ଭାଇ ମୁହଁରେ ମୁଖାଗ୍ନି ଦେଲେ ଭଉଣୀ

କଟକ ଅଫିସ,୧୯ା୮:ପୋଲିସ ଓ ଡାକ୍ତରଙ୍କ ମଣିଷପଣିଆ ପାଇଁ କର୍କଟ ରୋଗରେ ମୃତ୍ୟୁ ଘଟିଥିବା ଭାଇ ମୁହଁରେ ମୁଖାଗ୍ନି ଦେଇଛନ୍ତି ଭଉଣୀ। ଗୁରୁବାର କଟକ ଖାନ୍‌ନଗର ସ୍ବର୍ଗଧାମଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଝାରସୁଗୁଡା ଜିଲା ବେଲପାହାଡ ଅଞ୍ଚଳର ଫଗୁଲାଲ ମାଝି(୨୫) କର୍କଟ ରୋଗରେ ଆକ୍ରାନ୍ତ ହୋଇ କିଛିଦିନ ତଳେ କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରେ ଭର୍ତ୍ତି ହୋଇଥିଲେ। ତାଙ୍କ ସହ ଭଉଣୀ ଭୀମସୀତା ମାଝି ମେଡିକାଲକୁ ଆସିଥିଲେ। ଫଗୁଲାଲଙ୍କ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା କରାଯାଉଥିଲା। ହେଲେ ତାଙ୍କ ଆରୋଗ୍ୟ ହେବା ଉପରେ ଭୀମସୀତା ଭରସା କରିପାରି ନ ଥିଲେ। ସେ ଭାଇ ଦୁଃଖକୁ ଦେଖି ନିଜକୁ ସମ୍ଭାଳି ପାରି ନ ଥିଲେ। ତେଣୁ ସେ ଭାଇଙ୍କୁ ମେଡିକାଲରେ ଛାଡି ଘରକୁ ପଳାଇଥିଲେ। କିଛିଦିନ ଚିକିତ୍ସିତ ହେବା ପରେ ଗତ ୧୫ ତାରିଖରେ ଫଗୁଲାଲଙ୍କର ମୃତ୍ୟୁ ଘଟିଥିଲା। ମେଡିକାଲ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଏସ୍‌ସିବି ମେଡିକାଲ ଫାଣ୍ଡି ଇନ୍‌ଚାର୍ଜ ମାନେଶ୍ୱର ପ୍ରଧାନଙ୍କୁ ଜଣାଇଥିଲେ। ପ୍ରଧାନ ଏ ନେଇ ଭୀମସୀତାଙ୍କୁ ଅବଗତ କରାଇଥିଲେ। ଫଳରେ ଭୀମସୀତା ଗୁରୁବାର କଟକରେ ପହଞ୍ଚତ୍ବା ପରେ ତାଙ୍କୁ ଫଗୁଲାଲଙ୍କ ମୃତଦେହ ହସ୍ତାନ୍ତର କରାଯାଇଥିଲା। ଭୀମସୀତା ଅତ୍ୟନ୍ତ ଗରିବ ହୋଇଥିବାରୁ ଭାଇଙ୍କ ମୃତଦେହକୁ ନିଜ ଗାଁକୁ ନେଇ ସତ୍କାର କରିବାରେ ଅସମର୍ଥ ଥିଲେ। ତାଙ୍କର ଏଭଳି ଅସହାୟ ଅବସ୍ଥାରେ ଡା. ଆଶୁତୋଷ ସାହୁ ଓ ଫାଣ୍ଡି ଇନ୍‌ଚାର୍ଜ ପ୍ରଧାନ ମାନବିକତା ଦେଖାଇବାକୁ ଆଗେଇ ଆସିଥିଲେ। ଅସହାୟଙ୍କ ନିମନ୍ତେ ଉତ୍ସର୍ଗୀକୃତ କାର୍ଯ୍ୟ କରୁଥିବା ସାମାଜିକ କର୍ମୀ ଅଭିମନ୍ୟୁ ଦାସ, ଶିଶିର ସାହୁଙ୍କୁ ଏ ସମ୍ପର୍କରେ ପ୍ରଧାନ ଅବଗତ କରାଇଥିଲେ। ଏଥିସହ ଡା. ସାହୁ ମୃତଦେହ ସତ୍କାର ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ମୃତଦେହ ନେବା ପାଇଁ ମାଗଣା ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା। ଫଳରେ ସମସ୍ତଙ୍କ ସହଯୋଗରେ ଫଗୁଲାଲଙ୍କ ମୃତଦେହକୁ ଖାନ୍‌ନଗର ସ୍ବର୍ଗଧାମ ନିଆଯାଇ ସତ୍କାର କରାଯାଇଥିଲା। ସେଠାରେ ଭୀମସୀତା ତାଙ୍କ ମୁହଁରେ ମୁଖାଗ୍ନି ଦେଇଥିଲେ। ପରେ ତାଙ୍କୁ ବସ୍‌ରେ ଘରକୁ ପଠାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri