କଟକ ବଳାତ୍କାର ମାମଲା: ଜଣାପଡିଲା ସାଂଘାତିକ ସତ, ହୁକା ବାର୍‌ ମାଲିକ ବି କରିଥିଲେ…

କଟକ,୮।୧୧: କଟକ ବଳାତ୍କାର ମାମଲାରେ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ଛାତ୍ରୀଙ୍କୁ ହୁକା ବାର୍‌କୁ ଆଣି କରାଯାଇଥିଲା ବଳାତ୍କାର। ହୁକା ବାରରେ ବୟଫ୍ରେଣ୍ଡ ସହ ଜନ୍ମଦିନ ପାଳିଥିଲେ ଛାତ୍ରୀ।ଏହି ସମୟରେ ବୟଫ୍ରେଣ୍ଡଙ୍କ ସହ ଅନ୍ତରଙ୍ଗ ଭିଡିଓ ସୁଟ୍‌ ହୋଇଥିଲା। ଆଉ ଭିଡିଓ ସୁଟ୍‌ କରିଥିବା ବ୍ୟକ୍ତିଜଣକ ହେଲେ ହୁକା ବାର୍‌ ମାଲିକ। ସପ୍ତାହ ପରେ ଛାତ୍ରୀଙ୍କୁ ବାରଙ୍ଗକୁ ଡାକିଥିଲେ ମାଲିକ। ସେ ଆସିବାକୁ ରାଜି ନ ହେବାରୁ ତାଙ୍କୁ ଭିଡିଓ ଭାଇରାଲର ଧମକ ଦିଆଯାଇଥିଲା। ଆଉ ଯେତେବେଳେ ସେ ବାରଙ୍ଗକୁ ଯାଇଥିଲେ ହୁକା ବାର୍‌ ମାଲିକଙ୍କ ସହ ବୟଫ୍ରେଣ୍ଡଙ୍କ ୪ ସାଙ୍ଗ ତାଙ୍କୁ ବଳାତ୍କାର କରିଥିଲେ।

ସୂଚନାଥାଉ କି, କଟକ ସହରରେ ଜଣେ ଦଳିତ କ ଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ଦୁର୍ଗାପୂଜା ସମୟରେ ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଥିବାବେଳେ ୩ ଦିନ ତଳେ ଛାତ୍ରୀଜଣକ ବାଦାମବାଡ଼ି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୀଡ଼ିତା ଛାତ୍ରୀଙ୍କ ପୁରୁଷବନ୍ଧୁ ଓ ତାଙ୍କ ସାଙ୍ଗମାନେ ଗଣବଳାତ୍କାର କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏପରି କି ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ମଧ୍ୟ କରାଯାଇଛି। ଉକ୍ତ ଭିଡିଓ ଜରିଆରେ ଛାତ୍ରୀଙ୍କୁ ବ୍ଲାକମେଲ୍‌ କରି ଅଭିଯୁକ୍ତମାନେ ବାରମ୍ବାର ବଳାତ୍କାର କରିଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ୬ଯୁବକଙ୍କୁ ବୁଧବାର କୋର୍ଟଚାଲାଣ କରିଛି।
ଗତ ଦଶହରା ସମୟରେ କଟକ ପୁରୀଘାଟ ଥାନା ଅଞ୍ଚଳର ଏକ କାଫେରେ ଛାତ୍ରୀଜଣକ ତାଙ୍କ ପୁରୁଷବନ୍ଧୁଙ୍କ ସହ ଜନ୍ମଦିନ ପାଳନ କରିଥିଲେ। ସେଠାରେ ଛାତ୍ରୀଙ୍କ ଅଜାଣତରେ ତାଙ୍କର ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିଥିଲେ ପୁରୁଷବନ୍ଧୁ। ଏଥିରେ ସହଯୋଗ କରିଥିଲେ କାଫେ ମାଲିକ। କାଫେ ମାଲିକ ଓ ପୁରୁଷବନ୍ଧୁଙ୍କ ସାଙ୍ଗମାନେ ପୀଡ଼ିତାଙ୍କୁ ବାରଙ୍ଗ ଅଞ୍ଚଳର ଏକ ଘରକୁ ଡାକି ଉକ୍ତ ଭିଡିଓ ଦେଖାଇଥିଲେ। ଏହାପରେ ସେମାନେ ତାଙ୍କୁ ଗଣବଳାତ୍କାର କରିଥିଲେ। ପୋଲିସ ମାମଲାର ତଦନ୍ତ କରି ଘଟଣାରେ ସମ୍ପୃକ୍ତ ଯୁବକମାନଙ୍କୁ ଧରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ ଜଣ ଝାଞ୍ଜିରିମଙ୍ଗଳା, ଜଣେ ବାରଙ୍ଗ, କାଫେ ମାଲିକ ଭଗତପୁର ଅଞ୍ଚଳର ଏବଂ ଅନ୍ୟ ଜଣେ ଅଭିଯୁକ୍ତ ଖୋର୍ଦ୍ଧା ନୟାଗଡ଼ ଅଞ୍ଚଳର ବୋଲି ସୂଚନା ମିଳିଛି। ଏସିପି ସ୍ବସ୍ତିକ ପଣ୍ଡାଙ୍କ କହିବାନୁସାରେ, ଗଣବଳାତ୍କାର ଘଟଣାଟି ପୁରୀଘାଟ ଥାନା ଓ ବାରଙ୍ଗ ଥାନା ଅଞ୍ଚଳରେ ଘଟିଥିବା ଅଭିଯୋଗ ହୋଇଛି। ତେବେ ଛାତ୍ରୀଜଣକ ବାଦାମବାଡ଼ି ଥାନା ଅଞ୍ଚଳର ଏକ କଲେଜରେ ପଢ଼ୁଥିବାରୁ ସେ ଏଠାରେ ଏତଲା ଦେଇଛନ୍ତି। ଗୁରୁତ୍ୱର ସହ ମାମଲାର ତଦନ୍ତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?