ଓଡ଼ିଶାରେ ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରଚାର

ପାତ୍ରପୁର,୧୨ା୨: ଆନ୍ଧ୍ରପ୍ରଦେଶରେ ଆସନ୍ତା ୧୩ ତାରିଖରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଗୁରୁବାର ଥିଲା ପ୍ରଚାରର ଶେଷ ଦିନ। ଗଞ୍ଜାମ ଜିଲା ପାତ୍ରପୁର ବ୍ଲକର ଉପାନ୍ତ ଅଞ୍ଚଳର ବହୁ ଗ୍ରାମ ଆନ୍ଧ୍ର ସୀମାକୁ ଲାଗି ରହିଛି। କେତେକ ଗ୍ରାମରେ ଆନ୍ଧ୍ର ପ୍ରଶାସନ ଧସେଇ ପଶି ବିଭିନ୍ନ ଜନହିତକର କାର୍ଯ୍ୟ କରିବା ସହ ଲୋକଙ୍କୁ ନିର୍ବାଚନରେ ସାମିଲ କରିଛି।
ତୁମ୍ବା ପଞ୍ଚାୟତ କୁଲାଡ଼ି ଓ ସାତପୁରି, ବୁରାତାଲ ପଞ୍ଚାୟତର ଗୁଡ଼ିଖଳା ଗ୍ରାମବାସୀ ଆନ୍ଧ୍ରରୁ ସମସ୍ତ ସୁବିଧା ପାଇ ବର୍ତ୍ତମାନ ସେଠିକାର ନିର୍ବାଚନରେ ସାମିଲ ହୋଇଛନ୍ତି। କୁଲାଡ଼ି ଗ୍ରାମର ସାବିତ୍ରୀ ଶବର ୱାର୍ଡ଼ସଭ୍ୟା ଭାବେ ନିର୍ବାଚନ ଲଢୁଥିବା ବେଳେ ଖବର ପାଇ ଗୁରୁବାର ପାତ୍ରପୁର ବିଡିଓ ପ୍ରକାଶ ଚନ୍ଦ୍ର ଦାସ ଓ ତହସିଲଦାର ଅମିତ କୁମାର ନାୟକଙ୍କ ସହ ଜରଡ଼ା ପୋଲିସ ଗ୍ରାମରେ ପହଞ୍ଚତ୍ ଥିଲେ। ଆନ୍ଧ୍ର ନିର୍ବାଚନରେ ସାମିଲ ନ ହେବାକୁ ଗ୍ରାମ ଲୋକଙ୍କୁ ଡାକି ବୁଝାଇଥିଲେ। ୱାର୍ଡ଼ସଭ୍ୟା ପ୍ରାର୍ଥୀ ସାବିତ୍ରୀଙ୍କୁ ଉଭୟ ଅଧିକାରୀ ପଚାରିବାରୁ ମୁଁ ନାମାଙ୍କନପତ୍ର ଦାଖଲ କରିବାକୁ ଯାଇନାହିଁ, କେତେଜଣ ଆସି କାଗଜରେ ଟିପଚିହ୍ନ ନେଇଥିବା ସେ କହିଥିଲେ। ଏହି ସମୟରେ ଆନ୍ଧ୍ରର ନିର୍ବାଚନ ପ୍ରଚାର ଗାଡି ସହ ଏକ ବିରାଟ ବାଇକ୍‌ ରାଲି ଗଁାରେ ପ୍ରବେଶ କରି ଅଧିକାରୀଙ୍କ ଉପସ୍ଥିତିରେ ପ୍ରଚାର କରିଥିଲା। ଏହାପରେ ଗ୍ରାମବାସୀ ଆନ୍ଧ୍ର ନିର୍ବାଚନରେ ଭାଗ ନେବେ ନାହିଁ ବୋଲି ଲିଖିତ ଭାବେ ଅଧିକାରୀଙ୍କୁ ଜଣାଇଥିଲେ।
ପ୍ରକାଶ ଥାଉକି, ସୀମାନ୍ତରେ ଥିବା ଓଡ଼ିଶାର ସମ୍ପୃକ୍ତ ଗ୍ରାମବାସୀ ଆନ୍ଧ୍ରର ବିଭିନ୍ନ ଯୋଜନା ଯଥା ଆବାସ, ଶିକ୍ଷା, ସ୍ବାସ୍ଥ୍ୟସେବା, ବ୍ୟାଙ୍କ, ଭତ୍ତା, ବିଦ୍ୟୁତ୍‌, ରାଶନ ସାମଗ୍ରୀ ପାଉଛନ୍ତି। ଓଡ଼ିଶାର ବ୍ଲକ ଓ ପଞ୍ଚାୟତ ମୁଖ୍ୟାଳୟ ସମ୍ପୃକ୍ତ ଗ୍ରାମଠାରୁ ବହୁ ଦୂର ହେଉଥିବାରୁ ଯାତାୟାତରେ ସମସ୍ୟା ହେଉଛି। ଏହାର ସୁଯୋଗ ନେଇ ଆନ୍ଧ୍ର ପ୍ରଶାସନ ସମ୍ପୃକ୍ତ ଗ୍ରାମରେ ପହଞ୍ଚତ୍ ରାଶନ, ଭତ୍ତା ସହ ଅନ୍ୟାନ୍ୟ ସୁବିଧା ଯୋଗାଉଛି। ଫଳରେ ସେମାନେ ଆନ୍ଧ୍ର ପଟକୁ ଢଳୁଥିବା ଜଣାପଡିଛି। ପ୍ରତିବର୍ଷ ପ୍ରଶାସନ ବାରଣ ସତ୍ତ୍ୱେ ଏମାନେ ଲୁଚିଛପି ଆନ୍ଧ୍ରରେ ଯାଇ ଭୋଟ ଦେଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

ଦାରିଙ୍ଗବାଡ଼ିରେ ଶୀତର ଆଗମନ: ବଢ଼ୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୯।୧୦(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅଞ୍ଚଳରେ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେବାରେ ଲାଗିଛି। ଗତ କିଛି ଦିନ ହେଲା ଅଞ୍ଚଳରେ ହାଲୁକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?