ଛତ୍ରପୁର ହସ୍ପିଟାଲକୁ ହେଡକ୍ୱାର୍ଟର ହସ୍ପିଟାଲ ମାନ୍ୟତା ଦାବି

ଛତ୍ରପୁର,୧୧।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ହୋଇଥିଲେ ମଧ୍ୟ ବ୍ରହ୍ମପୁରଠାରେ ଜିଲା ହେଡକ୍ୱାର୍ଟର ହସ୍ପିଟାଲ ରହିଛି। ଛତ୍ରପୁରରେ ଉପଖଣ୍ଡ ହସ୍ପିଟାଲ ରହିଛି। ଏହାକୁ ଜିଲା ହେଡକ୍ୱାର୍ଟର ହସ୍ପିଟାଲ ମାନ୍ୟତା ଦେବାକୁ ଛତ୍ରପୁର ଓକିଲ ସଂଘ ପକ୍ଷରୁ ଦାବି ହୋଇଛି। ଏ ନେଇ ଓକିଲ ସଂଘ ସଭାପତି ପ୍ରଦୀପ କୁମାର ପାଢୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ା
ସଂଘ ପକ୍ଷରୁ କୁହାଯାଇଛି, ଛତ୍ରପୁର ହସ୍ପିଟାଲରେ ଡାକ୍ତର ଓ ନର୍ସ ଅଭାବ ଯୋଗୁ ଏହି ହସ୍ପିଟାଲ ଏବେ ରେଫେରାଲ ହସ୍ପିଟାଲ ଭାବେ ରହିିଛି। ବିଶେଷକରି ସର୍ଜରୀ, ଅସ୍ତିଶଲ୍ୟ ଓ ଆନାସ୍ଥେସିଆ ଅଭାବ ଥିବାରୁ ଏଠାରେ ଅପରେଶନ ହୋଇପାରୁନି। ଏସବୁ ରୋଗୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି। ଯଦ୍ଦ୍ବାରା ରୋଗୀ ଓ ତାଙ୍କ ସମ୍ପର୍କୀୟ ବହୁ ହଇରାଣ ହେଉଛନ୍ତି। ଛତ୍ରପୁର ହସ୍ପିଟାଲ ଉପରେ ସାଧାରଣତଃ ଛତ୍ରପୁର ନିର୍ବାଚନମଣ୍ଡଳୀ ଅଧୀନ ଛତ୍ରପୁର, ଗଞ୍ଜାମ ବ୍ଲକ, ଛତ୍ରପୁର, ରମ୍ଭା ଓ ଗଞ୍ଜାମ ଏନ୍‌ଏସି ସମେତ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଏବଂ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରୁ ରୋଗୀମାନେ ନିର୍ଭର ଭଇଥିବାରୁ ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନେ ମଧ୍ୟ ଏଠାକୁ ଚିକିସତ୍ା ପାଇଁ ଆସିଥାନ୍ତି । ହେଲେ ଏଠାରେ ସମସ୍ତ ସୁବିଧା ନ ଥିବାରୁ ସାଧାରଣ ଚିକିତ୍ସା କରି ଆହତଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି। ତୁରନ୍ତ ଛତ୍ରପୁର ହସ୍ପିଟାଲକୁ ହେଡକ୍ୱାର୍ଟର ହସ୍ପିଟାଲର ମାନ୍ୟତା ଦେବାକୁ ଓକିଲ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ପୁରସ୍କାର, ବଲଣ୍ଡାରେ ତିରସ୍କାର

ତାଳଚେର, ୪।୯: ୬୨ ବର୍ଷ ତଳେ ୪୧୧ ପରିବାରର ପୈତୃକ ଜମି ନିଆଗଲା। ପରେ ବାସଗୃହ ଅଧିଗ୍ରହଣ କରି ପ୍ରଥମ ଖଣି ଖୋଳାଗଲା। କୋଇଲା ଶେଷ...

କଦଳୀ ଚାଷ ଉଜାଡ଼ିଲେ ହାତୀ

ପାଲଲହଡ଼ା, ୨ା୭(ଡି.ଏନ.ଏ.)ପାଲଲହଡ଼ା ବ୍ଲକ ଖମାର ବନାଞ୍ଚଳ ବଡସଡା ପଞ୍ଚାୟତ ଖଣତାପଶି ଗ୍ରାମରେ ହାତୀ ଉପଦ୍ରବ ଦେଖାଦେଇଛି। ଗ୍ରାମର ସୁରେଶ କୁମାର ସାହୁଙ୍କ କଦଳୀ ବାଡ଼ିରେ ୧୦ରୁ...

ଦୁର୍ଘଟଣାରେ ମହିଳା ମୃତ, ୬ ଗୁରୁତର

ଛତିଆ,୧୮ା୬(ଡି.ଏନ.ଏ.): ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ କୋଲକାତାରୁ ପୁରୀ ଯାଉଥିବା ଏକ ପରିବାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୬ଜଣ...

ନକଲି ନମ୍ବରରେ ବୁଲୁଛି ବାଇକ୍‌

ଦାରିଙ୍ଗବାଡ଼ି,୮।୯(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ସୁଶାନ୍ତ ସାହୁଙ୍କ ମୋବାଇଲ ଫୋନକୁ ଶନିବାର ଗଞ୍ଜାମ ଆର୍‌ଟିଓଙ୍କଠାରୁ ଏକ ମେସେଜ ଆସିଲା। ସେଥିରେ ତାଙ୍କ ନାମରେ ୬ ହଜାର ଟଙ୍କାର...

ଦୁର୍ଗମରେ ଆଦିବାସୀଙ୍କ ଅଭିଶପ୍ତ ଜୀବନ

ଭବାନୀପାଟଣା,୨୯ା୪(ସ୍ବ.ପ୍ର.): ସରକାର ଆଦିବାସୀଙ୍କ ପାଇଁ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନାରେ ସାମିଲ କରିବା ସହିତ ବିକାଶ କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ କଳାହାଣ୍ଡି...

ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ: ଖୁବଶୀଘ୍ର ଚାଇଲ୍ଡ ଲାଇନ ୧୦୯୮ ଆରମ୍ଭ ହେବ

ନୂଆପଡା ଅଫିସ,୨୯ା୮:  ଶିଶୁଙ୍କ ସେବା, ସୁରକ୍ଷା ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଖୁବଶୀଘ୍ର ଚାଇଲ୍ଡ ଲାଇନ ୧୦୯୮ ସେବା ଆରମ୍ଭ ହେବ ବୋଲି ଜିଲାପାଳ...

ଅଭିବୃଦ୍ଧିରେ ସହାୟକ ହେବ ବଜେଟ୍‌ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଚେନ୍ନାଇ,୧।୨: ପାର୍ଲାମେଣ୍ଟରେ ସୋମବାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ବଜେଟକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମହାମାରୀ ଆସିବା ପରେ ଏହା...

ସହର ଧୂଆଁମୟ : ପଲିଥିନ, ଅଳିଆ ପୋଡାଯାଉଛି

ସୋନପୁର,୧୦।୪(ନି.ପ୍ର.): ସୁବର୍ଣ୍ଣପୁର ସହରକୁ ସକାଳେ ଧୂଆଁମୟ କରାଯାଉଛି। ପଲିଥିନ ପୋଡା ବାସ୍ନା ଓ ଧୂଆଁ ଯୋଗୁଁ ପ୍ରାତଃଭ୍ରମଣରେ ଯାଉଥିବା ଲୋକେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ...

Advertisement
Archives

Model This Week