ଫାଇନାନ୍ସ କର୍ମଚାରୀଙ୍କ ନିର୍ଯାତନା ଯୋଗୁ ମୃତ୍ୟୁ ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୧୦ା୧୨: ଫାଇନାନ୍ସ କର୍ମଚାରୀଙ୍କ ନିର୍ଯାତନା ଯୋଗୁ ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ଅଲଣାହାଟ କାଂଶ ଗ୍ରାମର ସୂର୍ଯ୍ୟକାନ୍ତ ଖୁଣ୍ଟିଆ ନାମକ ବ୍ୟକ୍ତିଙ୍କ ରବିବାର ରାତିରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂର୍ଯ୍ୟକାନ୍ତଙ୍କ ବଡ ଭାଇ ସନ୍ତୋଷଙ୍କ ଅଭିଯୋଗକ୍ରମେ ପୋଲିସ ଦଫା ୩୦୬/୩୪ ଆଇପିସିରେ ମାମଲା ସଂଖ୍ୟା ୪୪୪/୧୯ ରୁଜୁ କରି ତଦନ୍ତ ଚଳାଇଛି।
ସନ୍ତୋଷ ଅଭିଯୋଗରେ ଦର୍ଶାଇଛନ୍ତି, ରବିବାର ରାତି ପ୍ରାୟ ୧ଟାରେ ତାଙ୍କ ଭାଇ ସୂର୍ଯ୍ୟକାନ୍ତ ଶୋଇଥିବା ବେଳେ ବାଡେଇ ପିଟି ହୋଇଥିଲେ। ପାଟିରୁ ଫେଣ ବାହାରିବା ଦେଖି ସେମାନେ ସଙ୍ଗେସଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂର୍ଯ୍ୟକାନ୍ତଙ୍କ ମୃତ୍ୟୁ ପଛରେ ଏକ ଫାଇନାନ୍ସ କମ୍ପାନୀ ଓ ଏହାର ଜଣେ ଏଜେଣ୍ଟଙ୍କ ହାତ ରହିଛି। ସୂର୍ଯ୍ୟକାନ୍ତ ଏହି ଫାଇନାନ୍ସ ସଂସ୍ଥା ସହାୟତାରେ ଏକ ଟ୍ରାକ୍ଟର କିଣିଥିଲେ। ପ୍ରତି ମାସ କିସ୍ତି ଟଙ୍କା ଦେଉଥିଲେ। କିନ୍ତୁ ଅସୁବିଧା କାରଣରୁ ୨/୩ ମାସ ହେବ କିସ୍ତି ଟଙ୍କା ଦେବାରେ ବାଧା ଉପୁଜିଥିଲା। ଗତ ୨୮ା୧୧ା୧୯ରେ ଫାଇନାନ୍ସ କମ୍ପାନୀର ୫/୬ ଜଣ କର୍ମଚାରୀ ଓ ଏଜେଣ୍ଟ ତାଙ୍କ ଘରେ ପହଞ୍ଚତ୍ ଧମକ ଦେଇ ଗାଡି ନେବାକୁ ଚେଷ୍ଟା କରିଥିଲେ। ସେ ଯେତେ ନେହୁରା ହେଲେ ମଧ୍ୟ କର୍ମଚାରୀମାନେ କିଛି ନ ଶୁଣି ଟ୍ରାକ୍ଟର ନେଇଯାଇଥିଲେ। ତାର ୨/୩ ଦିନ ପରେ ସୂର୍ଯ୍ୟକାନ୍ତଙ୍କୁ ତାଙ୍କ ଅଫିସକୁ ଡାକି ଧମକଚମକ ଦେଇଥିଲେ। ତାଙ୍କ ଅନୁରୋଧ ମଧ୍ୟ ରକ୍ଷା କରି ନ ଥିଲେ। ଏପରି କି ତାଙ୍କୁ ଧମକ ଦେଇଥିଲେ ବୋଲି ସନ୍ତୋଷ ଅଭିଯୋଗରେ ଦର୍ଶାଇଛନ୍ତି। ସେମାନେ ଏକଥା କହିଥିଲେ ଯେ, ୩ଟା କିସ୍ତି ଟଙ୍କା ଦେବା ସହ ଅଗ୍ରୀମ ୪ର୍ଥ କିସ୍ତି ଦେବାକୁ ପଡିବ। ଏଥିରେ ସେ ନିରାଶ ହୋଇ ଫେରିଥିବା ବେଳେ ରବିବାର ସନ୍ଧ୍ୟାରେ ସେମାନେ ପୁଣି ତାଙ୍କ ଘରେ ପହଞ୍ଚତ୍ଥିଲେ। ସୂର୍ଯ୍ୟକାନ୍ତଙ୍କ ସହ କଥା ହେବେ ବୋଲି କହି ଘରୁ ଡାକି ନେଇଥିଲେ। ରାତି ୧୧ଟାରେ ପୁଣି ଘରେ ଆଣି ଛାଡି ଦେଇଥିଲେ। ଏହାପରେ ସେ ସୂର୍ଯ୍ୟକାନ୍ତଙ୍କୁ କ’ଣ ହେଲା ପଚାରିବାରୁ କିଛି ଉତ୍ତର ମିଳି ନ ଥିଲା। ବରଂ ସୂର୍ଯ୍ୟକାନ୍ତ କାନ୍ଦି କାନ୍ଦି ନ ଖାଇ ଭୋକରେ ଶୋଇ ପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍‌ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ପାଳନ ହେବ ଘୁମୁସର ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ…

ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri