୧୩ରେ କଟକ ବନ୍ଦ

କଟକ ଅଫିସ, ୭।୯: ଦୁର୍ଗାପୂଜା ପାଇଁ ପ୍ରତିମା ଉଚ୍ଚତା ୪ଫୁଟରେ ସୀମିତ ରଖିବା ଓ ପରଦା ଆବଦ୍ଧରେ ପୂଜା କରିବାକୁ ରାଜ୍ୟ ସରକାର ନିୟମାବଳୀ ଜାରି କରିଛନ୍ତି। ଏହାକୁ ବିରୋଧ କରି ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଆସନ୍ତା ୧୩ତାରିଖରେ କଟକ ବନ୍ଦ ଡାକରା ଦିଆଯାଇଛି। ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ସିଡିଏ ବାସଭବନସ୍ଥିତ ଦଳୀୟ କାର୍ଯ୍ୟାଳୟରେ ସୋମବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଭାଜପା କର୍ମକର୍ତ୍ତା ଏହି ସୂଚନା ଦେଇଛନ୍ତି।
ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦେ ଏବଂ କଟକ ନଗର ଜିଲା ସଭାପତି ଲଲାଟେନ୍ଦୁ ବଡ଼ୁ କହିଛନ୍ତି, କରୋନା ମହାମାରୀ ସ୍ଥିତି ଅନୁଧ୍ୟାନ କରି ରାଜ୍ୟ ସରକାର କଟକଣାକୁ ବହୁମାତ୍ରାରେ କୋହଳ କରିଛନ୍ତି। ସମସ୍ତ ଧର୍ମାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ପ୍ରେକ୍ଷାଳୟ ଇତ୍ୟାଦିକୁ କୋଭିଡ୍‌ କଟକଣା ମଧ୍ୟରେ ଖୋଲିବାକୁ ଅନୁମତି ଦେଇଛନ୍ତି। ମାତ୍ର ଦୁର୍ଗାପୂଜାରେ ପ୍ରତିମା ଉଚ୍ଚତା ୪ ଫୁଟରେ ସୀମିତ ରଖିବା ସହ ପରଦା ଆବଦ୍ଧ କରି ପୂଜା କରିବାକୁ ନିୟମାବଳୀ ଜାରି କରିଛନ୍ତି। ଏଭଳି ପାର୍ବଣ କଟକଣାକୁ କଟକ ସହରବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହି କଟକଣା ପ୍ରତିବାଦରେ କଟକର କୋଣ ଅନୁକୋଣରେ ପ୍ରତିବାଦର ସ୍ବର ତୀବ୍ର ହେବାରେ ଲାଗିଛି। ଏଣୁ ଉକ୍ତ କଟକଣାର ପୁନର୍ବିଚାର କରି ପ୍ରତିମା ଉଚ୍ଚତାରେ କୌଣସି ସୀମା ନ ରଖିବା ସହ ବିନା ପରଦାରେ କୋଭିଡ୍‌ ନିୟମ ମାନି ପୂଜା କରିବାକୁ ଅନୁମତି ଦେବାକୁ ଦାବି କରାଯାଇଛି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସମିତା ରଞ୍ଜନ ପଟ୍ଟନାୟକ, ବିନୋଦ ଦାସ, ଦେବାଶିଷ ରାୟ ଏବଂ ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

ପୂର୍ବତନ ମନ୍ତ୍ରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

ନବରଙ୍ଗପୁର,୩୦ା୮(ସଦାଶିବ ପ୍ରହରାଜ): ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ (୮୭)ଙ୍କ ରବିବାର ସକାଳ ପ୍ରାୟ ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ…

ଧରିତ୍ରୀ ପ୍ରଭାବ: ଲକ୍ଷ୍ମୀପୁର ଗ୍ରାମରେ ଜଳିଲା ଷ୍ଟ୍ରିଟ୍ ଲାଇଟ୍

ଗଞ୍ଜାମ, ୩୦।୮ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମରେ ଦୀର୍ଘଦିନ ଧରି ଷ୍ଟ୍ରିଟ୍ ଲାଇଟ୍ ଜଳୁ ନ ଥିବା ନେଇ ଦୁଇଦିନ…

ଚୋରା ମଦ ବିକ୍ରିକୁ ବିରୋଧ କରି ତାତିଲେ ମହିଳା, ୨ ଘଣ୍ଟା ଧରି ପୋଲିସ ନାକେଦମ

ବନ୍ତ, ୩୦।୮ (ହରି ନାରାୟଣ ମହାନ୍ତି/ କିଶୋର କୁମାର ସେଠୀ): ଶନିବାର ରାତିରେ ଭଦ୍ରକ ଜିଲା ବନ୍ତ ଥାନା ନୀଳୋକ ପଞ୍ଚାୟତ ଅଧୀନ ବେଗନା (ବୁଡ଼ଗଢ଼ିଆ) ଗ୍ରାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri