୧୮ ଜଣଙ୍କୁ ମିଳିଲା ଆରକ୍ଷୀ ମହାନିର୍ଦ୍ଦେଶକ ପ୍ରଶସ୍ତୀପତ୍ର
କଟକ ଅଫିସ,୭।୮: କଟକ ପୋଲିସ ମୁଖ୍ୟାଳୟସ୍ଥିତ ଆର୍.କେ. ପାଢୀ ମେମୋରିଆଲ ହଲ୍ ପରିସରରେ ଆରକ୍ଷୀ ମହାନିର୍ଦ୍ଦେଶକ ପ୍ରଶସ୍ତି ପତ୍ର (ଡିଜିପିସ୍ କମେଣ୍ଡେସନ୍ ରୋଲ୍) ପ୍ରଦାନ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଡିଜିପି ଅଭୟ ଯୋଗଦେଇ ୧୨ ଜଣ…
ଏନ୍ଆର୍ଆର୍ଆଇର ୯ ନୂଆ ଧାନ
କଟକ ଅଫିସ, ୭।୮: କଟକ ବିଦ୍ୟାଧରପୁର ସ୍ଥିତ ଏନ୍ଆର୍ଆର୍ଆଇ ନିର୍ଦ୍ଦେଶକ ଡ.ଦୀପଙ୍କର ମାଇତିଙ୍କ ନେତୃତ୍ୱରେ ୯ କିସମର ନୂତନ ଧାନ ଉଦ୍ଭାବନ କରାଯାଇଛି। ଡ. ଶରତ ପ୍ରଧାନ, ଡ. ମିରା କୁମାରୀ କର, ଡ. କ୍ରିଷ୍ନେନ୍ଦୁ ଚଟ୍ଟୋପାଧ୍ୟାୟ, ଡ. ସୁଶାନ୍ତ ଦାସ…
ଆସନ୍ତାକାଲିଠାରୁ ଖୋଲିବ ଧବଳେଶ୍ୱର ମନ୍ଦିର
ଆଠଗଡ଼,୫।୮: କଟକ ଜିଲାର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ୱର ମନ୍ଦିର ଶୁକ୍ରବାରଠାରୁ ଖୋଲିବ । କୋଭିଡ୍ ଗାଇଡ୍ଲାଇନରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାର ଅଗଷ୍ଟ ମାସର ଗାଇଡଲାଇନରେ କଟକଣା କୋହଳ କରିଥିଲେ। ତେବେ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ଜିଲା…
ପୁଅକୁ ମାରିଦେଲା ଗର୍ଲଫ୍ରେଣ୍ଡର ପୂର୍ବତନ ବୟଫ୍ରେଣ୍ଡ
କଟକ ଅଫିସ,୫।୮: ୨ ଦିନ ହେବ ନିଖୋଜ ପୁଅର ପତ୍ତା ପାଉ ନ ଥିବା ପରିବାର ଲୋକ ଶେଷରେ କଟକ ମହାନଦୀ ଜୋବ୍ରା ଆନିକଟ ନିକଟରୁ ମୃତଦେହ ପାଇଛନ୍ତି। ପ୍ରେମ ବ୍ୟାପାରରୁ ପୁଅର ଜୀବନ ଚାଲିଯାଇଥିବା ବେଳେ ପୁଅ ଗର୍ଲଫ୍ରେଣ୍ଡର ପୁରୁଣା…
ସରିଲା ମାଟ୍ରିକ ଅଫ୍ଲାଇନ୍ ପରୀକ୍ଷା: ୧୧ରୁ ମୂଲ୍ୟାୟନ
କଟକ ଅଫିସ,୫ା୮: ଗୁରୁବାର ମାଟ୍ରିକ ଅଫଲାଇନ ପରୀକ୍ଷା ଶେଷ ହୋଇଛି। ଆସନ୍ତା ୧୧ ତାରିଖରୁ ମୂଲ୍ୟାୟନ ଆରମ୍ଭ ହେବ। ୯ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ଆରମ୍ଭ ହେବ। ତିନି ଦିନ ଧରି ଏହି ମୂଲ୍ୟାୟନ ଚାଲିବ ବୋଲି ସୂଚନା ମିଳିଛି।…
୯ ପର୍ଯ୍ୟନ୍ତ ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ
କଟକ ଅଫିସ,୫।୮: ହାଇକୋର୍ଟରେ ବିଭିନ୍ନ ମାମଲାର ସିଧାପ୍ରସାରଣକୁ ହାଇକୋର୍ଟ ବାର୍ ଆସୋସିଏଶନ ପକ୍ଷରୁ ବିରୋଧ ଜାରି ରହିଛି। ଆସନ୍ତା ୯ ପର୍ଯ୍ୟନ୍ତ ମୁଖ୍ୟ ବିଚାରପତିଙ୍କ କୋର୍ଟକୁ ଆଇନଜୀବୀଙ୍କ ପକ୍ଷରୁ ବର୍ଜନ କରାଯାଇଥିବା ବୁଧବାର ଆସୋସିଏଶନର ସାଧାରଣ ପରିଷଦ ବୈଠକରେ ସ୍ଥିର ହୋଇଛି।…
କୋର୍ଟଙ୍କ ଆଦେଶ ଜୁଡିସିଆଲ ଅଧିକାରୀ ମାନୁନାହାନ୍ତି
କଟକ ଅଫିସ,୪ା୮:କୋର୍ଟଙ୍କ ଆଦେଶକୁ ଜୁଡିସିଆଲ ଅଧିକାରୀ ମାନୁ ନ ଥିବା ନେଇ ମଙ୍ଗଳବାର ହାଇକୋର୍ଟରେ ଏକ ପିଟିଶନ ଦାଖଲ ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ପିଟିଶନରେ ଦର୍ଶାଇଛନ୍ତି, ବଲାଙ୍ଗୀର ଜିଲା କୋର୍ଟ ଓ ପାଟଣାଗଡ଼ କୋର୍ଟରେ ୨୫ବର୍ଷ…
ସାନି ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
କଟକ ଅଫିସ, ୪।୮:ଅଲିଭ୍ ରିଡ୍ଲେ କଇଁଛ ସୁରକ୍ଷା ମାମଲାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ହାଇକୋର୍ଟରେ ଏହି ମାମଲାର ଶୁଣାଣି ଥିବାବେଳେ ଉଭୟ ସରକାର ଜବାବ ଦାଖଲ କରିନାହାନ୍ତି। ଫଳରେ…
ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସ-ରେଗୁଲାର ପ୍ରଶ୍ନପତ୍ର
କଟକ ଅଫିସ,୪ା୮:କଟକ ସେକେଣ୍ଡାରି ବୋର୍ଡ ହାଇସ୍କୁଲରେ ମାଟ୍ରିକ୍ ଅଫ୍ଲାଇନ ପରୀକ୍ଷା ପ୍ରଶ୍ନପତ୍ରକୁ ନେଇ ମଙ୍ଗଳବାର ବିଭ୍ରାଟ ଦେଖିବାକୁ ମିଳିଥିଲା। ଏହି ପରୀକ୍ଷା କେନ୍ଦ୍ରରେ ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସ-ରେଗୁଲାର ପ୍ରଶ୍ନପତ୍ର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କୁ ରେଗୁଲାର ପ୍ରଶ୍ନପତ୍ର ଦିଆଯାଇଥିଲା। ଫଳରେ ଏହାକୁ ନେଇ…
‘୧୭ରେ ବ୍ୟକ୍ତିଗତ ଭାବେ ହାଜର ହୁଅ’
କଟକ ଅଫିସ,୩।୮: ଜଣେ ଅଧ୍ୟାପକଙ୍କୁ ବକେୟା ପ୍ରାପ୍ୟ ମାମଲାରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ ସୋମବାର ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ବ୍ୟକ୍ତିଗତ ଭାବେ ହାଜର ନ ହୋଇ କାହିଁକି କ୍ରମାଗତ ଓ ଇଚ୍ଛାକୃତ ଭାବେ କୋର୍ଟଙ୍କ ନିର୍ଦ୍ଦେଶକୁ…
ଗୁପ୍ଚୁପ୍ ବ୍ୟବସାୟୀଙ୍କ ମହାନତା: ୨୧ ହଜାର ଟଙ୍କା ଫେରାଇଦେଲେ
ଫୁଲନଖରା,୧।୮(ଡି.ଏନ.ଏ.): ଅର୍ଥସର୍ବସ୍ବ ସମାଜରେ ଜଣେ ଗୁପ୍ଚୁପ୍ ବ୍ୟବସାୟୀ ଜଣେ ମହିଳାଙ୍କ ୨୧ ହଜାର ଟଙ୍କା ଫେରସ୍ତ କରି ମହାନତା ଦେଖାଇଛନ୍ତି। ସେ ହେଲେ କଟକ ଜିଲା ବାରଙ୍ଗ ବ୍ଲକ ନଗରୀ ପଞ୍ଚାୟତ ଅନ୍ତର୍ଗତ ମହୀଧରପଡା ରଙ୍ଗଣୀସାହିର ସୂର୍ଯ୍ୟକାନ୍ତ ସାହୁ। ପ୍ରତିଦିନ ମହୀଧରପଡା…
୧୦% ସୁଧ ଲୋଭ ଦେଖାଇ ୩.୮ ଲକ୍ଷ ଠକିନେଲେ
କଟକ ଅଫିସ,୧।୮: ଏକ ସରକାରୀ ସଂସ୍ଥାରେ ଟଙ୍କା ବିନିଯୋଗ କରି ମାସିକ ୧୦ ପ୍ରତିଶତ ସୁଧ ପାଇବାର ପ୍ରଲୋଭନ ଦେଖାଇ ଜଣେ ବ୍ୟକ୍ତି ୩ଲକ୍ଷ ୮୦ ହଜାର ଟଙ୍କା ଠକି ନେଇଥିବା ମଧୁପାଟଣା ଥାନାରେ ଅଭିଯୋଗ ହୋଇଛି। ମଧୁପାଟଣା ଥାନା ଅନ୍ତର୍ଗତ…

