କଟକ

ଆଜିଠୁ ମାଟ୍ରିକ ଖାତାଦେଖା ଆରମ୍ଭ : ଅଗଷ୍ଟ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ

କଟକ ଅଫିସ,୧୧।୮: ମାଟ୍ରିକ ଅଫଲାଇନ ଖାତାଦେଖା ବୁଧବାରଠାରୁ ଆରମ୍ଭ ହୋଇଛି। ୭ଟି ଜିଲାର ୯ଟି କେନ୍ଦ୍ରରେ ଖାତା ଦେଖାହେଉଛି। କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀରେ ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ୧୫୦୦ ଶିକ୍ଷୟିତ୍ରୀ, ଶିକ୍ଷକ ଏଥିରେ…

କୋର୍ଟ ବର୍ଜନ ନିଷ୍ପତ୍ତି ସ୍ଥଗିତ

କଟକ ଅଫିସ,୧୦।୮: ହାଇକୋର୍ଟର ବିଭିନ୍ନ ପ୍ରୋସିଡିଂର ସିଧା ପ୍ରସାରଣକୁ ହାଇକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ ବିରୋଧ ଜାରି ରହିଥିଲା। ମୁଖ୍ୟ ବିଚାରପତିଙ୍କ କୋର୍ଟକୁ ଆଇନଜୀବୀମାନେ ବର୍ଜନ କରିଆସୁଥିଲେ। ତେବେ ସୋମବାରଠାରୁ ବର୍ଜନ ନିଷ୍ପତ୍ତି ସ୍ଥଗିତ ରହିଛି। ଆସୋସିଏଶନର ସାଧାରଣ ପରିଷଦ ବୈଠକରେ…

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍‌ସୁଗାର କଟକରୁ ଜବତ: ୬ ଗିରଫ

କଟକ ଅଫିସ, ୯।୮: କଟକରୁ ୧ କେଜି ୧୫୯ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ। ଏହା ସହ ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ପୋଲିସ ଗିରଫ କରିଛି। ସୋମବାର ଏକ ଖବରଦାତା…

ଦିବ୍ୟାଙ୍ଗ ଭାଇଙ୍କୁ ପରିଚୟ ଦେଇଛି ଚିତ୍ରକଳା

କଟକ ଅଫିସ,୯।୮: କଟକ ଯୋବ୍ରା ମଲ୍ଲାସାହି ଅଞ୍ଚଳର ଦୁଇଭାଇ ଶ୍ରୀହର୍ଷ ଶୁକ୍ଲା ଓ ସିଦ୍ଧାର୍ଥ ଶୁକ୍ଲା। ଜନ୍ମରୁ ସେମାନେ କଥା କହିପାରନ୍ତିନି କି ଶୁଣିପାରନ୍ତି ନାହିଁ। ଠାର ମାଧ୍ୟମରେ ସମସ୍ତଙ୍କ ଭାବନା ବୁଝିପାରନ୍ତି। ଏବେ ଏହି ଦୁଇ ଦିବ୍ୟାଙ୍ଗ ଭାଇଙ୍କୁ ସ୍ବତନ୍ତ୍ର…

ଏସ୍‌ସିବିରେ ଏକକାଳୀନ ୪ ଶିଶୁ ଜନ୍ମହେବା ଘଟଣା: ୨ ଶିଶୁକନ୍ୟା ଆଖି ବୁଜିଲେ

କଟକ ଅଫିସ,୯ା୮: ଏସ୍‌ସିବି ମେଡିକାଲରେ ଶନିବାର ଏକାଥରକେ ଜନ୍ମ ହୋଇଥିବା ୪ ଶିଶୁକନ୍ୟାଙ୍କ ମଧ୍ୟରୁ ରବିବାର ୨ ଜଣଙ୍କ ମୃତ୍ୟୁ ଘଟିଛି। ନବଜାତ ଶିଶୁ ପରିପକ୍ୱ ନ ଥିବାରୁ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିଲା। ସେମାନଙ୍କୁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ…

ବାପ-ପୁଅ ଚଲାଉଥିଲେ ନକଲି ଜର୍ଦ୍ଦା, ଗୁଟଖା କାରଖାନା

କଟକ ଅଫିସ,୮।୮: କଟକ ସଦର ଥାନା ଅଧୀନ ମୁକାମେଶ୍ୱର ଗ୍ରାମରୁ ରବିବାର ୨ଶହ ବସ୍ତା ନକଲି ଜର୍ଦ୍ଦା ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୪୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ କହିଛି। ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତ ଦିଲୀପ…

କାଠଯୋଡ଼ିରେ ଭାସି ଯାଇଥିଲେ, ମିଳିଲା ମୃତଦେହ

କଟକ ଅଫିସ,୮।୮: କଟକ ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡମୁହାଣ କାଠଯୋଡ଼ି ନଦୀ ବାଲିଘାଟରୁ ଶନିବାର ଜଣେ ଯୁବକ ନିଖୋଜ ହୋଇ ଯାଇଥିଲେ। ତାଙ୍କ ମୃତଦେହ ରବିବାର ଉଦ୍ଧାର ହୋଇଛି। ତାଙ୍କ ନାଁ ଶେଖ ସାଧୁ। ସୂଚନାଯୋଗ୍ୟ, ଶନିବାର ନଦୀରେ ଗାଧୋଉଥିବା…

ହଜାରେ ଦେଇ କୁମ୍ଭୀର ଆଣିଲେ

ବାରଙ୍ଗ/କଟକ ସଦର, ୮।୮ (ଡି.ଏନ.ଏ.): କଟକ ସଦର ବ୍ଲକ ଅନ୍ତର୍ଗତ ବାରଦା ଗ୍ରାମ ଶିବବଜାର ନିକଟ ମହାନଦୀରୁ ଶନିବାର ସକାଳେ ଏକ କୁମ୍ଭୀରଛୁଆ ଉଦ୍ଧାର କରାଯାଇଛି। ଜଣେ ମତ୍ସ୍ୟଜୀବୀ ମାଛ ଧରିବାକୁ ମହାନଦୀକୁ ଯାଇଥିବାବେଳେ କୁମ୍ଭୀରଛୁଆ ତାଙ୍କ ଜାଲରେ ପଡିଥିଲା। ଖବରପାଇ…

ପଦ୍ମିନୀ କେୟାର ହସ୍ପିଟାଲ ଉଦ୍‌ଘାଟିତ

କଟକ ଅଫିସ, ୮ା୮: ପଦ୍ମିନୀ ରଥଙ୍କ ୬ଷ୍ଠ ଶ୍ରାଦ୍ଧବାର୍ଷିକୀ ଅବସରରେ କଟକ ଜିଲା ଟାଙ୍ଗୀସ୍ଥିତ ଡ୍ରିମ୍‌ସ ପରିସରରେ ସ୍ଥାପିତ ୪୦୦ ଶଯ୍ୟା ବିଶିଷ୍ଟ ମଲ୍ଟିସ୍ପେଶିଆଲିଟି ପଦ୍ମିନୀ କେୟାର ହସ୍ପିଟାଲ ଶନିବାର ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାକୁ…

ଆସନ୍ତା ସପ୍ତାହରୁ ଏସ୍‌ସିବିରେ ଏକ୍‌ମୋ ଚିକିତ୍ସା

ଭୁବନେଶ୍ୱର, ୮।୮(ବ୍ୟୁରୋ): କଟକ ଏସ୍‌ସିବି ମେଡିକାଲରେ ଆସନ୍ତା ସପ୍ତାହରୁ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଏକ୍‌ମୋ ଚିକିତ୍ସା ସେବା। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରି ଆସିଲାଣି ବୋଲି ଶନିବାର ଡିଏମ୍‌ଇଟି ଡା. ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏସ୍‌ସିବିରେ…

କାଠଯୋଡ଼ିରେ ଭାସି ୨ ନିଖୋଜ

କଟକ ଅଫିସ,୭।୮: କାଠଯୋଡ଼ି ନଦୀରେ ଭାସିଯାଇ ଶନିବାର ୨ ଜଣ ନିଖୋଜ ହୋଇଛନ୍ତି। ତ୍ରିଶୁଳିଆ ନିକଟ ମୁଣ୍ଡମୁହାଣ ଘାଟରେ ଏହି ଅଭାବନୀୟ ଘଟଣା ଘଟିଛି। ନଦୀରେ ଗାଧାଉ ଥିବାବେଳେ ୪ ଜଣ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଏକ…

୨୦ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ

କଟକ ଅଫିସ,୭।୮: ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ ଆସନ୍ତା ୨୦ ସୁଦ୍ଧା ପ୍ରକାଶ ପାଇବ । ଏ ନେଇ ଜୋରଦାର ଉଦ୍ୟମ ଚାଲିଛି। ଚଳିତ ବର୍ଷ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ସତ୍ତ୍ୱେ ଯୁକ୍ତ ୨ ନାମଲେଖା ଗତବର୍ଷଠାରୁ ଶୀଘ୍ର ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?