ମୁଣ୍ଡଳୀରେ ୧୨ଲକ୍ଷ କ୍ୟୁସେକ ଜଳ ପ୍ରବାହିତ

କଟକ ଅଫିସ, ୧୭ା୮: ଲଘୁଚାପ ଜନିତ ବର୍ଷା ଓ ହୀରାକୁଦ ଜଳ ଭଣ୍ଡାରର ୩୪ଟି ଗେଟ୍‌ ଦେଇ ଜଳ ନିସ୍କାସନ ପରେ ତଳମୁଣ୍ଡରେ ବନ୍ୟାସ୍ଥିତି ଦେଖାଦେଇଛି। ମଙ୍ଗଳବାର ମଧ୍ୟାହ୍ନରୁ ମୁଣ୍ଡଳୀଠାରେ ୧୨ ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହେଉଛି। ମୁଣ୍ଡଳୀ ଠାରେ ବିପଦ ସଙ୍କେତ ୯୭.୨୫ ଫୁଟ ରହିଥିବାବେଳେ ଏଠାରେ ୯୭.୮୦ ଫୁଟରେ ଜଳ ପ୍ରବାହିତ ହେଉଛି। ସୋମବାର ମଧ୍ୟ ରାତିରେ ଏହା ୧୧ ଲକ୍ଷ କ୍ୟୁସେକ୍‌ ଥିଲା। ମୁଣ୍ଡଳୀ ବ୍ୟାରେଜରୁ ନିଷ୍କାସିତ ପାଣିକୁ ମହାନଦୀର ଯୋବ୍ରା ବ୍ୟାରେଜ ଓ କାଠଯୋଡ଼ି ନଦୀର ନରାଜ ବ୍ୟାରେଜ ଦେଇ ନିଷ୍କାସନ କରାଯାଉଛି। ନରାଜ ବ୍ୟାରେଜ ଦେଇ ୫ଲକ୍ଷ ୯୨ହଜାର ୪୨୬ କ୍ୟୁସେକ ଜଳ ନିଷ୍କାସିତ ହେଉଥିବାବେଳେ ଯୋବ୍ରା ବ୍ୟାରେଜ ଦେଇ ୫ ଲକ୍ଷ ୭୩ ହଜାର ୩୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଅପରପକ୍ଷରେ ବନ୍ୟାଜଳ ପ୍ରବାହକୁ ଦେଖି ହୀରାକୁଦ ଜଳଭଣ୍ଡାରର ଖୋଲାଯାଇଥିବା ୩୪ ଗେଟ ମଧ୍ୟରୁ ସୋମବାର ୮ଟି ଗେଟ ବନ୍ଦ କରାଯାଇଥିଲା। ହେଲେ ମଙ୍ଗଳବାର ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର ୬୨୬ ଫୁଟ ଉପରେ ରହିଥିବାରୁ ରାତି ୮ଟାରେ ୪୦ଟି ଗେଟ ଦେଇ ଜଳ ପ୍ରବାହିତ ହେଉଛି। ଏହି ଜଳ ନରାଜ ମଧ୍ୟ ଦେଇ ଗୁରୁବାର ସକାଳେ ପ୍ରବାହିତ ହେବ।
ମଙ୍ଗଳବାର ମହାନଦୀରେ ୧୨ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ଜାରି ରହିଥିବାରୁ ଏହାର ଅବବାହିକାରେ ଥିବା କଟକ ଜିଲାର ୭ ବ୍ଲକ ଯଥା ବାଙ୍କୀ, ଡମପଡ଼ା, ନରସିଂହପୁର, ତିଗିରିଆ, ଆଠଗଡ଼, କଟକ ସଦର ଏବଂ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ୭୦ ପଞ୍ଚାୟତ ୨୫୪ ଗ୍ରାମର ୧,୧୩,୭୫୨ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛି। ସେଥିମଧ୍ୟରୁ ୯୫ଗ୍ରାମର ୮୫ହଜାର ୯୯୮ଜଣ ଲୋକ ଫଶି ରହିଛନ୍ତି। ବନ୍ୟାପ୍ରଭାବିତ ଲୋକଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯିବା ସହ ସେମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି। ମଙ୍ଗଳବାର ସନ୍ଧ୍ୟାସୁଦ୍ଧା ୧୯ହଜାର ୨୦୭ ଜଣଙ୍କୁ ଉଦ୍ଧାର କରାଯାଇ ୩୭ଟି ଆଶ୍ରୟସ୍ଥଳିରେ ରଖାଯାଇଛି। ମିଳିଥିବା ଖବର ଅନୁଯାୟୀ, କଟକ-ବାଙ୍କୀ ମୁଖ୍ୟ ରାସ୍ତାର କଇମୁଣ୍ଡି, ଚାରିଘରିଆ ଏବଂ ପାଥପୁରଠାରେ ବନ୍ୟା ଜଳ ରାସ୍ତାରେ ଉପରେ ପ୍ରବାହିତ ହେଉଛି। ତିଗିରିଆର ଗଦାଧରପୁର, ହାଟମାଳ, ବଡ଼ନାଉପୁଟ ପ୍ରମୁଖ ୩ଟି ଗ୍ରାମପଞ୍ଚାୟତର ଲୋକମାନେ ଦୁଇଦିନ ହେଲା ଜଳବନ୍ଦୀ ହୋଇ ରହିଛନ୍ତି। ପୁରୁଣା ତିଗିରିଆର ଚଷାଆଁରା ୫୦ ଏକରରୁ ଊର୍ଦ୍ଧ୍ୱ ଜମି ବନ୍ୟାଜଳରେ ବୁଡ଼ି ରହିଛି। ସେହିପରି ଖୁଣ୍ଟୁଣୀଠାରେ ପୁରୁଣା କଟକ-ସମ୍ବଲପୁର ଜାତୀୟ ରାଜପଥ ଉପରେ ୬ଫୁଟ ପାଣି ପ୍ରବାହିତ ହେଉଥିବାବେଳେ ନିଧିପୁର ଗଡ଼ାଠାରେ ସୋମବାର ବିଳମ୍ବିତ ରାତିରେ ଅନୁଗୋଳ ଅଭିମୁଖେ ଯାଉଥିବା ଏକ କାର ଭାସି ଯାଇଥିଲା। ଦୀର୍ଘ ୪ଘଣ୍ଟା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ କାରରେ ଥିବା ୪ଜଣଙ୍କୁ ଦମକଳ ବାହିନୀ କର୍ମଚାରୀମାନେ ଉଦ୍ଧାର କରିଥିଲେ। ପରେ ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ଲୋକମାନେ ପାଣିରେ ସମ୍ପୂର୍ଣ୍ଣ ବୁଡ଼ିଯାଇଥିବା କାର୍‌କୁ ରାସ୍ତା ଉପରକୁ ଆଣିଥିଲେ। ସେହିପରି ଢାଉରଙ୍ଗ ଗଡ଼ାଠାରେ ୫ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ଯୋଗୁ ସୋମବାର ସନ୍ଧ୍ୟାରୁ ଆଠଗଡ଼ କଟକ ଯାତାୟାତ ବନ୍ଦ ହୋଇଯାଇଛି। ବଡ଼ମ୍ବାର ଗଙ୍ଗାମେରୀ ରିଙ୍ଗବନ୍ଦରେ ବଡ଼ଘାଇ ଯୋଗୁ ବାଙ୍ଗେରିସିଂଙ୍ଗା ଜଳବନ୍ଦୀ ହୋଇ ରହିଛି। ବଡ଼ମ୍ବା ଅଧିଷ୍ଠାତ୍ରୀ ଦେବୀ ଭଟ୍ଟାରିକା ମନ୍ଦିର ବେଢ଼ାରେ ବନ୍ୟାଜଳ ପ୍ରବେଶ ଯୋଗୁଁ ମନ୍ଦିରରୁ ମୃଣ୍ମୟୀ ବିଗ୍ରହଙ୍କୁ ସ୍ଥାନାନ୍ତର କରାଯାଇ ଅନ୍ୟ ସ୍ଥାନରେ ନୀତିକାନ୍ତି ଚାଲୁ ରହିଛି। ଏପରି କି ସେଠାରେ ଜଳସ୍ତର ବହୁ ଅଧିକ ଥିବାରୁ କୌଣସି ଅଘଟଣ ଆଶଙ୍କା କରି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ସେହିପରି ବଡ଼ମ୍ବା ସିଂହନାଥ ଶିବମନ୍ଦିର ଜଳମଗ୍ନ ହୋଇଥିବାରୁ ୨ଦିନ ହେଲା ସେଠାରେ ଠାକୁର ଅପୂଜା ରହିଛନ୍ତି। କଟକ ଜିଲାର ବନ୍ୟା ପ୍ରପୀଡ଼ିତଙ୍କୁ ଉଦ୍ଧାର ଲାଗି ଗୋଟିଏ ଓଡ୍ରାଫ ଟିମ୍‌, ଗୋଟିଏ ଏନ୍‌ଡିଆରଏଫ୍‌ ଟିମ୍‌, ୨ଟି ଫାୟାର ବ୍ରିଗେଡିୟର ଟିମ୍‌, ୨୫ଟି ପାୱାର ବୋଟ ପ୍ରସ୍ତୁତ ହୋଇ ରହିଥିବାବେଳେ ୫୩୬ ବନ୍ୟା ଆଶ୍ରୟସ୍ଥଳୀ ଅସ୍ଥାୟୀ ଭାବେ ପ୍ରସ୍ତୁତ କରି ରଖାଯାଇଛି। ବନ୍ୟାଜଳରେ ଫସିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେମାନଙ୍କୁ ଆଶ୍ରୟସ୍ଥଳୀରେ କିପରି ସୁରକ୍ଷିତ ଭାବେ ରଖାଯାଇପାରିବ ସେଦିଗରେ ପ୍ରଶାସନ ସଜାଗ ରହିବା ସହ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ଜିଲାପାଳ ଭବାନୀ ଶଙ୍କର ଚୟନୀ ପ୍ରକାଶ କରିଛନ୍ତି। ହୀରାକୁଦ ଜଳଭଣ୍ଡାରର ୮ଟି ଗେଟ ବନ୍ଦ କରାଯିବା ଦ୍ୱାରା କଟକ ପାଇଁ ବଡ଼ ବନ୍ୟାର ଆଶଙ୍କା ନାହିଁ ବୋଲି ଜିଲାପାଳ ସୂଚନା ଦେବା ସହ ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ.ଆଇ.ଆର୍‌ ନେଇ ସଚେତନ ହେବା ଜରୁରୀ: ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ-ଚିତ୍ରାଙ୍କନ ପ୍ରତିଯୋଗିତା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ.ଆଇ.ଆର୍‌ ୨୦୨୬ ଉପରେ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଲୋକେ ଭୋଟର ତାଲିକା ଉପରେ…

ପଥର ଚିପ୍ସ ବୋଝେଇ ହାଇୱା ଉପରକୁ ଗୁଳିମାଡ଼: ଜୀବନ ରକ୍ଷା ଭୟରେ ଡ୍ରାଇଭର୍‌…

କୁତ୍ରା,୯।୭(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲ ନିକଟରେ ଆଜି ଭୋର ପ୍ରାୟ ୩ ଟା ୨୦ ମିନିଟ ସମୟରେ ଗୁଳିମାଡ଼ ହୋଇଥିବା…

ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୩୦ରୁ ୪୦ କିମି ବେଗରେ ବହିବ ପଦନ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୯ା୭(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ବର୍ତ୍ତମାନ ସଦୃଶ ଲଘୁଚାପ…

ଠିକା କର୍ମଚାରୀ ହେବେ ନିୟମିତ: ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, ୯ା୭ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବିହୋଇ ଆସୁଥିବାବେଳେ ଏହାକୁ ସରକାର ଗୁରୁତ୍ୱର…

ସକାଳୁ ସକାଳୁ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ: କୋଲକାତାର ଯୁବକଙ୍କୁ ଅଟକ ରଖିଲା ପୋଲିସ

ପୁରୀ, ୯।୭(ଅଜିତ୍‌ କୁମାର ମହାନ୍ତି): ପୁଣି ଶ୍ରୀମନ୍ଦିରେ ଉପରେ ଉଡିଲା ଡ୍ରୋନ। ଗୁରୁବାର ସକାଳ ପ୍ରାୟ ୫:୩୦ ମିନିଟ ସମୟରେ ଶ୍ରୀମନ୍ଦିର ପରିସରରେ ଏକ ଡ୍ରୋନ ଉଡ଼ୁଥିବା…

ପୁଣି ଚର୍ଚ୍ଚାରେ ଜଳ ସମ୍ପଦ ବିଭାଗ: ଚାଷ ଆରମ୍ଭରୁ ଧସିଗଲା କେନାଲ ପାର୍ଶ୍ୱକାନ୍ଥ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ଏହି ବିଭାଗ ଅଧୀନରେ ଜିଲାର ଅନେକ ସ୍ଥାନରେ ବିଭିନ୍ନ ପ୍ରକଳ୍ପ, କେନାଲ ଉନ୍ନତୀକରଣ ଓ ମରାମତି…

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ବରଗଡ଼ ଗସ୍ତରେ କମିଶନର ରାମଚନ୍ଦ୍ର ଯାଦବ: କୁରୁଆଁ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ କଲେ ପରିଦର୍ଶନ

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ସଚିବ ସଚିନ ରାମଚନ୍ଦ୍ର ଯାଦବ ବୁଧବାର ବରଗଡ଼ ଜିଲା ଗସ୍ତରେ ଆସିଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri