ଗଞ୍ଜାମ

ଥମୁନି ହାତୀ ମୃତ୍ୟୁ: ଘୁମୁସର ବନଖଣ୍ଡରେ ହାତୀର ଜୀବନ ଗଲା

ଭଞ୍ଜନଗର,୪ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜ ଦୁର୍ଗାପ୍ରସାଦ ଜଙ୍ଗଲରେ ଏକ ହାତୀର ଶୁକ୍ରବାର ପ୍ରତ୍ୟୁଷରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଖବରପାଇ ଡିଏଫ୍‌ଓ ଅଭୟକାନ୍ତ ଦଳେଇ, ଏସିଏଫ୍‌ ସୁଦର୍ଶନ ବାଦୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଘଟଣାର…

ଭେଣ୍ଡିଂ ଜୋନ୍‌ ନାହିଁ, ବ୍ୟବସାୟୀଙ୍କୁ ଟ୍ରେ ଭରସା

ଗଞ୍ଜାମ, ୨।୧୨(ଡି.ଏନ୍‌.ଏ.): ଦୀର୍ଘ ବର୍ଷ ହେବ ଗଞ୍ଜାମ ସହରର ବ୍ୟବସାୟୀମାନେ ଭେଣ୍ଡିଂ ଜୋନ୍‌ ପାଇଁ ଦାବି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଯାହାକୁ ନେଇ ବ୍ୟବସାୟୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି l ବର୍ତ୍ତମାନ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି…

ପୂର୍ବ ଶତ୍ରୁତାକୁ ନେଇ ଘର ଉପରକୁ କରିଥିଲେ ଗୁଳିମାଡ଼: ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁରୁଷୋତ୍ତମପୁର ପୋଲିସ

ପୁରୁଷୋତ୍ତମପୁର, ୧।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡିଘାଇ ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ଘଟଣା ଘଟିଛି। ଏଥିରେ କେହି ଆହାତ ହୋଇ ନ ଥିଲେ ହେଁ ପୋଲିସ ଘଟଣସ୍ଥଳରୁ ଫୁଟିଥିବା ଗୁଳିର ଦୁଇଟି ଖୋକା ସହ ଗୋଟିଏ…

ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ଦିଗପହଣ୍ଡି,୩୦ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି କାନରା ବ୍ୟାଙ୍କ ସମ୍ମୁଖରେ ଏକ ଭଡ଼ା ଘରେ ରହୁଥିବା ଗର୍ଭବତୀ ସୁଜାତା ସେଠୀଙ୍କୁ ଅଧିକା ଯୌତୁକ ପାଇଁ ସ୍ବାମୀ ଓ ଶ୍ୱଶୁର ଘର ଲୋକେ ମିଳିମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ବାପା ସନ୍ତୋଷଙ୍କ…

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ଜୀବନ

ପାରଳାଖେମୁଣ୍ଡି/ଆର୍‌.ଉଦୟଗିରି,୩୦ା୧୧(ଡି.ଏନ୍‌.ଏ.)-ଗଜପତି ଜିଲା ଅଡ଼ବା ଥାନା ବିରିକୋଟ ଗ୍ରାମ ନିକଟରେ ସୋମବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ଜୀବନ ଯାଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଛେଳିଗଡ଼ ଗ୍ରାମର ରେଗନ…

୮ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ୧୦ ବନ୍ଧୁକ ଜବତ

ଆସିକା,୨୯ା୧୧ (ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ପୋଲିସର ସ୍ବତନ୍ତ୍ର ଅପରାଧୀ ଧରପଗଡ ଅଭିଯାନକୁ ବଡଧରଣର ସଫଳତା ମିଳିଛି। ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି, ଦାଦାବଟି ଆଦାୟ ଭଳି ଏକାଧିକ ସଙ୍ଗୀନ ଅପରାଧରେ ଜଡିତ ୮ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୧୦…

ପ୍ରେମ ସମ୍ପର୍କକୁ ନେଇ ଦେହରେ ନିଆଁ ଲଗାଇ ଛାତ୍ରୀଙ୍କ ଆତ୍ମହତ୍ୟା

ଗଞ୍ଜାମ, ୨୮।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଞ୍ଚଳରେ ଶୁକ୍ରବାର ଜଣେ ନାବାଳିକା କଲେଜ ଛାତ୍ରୀ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ l ମୁମୂର୍ଷ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାରକରି ପ୍ରଥମେ ବ୍ରହ୍ମପୁର ଓ ପରେ କଟକ…

ଅନ୍‌ଲାଇନ ଟିସିକୁ ନେଇ ଅଡୁଆରେ ପ୍ରଧାନଶିକ୍ଷକ

ଶେରଗଡ,୨୬ା୧୧(ଡି.ଏନ୍‌.ଏ.)- ଶେରଗଡ ବ୍ଲକର ସମସ୍ତ ବିଦ୍ୟାଳୟରେ ଅନଲାଇନ ଟିସି (ଟ୍ରାନ୍ସଫର ସାର୍ଟିଫିକେଟ୍‌) ବ୍ୟବସ୍ଥା ପ୍ରଚଳନ କରାଯାଇଛି। ଯେଉଁ ଛାତ୍ରୀଛାତ୍ର ବିଦ୍ୟାଳୟ ଛାଡି ଅନ୍ୟ ଶିକ୍ଷାନୁଷ୍ଠାନକୁ ଯିବେ ସେମାନଙ୍କୁ ହାତଲେଖା ଟିସି ସହ ଅନ୍‌ଲାଇନ୍‌ରେ ଜେନେରେଟ୍‌ ହେଉଥିବା ଟିସି ନମ୍ବର ଦେବାର ବ୍ୟବସ୍ଥା…

ଭାରତ ବନ୍ଦ ଡାକରା: ରେଳ ରୋକିଲା କଂଗ୍ରେସ, ସିପିଆଇ

ଛତ୍ରପୁର,୨୬।୧୧(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତି ବିରୋଧରେ ଗୁରୁବାର ସର୍ବଭାରତୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ବନ୍ଦର ପ୍ରଭାବ ଗଞ୍ଜାମ ଜିଲାରେ ମଧ୍ୟ ଦେଖିବାକୁ ମିଳିଛି। ଜିଲା ହେଡକ୍ୱାର୍ଟର ଛତ୍ରପୁରଠାରେ ସିପିଆଇ ଓ…

ଦିଗପହଣ୍ଡିରେ ଧର୍ମଘଟ ପ୍ରଭାବ: ଦୋକାନ ବଜାର ବନ୍ଦ , ପ୍ରତିବାଦ ସଭା

ଦିଗପହଣ୍ଡି,୨୬।୧୧(ଡି.ଏନ.ଏ.): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତି ବିରୋଧରେ ଗୁରୁବାର ସର୍ବଭାରତୀୟ ଶ୍ରମିକ ସଙ୍ଗଠନ ସମୂହ ପକ୍ଷରୁ ଡ଼ାକରା ଦିଆଯାଇଥିବା ଧର୍ମଘଟ ପ୍ରଭାବରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ଥିବା ବେଳେ…

ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା: ୫୨ ଦିନ ପରେ ମାଟି ତଳୁ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୨୨।୧୧(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବଡ଼ଡୁମ୍ବୁଳା ପଞ୍ଚାୟତ ଛଣବଗଡ ଗାଁର ସାଇବାଣୀ ମଲ୍ଲିକ ନାମକ ଜଣେ ୭୦ ବର୍ଷୀୟା ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ଡାହାଣୀ ସନ୍ଦେହରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସାଇବାଣୀଙ୍କ ଗଳିତ ମୃତଦେହକୁ ରବିବାର ସକାଳେ…

ଆନ୍ତଃଜିଲା ଲୁଟେରା ଦଳର ୪ ଗିରଫ

ଭଞ୍ଜନଗର,୨୧।୧୧(ଡି.ଏନ.ଏ)-ଗଞ୍ଜାମ ଜିଲା ବେଲଗୁଣ୍ଠା ଫାଣ୍ଡି ପୋଲିସ ଶନିବାର ଏକ ଆନ୍ତଃଜିଲା ଲୁଟେରା ଦଳର ୪ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ସେମାନେ ହେଲେ ବୁଗୁଡ଼ା ଥାନା ଘୋଳପୁରର ଲକ୍ଷ୍ମୀ ପାତ୍ର ତାଙ୍କ ପୁଅ ଉତ୍ତମ, ଜ୍ୱାଇଁ ପୋଚାଲୁଣ୍ଡିର ଚିରଞ୍ଜୀବି ପାତ୍ର ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?