ବ୍ରହ୍ମପୁରରେ ପାନୀୟ ଜଳ ସମସ୍ୟା

ବ୍ରହ୍ମପୁର ଅଫିସ,୧୩।୨: ବ୍ରହ୍ମପୁର ମହାନଗର ନିଗମକୁ ବର୍ତ୍ତମାନ ସ୍ବଚ୍ଛ ଓ ସୁନ୍ଦର କରିବା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଏପରି ବହୁ ଅଞ୍ଚଳ ରହିଛି ଯେଉଁଠି ଲୋକେ ଆଜି ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ମୁଖ୍ୟତଃ ପାନୀୟ ଜଳ ଯୋଗାଣରେ ଅନିୟମିତତା ସହରର ଆଜି ସବୁଠାରୁ ବଡ଼ ସମସ୍ୟା ହୋଇଛି। ୱାର୍ଡ଼ ନମ୍ବର ୨୪, ୨୫ ଓ ୨୬ରେ ପାନୀୟ ଜଳ ଯୋଗାଣରେ ଅନିୟମିତତାରୁ ଲୋକେ ସବୁବେଳେ ଘରଠାରୁ ବହୁ ଦୂର ଦୂରାନ୍ତକୁ ଯାଇ ପିଇବା ପାଣି ସଂଗ୍ରହ କରିଥାନ୍ତି। ଏନେଇ ଲୋକେ ଅନେକଥର ପ୍ରଶାସନ ନିକଟରେ ଅଭିଯୋଗକରି ଆସୁଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି ପ୍ରକାର ସ୍ଥାୟୀ ସମାଧାନ ହୋଇପାରୁନାହିଁ।
ୱାର୍ଡ ନମ୍ବର ୨୪ ଅନ୍ତର୍ଗତ ବିଜିପୁର ସାନବାଉରୀ ସାହିରେ ଲୋକେ ନର୍ଦ୍ଦମା ନିକଟରୁ ବହୁ ଅପରିଷ୍କାର ପରିବେଶରୁ ପାନୀୟ ଜଳ ସଂଗ୍ରହ କରିିଥାନ୍ତି। ସାହିର ୪୦ ରୁ ୫୦ ପରିବାର ଲୋକ ନିୟମିତ ଭାବେ ରାସ୍ତାକଡ଼ରେ ଡ୍ରେନ୍‌କୁ ଲାଗି ରହିଥିବା ଏକ ଗଭୀର ପାଣିକୁଣ୍ଡରୁ ଗରାରେ ପାନୀୟ ଜଳ ସଂଗ୍ରହ କରିଥାନ୍ତି। ନର୍ଦ୍ଦମାକୁ ଲାଗି ରହିଥିବା ପାଣିକୁଣ୍ଡ ଦେଢ଼ଫୁଟ ଗଭୀର ରହିଛି। ନିୟମିତ ଭାବେ ରାତି ୭ଟା ବେଳେ ପିଇବା ପାଣି ଲୋକେ ଏଠାରୁ ସଂଗ୍ରହ କରନ୍ତି ବୋଲି ସାହି ବାସିନ୍ଦା ସାଧନା ଦାସ କୁହନ୍ତି। ସେହିପରି ୱାର୍ଡ ନମ୍ବର ୨୫ ଢିମ୍ବିରା ଦଳିତ ସାହି ଲୋକେ ମଧ୍ୟ ପାନୀୟ ଜଳ ସଂଗ୍ରହ କରିବା ନିମନ୍ତେ ସେମାନଙ୍କୁ ସବୁବେଳେ ରାତି ୯ଟା ଯାଏ ଅପେକ୍ଷା କରିବାକୁ ପଡ଼ିଥାଏ, ବେଳେ ବେଳେ ରାତି ୧୧ ମଧ୍ୟ ହୁଏ । ପାନୀୟ ଜଳ ଯୋଗାଣ ବିଭାଗର କୌଣସି ସମୟ ସୀମା ନାହିଁ।
ସାହି ବାସିନ୍ଦା ଅଭିଯୋଗ କରନ୍ତି, ସାହିରେ ଗୋଟିଏ ମାତ୍ର ଷ୍ଟାଣ୍ଡପୋଷ୍ଟ ରହିଥିବା ବେଳେ ଏହା ସାହିର ସମସ୍ତ ବାସିନ୍ଦାଙ୍କ ନିମନ୍ତେ ପର୍ଯ୍ୟାପ୍ତ ନୁହେଁ। ଠିକ୍‌ ସେହିପରି ନୀଳକଣ୍ଠ ନଗର ଏକ୍ସଟେନ୍‌ସନର ୬ଟି ସାହିରେ ପାଖାପାଖି ୪୦୦ରୁ ଊର୍ଦ୍ଧ୍ୱ ପରିବାର ଲୋକ ବସବାସ କରୁଥିଲେ ସୁଦ୍ଧା ଏଯାବତ ପାନୀୟ ଜଳ ଯୋଗାଣ ନେଇ କୌଣସି ସୁବିଧା ହୋଇନାହିଁ। ଫଳରେ ଲୋକେ ଏହାର ବିକଳ୍ପରେ ପିଇବା ପାଣି କିଣିଥାନ୍ତି। ଠିକ୍‌ ସେହିଭଳି ୱାର୍ଡ଼ ନମ୍ବର ୨୬ ଅନ୍ତର୍ଗତ ଶାଳିଆ ବନ୍ଧ ସାହି ଓ ଆଖପାଖ ଅଞ୍ଚଳର ଲୋକେ ଦୀର୍ଘ ବର୍ଷ ଧରି ପିଇବା ପାଣି ନିମନ୍ତେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି। ଏହି ସମସ୍ତ ଅଞ୍ଚଳର ଲୋକେ ବିକଳ୍ପ ଭାବେ ନିୟମିତ ପାନୀୟ ଜଳ ସଂଗ୍ରହ ନିମନ୍ତେ ନିଜ ଘରଠାରୁ ୩ ରୁ ୪ କି.ମି.ଦୂର ହିଲପାଟଣା ଓ ଖଲ୍ଲିକୋଟ କଲେଜ ନିକଟସ୍ଥ ପିଏଚ୍‌ ଡିଭିଜନ ଅଫିସକୁ ଯାଇ ପାନୀୟ ଜଳ ସଂଗ୍ରହ କରିଥାନ୍ତି। ବର୍ଷ ତମାମ ଏହିପରି ଲୋକେ ପାଣି ସଂଗ୍ରହ କରୁଥିବା ବେଳେ ଖରାଦିନେ ଲୋକେ ଉତ୍କଟ ଜଳ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏନେଇ ଜନସ୍ବାସ୍ଥ୍ୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୀତାରାମ ପଣ୍ଡାଙ୍କ ସହ ମୋବାଇଲ ନଂ.୯୪୩୭୧୯୨୩୨୯ରେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଆଗକୁ ଖରାଦିନ ପାଖେଇ ଆସୁଥିବାରୁ ଲୋକଙ୍କ ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାର ମାନିଛି ଶାରୀରିକ ଅକ୍ଷମତା: ପ୍ରସନ୍ନଙ୍କ ମୁଣ୍ଡରେ ପରିବାର ବୋଝ

ବୋଲଗଡ,୬ା୧୧(ଡି.ଏନ.ଏ.)-ଦିବ୍ୟାଙ୍ଗ ଅକ୍ଷମ ନୁହନ୍ତି। ସକ୍ଷମଙ୍କ ଭଳି ରୋଜଗାରକ୍ଷମ ହୋଇ ପରିବାର ପ୍ରତିପୋଷଣ କରିପାରନ୍ତି। ଏହା ପ୍ରତିପାଦିତ କରିଛନ୍ତି ବୋଲଗଡ ବ୍ଲକ ଗର୍ଭଣୀପଡା ଗ୍ରାମର ପ୍ରସନ୍ନ ଜେନା।...

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ଗୋମାଂସ, ଟୋଲଗେଟ୍‌ ଭାଙ୍ଗି ପଳାଉଥିବା ବେଳେ ଧରିଲେ ଲୋକେ

ବାହାନଗା,୫ା୧୨(ଡି.ଏନ.ଏ.): ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ଗୋମାଂସ ବୋଝେଇ ଟ୍ରକ୍‌ ଶେରଗଡ ଟୋଲଗେଟ୍‌ ଭାଙ୍ଗି ପଳାଉଥିବା ବେଳେ ଲୋକେ ଗୋଡ଼ାଇ ଗୋଡ଼ାଇ ଧରିଛନ୍ତି। ଉକ୍ତ ଟ୍ରକ୍‌କୁ ବାଲେଶ୍ୱର...

କମୁଛି ବନ୍ୟାପାଣି, ବଢୁଛି ଦୁର୍ଦ୍ଦଶା

ଯାଜପୁର ଅଫିସ/ଝୁମ୍ପୁରୀ (ଡି.ଏନ.ଏ.),୧୯ା୮: ବୈତରଣୀ ନଦୀର ଜଳ ପତ୍ତନ ହ୍ରାସ ହେବା ପରେ ଯାଜପୁର ଜିଲା ଦଶରଥପୁର ବ୍ଲକରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଛି। ଏହାସହ...

କରୋନା ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ: ଗଞ୍ଜାମ ଜିଲାପାଳଙ୍କୁ ଫୋନକରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ୧୪।୪(ଡି.ଏନ୍‌.ଏ.): କରୋନା ମୁକାବିଲା ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ବହୁତ ଭଲ କାମ କରୁଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

୨. ୮୦ ଲକ୍ଷ ଟଙ୍କାର ହିସାବ ଦେଇପାରିଲେନି ଆଇଆଇସି

ଏମ୍‌ଭି ୭୯,(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ ପଡିଛନ୍ତି ମାଲକାନଗିରି ଜିଲା କାଲିମେଳା ବ୍ଳକ ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ। ସେ ମୋଟୁରୁ ନିଜ ଘର କଟକ...

ସଟ୍‌ଡାଉନ୍‌ ପରିସୀମା ବଢିଲା

ଭଦ୍ରକ ଅଫିସ, ୪।୪- ଭଦ୍ରକ ପୌରାଞ୍ଚଳ ସମେତ ଆଖପାଖ ଗାଁ ରେ ୪୮ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଶୁକ୍ରବାର ରାତିରେ ଭଦ୍ରକର ଦୁଇ ଜଣ କରୋନା...

ଖୋଲିଲା କାକଟପୁର ମା’ ମଙ୍ଗଳା ମନ୍ଦିର

କାକଟପୁର, ୨୩।୧୨(ଡି.ଏନ୍‌.ଏ.): କାକଟପୁର ମା’ ମଙ୍ଗଳା ମନ୍ଦିର ଖୋଲିଛି। କରୋନା ଯୋଗୁ ଦୀର୍ଘ ୯ ମାସ ଧରି ମନ୍ଦିର ବନ୍ଦ ରହିବା ପରେ ବୁଧବାର ସମ୍ପୂର୍ଣ୍ଣ...

ସଡ଼କ ଅପେକ୍ଷାରେ ସାତ ଦଶନ୍ଧି

ଢେଙ୍କାନାଳ ଅଫିସ, ୧୩।୭ ବିକାଶ ଦେଖୁଛି ଗାଁ। ବଦଳୁଛି ଗ୍ରାମାଞ୍ଚଳର ଚିତ୍ର। ପକ୍କା ସଡ଼କ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ବିଦ୍ୟୁତ୍‌ ଭିତ୍ତିଭୂମିଠାରୁ ଆରମ୍ଭ କରି ଆନୁଷଙ୍ଗିକ...

Advertisement
Archives

Model This Week