କଟକ

୧୫,୮୨୭ ମାମଲା ଫଇସଲା

କଟକ ଅଫିସ, ୧୪।୫: ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ (ଓଏସ୍‌ଏଲ୍‌ଏସ୍‌ଏ) ପକ୍ଷରୁ ରାଜ୍ୟର ପ୍ରତ୍ୟେକ ଜିଲା ଏବଂ ତାଲୁକ୍‌ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ତଥା...

ଆମ୍ବ ତୋଳିବାକୁ ଯାଇ ହାତୀ ହାବୁଡରେ ପଡିଗଲେ ବୃଦ୍ଧ

ତିଗିରିଆ, ୧୩।୫ (ଡି.ଏନ.ଏ ): ତିଗିରିଆ ଥାନା ଅନ୍ତର୍ଗତ ଭେଜିଆ ଜଙ୍ଗଲ ନିକଟସ୍ଥ ବାରଘରିଆ ଆମ୍ବ ତୋଟାରେ ଶନିବାର ଆମ୍ବ ତୋଳିବା ପାଇଁ ଯାଇଥିବା ବୃଦ୍ଧଙ୍କୁ ଦଳି ଦେଲା ହାତୀ। ଏଭଳି ଘଟଣା ଭୋଗଡା ପଞ୍ଚାୟତ ଗୋକର୍ଣ୍ଣଖାଲ ଗ୍ରାମରେ ଘଟିଛି।...

କନଷ୍ଟେବଳଙ୍କ ସନ୍ଦେହଜନକ ମୃତ୍ୟୁ

ନିଶ୍ଚିନ୍ତକୋଇଲି,୧୨ା୫(ସ୍ବ.ପ୍ର.): ଡ୍ୟୁଟି କରିବାକୁ ଆସି ପୋଲିସ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ପରିବାର ଲୋକେ ତଦନ୍ତ ଦାବି କରିଛନ୍ତି। ଏପରି ଘଟଣା ଘଟିଛି କଟକ ଜିଲା ନିଶ୍ଚିନ୍ତକୋଇଲିର ଜିଗ୍ନିପୁର ଠାରେ। କଟକ ପୋଲିସ ହେଡ କ୍ବାର୍ଟର୍ସରେ କନଷ୍ଟେବଳ ଭାବେ ଶ୍ରୀନିବାସ...

ପିଆଇଡବ୍ଲ୍ୟୁଟି ନିର୍ଦ୍ଦେଶକଙ୍କ ସତ୍ୟପାଠ ଦାଖଲ

କଟକ ଅଫିସ,୧୨ା୫: ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଡଙ୍ଗାବୁଡ଼ି ମାମଲାରେ ମେ’ ୧ ତାରିଖରେ ସତ୍ୟପାଠ ଦାଖଲ କରାଯାଇଛି। ଓଡ଼ିଶା ପୋର୍ଟ ଆଣ୍ଡ୍‌ ଆଇଲାଣ୍ଡ୍‌ ଓ୍ବାଟର ଟ୍ରାନ୍ସପୋର୍ଟ ବିଭାଗ(ପିଆଇଡବ୍ଲ୍ୟୁଟି)ର ନିର୍ଦ୍ଦେଶକ ପଦ୍ମଲୋଚନ ରାଉଳ ସତ୍ୟପାଠ ଦାଖଲ କରି...

ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ

କଟକ ଅଫିସ,୧୧ା୫: ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ଗୁରୁବାର ପରଲୋକ ଘଟିଛି। ତେଲଙ୍ଗାବଜାରସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା।ସୂଚନାଯୋଗ୍ୟ, ସେ କିଛିଦିନ ହେଲା ଲିଭର ଜନିତ ରୋଗରେ ପୀଡ଼ିତ ଥାଇ...

ଜିଲାର ୫୩ ସ୍କୁଲରେ ଗୋଟିଏ ଲେଖାଏ ଶ୍ରେଣୀଗୃହ

କଟକ ଅଫିସ,୧୧ା୫: ଉନ୍ନତ ଶିକ୍ଷାଦାନ ସହ ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ପାଇଁ ସରକାର ପ୍ରଚୁର ଟଙ୍କା ଖର୍ଚ୍ଚ କରୁଛନ୍ତି। ଏପରିକି ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ କରାଯାଉଛି। ତଥାପି ଅନେକ ବିଦ୍ୟାଳୟର ସ୍ଥିତି ସୁଧୁରିପାରୁନାହିଁ। କେଉଁଠି ଶିକ୍ଷକ ସମସ୍ୟା...

ହାତୀମୃତ୍ୟୁ ଘଟଣାରେ ହାଇକୋର୍ଟଙ୍କ ଉଦ୍‌ବେଗ

କଟକ ଅଫିସ,୧୦ା୫: ରାଜ୍ୟରେ କ୍ରମାଗତ ହାତୀମୃତ୍ୟୁକୁ ନେଇ ହାଇକୋର୍ଟ ମଙ୍ଗଳବାର ଶୁଣାଣିରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ହାତୀ ଆକ୍ରମଣରେ ମୃତକଙ୍କ ନିମନ୍ତେ ଅନୁକମ୍ପାମୂଳକ କ୍ଷତିପୂରଣ ରାଶି ବୃଦ୍ଧି କରାଯାଇଥିବା ନେଇ ଉଲ୍ଲେଖ...

ତ୍ରିଶୂଳିଆଠାରେ କାଠଯୋଡ଼ିରେ ହେବ ଦ୍ୱିତୀୟ ସେତୁ

କଟକ ଅଫିସ,୮ା୫: କଟକର ତ୍ରିଶୂଳିଆ ନିକଟ କାଠଯୋଡ଼ି ନଦୀ ଉପରେ ଖୁବ୍‌ଶୀଘ୍ର ଦ୍ୱିତୀୟ ସେତୁ ନିର୍ମାଣ ହେବ। ଏହି ସେତୁ ୪ ଲେନ୍‌ ବିଶିଷ୍ଟ ହେବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ନିକଟରେ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗରେ ଏହି...

୨ ୱାର୍ଡରେ ପାନୀୟଜଳ ସମସ୍ୟା

ମଙ୍ଗୁଳି-ଜଗତପୁର,୮ା୫(ଡି.ଏନ.ଏ.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଧୀନ କୟଳପଡା ପଞ୍ଚାୟତର ୨୦ ଓ ୨୧ ନମ୍ବର ୱାର୍ଡରେ ପ୍ରାୟ ଏକବର୍ଷ ହେବ ପାନୀୟଜଳ ସମସ୍ୟା ଲାଗିରହିଛି। ଏ ସମ୍ପର୍କରେ ଗ୍ରାମବାସୀ ବାରମ୍ବାର ବିଡିଓ ଆଶୁତୋଷ ମିଶ୍ରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ...

ନୂଆ ରୂପ ନେଉଛି ସିଲଭର ସିଟି ବୋଟ୍‌ କ୍ଲବ୍‌

କଟକ ଅଫିସ,୮ା୫: କଟକ ମାତାମଠସ୍ଥିତ ମହାନଦୀ କୂଳରେ ଥିବା ସିଲ୍‌ଭର ସିଟି ବୋଟ୍‌ କ୍ଲବ ଏବେ ନୂଆ ରୂପ ପାଇବାକୁ ଯାଉଛି। ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ଏହାର ପରିସରରେ ବିଭିନ୍ନ...

କଟକରେ ନକଲି ମୃଦୁ ପାନୀୟ କାରଖାନା

କଟକ ଅଫିସ, ୭ା୫: କଟକ ନକଲି ଓ ଅପମିଶ୍ରିତ କାରବାରର ପେଣ୍ଠସ୍ଥଳ ପାଲଟିଛି। ପୂର୍ବରୁ ବେଆଇନ କାରଖାନାରେ ପୋଲିସ ଚଢ଼ାଉ କରି ନକଲି ସିମେଣ୍ଟ, ଚା, ମସଲା, ଅପମିଶ୍ରିତ ସସ୍‌ ଆଦି ଜବତ କରିଛି। କେତେକ କ୍ଷେତ୍ରରେ କାରଖାନାକୁ ସିଲ୍‌...

ଦେଶରେ ସୁଦୃଢ଼ ହେବ ଇ-କୋର୍ଟ ଭିତ୍ତିଭୂମି: ସିଜେଆଇ

କଟକ ଅଫିସ,୭।୫: ଓଡ଼ିଶା ହାଇକୋର୍ଟ ଭଳି ସୁପ୍ରିମକୋର୍ଟରେ ଇ-କୋର୍ଟ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏଥିପାଇଁ ତୃତୀୟ ପର୍ଯ୍ୟାୟ ଆକ୍ସନ ପ୍ଲାନ୍‌ କାର୍ଯ୍ୟକାରୀ କରିବା ନିମନ୍ତେ ବୈଷୟିକ ଜ୍ଞାନକୌଶଳର ଉପଯୋଗର ସମ୍ଭାବନାମୟ ଦିଗ ଉପରେ ଆଲୋକପାତ କରିବା ଉଦ୍ଦେଶ୍ୟରେ କଟକସ୍ଥିତ ଜୁଡିସିଆଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri