କୋଲକାତାରୁ ଓ୍ବେବ୍‌ ପୋର୍ଟାଲ ମୁଖ୍ୟ ରାଜ୍‌ ଗିରଫ

ଭୁବନେଶ୍ୱର(ବ୍ୟୁରୋ)/ବାରଙ୍ଗ,୭।୯(ଡି.ଏନ୍‌.ଏ.): ଦୁଇ ବ୍ୟବସାୟୀଙ୍କୁ ମୁଣ୍ଡଜାମିନ ରଖି ଅମାନୁଷିକ ନିର୍ଯାତନା ଦେବା ଘଟଣାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ତଥା ଲାଇଭ୍‌ କଳିଙ୍ଗ ୱେବ୍‌ ପୋର୍ଟାଲର ସିଇଓ ରଘୁନାଥ ସାହୁ ଓରଫ ରାଜ୍‌ଙ୍କୁ ସୋମବାର କମିଶନରେଟ ପୋଲିସ କୋଲକାତାରୁ ଗିରଫ କରିଛି। ଏହି ଘଟଣାରେ ନନ୍ଦନକାନନ ଥାନା ପୋଲିସ ଅଗଷ୍ଟ ୨୮ରେ ଉକ୍ତ ପୋର୍ଟାଲର ସମ୍ପାଦିକାଙ୍କ ସମେତ ୫ଜଣଙ୍କୁ ଗିରଫ କରିଥିଲା। ଚଢ଼ାଉବେଳେ ରାଜ୍‌ ଫେରାର ହୋଇଯାଇଥିଲେ। ତାଙ୍କୁ ଧରିବାକୁ କମିଶନରେଟ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା। ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ନନ୍ଦନକାନନ ଥାନା ଅଧିକାରୀ ବିଶ୍ୱରଞ୍ଜନ ସେନାପତି କହିଛନ୍ତି। ରାଜ୍‌ଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ ଜାଣିବାକୁ ପାଇଛି। ଗଣମାଧ୍ୟମକୁ ବ୍ୟବହାର କରି ଘଟାଇଥିବା ଆପରାଧିକ କାର୍ଯ୍ୟକଳାପ ଉପରୁ ପରଦା ଉଠାଇବା ପାଇଁ ତଦନ୍ତ ଜାରି ରହିଥିବାବେଳେ ତାଙ୍କୁ ନନ୍ଦନକାନନ ଥାନା ପୋଲିସ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି ସୂଚନା ମିଳିଛି। ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ରାଜ୍‌ଙ୍କ ସହଯୋଗ ଓ ଇଙ୍ଗିତରେ ଅନ୍ୟ ଅଭିଯୁକ୍ତମାନେ ଏଭଳି ଅମାନୁଷିକ ନିର୍ଯାତନା ଦେଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅଧିକ ପଚରାଉଚରା କଲାପରେ ବାକି ତଥ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ, କେନ୍ଦ୍ରାପଡାର ପୂର୍ଣ୍ଣଚନ୍ଦ୍ର ସାହୁ ଓ କୋଲକାତାର ଭିଗୁନାଥ ସିଂ କେନ୍ଦୁଝର ବଡ଼ବିଲରେ ଖଣି ବ୍ୟବସାୟରେ ଗାଡି ଲଗାଉଥିଲେ। ଭିଗୁନାଥଙ୍କ ସହ ଲାଇଭ୍‌ କଳିଙ୍ଗ ସିଇଓ ରାଜ୍‌ଙ୍କର ପୂର୍ବଶତ୍ରୁତା ଥିବାରୁ ତାଙ୍କୁ ମିଡିଆ ଜାଲରେ ଫସାଇବାକୁ ଯୋଜନା କରିଥିଲେ। ଅଗଷ୍ଟ ୫ରେ ଭିଗୁନାଥ ଓ ପୂର୍ଣ୍ଣଚନ୍ଦ୍ର ବ୍ୟବସାୟ ପାଇଁ ଫାଇନାନ୍ସ ଯୋଗାଡ଼ କରିବାକୁ ଭୁବନେଶ୍ୱର ଆସିଥିବାବେଳେ ରାଜ୍‌ ୫୦ ଲକ୍ଷ ଟଙ୍କା କରାଇଦେବାକୁ ପ୍ରତିଶ୍ରୁତି ଦେଇ ଅଫିସକୁ ଡକାଇଥିଲେ। ଉଭୟ ପହଞ୍ଚତ୍ବା ପରେ ରାଜ୍‌ ଓ ଅନ୍ୟମାନେ ଗୋଟିଏ ଘରେ ମୁଣ୍ଡଜାମିନ ରଖି ୧୦ ଲକ୍ଷ ଟଙ୍କା ଦାବି କରି ବ୍ଲାକମେଲ୍‌ କରିଥିଲେ। ସେମାନଙ୍କ ପାଖରେ ଥିବା ୩୦ହଜାର ଲୁଟିନେବା ପରେ ନାନା ନିର୍ଯାତନା ଦେଇଥିଲେ। ପରେ ଭିଗୁନାଥ ଫୋନ୍‌ କରିବାରୁ ତାଙ୍କ ସ୍ତ୍ରୀ ୨୮ ହଜାର ଟଙ୍କା ରାଜ୍‌ଙ୍କ ଆକାଉଣ୍ଟକୁ ପଠାଇଥିଲେ। ଅଗଷ୍ଟ ୭ରେ ଭିଗୁନାଥ ଓ ରାଜ୍‌ଙ୍କ ମଧ୍ୟରେ ପରିଚୟ କରାଇଥିବା ଅନ୍ୟଜଣେ ବ୍ୟକ୍ତି ସେଠାରେ ପହଞ୍ଚତ୍ ସେମାନଙ୍କୁ ମୁକୁଳାଇଥିଲେ। ପୂର୍ଣ୍ଣଚନ୍ଦ୍ର ପରିବାର ଲୋକଙ୍କ ସହାୟତାରେ ଚିକିତ୍ସିତ ହେବା ପରେ ଅଗଷ୍ଟ ୨୭ରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା (ନଂ.୯୩/୨୧) ରୁଜୁ କରିବା ସହ ଉକ୍ତ ପୋର୍ଟାଲ ମୁଖ୍ୟାଳୟରେ ଚଢ଼ାଉ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri