ଗଞ୍ଜାମ

୧୩୬ ଛାତ୍ରଙ୍କୁ ପଢ଼ାଉଛନ୍ତି ଜଣେ ଶିକ୍ଷକ

ଚନ୍ଦ୍ରଗିରି,୨୧ା୭(ଡି.ଏନ୍‌.ଏ.)-‘ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ’ ନାରାଦେଇ ସରକାର ସମସ୍ତଙ୍କ ପାଖରେ ଶିକ୍ଷା ବ୍ୟବସ୍ଥା ପହଞ୍ଚାଇବାକୁ ବହୁ ଯୋଜନା କରୁଛନ୍ତି। ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ମଧ୍ୟାହ୍ନଭୋଜନ, ମାଗଣାରେ ପାଠ୍ୟପୁସ୍ତକ, ପୋଷାକ, ସାଇକେଲ ଆଦି ବିଭିନ୍ନ ଯୋଜନା କରିଛନ୍ତି। ମାତ୍ର...

ବିଇଓଙ୍କ ବଦଳି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଶେରଗଡ,୨୧ା୭(ଡି.ଏନ.ଏ.)-ଶେରଗଡ ବ୍ଲକ ମିଳିତ ଶିକ୍ଷକ ସଂଘର ଏକ ବୈଠକ ଶନିବାର ସ୍ଥାନୀୟ ଜୟଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଇଓ ଭାସ୍କର ଲେଙ୍କା ଛଦ୍ମବେଶରେ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷକଙ୍କୁ ହଇରାଣ କରୁଥିବାରୁ ତୁରନ୍ତ ତାଙ୍କୁ ଜିଲା ବାହାରକୁ...

ଶିକ୍ଷା ସମୀକ୍ଷା ବୈଠକ: ପ୍ରତି ସ୍କୁଲରେ ନ୍ୟୁଟ୍ରିସନ ଗାର୍ଡେନ ବାଧ୍ୟତାମୂଳକ

ଛତ୍ରପୁର,୨୧ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଶିକ୍ଷା ସମ୍ବନ୍ଧୀୟ ସମୀକ୍ଷା ବୈଠକ ଶନିବାର ଛତ୍ରପୁରସ୍ଥିତ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ସ୍କୁଲଗୁଡିକରେ ପାଇଖାନା, ପାନୀୟ ଜଳ, ପ୍ରଧାନଶିକ୍ଷକ ରୁମ୍‌ ନିହାତି...

୫ ବାତ୍ୟା ନିରୋଧକ ଘର ସିଲ୍‌ କଲା ପ୍ରଶାସନ

ଚିକିଟି,୨୧ା୭(ଡି.ଏନ.ଏ.)-ଚିକିଟି ବ୍ଲକ୍‌ରେ କତୁରୁ ପଞ୍ଚାୟତର ଚନ୍ଦନବାଡ ଓ ସୋରଳ ପଞ୍ଚାୟତର ସୋରଳ ଗଁାରେ ଜିଲା ପ୍ରଶାସନ ଓ ବ୍ଲକ୍‌ ପ୍ରଶାସନ ମିଳିତ ଆନୁକୂଲ୍ୟରେ ଗତ ଗୁରୁବାର ପୃଥକ୍‌ ଭାବେ ଏକ ଆଲୋଚନା ସଭା ହୋଇଥିଲା। ଏଥିରେ ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ...

ଦୁର୍ଘଟଣାରେ ମୃତ, ଆହତଙ୍କୁ ମିଳୁନି ସହାୟତା

ଛତ୍ରପୁର,୨୧ା୭(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ସଡ଼କ ଦୁର୍ଘଟଣା କମୁନି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅନ୍ୟ ଜିଲା ଭଳି ଏଠାରେ ମଧ୍ୟ ଜିଲାସ୍ତରୀୟ ସଡକ ସୁରକ୍ଷା କମିଟି ଗଠିତ ହୋଇଛି। ବାରମ୍ବାର ବୈଠକ ମଧ୍ୟ ବସୁଛି। ମାତ୍ର କୌଣସି ନିଷ୍ପତ୍ତି କିମ୍ବା ନିର୍ଦ୍ଦେଶ ଠିକ୍‌ ଭାବେ...

ବିରୋଧ ସତ୍ତ୍ୱେ କଲ୍ୟାଣ ମଣ୍ଡପକୁ ଯିବ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ

ବ୍ରହ୍ମପୁର ଅଫିସ୍‌,୨୧ା୭-ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟକୁ ଏକ ଘରୋଇ କଲ୍ୟାଣ ମଣ୍ଡପକୁ ସ୍ଥାନାନ୍ତର ପ୍ରକ୍ରିୟା ଶନିବାର ଆରମ୍ଭ ହୋଇଛି। ଟ୍ରକ୍‌, ପିକ୍‌ଅପ୍‌ ଭ୍ୟାନ୍‌ରେ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ, ଆସବାବପତ୍ର ଏବଂ ଅନ୍ୟାନ୍ୟ ଜିନିଷ ସ୍ଥାନାନ୍ତର କରାଯାଇଥିଲା। ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧ୍ୟାପକମାନେ ଉପସ୍ଥିତ ରହି...

ହିଲଭିୟୁ ପାର୍କରେ ଚାଲିଲା ଟୟଟ୍ରେନ

ଦାରିଙ୍ଗବାଡ଼ି,୨୦ା୭(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଠାରେ ରହିଥିବା ପର୍ଯ୍ୟଟନକେନ୍ଦ୍ର ହିଲଭିୟୁ ପାର୍କ ପରିସରରେ ଶନିବାର ଶିଶୁ ପର୍ଯ୍ୟଟକଙ୍କ ପାଇଁ ଟୟଟ୍ରେନ ଆରମ୍ଭ ହୋଇଛି। ଦୀର୍ଘଦିନ ହେଲା ଉକ୍ତ ଟୟଟ୍ରେନର କାର୍ଯ୍ୟ ଚାଲିଥିବାବେଳେ କିଛିଦିନ ହେଲା ଠିକା ସଂସ୍ଥା ପକ୍ଷରୁ ଅବହେଳା...

କଲ୍ୟାଣ ମଣ୍ଡପକୁ ବିଶ୍ୱବିଦ୍ୟାଳୟ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ

ବ୍ରହ୍ମପୁର ଅଫିସ,୨୦।୭ : ଗଞ୍ଜାମ ଜିଲା ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟକୁ ବ୍ରହ୍ମପୁର ସହର ଉପକଣ୍ଠ କନିସିସ୍ଥିତ ଏକ କଲ୍ୟାଣ ମଣ୍ଡପକୁ ସ୍ଥାନାନ୍ତର ପ୍ରକ୍ରିୟା ଶନିବାରଠାରୁ ଆରମ୍ଭ ହୋଇଯାଇଛି। ଗାଡ଼ିରେ ବିଶ୍ୱବିଦ୍ୟାଳୟର ଆସବାବପତ୍ର ଏବଂ ଅନ୍ୟାନ୍ୟ ଜିନିଷ ଶନିବାର ସ୍ଥାନାନ୍ତର କରାଯାଇଛି।...

ପୃଥକ ଦୁର୍ଘଟଣା: ୨ ମୃତ

ବ୍ରହ୍ମପୁର ଅଫିସ, ୨୦।୭: ବାଇକରୁ ଖସି ପୃଥକ ଘଟଣାରେ ୨ ଜଣଙ୍କର ଏମ୍‌କେସିଜି ମେଡିକାଲରେ ମୃତ୍ୟୁ ଘଟିଛି। ସେମାନେ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ କୃଷ୍ଣକୃପାମୟପୁର ଗ୍ରାମର ବାଙ୍କି ଦଳାଇ(୫୫) ଓ ସଦର ଥାନା ଅନ୍ତର୍ଗତ ଚଣ୍ଡୀପଦର ଗାଁର ମଞ୍ଜୁ...

ବିଷପାନ କରିଥିବା ବୃଦ୍ଧାଙ୍କ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଗଲା

ବ୍ରହ୍ମପୁର ଅଫିସ, ୨୦।୭: ଗଞ୍ଜାମ ଜିଲା ଏମ୍‌କେସିଜି ମେଡିକାଲରେ ବିଷ ପିଇ ଚିକିତ୍ସାଧୀନ ଥିବା ଜଣେ ବୃଦ୍ଧାଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ସେ ହେଲେ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ପିଶୁପଦର ଗାଁର କଳ୍ପନା କହଁର (୬୨)। ପ୍ରକାଶ ଯେ,...

ଧୂପକାଠି ନିଆଁରୁ ଜଳିଗଲା ପିବିସି ପାଇପ

ବ୍ରହ୍ମପୁର ଅଫିସ,୨୦। ୭: ଗଞ୍ଜାମ ଜିଲା ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଶଶିଭୂଷଣ ମହିଳା ମହାବିଦ୍ୟଳୟ ପାର୍ଶ୍ୱରେ ଥିବା ପୁରୁଣା ଖ୍ରୀଷ୍ଟିୟାନ ସାହିରେ ରଖାଯାଇଥିବା ପିବିସି ପାଇପ୍‌ରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ...

ଚତୁର୍ଥଦିନରେ ସେବା ମହାବିଦ୍ୟାଳୟ ଛାତ୍ରଙ୍କ ଧାରଣା

ବ୍ରହ୍ମପୁର ଅଫିସ,୨୦।୭: ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପରିସରରେ ଥିବା ସେବା ମହାବିଦ୍ୟାଳୟ ଛାତ୍ରଙ୍କ ଧାରଣା ଶନିବାର ଚତୁର୍ଥ ଦିନରେ ପହଞ୍ଚିଛି। ନୂତନ ଭାବେ ନିର୍ମିତ ଛାତ୍ରାବାସରେ ଛାତ୍ରଙ୍କୁ ରହିବାକୁ ଅନୁମତି ଦାବିନେଇ ଉଭୟ...

ଖବରଦାତାଙ୍କୁ ଆକ୍ରମଣ ଘଟଣା: ବ୍ରହ୍ମପୁର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିନ୍ଦା

ବ୍ରହ୍ମପୁର ଅଫିସ,୨୦।୭: ରାଜ୍ୟର ବିଭିନ୍ନ ସ୍ଥାନରେ ଗତ କିଛିଦିନ ହେବ ଖବରଦାତାଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଛି। ଏହାକୁ ବ୍ରହ୍ମପୁର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହ ଶନିବାର ସ୍ଥାନୀୟ ଏନ୍‌ଜିଓ ହଲ୍‌ ସମ୍ମୁଖରେ ବିକ୍ଷୋଭ...

ଧରିତ୍ରୀରେ ଖବର ପ୍ରକାଶିତ ହେବାପରେ ଚେତିଲା ପୂର୍ତ୍ତ ବିଭାଗ: ରାତିଅଧିଆ ରାସ୍ତା ମରାମତି କାର୍ଯ୍ୟ ଶେଷ

ଦାରିଙ୍ଗବାଡ଼ି,୨୦।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ଦବି ଯାତାୟାତରେ ସମସ୍ୟା ହେଉଥିଲା। ତେବେ ରାସ୍ତା ମରାମତି ଦିଗରେ ବିଭାଗ ପଦକ୍ଷେପ ନେବା ବଦଳରେ ବର୍ଷା ଛାଡ଼ିଲେ ମରାମତି କରାଯିବ ବୋଲି କହିଥିଲା। ଏ ନେଇ...

ଆସିକା: ସ୍କୁଲରେ ବିସ୍ଫୋରଣ, ୨ ଛାତ୍ର ଗୁରୁତର

ଆସିକା, ୨୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଥାନା କୋଟିନଡ଼ା ଫାଣ୍ଡି ଅନ୍ତର୍ଗତ ମାଗୁରା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ସକାଳ ପ୍ରାୟ ସାଢ଼େ ୯ଟାରେ ବୋମା ବିସ୍ଫୋରଣଘଟି ୨ ଛାତ୍ର ଗୁରୁତର ହୋଇଛନ୍ତି। ସେମାନେ...

ନାବାଳିକା ଗର୍ଭବତୀ ଘଟଣା: ଅଭିଯୁକ୍ତ କୋର୍ଟ ଚାଲାଣ

ତୁମୁଡିବନ୍ଧ,୨୦ା୭(ଡି.ଏନ୍‌.ଏ.) -କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବେଲଘର ରାଙ୍ଗାପାରୁ ଏଜୁକେଶନ କମ୍ପ୍ଲେକ୍ସରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେ ହେଲେ ରୁତୁଙ୍ଗିଆ ପଞ୍ଚାୟତ ବଣ୍ଡଗୁଡା ଗ୍ରାମର ଅମୁଲ୍ୟ ପ୍ରଧାନୀ...

୬ ମାସରେ ଗଲାଣି ୨୩୧ ଜୀବନ

ଛତ୍ରପୁର,୨୦ା୭(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି ା ଜିଲାରେ ଗତ ୬ ମାସ ମଧ୍ୟରେ ହୋଇଥିବା ୪୧୧ ଦୁର୍ଘଟଣାରେ ୨୩୧ ଜଣଙ୍କ ଜୀବନ ଯାଇଛି। ୨୬୩ ଜଣ ଗୁରୁତର ଆହତ ହୋଇଛନ୍ତି। ଜିଲା ଦେଇ...

ପୁଣି ଲାଗିଲା ମାଓବାଦୀ ପୋଷ୍ଟର

ଫିରିଙ୍ଗିଆ,୨୦ା୭-କିଛି ଦିନ ବ୍ୟବଧାନ ପରେ ପୁଣି ଫିରିଙ୍ଗିଆ ବ୍ଲକର ବିଭିନ୍ନ ସ୍ଥାନରେ ମାଓବାଦୀ ଶୁକ୍ରବାର ପୋଷ୍ଟର ଲଗାଇଛନ୍ତି। ଫିରିଙ୍ଗିଆ ଅଞ୍ଚଳର ସାଡିଙ୍ଗିଆ, ସୁମେରୁବନ୍ଧ, ଲେଣ୍ଡ୍ରିଗୁଡା, ମାଲା ଓ ଫିରିଙ୍ଗାଆ ବଜାରରେ ମାଓବାଦୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। କେକେବିଏନ ଡିଭିଜନର...