ବାଲିଯାତ୍ରା ପାଇଁ ଟ୍ରାଫିକ୍‌ କଟକଣା

କଟକ,୧୪ା୧୧(କାର୍ତ୍ତିକ ସାହୁ): କଟକ ସହରରେ ଆସନ୍ତା ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ ହେବ। କମିଶନ୍‌ରେଟ୍‌ ପୋଲିସ ପକ୍ଷରୁ ସହରର ବିଭିନ୍ନ ରାସ୍ତାରେ ସୁନିୟନ୍ତ୍ରିତ ଗାଡ଼ି ଚଳାଚଳ, ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ପାଇଁ ଟ୍ରାଫିକ୍‌ କଟକଣା ଲାଗୁ କରାଯାଇଛି। ବାଲିଯାତ୍ରା ଦିନଗୁଡ଼ିକରେ ଅପରାହ୍ନ ୨ଟାରୁ ଭିଡ଼ କମିବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ପୋଲିସ କମିଶନରଙ୍କ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ଭୁବନେଶରରୁ ନନ୍ଦନକାନନ, ବାରଙ୍ଗ, ତ୍ରିଶୂଳିଆ ଏବଂ କାଠଯୋଡି ରିଂ ରୋଡ୍‌ ଦେଇ ଖାନ୍‌ନଗର ପଟୁ ଆସୁଥିବା ୩ ଓ ୪ ଚକିଆ ଗାଡ଼ି ବେଲଭ୍ୟୁ (ଜୁଡିସିଆଲ ଏକାଡେମୀ) ସତୀଚୌରା ଛକ, ସେଲ୍‌ଟର୍‌ ଛକ ଓ କନିକା ଛକ ଦେଇ ବାଲିଯାତ୍ରା ପଡ଼ିଆ ଆଡକୁ ଯାଇପାରିବ ନାହିଁ। ସେଗୁଡ଼ିକ ବେଲ୍‌ଭ୍ୟୁ ଛକରୁ ସିଡିଏ ସେକ୍ଟର-୧୧ ଛକ ଦେଇ ବିଜୁ ପଟ୍ଟନାୟକ ପାର୍କ, ଭୁଆସୁଣୀ ପଡ଼ିଆ କିମ୍ବା କୃଷକ ବଜାର ପଡ଼ିଆରେ ପାର୍କିଂ କରିବ। ସେଠାରୁ ଜନସାଧାରଣ ପ୍ରଶାସନ ଦ୍ୱାରା ଯୋଗାଇ ଦିଆଯାଇଥିବା ଗାଡ଼ିରେ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଆସିପାରିବେ। ଆଠଗଡ଼, ବାଙ୍କୀ ପଟୁ ଆସୁଥୁବା ୩ ଓ ୪ ଚକିଆ ଗାଡ଼ି ନରାଜ ସେତୁ ଓ ମଧୁସୂଦନ ସେତୁ ଦେଇ ବିଜୁ ପଟ୍ଟନାୟକ ପାର୍କ କିମ୍ବା ଭୁଆସୁଣୀ ପଡ଼ିଆରେ ପାର୍କିଂ କରିବ। ସେଠାରୁ ଜନସାଧାରଣ ପ୍ରଶାସନ ଦ୍ୱାରା ଯୋଗାଇ ଦିଆଯାଇଥିବା ଗାଡ଼ିରେ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଆସିପାରିବେ। ସତୀଚୌରା ଛକରୁ ୨ ଚକିଆ ଗାଡ଼ିଗୁଡ଼ିକ ସେଲ୍‌ଟର୍‌ ଓ କନିକା ଛକ ଦେଇ ଦୟାଶ୍ରମ ସାମ୍ନା ପଡ଼ିଆ କିମ୍ବା କାର୍ତ୍ତିକେଶ୍ୱର ଗଡ଼ାର ବାମପଟେ ଥିବା ପାର୍କିଂ ପଡ଼ିଆରେ ପାର୍କିଂ କରିବେ। ଚହଟା ଛକରୁ ୩ ଓ ୪ ଚକିଆ ଗାଡ଼ି ସିଧାସଳଖ ହରିଣ ପାର୍କ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବ ନାହିଁ। ସେଗୁଡିକ ଭୁଆସୁଣୀ ପଡ଼ିଆରେ ପାର୍କିଂ କରିବ। ପରେ ଲୋକମାନେ ପ୍ରଶାସନ ଦ୍ୱାରା ଯୋଗାଇ ଦିଆଯାଇଥିବା ଗାଡ଼ିରେ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଆସିପାରିବେ। ଭୁଆସୁଣୀ ପଡ଼ିଆ ଓ ଚହଟା ଛକରୁ କେବଳ ୨ ଚକିଆ ଗାଡ଼ି କ୍ୟାଣ୍ଟନମେଣ୍ଟ ଥାନା ପାଖ ବାଲିଯାତ୍ରା ପଡ଼ିଆରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା କାର୍ତ୍ତିକେଶ୍ବର ଗଡ଼ା ପାଖ ପାର୍କିଂରେ ରହିବ।

ହରିଣ ପାର୍କ ଛକରୁ ୩ ଓ ୪ ଚକିଆ ଗାଡ଼ି ସିଧାସଳଖ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବ ନାହିଁ। ସେଗୁଡିକ ଏହି ଛକରୁ ଡାହାଣକୁ ଯାଇ ଖ୍ରୀଷ୍ଟିଆନ ପଡ଼ିଆ କିମ୍ବା ଗୋରାକବର ପଡ଼ିଆରେ ପାର୍କିଂ କରିବ।
ସେହିପରି ମଧୁକୁଞ୍ଜ ପାର୍କ ପାଖରୁ କୌଣସି ଗାଡ଼ି ମଧୁସୂଦନ ପାଠାଗାର ଦେଇ ସିଧା ବାଲିଯାତ୍ରା ପଡ଼ିଆ ଆଡ଼କୁ ଆସିପାରିବ ନାହିଁ। ବିଜୁ ପଟ୍ଟନାୟକ ଛକଠାରୁ ୩ ଓ ୪ ଚକିଆ ଗାଡ଼ି ଦୟାଶ୍ରମ ରାସ୍ତାରେ ସିଧା ଚାଲିଯାତ୍ରା ପଡ଼ିଆ ଆଡକୁ ଯାଇ ପାରିବ ନାହିଁ। ସେଗୁଡ଼ିକ ଆନନ୍ଦ ଭବନ ଛକରେ ଥିବା ଖ୍ରୀଷ୍ଟିଆନ ପଡ଼ିଆ କିମ୍ବା ଗୋରାକବର ପଡ଼ିଆରେ ପାର୍କିଂ କରିବ। କେବଳ ୨ ଚକିଆ ଗାଡ଼ି ବିଜୁ ପଟ୍ଟନାୟକ ଛକଠାରୁ ଦୟାଶ୍ରମ ରାସ୍ତାରେ ଯାଇ ବାମପଟେ ଥିବା ପଡ଼ିଆରେ ପାର୍କିଂ କରିବ। କନିକା ଛକଠାରୁ ୩ ଓ ୪ ଚକିଆ ଗାଡ଼ି ସିଧାସଳଖ ଚଣ୍ଡୀ ଛକ ଦେଇ ବାଲିଯାତ୍ରା ଆଡ଼କୁ ଯାଇପାରିବ ନାହିଁ I ସେଗୁଡ଼ିକ ବିଜୁ ପଟ୍ଟନାୟକ ଛକ ଦେଇ ଆନନ୍ଦ ଭବନ ପାଖରେ ଥିବା ଖ୍ରୀଷ୍ଟିୟାନ ଓଡ଼ିଆ କିମ୍ବା ଗୋରାକବର ପଡ଼ିଆରେ ପାର୍କିଂ କରିବ। ସେହିପରି ସମାଜ ଅଫିସ ଛକ ଠାରୁ କୌଣସି ତିନିଚକିଆ ଓ ଚାରି ଚକିଆ ଗାଡ଼ି ନାରୀ ସେବାସଦନ ଛକ ଦେଇ ସିଧା ବାଲିଯାତ୍ରା ପଡ଼ିଆ ଆଡକୁ ଯାଇପାରିବ ନାହିଁ। ସେଗୁଡ଼ିକ ମିଶନ ରୋଡ଼ରେ ଯାଇ ଚଣ୍ଡୀ ଛକ, କନିକା ଛକ ଓ ବିଜୁ ପଟ୍ଟନାୟକ ସ୍ଥାନ ଦେଇ ଆନନ୍ଦ ଭବନ ପାଖରେ ଥିବା ଖ୍ରୀଷ୍ଟଆନ ପଡ଼ିଆ କିମ୍ବା ଗୋରାକବର ପଡ଼ିଆରେ ପାର୍କିଂ କରିବ। ଏହାବ୍ୟତୀତ ଅନ୍ୟାନ୍ୟ ଅଞ୍ଚଳ ପାଇଁ ମଧ୍ୟ ଟ୍ରାଫିକ୍‌ କଟକଣା ରହିଥିବା କମିଶନ୍‌ରେଟ୍‌ ପୋଲିସର ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?