ବ୍ରହ୍ମପୁରରେ ପାନୀୟ ଜଳ ସମସ୍ୟା

ବ୍ରହ୍ମପୁର ଅଫିସ,୧୩।୨: ବ୍ରହ୍ମପୁର ମହାନଗର ନିଗମକୁ ବର୍ତ୍ତମାନ ସ୍ବଚ୍ଛ ଓ ସୁନ୍ଦର କରିବା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଏପରି ବହୁ ଅଞ୍ଚଳ ରହିଛି ଯେଉଁଠି ଲୋକେ ଆଜି ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ମୁଖ୍ୟତଃ ପାନୀୟ ଜଳ ଯୋଗାଣରେ ଅନିୟମିତତା ସହରର ଆଜି ସବୁଠାରୁ ବଡ଼ ସମସ୍ୟା ହୋଇଛି। ୱାର୍ଡ଼ ନମ୍ବର ୨୪, ୨୫ ଓ ୨୬ରେ ପାନୀୟ ଜଳ ଯୋଗାଣରେ ଅନିୟମିତତାରୁ ଲୋକେ ସବୁବେଳେ ଘରଠାରୁ ବହୁ ଦୂର ଦୂରାନ୍ତକୁ ଯାଇ ପିଇବା ପାଣି ସଂଗ୍ରହ କରିଥାନ୍ତି। ଏନେଇ ଲୋକେ ଅନେକଥର ପ୍ରଶାସନ ନିକଟରେ ଅଭିଯୋଗକରି ଆସୁଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି ପ୍ରକାର ସ୍ଥାୟୀ ସମାଧାନ ହୋଇପାରୁନାହିଁ।
ୱାର୍ଡ ନମ୍ବର ୨୪ ଅନ୍ତର୍ଗତ ବିଜିପୁର ସାନବାଉରୀ ସାହିରେ ଲୋକେ ନର୍ଦ୍ଦମା ନିକଟରୁ ବହୁ ଅପରିଷ୍କାର ପରିବେଶରୁ ପାନୀୟ ଜଳ ସଂଗ୍ରହ କରିିଥାନ୍ତି। ସାହିର ୪୦ ରୁ ୫୦ ପରିବାର ଲୋକ ନିୟମିତ ଭାବେ ରାସ୍ତାକଡ଼ରେ ଡ୍ରେନ୍‌କୁ ଲାଗି ରହିଥିବା ଏକ ଗଭୀର ପାଣିକୁଣ୍ଡରୁ ଗରାରେ ପାନୀୟ ଜଳ ସଂଗ୍ରହ କରିଥାନ୍ତି। ନର୍ଦ୍ଦମାକୁ ଲାଗି ରହିଥିବା ପାଣିକୁଣ୍ଡ ଦେଢ଼ଫୁଟ ଗଭୀର ରହିଛି। ନିୟମିତ ଭାବେ ରାତି ୭ଟା ବେଳେ ପିଇବା ପାଣି ଲୋକେ ଏଠାରୁ ସଂଗ୍ରହ କରନ୍ତି ବୋଲି ସାହି ବାସିନ୍ଦା ସାଧନା ଦାସ କୁହନ୍ତି। ସେହିପରି ୱାର୍ଡ ନମ୍ବର ୨୫ ଢିମ୍ବିରା ଦଳିତ ସାହି ଲୋକେ ମଧ୍ୟ ପାନୀୟ ଜଳ ସଂଗ୍ରହ କରିବା ନିମନ୍ତେ ସେମାନଙ୍କୁ ସବୁବେଳେ ରାତି ୯ଟା ଯାଏ ଅପେକ୍ଷା କରିବାକୁ ପଡ଼ିଥାଏ, ବେଳେ ବେଳେ ରାତି ୧୧ ମଧ୍ୟ ହୁଏ । ପାନୀୟ ଜଳ ଯୋଗାଣ ବିଭାଗର କୌଣସି ସମୟ ସୀମା ନାହିଁ।
ସାହି ବାସିନ୍ଦା ଅଭିଯୋଗ କରନ୍ତି, ସାହିରେ ଗୋଟିଏ ମାତ୍ର ଷ୍ଟାଣ୍ଡପୋଷ୍ଟ ରହିଥିବା ବେଳେ ଏହା ସାହିର ସମସ୍ତ ବାସିନ୍ଦାଙ୍କ ନିମନ୍ତେ ପର୍ଯ୍ୟାପ୍ତ ନୁହେଁ। ଠିକ୍‌ ସେହିପରି ନୀଳକଣ୍ଠ ନଗର ଏକ୍ସଟେନ୍‌ସନର ୬ଟି ସାହିରେ ପାଖାପାଖି ୪୦୦ରୁ ଊର୍ଦ୍ଧ୍ୱ ପରିବାର ଲୋକ ବସବାସ କରୁଥିଲେ ସୁଦ୍ଧା ଏଯାବତ ପାନୀୟ ଜଳ ଯୋଗାଣ ନେଇ କୌଣସି ସୁବିଧା ହୋଇନାହିଁ। ଫଳରେ ଲୋକେ ଏହାର ବିକଳ୍ପରେ ପିଇବା ପାଣି କିଣିଥାନ୍ତି। ଠିକ୍‌ ସେହିଭଳି ୱାର୍ଡ଼ ନମ୍ବର ୨୬ ଅନ୍ତର୍ଗତ ଶାଳିଆ ବନ୍ଧ ସାହି ଓ ଆଖପାଖ ଅଞ୍ଚଳର ଲୋକେ ଦୀର୍ଘ ବର୍ଷ ଧରି ପିଇବା ପାଣି ନିମନ୍ତେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି। ଏହି ସମସ୍ତ ଅଞ୍ଚଳର ଲୋକେ ବିକଳ୍ପ ଭାବେ ନିୟମିତ ପାନୀୟ ଜଳ ସଂଗ୍ରହ ନିମନ୍ତେ ନିଜ ଘରଠାରୁ ୩ ରୁ ୪ କି.ମି.ଦୂର ହିଲପାଟଣା ଓ ଖଲ୍ଲିକୋଟ କଲେଜ ନିକଟସ୍ଥ ପିଏଚ୍‌ ଡିଭିଜନ ଅଫିସକୁ ଯାଇ ପାନୀୟ ଜଳ ସଂଗ୍ରହ କରିଥାନ୍ତି। ବର୍ଷ ତମାମ ଏହିପରି ଲୋକେ ପାଣି ସଂଗ୍ରହ କରୁଥିବା ବେଳେ ଖରାଦିନେ ଲୋକେ ଉତ୍କଟ ଜଳ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏନେଇ ଜନସ୍ବାସ୍ଥ୍ୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୀତାରାମ ପଣ୍ଡାଙ୍କ ସହ ମୋବାଇଲ ନଂ.୯୪୩୭୧୯୨୩୨୯ରେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଆଗକୁ ଖରାଦିନ ପାଖେଇ ଆସୁଥିବାରୁ ଲୋକଙ୍କ ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଗର୍ଭବତୀ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା: ଏବେ ଜେଲ୍‌ ହେବ ତାଙ୍କ ଠିକଣା

ଦେବଗଡ଼,୫ା୧୦(ଶଶାଙ୍କ ଶେଖର ଝାଙ୍କର): ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ଗର୍ଭବତୀ କରିବା ଘଟଣା ତାଙ୍କୁ ମହଙ୍ଗା ପଡ଼ିଛି। ଉକ୍ତ ଘଟଣାରେ ପୋଲିସ ବାରକୋଟ ଥାନାର…

ସୋହେଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟିହେଲା ତୀର୍ଥଯାତ୍ରୀଙ୍କ କାର୍, ୬….

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସୋହେଲା ମଧୁପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରାରେ ଯାଉଥିବା ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ…

ସୁନ୍ଦରଗଡ଼ ପିଏନବି ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ, ଧୂଆଁରେ ଆଚ୍ଛାଦିତ ହେଲା…

ସୁନ୍ଦରଗଡ,୫ା୧୦(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି।ଖବର ପାଇ ଦୁଇଟି ଦମକଳ ଗାଡ଼ି ସହ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ…

ଖସିଲା ଜଳସ୍ତର: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ସମସ୍ତ ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର,୫ା୧୦(ପ୍ରମୋଦ ବହିଦାର): ତିନିଦିନ ଧରି ହୀରାକୁଦ ଜଳଭଣ୍ଡାର ପୂଣ୍ଣଗର୍ଭା ରହିବା ପରେ ସୋମବାର ଜଳସ୍ତର ସାମାନ୍ୟ ହ୍ରାସ ପାଇଛି। ତେଣୁ ଆଜି ଜଳଭଣ୍ଡାରର ଖୋଲାଥିବା ଏକମାତ୍ର ସ୍ଲୁଇସ୍‌…

ଜୈବବିବିଧତାର ସୁରକ୍ଷିତ ଠିକଣା: ନୀଳରକ୍ତ କଙ୍କଡ଼ାଙ୍କ ମିଳନସ୍ଥଳ ପାଲଟିଛି ଗହୀରମଥା

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ଭିତରକନିକା ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବିଭିନ୍ନ ବିରଳ ପ୍ରଜାତିର ସାମୁଦ୍ରିକ ଜୀବଜନ୍ତୁ ଦେଖିବାକୁ ମିଳନ୍ତି। ବିଶେଷ କରି ମହାନଦୀ…

ରାସ୍ତା ପାର ହେଉଥିବା ବେଳେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଧକ୍କା ଦେଲା ଟ୍ରକ, ରାସ୍ତାରେ….

ପାଟଣା,୫ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚିଲିଦାସ୍ଥିତ ଏବିସିଡିଆର ଅଙ୍ଗିକଳା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ…

ନୂଆପଡ଼ାରେ କଲରାପତରିଆ ବାଘର ଆତଙ୍କ: ଘରେ ପଶି ଗୋଟିଏ ପରିବାରର ୬ ଜଣଙ୍କୁ କଲା ଲହୁଲୁହାଣ

ନୂଆପଡ଼ା,୫ା୧୦(ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ଼-ଛତିଶଗଡ଼ ସୀମାନ୍ତ କୋମାଖାନ ଥାନା ଝିଟିକି ଗାଁରେ ବାଘ ଆତଙ୍କ ଖେଳିଯାଇଛି। ଶନିବାର ରାତିରେ ଏକ କଲରାପତରିଆ ବାଘ ଆକ୍ରମଣରେ…

ଶୋଇଥିଲେ ବର୍ଷକର ଶିଶୁ; ଘରେ ପଶି ମୁହଁକୁ ଝୁଣିଦେଲା କୁକୁର, ତାପରେ….

ନବରଙ୍ଗପୁର,୫।୧୦(ସଦାଶିବ ପ୍ରହରାଜ): ଘରେ ଶୋଇଥିବା ବେଳେ ବର୍ଷକର ଶିଶୁପୁତ୍ରକୁ ଝୁଣିଦେଲା ବୁଲାକୁକୁର । ମୃତ୍ୟୁ ସହ ସଂଗ୍ରାମ କରୁଛି ଶିଶୁଟି। ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?