ଡ୍ରେନ୍‌, ପାନୀୟ ଜଳ ସମସ୍ୟାରେ ସାହି ବାସିନ୍ଦା ଉବୁଟୁବୁ

ବ୍ରହ୍ମପୁର ଅଫିସ୍‌,୧୭।୨: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୱାର୍ଡ ସଫେଇ ନିମନ୍ତେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ଏପରିକି ବିଭିନ୍ନ ୱାର୍ଡରେ ବୈଠକ ଡକାଯାଇ ପରିଷ୍କାର ଓ ପରିଚ୍ଛନ୍ନତା ନେଇ ବିଭିନ୍ନ ସମୟରେ ସଚେତନତା ମଧ୍ୟ କରାଯାଉଛି। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଓ କର୍ମଚାରୀଙ୍କ ଅବହେଳାରୁ ସହରର ବିଭିନ୍ନ ୱାର୍ଡରେ ପରିଷ୍କାର ପରିଚ୍ଛନ୍ନତା ଉଜୁଡ଼ି ପଡ଼ିଥିବା ଅଭିଯୋଗ ହୋଇଛି। ଏଭଳି ଏକ ୱାର୍ଡ ହେଉଛି ମହାନଗର ନିଗମ ୨୦ ନଂ. ୱାର୍ଡ। ଏହି ୱାର୍ଡ ସହ ସୂର୍ଯ୍ୟନଗର, ବଡ଼ଖେମୁଣ୍ଡି ସାହି, ରାମକୃଷ୍ଣ ନଗର, ଗୋଲାପଲୀ ସାହି, ଗୋଲାପଲୀ(ଦ୍ୱିତୀୟ),ରଘୁନାଥ ନଗର ଭଳି ଅଞ୍ଚଳର ଏହି ୱାର୍ଡ ସହ ସଂଶ୍ଳିଷ୍ଟ। ଏହି ୱାର୍ଡରେ ଡ୍ରେନ୍‌, ପାନୀୟ ଜଳ ସମସ୍ୟା ମଧ୍ୟରେ ସ୍ଥାନୀୟ ବାସିନ୍ଦା ଉବୁଟୁବୁ ହେଉଛନ୍ତି। ଡ୍ରେନ୍‌ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଥିବା ବେଳେ ସ୍ଥାନୀୟ ବାସିନ୍ଦା ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଉକ୍ତ ୱାର୍ଡର ସେବକନଗର ତଥା ହରିଜନ କଲୋନୀରେ ରହିଥିବା ଡ୍ରେନ୍‌ ସମସ୍ୟା କହିଲେ ନ ସରେ। ଡ୍ରେନ୍‌ଗୁଡ଼ିକୁ ଠିକ୍‌ ଭାବେ ସଫେଇ କରାଯାଉ ନ ଥିବାରୁ ନର୍ଦ୍ଦମା ପାଣି ନିଷ୍କାସିତ ନ ହୋଇ ରାସ୍ତାରେ ଭାସୁଛି। ଫଳରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ ମଶା ମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ଦୀର୍ଘଦିନ ଧରି ଡ୍ରେନ୍‌ଗୁଡ଼ିକୁ ମରାମତି ମଧ୍ୟ କରାଯାଉ ନାହିଁ। ଡ୍ରେନ୍‌ ମରାମତି ନେଇ ବିଏମ୍‌ସି ପକ୍ଷରୁ ଟେଣ୍ଡର ଡକାଯାଉଛି, କିନ୍ତୁ କୌଣସି କାର୍ଯ୍ୟ କରାଯାଉ ନ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏଥିସହ ସଫେଇ କର୍ମଚାରୀ ମଧ୍ୟ କାର୍ଯ୍ୟ ଠିକ୍‌ ଭାବେ କରୁ ନ ଥିବା ଅଭିଯୋଗ ହୋଇଛି। ଫଳରେ ସାହିର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ଜମି ରହୁଛି। ଏପରିକି ନିର୍ଦ୍ଧାରିତ ସଂଖ୍ୟକ ସଫେଇ କର୍ମଚାରୀ କାର୍ଯ୍ୟରେ ନିୟୋଜିତ ରହୁ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏଥିସହ ଉକ୍ତ ଅଞ୍ଚଳରେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦେଇଛି। ଏଠାରେ ରହିଥିବା ଷ୍ଟାଣ୍ଡପୋଷ୍ଟରୁ ଦିନକୁ ମାତ୍ର ଅଧଘଣ୍ଟା ପାଇଁ ପାଣି ଆସୁଛି। ଯାହାକି ସମୁଦ୍ରକୁ ଶଙ୍ଖେ ସଦୃଶ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ପ୍ରତି ଘରକୁ ପାନୀୟ ଜଳ ଯୋଗାଣ ନିମନ୍ତେ ପାଇପ୍‌ ଲାଇନ୍‌ ଯାଇଛି। କିନ୍ତୁ ପାଣି ଆସୁ ନାହିଁ। ଫଳରେ ସ୍ଥାନୀୟ ବାସିନ୍ଦା ଅନ୍ୟ ସାହିକୁ ଯାଇ ପାଣି ଆଣିବା ପାଇଁ ବାଧ୍ୟ ହେଉଛନ୍ତି। ଖରାଦିନ ପୂର୍ବରୁ ପାନୀୟ ଜଳ ସମସ୍ୟା ସମାଧାନ କରିବା ପାଇଁ ସାଧାରଣରେ ଦାବି ହୋଇଛି। ଏ ନେଇ ୱାର୍ଡର ପୂର୍ବତନ କର୍ପୋରେଟର ଧବଳ ବେହେରାଙ୍କ ସହ ଯୋଗାଯୋଗ କରିବାରୁ, ଡ୍ରେନ୍‌ ଉପରେ ଘର ନିର୍ମାଣ ହୋଇଛି। ଯଦ୍ୱାରା ନର୍ଦ୍ଦମା ପାଣି ଠିକ୍‌ ଭାବେ ନିଷ୍କାସିତ ହୋଇପାରୁ ନାହିଁ। ପାନୀୟ ଜଳ ସମସ୍ୟା ନେଇ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କାୈଣସି ସୁଫଳ ମିଳୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଦାରିଙ୍ଗବାଡ଼ିରେ ଶୀତର ଆଗମନ: ବଢ଼ୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୯।୧୦(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅଞ୍ଚଳରେ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେବାରେ ଲାଗିଛି। ଗତ କିଛି ଦିନ ହେଲା ଅଞ୍ଚଳରେ ହାଲୁକା…

ସୁନ୍ଦରଗଡ଼ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବାସଭବନରେ ଭିଜିଲାନ୍ସ ରେଡ୍‌

ସୁନ୍ଦରଗଡ,୯।୧୦(ଜୟ ନାରାୟଣ ମେଣ୍ଡୁଳି): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ର ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର…

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?