୨୮ କୋଟି ଟଙ୍କାର ୧୪ ପ୍ରକଳ୍ପ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୧୦।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗୁରୁବାର ପ୍ରାୟ ୨୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୪ ପ୍ରକଳ୍ପର ଉଦ୍‌ଘାଟନ ହେବ। ଦୀର୍ଘଦିନ ଧରି କିଛି ପ୍ରକଳ୍ପର ନିର୍ମାଣ ସରିଥିଲେ ମଧ୍ୟ କରୋନା ମହାମାରୀ ହେତୁ ଏଗୁଡ଼ିକର ଉଦ୍‌ଘାଟନ ହୋଇ ପାରିନାହିଁ। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଏହି ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଉତ୍ସବରେ ନିଜେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ନେଇ ସମସ୍ତେ ଆଶାବାଦୀ ଥିଲେ। କାରଣ ଗତ ବିଧାନସଭା ନିର୍ବାଚନ ପର ଠାରୁ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରିନାହାନ୍ତି। ବିଭିନ୍ନ କାରଣ ସହ କରୋନା ମହାମାରୀ ପରିସ୍ଥିତି ହେତୁ ଏହା ସମ୍ଭବ ହୋଇ ପାରିନାହିଁ। ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଏହି ସବୁ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଗୁରୁବାର ସନ୍ଧ୍ୟା ୫ଟାରେ ଲୋକାର୍ପିତ କରିବେ। ଆସିକା ଏମ୍‌ପିଙ୍କ ସହ ଜିଲାର ବହୁ ବିଧାୟକ ଏହି ଭିଡିଓ କନଫେରେନ୍ସିଂ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ପିଡି ଡିଆରଡିଏ ଦତାତ୍ରେୟ ସିନ୍ଧେ ଭାଉସାହେବ, ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି ପ୍ରମୁଖ ହିଞ୍ଜିଳିକାଟୁ ଗସ୍ତ କରି କାର୍ଯ୍ୟକ୍ରମର ପୂର୍ବ ସ୍ଥିତି ସମୀକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ପନିର୍‌ ମାମଲା: ବ୍ୟବସାୟୀ ଗିରଫ

କଟକ ଅଫିସ୍‌,୩୧।୧୨: କଟକର ଚାଉଳିଆଗଞ୍ଜ ନକଲି ପନିର୍‌ ମିଳିବା ଘଟଣାରେ ଜଣେ ବ୍ୟବସାୟୀଙ୍କୁ ଗୁରୁବାର ଗିରଫ କରିଛି ପୋଲିସ। ୨୭୨, ୨୭୩, ୪୨୦ ଏବଂ ୩୪...

ଅନୁଗୋଳ ନାବାଳିକା ବଳାତ୍କାର ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଅନୁଗୋଳ ଅଫିସ, ୨୪।୭-ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟ ଆହାରକେନ୍ଦ୍ର ପଛପଟେ ଶନିବାର ରାତିରେ ଘଟିଥିବା ନାବାଳିକା ବଳାତ୍କାର ଘଟଣାର ଅଭିଯୁକ୍ତ ଅମଲାପଡ଼ାର ଶିବୁ ପଟ୍ଟନାୟକ(୫୫)ଙ୍କୁ ମଙ୍ଗଳବାର ପୋଲିସ...

ରାସ୍ତାରେ ମୃତଦେହ ଛାଡି ଚାଲିଗଲେ ଅଟୋ ଚାଳକ

ନବରଙ୍ଗପୁର,୧୨ା୨(ବି.ପ୍ର.): କାମଳ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ଦେଶୀ ଚିକିତ୍ସା ପାଇଁ ଅଟୋରେ ନେଉଥିବା ସମୟରେ ରାସ୍ତାରେ ମୃତ୍ୟୁ ଘଟିଥିଲା ା ଅଟୋ ଚାଳକ ମୃତଦେହ ନେଇ...

ଗ୍ୟାସ୍‌ ସିଲିଣ୍ଡର ଫାଟି ୩ ଗୁରୁତର

ଚିକିଟି,୬ା୨(ଡି.ଏନ୍‌.ଏ.)-କେ.ନୂଆଗଁ। ଥାନା ଚିକିଟି ଫାଣ୍ଡି ଜାନକୀ ମଣିପୁର ଶାସନରେ ବୁଧବାର ରାତି ସାଢ଼େ ୯ଟାରେ ଗ୍ୟାସ୍‌ ସିଲିଣ୍ଡର ଫାଟି ୩ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ...

ଦୁର୍ଗମ ଇଲାକାରେ ପହଞ୍ଚିଲା ସ୍ବାସ୍ଥ୍ୟ ବିଭାଗ: ଦ୍ୱାର ମୁହଁରେ ଚିକିତ୍ସା ବ୍ୟବସ୍ଥା

ନୂଆପଡା ଅଫିସ,୧୭ା୫: ନୂଆପଡ଼ା ଜିଲାର ସବୁଠାରୁ ଦୁର୍ଗମ ସୁନାବେଡା ଅଭୟାରଣ୍ୟରେ ସ୍ବାସ୍ଥ୍ୟ ସେବା ଦୁର୍ଲଭ । ଲୋକେ ଆଜି ବି ସ୍ବାସ୍ଥ୍ୟ ଭଳି ମୌଳିକ ସେବାରୁ...

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ସ୍କୁଲ ପାଚେରି

ମାଲକାନଗିରି,୩୦ା୫(ଡି.ଏନ୍‌.ଏ.): ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ସ୍କୁଲ ପାଚେରି। ଅସରାଏ ବର୍ଷାରେ ଶନିବାର ରାତିରେ ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଅଁଳାପଦର ସ୍କୁଲର ପାଚେରି ନଷ୍ଟ...

ନବରଙ୍ଗପୁର, ଉମରକୋଟ ସହରରେ ଲକ୍‌ଡାଉନ୍‌: ୨୯ ପର୍ଯ୍ୟନ୍ତ ଏହା ଜାରି ରହିବ

ନବରଙ୍ଗପୁର,୨୩।୩(ବି.ପ୍ର.): ମହାମାରୀ କରୋନା ଭାଇରସ୍‌ରୁ କିଭଳି ମୁକ୍ତି ମିଳିବ ସେ ନେଇ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ରବିବାର ଜନତା କର୍ଫ୍ୟୁ...

ସ୍ବାସ୍ଥ୍ୟ ବିଭାଗ ଆଗରେ ମୁଣ୍ଡ ନୁଆଁଇଲେ ଏନ୍‌ଏସି ପ୍ରଶାସନ

ପୁରୁଷୋତ୍ତମପୁର,୨୭ା୧୦ (ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜାଗାକୁ ବଳପୂର୍ବକ ଏନ୍‌ଏସି ପ୍ରଶାସନ ନେଇ ସେହି ସ୍ଥାନରେ ନିର୍ମିତ ହୋଇଥିବା ସ୍ବାସ୍ଥ୍ୟକେନ୍ଦ୍ରର ସୋକ୍‌ପିଟ, ସେପ୍‌ଟିକ...

Advertisement
Archives

Model This Week