ବାଲିଯାତ୍ରାକୁ ନେଇ ଉଠା ଦୋକାନୀଙ୍କ ଉପରେ ବଡ଼ ନିଷ୍ପତ୍ତି ନେଲା ପ୍ରଶାସନ

କଟକ,୮।୧୧: କଟକ ବାଲିଯାତ୍ରାରେ ଫୁଟ୍‌ପାଥରେ ବସି ପାରିବେ ନାହିଁ ଉଠା ଦୋକାନୀ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶୁକ୍ରବାର କଟକ ଜିଲାପାଳ ଏକ ନିଷେଧାଦେଶ ଜାରି କରିଛନ୍ତି। ଏପରିକି ଫୁଟ୍‌ପାଥରେ ବ୍ୟବସାୟ ନିଷେଧ ପାଇଁ ୧୬୩ ଧାରା ଜାରି କରାଯାଇଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜୋବ୍ରାରୁ ଚହଟା ଏବଂ ଉପର ଓ ତଳ ପଡ଼ିଆ ଫୁଟ୍‌ପାଥ ରାସ୍ତାରେ ଉଠା ଦୋକାନୀଙ୍କୁ ବସିବା ମନା କରାଯାଇଛି। ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ନିଷେଧାଦେଶ ଜାରି କରାଯାଇଛି।

ଅନ୍ୟପକ୍ଷେ ଉଠାଦୋକାନୀଙ୍କ ବ୍ୟବସାୟ ପାଇଁ ତଳପଡ଼ିଆରେ ସ୍ବତନ୍ତ୍ର ଜାଗା ଦିଆଯାଇଛି। ଏଥିପାଇଁ ୨୦ ହଜାର ବର୍ଗଫୁଟ ସ୍ଥାନ ଚିହ୍ନଟ ହୋଇଛି। ୟୁଜର ଫି ଦେଇ ସେଠାରେ ଉଠାଦୋକାନୀ ବ୍ୟବସାୟ କରିପାରିବେ। ସୂଚନା ଯୋଗ୍ୟ, ନଭେମ୍ବର ୧୫ ତାରିଖରୁ କଟକ ଐତିହାସିକ ବାଲିଯାତ୍ରା ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ମିନି ଷ୍ଟାଡିୟମ ବ୍ୟୟାମ କେନ୍ଦ୍ର

ଗଞ୍ଜାମ,୬।୧୨(ବିଦ୍ୟାଧର ସାହୁ): ସ୍ଥାନୀୟ ଅଞ୍ଚଳବାସୀଙ୍କ ବୃହତ ସ୍ବାର୍ଥ ଦୃଷ୍ଟିରୁ ତଥା ଶରୀର ସୁସ୍ଥ ଓ ଶବଳ ରଖିବା ଲାଗି ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମଠାରେ ତତ୍କାଳୀନ...

ବୋହୂ-ପୁଅଙ୍କୁ ନିଆଁ ଲଗାଇବା ଘଟଣା: ଚାଲିଗଲା ପୁଅଙ୍କ ଜୀବନ

ବାରଙ୍ଗ,୬।୧୨(ଲିଙ୍ଗରାଜ ରାଉତ): ବାରଙ୍ଗ ଥାନା ଅଧିନସ୍ତ ବାରଶୀଙ୍ଗା ଗାଁରେ ବୋହୁପୁଅକୁ ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ଆଗରୁ ସ୍ତ୍ରୀର ମୃତ୍ୟୁ ଘଟିଥିବାବେଳେ ସ୍ବାମୀ ମୃତ୍ୟୁ...

ପକ୍କା ଘରେ ରହିବା ସ୍ବପ୍ନ ଚୁରମାର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅର୍ଥ ହଡ଼ପ କରିନେଲେ ଦଲାଲ

ଦାରିଙ୍ଗବାଡି, ୬।୧୨ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କଚ୍ଚା ଘରକୁ ପକ୍କାଘର କରିବା ପାଇଁ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଶାସନ ପକ୍ଷରୁ...

ବତିଘର ପଞ୍ଚାୟତ ଅଫିସ୍‌ରେ ଜମି ଅଧିଗ୍ରହଣ ନୋଟିସ ଝୁଲିଲା

ମହାକାଳପଡ଼ା, ୬ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ପ୍ରସ୍ତାବିତ ଶିଳ୍ପ ପ୍ରତିଷ୍ଠା ପାଇଁ ଆଶା ସଞ୍ଚାର ହୋଇଛି। ଜିଲାର ମହାକାଳପଡ଼ା ବ୍ଲକର ଆର୍ସେଲର ମିତ୍ତଲ ନିପନ୍‌...

ବରଗଡ଼ ଧନୁଯାତ୍ରା: ବଦଳିଲେ ଶ୍ରୀକୃଷ୍ଣ, ବଳରାମ, ଶ୍ରୀରାଧା

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ): ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବାକୁ ଥିବା ବରଗଡ଼ ଧନୁଯାତ୍ରା ମହୋତ୍ସବର ମୁଖ୍ୟ ଚରିତ୍ର କଂସ ଅଭିନେତା ବଦଳିଥିବା ବେଳେ ଶ୍ରୀକୃଷ୍ଣ, ବଳରାମ...

ଭିଜିଲାନ୍ସ ଜାଲରେ ଫସିଲେ ଏସିଏଫ୍‌

ଭୁବନେଶ୍ୱର,୬।୧୨: ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ୍‌ ରେବତୀ ରମଣ ଯୋଶୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢାଉ...

ଚିଡ଼ିଆଖାନାରେ ବାଘୁଣୀର ମୃତ୍ୟୁ: ଗର୍ଭାଶୟ ସଂକ୍ରମଣ ଚିକିତ୍ସା ବେଳେ ହୃଦ୍‌ଘାତରେ ମୃତ୍ୟୁ

ସମ୍ବଲପୁର, ୬।୧୨(ପ୍ରମୋଦ ବହିଦାର): ସମ୍ବଲପୁର ଚିଡିଆଖାନାରେ କଲରାପତରିଆ ବାଘୁଣୀ ରାଣୀର ବୁଧବାର ରାତିରେ ମୃତ୍ୟୁ ଘଟିଛି। ଗର୍ଭାଶୟ ସଂକ୍ରମଣଜନିତ ରୋଗରେ ପୀଡ଼ିତ ହୋଇ ଏହି ୭...

ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଫାଟକରେ ବାନ୍ଧି ନିର୍ଯାତନା

ମାର୍ଶାଘାଇ,୬।୧୨(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଇଂରାଜୀ ମାଧ୍ୟାମିକ ବିଦ୍ୟାଳୟରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri