ଗଞ୍ଜାମ

ଟୋକନ ଅଛି, ଉଠୁନି ଧାନ; ମୁଣ୍ଡରେ ହାତ ଦେଇଛି ଚାଷୀ

ବୁଗୁଡ଼ା,୧୮।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକରେ ମଣ୍ଡିରେ ଧାନ ବିକ୍ରି ପାଇଁ ଟୋକନ ମିଳିଥିଲେ ହେଁ ସୋସାଇଟି ଧାନ ନେଉ ନ ଥିବାରୁ ଚାଷୀ ମୁଣ୍ଡରେ ହାତଦେଇ ବସିଥିବା ବେଳେ କିଛି ଚାଷୀ ବାଧ୍ୟ ହୋଇ ବେପାରୀଙ୍କୁ କମ୍‌ ଦରରେ ଧାନ…

ଡ୍ରେନ୍‌, ପାନୀୟ ଜଳ ସମସ୍ୟାରେ ସାହି ବାସିନ୍ଦା ଉବୁଟୁବୁ

ବ୍ରହ୍ମପୁର ଅଫିସ୍‌,୧୭।୨: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୱାର୍ଡ ସଫେଇ ନିମନ୍ତେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ଏପରିକି ବିଭିନ୍ନ ୱାର୍ଡରେ ବୈଠକ ଡକାଯାଇ ପରିଷ୍କାର ଓ ପରିଚ୍ଛନ୍ନତା ନେଇ ବିଭିନ୍ନ ସମୟରେ ସଚେତନତା ମଧ୍ୟ କରାଯାଉଛି। କିନ୍ତୁ ବିଏମ୍‌ସି…

ଧାନବସ୍ତା ରଖି ଛତ୍ରପୁର-ତାରାତାରିଣୀ ରାସ୍ତା ଅବରୋଧ

ଛତ୍ରପୁର,୧୬।୨(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବଡ଼ ମାଧପୁର ଧିରେଶ୍ବର ମନ୍ଦିର ନିକଟରେ ମଙ୍ଗଳବାର ଚଷୀମାନେ ଧାନ ବସ୍ତା ରଖି ଛତ୍ରପୁର-ତାରାତାରିଣୀ ରାସ୍ତା ଅବରୋଧ କରିଛନ୍ତି। ଟାୟାର ଜାଳିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଧାନ କିଣାଯାଉ ନ ଥିବାରୁ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।…

ସୋରଡ଼ାରେ ବନ୍ଦର ପ୍ରଭାବ: ସରକାରୀ କାର୍ଯ୍ୟାଳୟ ବନ୍ଦ କଲେ କର୍ମୀ

ସୋରଡ଼ା,୧୫।୨(ଡି.ଏନ୍‌.ଏ.): ରାଜ୍ୟରେ ବିଭିନ୍ନ ଅତ୍ୟାବଶ୍ୟକ ଜିନିଷ ତଥା ପେଟ୍ରୋଲ ଓ ଡିଜେଲର ଅହେତୁକ ଦରଦାମ ବୃଦ୍ଧି ଲାଗି ରାଜ୍ୟ କଂଗ୍ରେସ ଦୃଢ଼ ନିନ୍ଦା କରିବା ସହ ସୋମବାର ଓଡ଼ିଶା ବନ୍ଦ କରିଛି। ଏ ନେଇ ଗଞ୍ଜାମ ଜିଲା ସମେତ ସୋରଡ଼ା ଏବଂ…

ଗଞ୍ଜାମରେ କଂଗ୍ରେସର ବାଇକ ରାଲି: ବନ୍ଦପାଳନ ଶାନ୍ତିପୂର୍ଣ୍ଣ

ଗଞ୍ଜାମ,୧୫।୨(ଡି.ଏନ୍‌.ଏ.): ରାଜ୍ୟରେ ବିଭିନ୍ନ ଅତ୍ୟାବଶ୍ୟକ ଜିନିଷ ତଥା ପେଟ୍ରୋଲ ଓ ଡିଜେଲର ଅହେତୁକ ଦରଦାମ ବୃଦ୍ଧି ଲାଗି ରାଜ୍ୟ କଂଗ୍ରେସ ଦୃଢ଼ ନିନ୍ଦା କରିବା ସହ ସୋମବାର ଓଡ଼ିଶା ବନ୍ଦ କରିଛି। ଏ ନେଇ ଗଞ୍ଜାମ ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ…

ଦିଗପହଣ୍ଡିରେ ରାସ୍ତା ଅବରୋଧ ଶାନ୍ତିପୂର୍ଣ୍ଣ

ଦିଗପହଣ୍ଡି,୧୫।୨(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ସାମଗ୍ରିକ ବିଫଳତା ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ୍‌ ନିୟନ୍ତ୍ରଣରେ କେନ୍ଦ୍ର ସରକାରଙ୍କ ଅହେତୁକ ନିରବତା ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟିର ଡାକରା କ୍ରମେ ସୋମବାର ଦିଗପହଣ୍ଡି କଂଗ୍ରେସ ପକ୍ଷରୁ ସଭା ଓ ବାଇକ ଶୋଭାଯାତ୍ରା କରାଯାଇଥିଲା।…

ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଗଣବଳାତ୍କାର

ଭଞ୍ଜନଗର,୧୩।୨: ଭଞ୍ଜନଗର ସହରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଗଣବଳତ୍କାର ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୋଲିସ ଶନିବାର ୪ଜଣଙ୍କୁ ଗିରଫ କରିଛି। ଛାତ୍ରୀ ଜଣଙ୍କ ଏକ କମ୍ପ୍ୟୁଟର ସେଣ୍ଟରକୁ ପଢ଼ିବାକୁ ଯାଇଥିଲେ। ସେ ଘରକୁ ଫେରୁଥିବା ବେଳେ ନିଛାଟିଆ ଦେଖି…

ବିମାନ ବନ୍ଦର ପ୍ରତିଷ୍ଠା ନେଇ ଆନ୍ଦୋଳନ

ହିଞ୍ଜିଳିକାଟୁ,୧୩।୨(ଡି.ଏନ୍‌.ଏ.) : ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ ବିମାନ ବନ୍ଦର ସ୍ଥାପନ ଦାବି ନେଇ ହିଞ୍ଜିଳିକାଟୁରେ ଶନିବାର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ କରାଯାଇଛି। କମିଟିର ସଦସ୍ୟମାନେ ସ୍ଥାନୀୟ ବିଜୁବାବୁ ଛକରେ ଦାବି ପ୍ରସଙ୍ଗରେ ପ୍ରଥପ୍ରାନ୍ତ ସଭା କରିଥିଲେ।…

ବ୍ରହ୍ମପୁରରେ ପାନୀୟ ଜଳ ସମସ୍ୟା

ବ୍ରହ୍ମପୁର ଅଫିସ,୧୩।୨: ବ୍ରହ୍ମପୁର ମହାନଗର ନିଗମକୁ ବର୍ତ୍ତମାନ ସ୍ବଚ୍ଛ ଓ ସୁନ୍ଦର କରିବା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଏପରି ବହୁ ଅଞ୍ଚଳ ରହିଛି ଯେଉଁଠି ଲୋକେ ଆଜି ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ମୁଖ୍ୟତଃ…

ଓଡ଼ିଶାରେ ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରଚାର

ପାତ୍ରପୁର,୧୨ା୨: ଆନ୍ଧ୍ରପ୍ରଦେଶରେ ଆସନ୍ତା ୧୩ ତାରିଖରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଗୁରୁବାର ଥିଲା ପ୍ରଚାରର ଶେଷ ଦିନ। ଗଞ୍ଜାମ ଜିଲା ପାତ୍ରପୁର ବ୍ଲକର ଉପାନ୍ତ ଅଞ୍ଚଳର ବହୁ ଗ୍ରାମ ଆନ୍ଧ୍ର ସୀମାକୁ ଲାଗି ରହିଛି। କେତେକ ଗ୍ରାମରେ ଆନ୍ଧ୍ର…

ଛତ୍ରପୁର ହସ୍ପିଟାଲକୁ ହେଡକ୍ୱାର୍ଟର ହସ୍ପିଟାଲ ମାନ୍ୟତା ଦାବି

ଛତ୍ରପୁର,୧୧।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ହୋଇଥିଲେ ମଧ୍ୟ ବ୍ରହ୍ମପୁରଠାରେ ଜିଲା ହେଡକ୍ୱାର୍ଟର ହସ୍ପିଟାଲ ରହିଛି। ଛତ୍ରପୁରରେ ଉପଖଣ୍ଡ ହସ୍ପିଟାଲ ରହିଛି। ଏହାକୁ ଜିଲା ହେଡକ୍ୱାର୍ଟର ହସ୍ପିଟାଲ ମାନ୍ୟତା ଦେବାକୁ ଛତ୍ରପୁର ଓକିଲ ସଂଘ ପକ୍ଷରୁ ଦାବି ହୋଇଛି। ଏ ନେଇ…

୨୮ କୋଟି ଟଙ୍କାର ୧୪ ପ୍ରକଳ୍ପ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୧୦।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗୁରୁବାର ପ୍ରାୟ ୨୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୪ ପ୍ରକଳ୍ପର ଉଦ୍‌ଘାଟନ ହେବ। ଦୀର୍ଘଦିନ ଧରି କିଛି ପ୍ରକଳ୍ପର ନିର୍ମାଣ ସରିଥିଲେ ମଧ୍ୟ କରୋନା ମହାମାରୀ ହେତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?