ପୁଣି ଏକ୍‌ମୋ ଚିକିତ୍ସାବେଳେ ଗଲା ଜୀବନ

କଟକ ଅଫିସ, ୧୩।୯: ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ଏକ୍‌ମୋ ସପୋର୍ଟରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲାର ଜ୍ୟୋତିର୍ମୟୀ ପଣ୍ଡା(୩୮)। ଏସ୍‌ସିବିରେ ଏହା ଦ୍ୱିତୀୟ ଏକ୍‌ମୋ ମୃତ୍ୟୁ ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଜ୍ୟୋତିର୍ମୟୀ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ଫୁସ୍‌ଫୁସ୍‌ ସଂକ୍ରମିତ ହୋଇଥିଲା। ଫଳରେ ଚିକିତ୍ସା ଲାଗି ତାଙ୍କୁ ଗତ ୨୯ ତାରିଖରେ ଏସ୍‌ସିବିର ଏକ୍‌ମୋ ୟୁନିଟ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିଲେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସି ନ ଥିଲା।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ସେ ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଗନ୍ନାଥ ପ୍ରଧାନ(୩୨)। ଏବେ ଆଉ ୨ ଜଣ ରୋଗୀ କଟକ ଜିଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ଅନ୍ନପୂର୍ଣ୍ଣା ନାୟକ ଓ ସ୍ବାସ୍ଥ୍ୟ ବିଭାଗର ଡେପୁଟି ସେକ୍ରେଟାରି ଦିଲୀପ କୁମାର ଅଗ୍ରୱାଲ ଏକ୍‌ମୋ ସପୋର୍ଟରେ ଚିକିତ୍ସିତ ହେଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସାଧୁସନ୍ଥଙ୍କ ମେଳରେ ଖଣ୍ଡଗିରି କୁମ୍ଭମେଳା ଆରମ୍ଭ

ଭୁବନେଶ୍ୱର, ୮।୨ (ବ୍ୟୁରୋ): ସୋମବାର ମାଘ ସପ୍ତମୀରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା। ସାଧୁସନ୍ଥଙ୍କ ସମାଗମ ସହ ପ୍ରଭୁ ଅନନ୍ତକେଶରୀ ଦେବଙ୍କ ଆଗମନରେ...

୨୭୯ ବୁଥ୍‌ରେ ଭୋଟ ଦେବେ ୨.୧୪ ଲକ୍ଷ ଭୋଟର

ଭୁବନେଶ୍ୱର,୪।୫(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ମେ’ ୩୧ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଜୁନ ୩ରେ ହେବ ଭୋଟ ଗଣତି। ଏଥିନେଇ ବୁଧବାରଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

କାଲକାଠ ବାବା ଫୁଟବଲ୍‌ ଟୁର୍ନାମେଣ୍ଟ: ସରତଳା ଟିମ୍‌ ଚାମ୍ପିୟନ

ଦେବଗଡ,୧୯ା୧ (ଡ଼ି.ଏନ୍‌.ଏ.) -ଦେବଗଡ଼ ଜିଲା ବାରକୋଟ ବ୍ଲକ କାଲକାଠ ବାବା କ୍ଲବ ଆନୁକୂଲ୍ୟରେ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଏହି ଫୁଟବଲ ମ୍ୟାଚରେ ୮ଟି ଟିମ୍‌...

ଚିନ୍ତାରେ କାକଟପୁର ବ୍ଲକ ଅଞ୍ଚଳର ଚାଷୀ: କରୋନାକୁ ନେଇ ତରଭୂଜକୁ ମୁହଁ ମୋଡୁଛନ୍ତି ଲୋକେ, ବିଲରେ ସଢୁଛି କଖାରୁ; ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କାକଟପୁର,୧୫।୪(ଡି.ଏନ୍‌.ଏ.): ପୁରୀ ଜିଲାର କାକଟପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଶହଶହ ଏକର ଜମିରେ ପନିପରିବା ଚାଷ ହେଉଛି। କାକଟପୁର ବ୍ଲକର କାକଟପୁର, ଅନନ୍ତପୁର, ନରଣପୁର, ଓଥକା,...

ଏସ୍‌ସିବି କାଜୁଆଲଟି ସ୍ଥିତି ଖରାପ

କଟକ ଅଫିସ,୧୯ା୮: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର କାଜୁଆଲିଟି ଓ ଆଇସୋଲେଶନ ୱାର୍ଡରେ ସ୍ଥିତି ଖରାପ ରହିଛି। କାଜୁଆଲିଟିରୁ ସୋମବାର ଜଣେ ରୋଗୀ ଚିହ୍ନଟ...

୨ ବର୍ଷ ପରେ ବି ମିଳିଲାନି ପାରିଶ୍ରମିକ

ଫିରିଙ୍ଗିଆ, ୨୪ା୧ – ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କାମ କରି ଦୁଇ ବର୍ଷ ହେଲା ଶ୍ରମିକମାନେ ପାରିଶ୍ରମିକ ପାଇ...

ଶିକ୍ଷୟିତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ସତ୍ୟତା ନାହିଁ, ତଦନ୍ତ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇଛି: ମନ୍ତ୍ରୀ

ବାଲିଆପାଳ/ଭୁବନେଶ୍ୱର,୭।୧୧(ସ୍ବ.ପ୍ର./ଡି.ଏନ୍‌.ଏ./ବ୍ୟୁରୋ): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାଠିଆଠାରେ ଥିବା ଏକ ବିଦ୍ୟାଳୟର ଜନୈକା ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷକ ଯୌନ ନିର୍ଯାତନା ଦେବା ଅଭିଯୋଗ ମାମଲାରେ ସତ୍ୟତା...

ପାରଳାଖେମୁଣ୍ଡିଠାରେ ହେବ ଗୋପୀନାଥ ଗଜପତିଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର,୧୦।୧(ବ୍ୟୁରୋ): ପାରଳା ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ରାଜକୀୟ ଅନ୍ତିମ ସଂସ୍କାର ଶୁକ୍ରବାର ପାରଳାଖେମୁଣ୍ଡିଠାରେ କରାଯିବ। ଗଜପତିଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ...

Advertisement
Archives

Model This Week