ଭଞ୍ଜନଗର ଯାତ୍ରାରେ ଆତଙ୍କ ମାମଲାରେ ୪ ଗିରଫ, ମ୍ୟୁନିସିପାଲଟି ଅଧ୍ୟକ୍ଷଙ୍କ ଘରକୁ ବୋମା ମାଡ଼ ଘଟଣାରେ ଅଭିଯୁକ୍ତ…

ଭଞ୍ଜନଗର,୨୩।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହରରେ ଠାକୁରାଣୀ ଯାତ୍ରା ଚାଲିଥିବା ସମୟରେ ଗତ ୧୭ ତାରିଖ ରାତିରେ ସହରର ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ତଗୋଳ ମାମଲାରେ ପୋଲିସ ଶନିବାର ଉଭୟ ଗୋଷ୍ଠୀର ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଇମୁ, ବଣ୍ଟି ମହାନ୍ତି, ଅରୁଣ ବେହେରା ଓ ଜସ୍ଵୟନ୍ତ ସ୍ଵାଇଁ। ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଏଥିସହ ଗୁରୁବାର ରାତିରେ ମ୍ୟୁନିସିପାଲଟି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ଘର ଉପରକୁ ହୋଇଥିବା ବୋମା ମାଡ ଘଟଣାରେ ପୋଲିସ ଆଜି ପର୍ଯ୍ୟନ୍ତ କାହାରିକୁ ଗିରଫ କରି ପାରିନାହିଁ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ଅପରପକ୍ଷେ ଏହି ସମସ୍ତ ୫ ଟି ମାମଲାରେ ୨୦ରୁ ଉର୍ଦ୍ଧ୍ୱ ଅଭିଯୁକ୍ତ ଜଡିତ ଥିବା ଆଶଙ୍କା କରାଯାଉଛି। ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ ପାଇଁ ଚେଷ୍ଟା ଚଳାଇଛି। ତେଣୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜୋରଦାର କରିଛି। ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଜୀବନାନନ୍ଦ ଜେନା ଏଠାରେ ପ୍ରକାଶ କରିଛନ୍ତି। ଅପରପକ୍ଷେ ଭଞ୍ଜନଗର ଥାନା ପକ୍ଷରୁ ଶନିବାର ଏକ ପ୍ରେସ ବିବୃତିରେ କୁହାଯାଇଛି ଯେ ଗତ ୧୭ ତାରିଖ ସନ୍ଧ୍ୟା ସମୟରେ ଇମୁ ବସଷ୍ଟାଣ୍ଡରେ ଏକୁଟିଆ ଠିଆ ହୋଇଥିଲେ। ଏହି ସମୟରେ ବଣ୍ଟି ଓ ତାର ସାଙ୍ଗ ମାନେ ସେଠୀ ପହଞ୍ଚି ଇମୁକୁ କୌଣସି ପୂର୍ବ କଥାକୁ ନେଇ ଗାଳି ଗୁଲଜ ସହ ମାରଧର କରିଥିଲେ। ଇମୁ ଏକୁଟିଆ ଥିବା ଯୋଗୁଁ ସେଠାରେ ବିରୋଧ ନକରି ଚାଲିଯାଇଥିଲେ। ଏହାପରେ ଇମୁ ଓ ତାର ସାଙ୍ଗ ବଣ୍ଟିଙ୍କ ଘରେ ପହଞ୍ଚି ବଣ୍ଟି ଙ୍କୁ ଖୋଜିଥିଲେ। ବଣ୍ଟିଙ୍କୁ ସେମାନେ ନପାଇ ସେଠାରେ ଗାଳିଗୁଲଜ କରିଥିଲେ। ଏହାପରେ ମ୍ୟୁନିସିପାଲଟି କାର୍ଯ୍ୟାଳୟରେ ସେମାନେ ପହଞ୍ଚିଥିଲେ। ସେଠାରେ ବଣ୍ଟିଙ୍କୁ ଦେଖି ଗାଳି ଗୁଲଜ କରିବା ସହ ମାରଧର କରିଥିଲେ। ଏହାପରେ ବଣ୍ଟିର ସହଯୋଗୀ ମାନେ ଜାଣିବା ପରେ ସେଠାରେ ପହଞ୍ଚି ଇମୁ ଓ ତାର ସହଯୋଗୀଙ୍କୁ ମାରଧର କରିଥିଲେ। ଫଳରେ ଇମୁ ଓ ତାର ସହଯୋଗୀ ସେଠାରେ ଗାଡ଼ି ଓ ମୋବାଇଲ ଫୋନ୍ ଛାଡ଼ି ସେଠାରୁ ଦୌଡ଼ି ପଳାଇ ଜୀବନ ବଞ୍ଚାଇଥିଲେ।। ଏହାପରେ ଉକ୍ତ ଗୋଷ୍ଠୀ ପୁଣି ଇମୁ ଓ ଅନ୍ୟଜଣେ ଆଶୋକ ପ୍ରଧାନଙ୍କ ଘରେ ପହଞ୍ଚି ସେମାନଙ୍କ ଘରର କବାଟ ଭାଙ୍ଗିବା ସହ ଇମୁ ଓ ଅଶୋକ ପ୍ରଧାନଙ୍କୁ ଖୋଜିଥିଲେ। କିନ୍ତୁ ସେମାନଙ୍କୁ ନପାଇ ଅଭିଯୁକ୍ତ ମାନେ ସେମାନଙ୍କ ପରିବାର ଲୋକଙ୍କୁ ଗାଳି ଗୁଲଜ କରିବା ସହ ଫେରି ଆସିଥିଲେ। ୧୮ ତାରିଖରେ ଉଭୟ ଗୋଷ୍ଠୀର ଏତଲା କ୍ରମେ ପୋଲିସ ୪ ଟି ପୃଥକ ପୃଥକ ମାମଲା ରୁଜୁ କରିଥିଲେ। ଆଜି ଉକ୍ତ ୪ ଟି ମାମଲାରେ ୪ ଜଣଙ୍କୁ ପୋଲିସ୍ ଗିରଫ କରିଛି ବୋଲି ପୋଲିସ ପକ୍ଷରୁ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି। ଅପରପକ୍ଷେ ଏହି ବିବାଦ ସହ ଅଧ୍ୟକ୍ଷଙ୍କ ଘର ଉପରକୁ ହୋଇଥିବା ବୋମା ମାଡ ସମ୍ପର୍କ ଥିବା ଆଶଙ୍କା କରାଯାଉଛି। ତଥାପି ଅଭିଯୁକ୍ତ ମାନଙ୍କୁ ଗିରଫ ପରେ ସତ୍ୟତା ଜଣାପଡ଼ିବ।

ଅପରପକ୍ଷେ ଗଞ୍ଜାମ ଜିଲ୍ଲାରେ ବଢୁଥିବା ଅପରାଧକୁ ଦେଖି ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଭଞ୍ଜନଗର ଘଟଣାଟିକୁ ଗୁରୁତର ସହ ନେଇଛନ୍ତି। ଏଥିସହ ସମସ୍ତ ଅଭିଯୁକ୍ତଙ୍କୁ କିଭଳି ଗିରଫ କରାଯିବ ସେନେଇ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି। ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ ପାଇଁ ପୋଲିସ ଚେଷ୍ଟା ଚଲାଇଛି। ଏଥିସହ ଯାତ୍ରା ସମୟରେ ସହରରେ ଆତଙ୍କ କରିଥିବା ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏସପି ବିଭଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଅପରାଧି ମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…

ଜୁଆଆଡ୍ଡା ପରିଚାଳନାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ନିକଟରେ ଦୀର୍ଘ ଦିନ ହେଲା ଚାଲିଥିବା ଜୁଆଆଡ୍ଡା ପରିଚାଳନାକୁ କେନ୍ଦ୍ରକରି ୨…

ଲୋକଙ୍କ ଅଭିଯୋଗ ଶୁଣିଲେ ବିଧାୟକ

ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତରେ ଗୁରୁବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?