ପୁଣି ଖନନ ହେବ ମହାନଦୀ ମୁହାଣ: ଉପକୃତ ହେବେ ୫୦ ହଜାର ମତ୍ସ୍ୟଜୀବୀ

ପାରାଦୀପ,୧୧ା୧୨(ସ୍ବ.ପ୍ର.): ପାରାଦୀପ ମାଛଧରା ବନ୍ଦର ଓ ମତ୍ସ୍ୟ ଶିଳ୍ପର ଦୁଃଖ ବୋଲି କୁହାଯାଉଥିବା ମହାନଦୀ ମୁହାଣ ଅଞ୍ଚଳକୁ ପୁଣି ଥରେ ଖନନ କରାଯିବ। ଏହାକୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଖନନ କରିବେ। ଆସନ୍ତା ଜାନୁୟାରୀ ପ୍ରଥମ ସପ୍ତାହରୁ ଦେଶର ଅଗ୍ରଣୀ ଖନନକାରୀ ସରକାରୀ ଉଦ୍ୟୋଗ ଡିସିଆଇ (ଡ୍ରେଜିଂ କର୍ପୋରେଶନ ଅଫ୍‌ ଇଣ୍ଡିଆ) ଏହି ଖନନ କରିବ ବୋଲି ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ସୂଚନା ଦେଇଛନ୍ତି। ଏହା ସଫଳ ହେଲେ ମତ୍ସ୍ୟଶିଳ୍ପ ଉପରେ ନିର୍ଭରଶୀଳ ୫୦ ହଜାର ମତ୍ସ୍ୟଜୀବୀ ଉପକୃତ ହେବେ ବୋଲି ରାୟ କହିଛନ୍ତି। ଗତବର୍ଷ ଯେଉଁ ଡ୍ରେଜିଂ ସଂସ୍ଥା ସେଠାରେ ଖନନ କରିବାକୁ ସ୍ବୀକୃତି ପାଇଥିଲା, ସେଥିରେ ସେ ଅସଫଳ ହୋଇଥିଲା। ଫଳରେ ସଂସ୍ଥା ଅଧାରୁ କାମ ବନ୍ଦ କରି ପଳାଇଥିଲା। ଏବେ ମୁହାଣ ଅଞ୍ଚଳକୁ ଖନନ କରିବା ପାଇଁ ଡିସିଆଇ ସହ କଥାବାର୍ତ୍ତା ସରିଛି। ଚଳିତ ମାସ ୨୫ରୁ ୨୮ ତାରିଖ ମଧ୍ୟରେ ଡିସିଆଇର ଡ୍ରେଜର କଲମ୍ବୋରୁ ପାରାଦୀପ ଆସିବ।
ସୂଚନାଯୋଗ୍ୟ, ମହାନଦୀ ମୁହାଣ ୧୯୯୮-୯୯ ମସିହାରେ ଖନନ କରାଯାଇ ୧୩ ମିଟର ଗଭୀର କରାଯାଇଥିଲା। ସେତେବେଳେ ମାଛଧରା ବନ୍ଦର କେନ୍ଦ୍ର ସରକାରଙ୍କ ଅଧୀନରେ ଥିଲା। ସେହିପରି ସ୍ଥାନୀୟ ୟୁଗୋସ୍ଲାଭିଆ କଲୋନୀ ୫ନଂ ଗେଟ୍‌ ପାଖରେ ଥିବା ମାଛଧରା ବନ୍ଦରକୁ ସେତେବେଳେ ନେହେରୁ ବଙ୍ଗଳାକୁ ସ୍ଥାନାନ୍ତର କରାଯାଇଥିଲା। ତା’ପରଠାରୁ ମୁହାଣ ଅଞ୍ଚଳ ଖନନ ନ ହେବା ଫଳରେ କ୍ରମଶଃ ପୋତି ହେବାରେ ଲାଗିଛି। ଏବେ ସେଠାରେ ଜୁଆର ସମୟରେ ୨ ମିଟର ଗଭୀର ରହୁଥିବାବେଳେ ଅନ୍ୟ ସମୟରେ ୫ ଫୁଟ୍‌ ଗଭୀର ରହୁଛି।
ମୁହାଣ ପୋତି ହେବା ଫଳରେ ଅଞ୍ଚଳରେ ଅଧିକ କରେଣ୍ଟ (ଅନ୍ତଃସ୍ରୋତ) ରହୁଛି। ଯଦ୍ଦ୍ବାରା ମାଛଧରା ଟ୍ରଲର ଡଙ୍ଗା ଯାତାୟାତରେ ବାଧା ଉପୁଜୁଛି। ଏପରି କି ପ୍ରତିବର୍ଷ ଏକାଧିକ ଦୁର୍ଘଟଣାରେ ଅନେକ ଧନଜୀବନ ହାନି ହୋଇସାରିଲାଣି। ଏହା ମଧ୍ୟରେ ୨୦୧୧ ନଭେମ୍ବରରେ ମାଛଧରା ବନ୍ଦରକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଦେଇଛନ୍ତି। ମାଛଧରା ବନ୍ଦର ପରିଚାଳନା ପାଇଁ ରାଜ୍ୟ ମତ୍ସ୍ୟ ବିଭାଗ ପକ୍ଷରୁ ଏକ ପରିଚାଳନା କମିଟି ଗଠନ କରାଯାଇଛି। ପ୍ରତିବର୍ଷ ମହାନଦୀ ମୁହାଣ ଖନନ ପାଇଁ ମତ୍ସ୍ୟଜୀବୀଙ୍କ ଦାବିକୁ ରାଜ୍ୟ ସରକାର ଏଡାଇ ଚାଲିଥିଲେ। ୨୦୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ହସ୍ତେକ୍ଷେପ କରି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। କେନ୍ଦ୍ର ମନ୍ତ୍ରୀଙ୍କ ସୁପାରିସ କ୍ରମେ ସାଗରମାଳା ପ୍ରକଳ୍ପ ଅଧୀନରେ ପାରାଦୀପ ବନ୍ଦର ପକ୍ଷରୁ ଏହି ମୁହାଣ ଖନନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ୨୦୧୮ ମସିହାରେ ପାରାଦୀପ ବନ୍ଦର ସିଏସ୍‌ଆର ଅର୍ଥରେ ଏହାକୁ ଖନନ କରିବ ବୋଲି ଘୋଷଣା କରିଥିଲା। ଏଥିପାଇଁ ୧୫ କୋଟି ଟଙ୍କା ବ୍ୟୟ ଅଟକଳରେ ଟେଣ୍ଡର ହୋଇଥିଲା। ମାତ୍ର ଯେଉଁ ସଂସ୍ଥା ଏହି ଖନନ କାର୍ଯ୍ୟ କରୁଥିଲା ସେ ବିଫଳ ହେବାରୁ ଅଧାରୁ କାମ ବନ୍ଦ କରି ପଳାଇଥିଲା। ଏବେ ବନ୍ଦର ଅଧ୍ୟକ୍ଷଙ୍କ ଏହି ଘୋଷଣାକୁ ଓମ୍ଫା (ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ) ସଭାପତି ସୁମନ୍ତ ବିଶ୍ୱାଳ ସ୍ବାଗତ କରିଛନ୍ତି। ଏହାଦ୍ୱାରା ଗରିବ ମତ୍ସ୍ୟଜୀବୀ ଉପକୃତ ହେବେ ବୋଲି ସେ କହିଛନ୍ତି। ରାଜ୍ୟ ମତ୍ସ୍ୟ ବିଭାଗର ଜିଲା ମତ୍ସ୍ୟ ଅଧିକାରୀ ସୁବ୍ରତ କୁମାର ଦାଶ ମଧ୍ୟ ପାରାଦୀପ ବନ୍ଦର ପଦକ୍ଷେପକୁ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା

ସଇଁତଲା,୨୮ା୩(ରାଖାଲ ପ୍ରସାଦ ଶତପଥୀ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳଗୁଡ଼ିକ ଭିତରେ ଆଶାୟୀଙ୍କ ପ୍ରାର୍ଥୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାଜପା ଲୋକ ସଭା ସଦସ୍ୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri