କଟକ

ଭାଇ ମୁହଁରେ ମୁଖାଗ୍ନି ଦେଲେ ଭଉଣୀ

କଟକ ଅଫିସ,୧୯ା୮:ପୋଲିସ ଓ ଡାକ୍ତରଙ୍କ ମଣିଷପଣିଆ ପାଇଁ କର୍କଟ ରୋଗରେ ମୃତ୍ୟୁ ଘଟିଥିବା ଭାଇ ମୁହଁରେ ମୁଖାଗ୍ନି ଦେଇଛନ୍ତି ଭଉଣୀ। ଗୁରୁବାର କଟକ ଖାନ୍‌ନଗର ସ୍ବର୍ଗଧାମଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଝାରସୁଗୁଡା ଜିଲା ବେଲପାହାଡ ଅଞ୍ଚଳର ଫଗୁଲାଲ ମାଝି(୨୫) କର୍କଟ…

କଟକରେ ଡେଙ୍ଗୁ ମୃତ୍ୟୁ ଅଭିଯୋଗ

କଟକ ଅଫିସ,୧୯/୮: କଟକ ମହାନଗର ନିଗମ ଅନ୍ତର୍ଗତ ଓ୍ବାର୍ଡ ନଂ. ୨୬ ଭଗତପୁର ଅଞ୍ଚଳର ଡେଙ୍ଗୁରେ ଆକ୍ରାନ୍ତ ଜଣେ ଯୁବକଙ୍କ ବୁଧବାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ ଦୀପକ ମୁଦୁଲି (୩୬)। ପରିବାର ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଗତ…

ବନ୍ୟାରେ ୭ ପଞ୍ଚାୟତ ପ୍ରଭାବିତ: ୩ ଦିନ ରନ୍ଧାଖାଦ୍ୟ ଯୋଗାଇବାକୁ ବିଧାୟକଙ୍କ ପରାମର୍ଶ

ନିଶ୍ଚିନ୍ତକୋଇଲି,୧୮ା୮(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ସମ୍ମିଳନୀ କକ୍ଷରେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଗୁରୁବାର ବନ୍ୟା ସମ୍ପର୍କିତ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକରେ ବିଡିଓ, ଏବିଡିଓ, ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଯୋଗ…

କାମୁଡି ଗୋଡାଉଛନ୍ତି ବନ୍ୟାଜଳରେ ଭାସି ଆସିଥିବା ଗୋରୁ

ସାଲେପୁର,୧୮।୮(ଡି.ଏନ୍‌.ଏ.): ଚିତ୍ରୋତ୍ପଳା ନଦୀ ବନ୍ୟାଜଳରେ ଭାସି ଆସିଥିବା ଗୋରୁ ଲୋକମାନଙ୍କୁ ଆକ୍ରମଣ କରୁଛନ୍ତି। ସେମାନେ ଲୋକମାନଙ୍କୁ କାମୁଡ଼ି ଗୋଡାଉଛନ୍ତି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ବନ୍ୟାଜଳରେ ଭାସି ଆସିଥିବା ୪ରୁ ୫ଟି ଗୋରୁ…

୪୦୦ ଡିଏଲ୍‌ ରଦ୍ଦ, ୭୭ ଗାଡ଼ି ଜବତ

କଟକ ଅଫିସ,୧୮ା୮: ରାଜ୍ୟ ରାଜପଥରେ ଅଗଷ୍ଟ ୧୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଦୁଇଚକିଆ ଗାଡ଼ିରେ ହେଲ୍‌ମେଟ୍‌ ଯାଞ୍ଚର ସ୍ବତନ୍ତ୍ର ଡ୍ରାଇଭ ଜାରି ରହିଛି। ପ୍ରଥମ ଦିନରେ ୨୦୭୩ଟି ଚାଲାଣ କଟାଯାଇଥିବାବେଳେ ୪୦୦ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ରଦ୍ଦ ଓ ବିନା ଲାଇସେନ୍ସରେ…

ଦିଲ୍ଲୀ ପୋଲିସରେ ହାଜର ହେବାକୁ ବର୍ଷାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୧୭ା୮: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଦିଲ୍ଲୀ ପୋଲିସରେ ୧୫ ଦିନ ମଧ୍ୟରେ ହାଜର ହେବାକୁ ବୁଧବାର ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ବର୍ଷା ତାଙ୍କ ସ୍ବାମୀ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କ ପ୍ରତି ଜାତିଆଣ ଆକ୍ଷେପ କରିଥିବା ନେଇ ଦିଲ୍ଲୀ…

ମୁଣ୍ଡଳୀରେ ଖସୁଛି ଜଳସ୍ତର

କଟକ ଅଫିସ,୧୭।୮: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଅନେକ ଜିଲା ପାଣି ଘେରରେ ଅଛନ୍ତି। ତେବେ ମୁଣ୍ଡଳୀରେ ଜଳସ୍ତର ସାମାନ୍ୟ ଖସିଥିବା ଜଣାପଡିଛି। ହେଲେ ଏବେ ବି ମହାନଦୀ ବିପଦ ସଙ୍କେତ ଉପରେ…

ଯୁକ୍ତ୨ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ମେରିଟ୍‌ ଲିଷ୍ଟ

କଟକ ଅଫିସ,୧୭।୮: ଯୁକ୍ତ୨ ନାମଲେଖା ପାଇଁ ବୁଧବାର ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଅପରାହ୍ନ ୩ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ତାଲିକା ପ୍ରକାଶ କରାଯିବ। ତେବେ ଯେଉଁ ଛାତ୍ରୀଛାତ୍ରଙ୍କ ନାମ ମେରିଟ୍‌ ଲିଷ୍ଟରେ ଥିବ…

କମିଶନରେଟ୍‌ ପୋଲିସର ଗଣେଶ ପୂଜା ପ୍ରସ୍ତୁତି ବୈଠକ

କଟକ ଅଫିସ,୧୭ା୮: କଟକ ସହରର ବିଭିନ୍ନ ମଣ୍ଡପରେ ଆସନ୍ତା ୩୧ ତାରିଖରେ ଗଣେଶ ପୂଜା ଅନୁଷ୍ଠିତ ହେବ। ଏହାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ କଟକ ସାରଳା ଭବନଠାରେ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ମହାନଦୀରେ ବନ୍ୟା: ବହୁ ଗ୍ରାମ ଜଳବନ୍ଦୀ

ବାଙ୍କୀ/ଆଠଗଡ଼/ବଡ଼ମ୍ବା/ତିଗିରିଆ, ୧୭ା୮(ସ୍ବ.ପ୍ର./ଡି.ଏନ୍‌.ଏ): ମହାନଦୀରେ ବନ୍ୟା ଯୋଗୁ କଟକ ଜିଲାର ବିଭିନ୍ନ ଗ୍ରାମ ଜଳାର୍ଣ୍ଣବ ହୋଇଯାଇଛି। ବହୁ ଗ୍ରାମରେ ଯାତାୟାତ ଠପ୍‌ ହୋଇଯାଇଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ଗ୍ରାମରେ ସହାୟତା ଯୋଗାଇ ଦିଆଯାଉଛି। ବାଙ୍କୀ-କଟକ ମୁଖ୍ୟ ରାସ୍ତାର କଇଁମୁଣ୍ଡି ଠାରୁ ପାଥପୁର ପର୍ଯ୍ୟନ୍ତ…

ମୁଣ୍ଡଳୀରେ ୧୨ଲକ୍ଷ କ୍ୟୁସେକ ଜଳ ପ୍ରବାହିତ

କଟକ ଅଫିସ, ୧୭ା୮: ଲଘୁଚାପ ଜନିତ ବର୍ଷା ଓ ହୀରାକୁଦ ଜଳ ଭଣ୍ଡାରର ୩୪ଟି ଗେଟ୍‌ ଦେଇ ଜଳ ନିସ୍କାସନ ପରେ ତଳମୁଣ୍ଡରେ ବନ୍ୟାସ୍ଥିତି ଦେଖାଦେଇଛି। ମଙ୍ଗଳବାର ମଧ୍ୟାହ୍ନରୁ ମୁଣ୍ଡଳୀଠାରେ ୧୨ ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହେଉଛି। ମୁଣ୍ଡଳୀ ଠାରେ…

ବାବା ସିଂହନାଥ ମହାଦେବ, ମା’ ଭଟାରୀକା ମନ୍ଦିରରେ ପଶିଲା ବନ୍ୟା ଜଳ

ନରସିଂହପୁର,୧୬।୮(ସ୍ବ.ପ୍ର.): କଟକ ଜିଲା ବଡମ୍ବା ଗୋପୀନାଥପୁର ନିକଟ ମହାନଦୀ ମଝିରେ ଥିବା ପାହାଡ଼ରେ ପ୍ରସିଦ୍ଧ ବାବା ସିଂହନାଥ ମହାଦେବଙ୍କ ମନ୍ଦିର ଭିତରେ ମହାନଦୀର ବନ୍ୟାଜଳ ପ୍ରବେଶ କରିଛି । ମନ୍ଦିର ସମେତ ପରିସର ବନ୍ୟା ପାଣି ଘେରରେ ରହିଛି। ଫଳରେ ଦୈନନ୍ଦିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri