କଟକରେ ଡେଙ୍ଗୁ ମୃତ୍ୟୁ ଅଭିଯୋଗ

କଟକ ଅଫିସ,୧୯/୮: କଟକ ମହାନଗର ନିଗମ ଅନ୍ତର୍ଗତ ଓ୍ବାର୍ଡ ନଂ. ୨୬ ଭଗତପୁର ଅଞ୍ଚଳର ଡେଙ୍ଗୁରେ ଆକ୍ରାନ୍ତ ଜଣେ ଯୁବକଙ୍କ ବୁଧବାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ ଦୀପକ ମୁଦୁଲି (୩୬)। ପରିବାର ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଗତ ସପ୍ତାହରେ ଦୀପକଙ୍କୁ ଜ୍ୱର ହୋଇଥିଲା। ସେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ଗତ ୧୫ ତାରିଖରେ ରକ୍ତ ନମୁନା ପରୀକ୍ଷାରୁ ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତେବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ବୁଧବାର ସକାଳେ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ଏସମ୍ପର୍କରେ ସରକାରୀ ଭାବେ କୌଣସି ସୂଚନା ଦିଆଯାଇ ନାହିଁ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସତ୍ୟବ୍ରତ ଛୋଟରାୟଙ୍କୁ ପଚାରିବାରୁ ଏନେଇ ତାଙ୍କ ନିକଟରେ କୌଣସି ତଥ୍ୟ ହସ୍ତଗତ ହୋଇନାହିଁ। ଏସ୍‌ସିବି ମେଡିକାଲରୁ ତଥ୍ୟ ମିଳିଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସହରରେ ଏହା ପୂର୍ବରୁ କୌଣସି ଡେଙ୍ଗୁ ମୃତ୍ୟୁ ହୋଇନାହିଁ। ସରକାରୀ ଭାବେ ଘୋଷଣା କରାଗଲେ ଚଳିତ ବର୍ଷର ଏହା ପ୍ରଥମ ଡେଙ୍ଗୁ ମୃତ୍ୟୁ ହେବ ବୋଲି ଡା. ଛୋଟରାୟ କହିଛନ୍ତି। ଅପରପକ୍ଷରେ କଟକ ମହାନଗର ନିଗମ(ସିଏମ୍‌ସି)ର ଖାମଖିଆଲ ମନୋଭାବ ଯୋଗୁ ଜଣେ ଯୁବକଙ୍କ ଡେଙ୍ଗୁରେ ଜୀବନ ଗଲା ବୋଲି ୨୬ ନଂ. ଓ୍ବାର୍ଡ କର୍ପୋରେଟର ଗଗନ ଓଝା କହିଛନ୍ତି। ଏହି ଓ୍ବାର୍ଡ ଡେଙ୍ଗୁ ପ୍ରଭାବିତ ହୋଇଥିବା ନେଇ ସିଏମ୍‌ସିକୁ ବାରମ୍ବାର ଅବଗତ କରାଯାଇଥିଲେ ସୁଦ୍ଧା କିଛି ସୁଫଳ ମିଳୁ ନାହିଁ। ମଶା ତେଲ ମଧ୍ୟ ଠିକ୍‌ରେ ପକାଯାଉ ନାହିଁ ବୋଲି ଗଗନ କହିଛନ୍ତି। ତେବେ ଏଭଳି ଅଭିଯୋଗକୁ ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ଦିନ ସହରର ସବୁ ସ୍ଥାନରୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଟାୟାର ଉଠାଯାଉଛି ା ସେହିପରି ଲୋକଙ୍କୁ ସଚେତନ କରିବା ପାଇଁ ଆଶା କର୍ମୀଙ୍କୁ ନିୟୋଜିତ କରାଯାଇଛି ା ପ୍ରତ୍ୟେକ ରବିବାର ଡ୍ରାଏ ଡେ’ ମଧ୍ୟ ପାଳନ କରାଯାଉଛି। ସବୁ ପ୍ରକାର କାର୍ଯ୍ୟ ଜାରି ରହିଥିବାରୁ ଗତ ଜାନୁୟାରୀରୁ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୧୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଉପଯୁକ୍ତ ଚିକିସତ୍ା ନ ମିଳିବା କାରଣରୁ ଲୋକଙ୍କ ମୃତ୍ୟୁ ହୋଇଛି ା ଏଥିପାଇଁ ମହାପାତ୍ର ଘରୋଇ ହସ୍ପିଟାଲକୁ ଦାୟୀ କରିଛନ୍ତି। କାରଣ ଘରୋଇ ହସ୍ପିଟାଲରେ ଆବଶ୍ୟକ ଚିକିତ୍ସା ସୁବିଧା ନ ଥାଇ ଡେଙ୍ଗୁ ରୋଗୀଙ୍କୁ ଚିକିତ୍ସା କରାଯାଉଛି, ରୋଗୀ ଗୁରୁତର ହେବା ପରେ ତାଙ୍କୁ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି। ଯଦି କୌଣସି ଡେଙ୍ଗୁ ରୋଗୀ ଆସୁଛନ୍ତି, ତେବେ ତୁରନ୍ତ ତାଙ୍କୁ ଏସ୍‌ସିବି ପଠାଇବାକୁ ସହରର ସମସ୍ତ ଘରୋଇ ହସ୍ପିଟାଲ୍‌କୁ ନୋଟିସ କରାଯାଇଥିବା ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ଆମେରିକାର ଜୋରଦାର ଆକ୍ରମଣ: ଚାରିଆଡ଼େ ଧୂଆଁଧୂଆଁ

ଓ୍ବାଶିଂଟନ୍‌,୯।୭: ପଶ୍ଚିମ ଏସିଆରେ ଉତ୍ତେଜନା ପୁଣି ଥରେ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଆମେରିକା ଇରାନ ଉପରେ ଘନ ଘନ ଆକ୍ରମଣ କରୁଛି। ଦକ୍ଷିଣପୂର୍ବ ଇରାନର ଇରାନଶାହରରେ ଅବସ୍ଥିତ…

ଏସ.ଆଇ.ଆର୍‌ ନେଇ ସଚେତନ ହେବା ଜରୁରୀ: ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ-ଚିତ୍ରାଙ୍କନ ପ୍ରତିଯୋଗିତା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ.ଆଇ.ଆର୍‌ ୨୦୨୬ ଉପରେ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଲୋକେ ଭୋଟର ତାଲିକା ଉପରେ…

ପଥର ଚିପ୍ସ ବୋଝେଇ ହାଇୱା ଉପରକୁ ଗୁଳିମାଡ଼: ଜୀବନ ରକ୍ଷା ଭୟରେ ଡ୍ରାଇଭର୍‌…

କୁତ୍ରା,୯।୭(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲ ନିକଟରେ ଆଜି ଭୋର ପ୍ରାୟ ୩ ଟା ୨୦ ମିନିଟ ସମୟରେ ଗୁଳିମାଡ଼ ହୋଇଥିବା…

ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୩୦ରୁ ୪୦ କିମି ବେଗରେ ବହିବ ପଦନ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୯ା୭(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ବର୍ତ୍ତମାନ ସଦୃଶ ଲଘୁଚାପ…

ଠିକା କର୍ମଚାରୀ ହେବେ ନିୟମିତ: ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, ୯ା୭ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବିହୋଇ ଆସୁଥିବାବେଳେ ଏହାକୁ ସରକାର ଗୁରୁତ୍ୱର…

ସକାଳୁ ସକାଳୁ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ: କୋଲକାତାର ଯୁବକଙ୍କୁ ଅଟକ ରଖିଲା ପୋଲିସ

ପୁରୀ, ୯।୭(ଅଜିତ୍‌ କୁମାର ମହାନ୍ତି): ପୁଣି ଶ୍ରୀମନ୍ଦିରେ ଉପରେ ଉଡିଲା ଡ୍ରୋନ। ଗୁରୁବାର ସକାଳ ପ୍ରାୟ ୫:୩୦ ମିନିଟ ସମୟରେ ଶ୍ରୀମନ୍ଦିର ପରିସରରେ ଏକ ଡ୍ରୋନ ଉଡ଼ୁଥିବା…

ପୁଣି ଚର୍ଚ୍ଚାରେ ଜଳ ସମ୍ପଦ ବିଭାଗ: ଚାଷ ଆରମ୍ଭରୁ ଧସିଗଲା କେନାଲ ପାର୍ଶ୍ୱକାନ୍ଥ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ଏହି ବିଭାଗ ଅଧୀନରେ ଜିଲାର ଅନେକ ସ୍ଥାନରେ ବିଭିନ୍ନ ପ୍ରକଳ୍ପ, କେନାଲ ଉନ୍ନତୀକରଣ ଓ ମରାମତି…

ବଦଳିଲା ଦେଶ ବିଭାଜନ ଇତିହାସ, ବାଦ୍‌ ପଡ଼ିଲେ ହିଟ୍‌ଲର

ନୂଆଦିଲ୍ଲୀ,୯ା୭ (ପି.ଟି.):ପୁରୁଣା ବହିରେ ଉଲ୍ଲେଖ ଥିଲା ଯେ ମହାତ୍ମା ଗାନ୍ଧୀ ଏବଂ କଂଗ୍ରେସ ନେତାମାନେ ବିଭାଜନକୁ ବିରୋଧ କରୁଥିଲେ ମଧ୍ୟ ଶେଷରେ ଏହାକୁ ଏକମାତ୍ର ବିକଳ୍ପ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri