ପାରାଦୀପର ୫୦ ହଜାର ମତ୍ସ୍ୟଜୀବୀ ଅଛନ୍ତି। ସେମାନଙ୍କ ପାଇଁ ପାରାଦୀପ ବନ୍ଦର ସମସ୍ତ ପ୍ରକାର ସହାୟତା ଯୋଗାଇଦେବ। ଯେମିତି ଗତ ୫ ବର୍ଷରେ ଅଠରବାଙ୍କିରୁ ମାଛଧରା ବନ୍ଦର ପର୍ଯ୍ୟନ୍ତ ରାସ୍ତାକୁ ୨ କୋଟି ଟଙ୍କା ଖର୍ଚ୍ଚ କରି କଂକ୍ରିଟ୍‌ କରିବା ସହ ଆଲୋକୀକରଣ କରିଛି। ଏବେ ମହାନଦୀ ମୁହାଣ ଖୋଳାଯିବ। ଏହାକୁ ଏକ କର୍ତ୍ତବ୍ୟ ବୋଲି ସେ କହିଥିଲେ। ପରେ ଅନ୍ୟମାନେ ମାଛର ଗୁଣବତ୍ତା, ଧରିବାବେଳେ ସ୍ବଚ୍ଛତା ବଜାୟ ରଖିବା, ମାଛ ଜାଲରେ ପରିବର୍ତ୍ତନ (ଫାଶୀ ଜାଲ ବଦଳରେ ବର୍ଗାକାର ଜାଲ) ବ୍ୟବହାର କରିବା ସମ୍ପର୍କରେ କହିଥିଲେ। ଶିବିରକୁ ନେଟ୍‌ଫିସର ସଂଯୋଜକ ଗୟାଧର ଜେନା, ମତ୍ସ୍ୟ ଅଧିକାରୀ ମଧୁମୟ ସାମଲ ପ୍ରମୁଖ ସଂଚାଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ଅସନ୍ତୋଷ

ନନ୍ଦପୁର,୫ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ମା’ରାମଚଣ୍ଡୀଙ୍କ ସାମ୍ନାରେ ରଡ଼ ନିଆଁରେ ଚାଲିଲେ ସେବକ: ୭ଥର ପରେ ଘଟିଲା…

ମହାକାଳପଡ଼ା,୧୫ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ପୀଠରେ ଝାମୁଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୋର ସାଢ଼େ ଚାରିଟାରୁ ମନ୍ଦିର…

ଧର୍ମ ପରିବର୍ତ୍ତନ କରିଥିବାରୁ ସତ୍କାର ପାଇଁ ଶ୍ମଶାନରେ ମିଳିଲାନି ଜାଗା: ଶେଷରେ…

ରାଇଘର/ଉମରକୋଟ, ୧୫।୪ (କିରଣ ପଟ୍ଟନାୟକ/ ସନ୍ତୋଷ ଶତପଥୀ): ମୂଳ ଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ଗାଁ ଶ୍ମଶାନରେ ସତ୍କାର ପାଇଁ ଶବକୁ ମିଳୁନାହିଁ ସ୍ଥାନ…

ସମୁଦ୍ରରେ ମାଛ ଧରିବା ନିଷେଧ: ଏତିକି ଦିନ ଯାଏ କଟକଣା ଲାଗୁ କଲେ ସରକାର

ଛତ୍ରପୁର,୧୫।୪(ଦିଲ୍ଲୀପ ସାମଲ ): ଆଜିଠୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ମାଛ ଧରିବା ନିଷେଧ। ଏନେଇ ମତ୍ସ୍ୟ ବିଭାଗ ପକ୍ଷରୁ କଟକଣା ଜାରି ହୋଇଛି…

ଡବେରୀ ଜଳ ସମସ୍ୟାର ହେବ ସମାଧାନ: ପଦକ୍ଷେପ ନେଲା ପ୍ରଶାସନ

ଦାରିଙ୍ଗବାଡି,୧୪।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଡବେରୀରେ ଜଳ ସମସ୍ୟାର ସମାଧାନ ପାଇଁ ବ୍ଲକ ପ୍ରଶାସନ ପଦକ୍ଷେପ ନେଇଛି। ପ୍ରଥମ ପର୍ଯ୍ୟାୟରେ ଜଳ ଅଭାବ ସ୍ଥାନରେ…

ଗଛକୁ ପିଟିଲା ବରଯାତ୍ରୀ ବସ୍‌: ବର-କନ୍ୟା ସମେତ…

ସିମୁଳିଆ, ୧୫।୪(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନାଠାରୁ ୧ କିମି. ଦୂର ୧୬ନଂ ଜାତୀୟ ରାଜପଥର କଣିଆରି ଛକ ନିକଟରେ ବରଯାତ୍ରୀ ମିନି ବସ…

ମେରୁ ଯାତ୍ରା ଦେଖିବାକୁ ଯାଉଥିବାବେଳେ ଅଘଟଣ: ଗଛକୁ ପିଟିଲା ବାଇକ, ଘଟଣାସ୍ଥଳରେ…

ବୌଦ୍ଧ,୧୫।୪( ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବଡବନ୍ଧଠରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ…

୪ବର୍ଷ ବିତିଲା, ମିଳିଲାନି ନିଖୋଜ ଶ୍ରମିକଙ୍କ ପତ୍ତା

ନୂଆପଡ଼ା,୧୫ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଦର୍ଲିପଡା ଗଁ।ର ଜଣେ ଦାଦନ ଶ୍ରମିକ ନିଖୋଜ ହେବାର ପ୍ରାୟ ୪ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri