ଦିଗପହଣ୍ଡିରେ ଆଉ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଗଲା ଅନ୍ତିମ ସତ୍କାର
ଦିଗପହଣ୍ଡି,୨୩।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଜଣେ କରୋନା ଯୋଦ୍ଧା (ସହକାରୀ ଶିକ୍ଷକ)ଙ୍କ ମୃତ୍ୟୁ ଘଟଣାକୁ ସପ୍ତାହେ ହୋଇଥିବା ବେଳେ ଏବେ ଆଉ ଜଣେ ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ଏସ. ଏ. ନରସିଂହ…
ଏମ୍କେସିଜି ଶିଶୁରୋଗ ଚିକିତ୍ସା ୱାର୍ଡରେ ଖୋଲିବ କୋଭିଡ୍ ହେଲ୍ଥ ସେଣ୍ଟର
ଛତ୍ରପୁର, ୨୩।୭(ଡି.ଏନ୍.ଏ.): ଗଞ୍ଜାମ ଜ଼ିଲାରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏମାନଙ୍କ ଚିକିତ୍ସା ପାଇଁ ଅତିରିକ୍ତ କୋଭିଡ୍ ହସ୍ପିଟାଲ ଓ ସ୍ବାସ୍ଥ୍ୟ ସେଣ୍ଟରର ଆବଶ୍ୟକତା ପଡୁଛି। ତେଣୁ ବ୍ରହ୍ମପୁରସ୍ଥିତ ଏମ୍କେସିଜିର ଶିଶୁରୋଗ ଚିକିତ୍ସା ୱାର୍ଡରେ…
ପୁରୁଷୋତ୍ତମପୁର ଏନ୍ଏସିର ଏହି ୭ ୱାର୍ଡରେ ୧୪୪ ଧାରା ଜାରି
ପୁରୁଷୋତ୍ତମପୁର,୨୩।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏଥିରେ ପୁରୁଷୋତ୍ତମପୁର ଏନଏସି୍ର ୱାର୍ଡ ନଂ.୧ କନକାସାହ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଟି. ବିଜୟଲକ୍ଷ୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ବିଭିନ୍ନ ୱାର୍ଡରୁ ୩୫ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ…
କରୋନା ଭୟ: ଛତ୍ରପୁର ସବ୍ଜେଲରେ ହେବ ଯାଞ୍ଚ
ଛତ୍ରପୁର, ୨୩।୭(ଡି.ଏନ୍.ଏ.)- ଗଞ୍ଜାମ ଜ଼ିଲା ଛତ୍ରପୁର ସବଜେଲ୍କୁ ପ୍ରଶାସନିକ ଓ ସ୍ବାସ୍ଥ୍ୟ ଅଧିକାରୀ ପରିଦର୍ଶନ କରିଛନ୍ତି। ଅନ୍ତେବାସୀଙ୍କ କରୋନା ଲକ୍ଷଣ ଅଛି କି ନାହିଁ ସେନେଇ ଗୁରୁବାର ଟିମ୍ ଅନୁଧ୍ୟାନ କରିବା ସହ ଯାଞ୍ଚ କରିଥିବା ଜଣାପଡ଼ିଛି। ଜେଲରେ ଥିବା ୧୩୦…
ଗଞ୍ଜାମରେ ପ୍ଲାଜମା ଥେରାପି ସଫଳ, ସୁସ୍ଥ ହେଉଛନ୍ତି କରୋନା ଆକ୍ରାନ୍ତ: ଜିଲାପାଳ
ଛତ୍ରପୁର,୨୩।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶିତଳାପଲିସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହୋଇଯାଇଛି। ଏଥିରୁ ସୁଫଳ ମିଳୁଛି। ପ୍ଲାଜମା ଥେରାପିରୁ କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି। ଗୁରୁବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଭିଡିଓ ବାର୍ତ୍ତାରେ ଏସମ୍ପର୍କରେ…
ଜାଣନ୍ତୁ କାହିଁକି ବଢ଼ୁଛି ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଛତ୍ରପୁର,୨୩।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ସପ୍ତାହକ ମଧ୍ୟରେ ୨୦୩୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରେ ଜିଲାରେ ଆଜିର ୫୪୦ ପଜିଟିଭ୍ ରହିଛନ୍ତି। ଯାହା ଏଯାବତ୍ ଦିନକରେ ସର୍ବାଧିକ ବୋଲି ଜଣାପଡ଼ିଛି। ଅପରପକ୍ଷରେ ଗଞ୍ଜାମ ଜିଲାରେ ଘରକୁ ଘର ଯାଇ…
ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ, ଯାତାୟାତ ବାଧାପ୍ରାପ୍ତ
ପାଟପୁର,୨୩ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ବୁଧବାର ସନ୍ଧ୍ୟାରୁ ଜାରିରହିଛି ଲଗାଣ ବର୍ଷା। ଏହାର ପ୍ରଭାବରେ ବୁଧବାର ପୋଚକା ନାଳ ଉପର ମୁଣ୍ଡରେ ବର୍ଷା ଯୋଗୁ ଗୁରୁବାର ଭୋର୍ରୁ ଚୁଡଙ୍ଗପୁର ପଞ୍ଚାୟତ ବୁଧେଶ୍ୱର ଗ୍ରାମ ନିକଟ ରଘୁନାଥ ସାଗରରେ ବନ୍ୟାପାଣି ଆସି…
ସ୍କ୍ରିନିଂ ବେଳେ ୩୪ କରୋନା ଲକ୍ଷଣ ଥିବା ବ୍ୟକ୍ତି ଚିହ୍ନଟ
ଛତ୍ରପୁର,୨୨ା୭(ଡି.ଏନ୍.ଏ.)- ଛତ୍ରପୁର ହସ୍ପିଟାଲ ନିକଟରେ ଥିବା ଏକ ଔଷଧ ଦୋକାନର କର୍ମଚାରୀ ବୁଧବାର କରୋନା ପଜିଟିଭ୍ ଚିହ୍ନଟ ପରେ ତାଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଯାଇଛି। ଏନ୍ଏସି ପକ୍ଷରୁ ଉକ୍ତ ଦୋକାନକୁ ସିଲ୍ କରାଯାଇ ଅନ୍ୟମାନଙ୍କୁ ହୋମ୍ କ୍ୱାରାଣ୍ଟାଇନ୍ରେ ରହିବାକୁ କୁହାଯାଇଛି। ଛତ୍ରପୁର…
ମୃତଦେହ ସଂସ୍କାର ପରେ ରିପୋର୍ଟ ପଜିଟିଭ: ଚିନ୍ତାରେ ଶବବାହକ, ପରିବାର ଲୋକେ
ଭଞ୍ଜନଗର,୨୨।୭(ଡି.ଏନ.ଏ)- ସ୍ବାବ୍ ସଂଗ୍ରହର ୧୦ ଦିନ ପରେ ରିପୋର୍ଟ ପଜିଟିଭ ଆସିଲା। ସେତେବେଳକୁ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟି ସାରିଥିଲା। ପରିବାର ଲୋକେ ଓ ସମ୍ପର୍କୀୟ ସଂସ୍କାର କରିଦେଇଥିଲେ। ଏହାର କିଛି ଘଣ୍ଟା ପରେ ପ୍ରଶାସନ ପକ୍ଷରୁ କରୋନା ପଜିଟିଭ ନେଇ…
ବାଘୁଆ ଜଳଭଣ୍ଡାରରୁ ପାଣି ଛାଡ଼ିଲା ପ୍ରଶାସନ
ବୁଗୁଡ଼ା,୨୨ା୭(ଡି.ଏନ୍.ଏ.): ବାଘୁଆ ଜଳଭଣ୍ଡାରରୁ ପାଣି ଛଡ଼ାଯାଇଛି। ଏହି ପାଣି ବାଘୁଆ ଜଳଭଣ୍ଡାରର ବାମ ଏବଂ ଦକ୍ଷିଣ କେନାଲ ଦେଇ ଛଡ଼ାଯାଇଥିବା ବୁଗୁଡ଼ା ଜଳସେଚନ ସହ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁ ସୂଚନା ଦେଇଛନ୍ତି। ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁଯାୟୀ, ଚାଷୀମାନଙ୍କ…
ଜେଲ୍ରେ କରୋନା: ୩୩ କଏଦୀ, ଜେଲର ସମେତ ୧୦ ଆକ୍ରାନ୍ତ
ବ୍ରହ୍ମପୁର ଅଫିସ,୨୨ା୭: କରୋନାର କରାଳଛାୟା ଭିତରେ ଏବେ ଗଞ୍ଜାମ ଜିଲା ଗତି କରୁଛି। ମଣ୍ଡଳକାରାଗାରରେ ରହୁଥିବା କଏଦୀ, କାରାପାଳ ଓ କର୍ମଚାରୀମାନେ ମଧ୍ୟ ଏଥିରୁ ବର୍ତ୍ତି ପାରୁନାହାନ୍ତି । ବୁଧବାର ମିଳିଥିବା ସ୍ବାବ୍ ରିପୋର୍ଟ ଅନୁସାରେ, ମଣ୍ଡଳକାରାଗାରରେ ଥିବା ୩୩ ଜଣ…
ଗାଁରେ ନିଜର ସ୍ବାବ ଟେଷ୍ଟିଂ ପାଇଁ ନମୁନା ଦେବାକୁ ଚାଁହୁଛନ୍ତି କି..
ଛତ୍ରପୁର,୨୨।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାର ସବୁ ବ୍ଲକକୁ ମୋବାଇଲ ସ୍ବାବ ସଂଗ୍ରହ ବୁଥ୍ ପଠାଯାଉଛି। ଆବଶ୍ୟକ ଅନୁସାରେ ବିଭିନ୍ନ ବ୍ଲକ ଅଧୀନ ଗାଁଗୁଡ଼ିକୁ ଉକ୍ତ ମୋବାଇଲ ସ୍ବାବ ସଂଗ୍ରହ ବୁଥ୍ ବୁଲୁଛି, ଏବଂ ଗାଁ ସ୍ତରରେ ସ୍ବାବ ସଂଗ୍ରହ କରାଯାଉଛି। ଟେଷ୍ଟିଂ ପାଇଁ…
Archives


