କମିଶନରେଟ୍‌ ପୋଲିସର ଗଣେଶ ପୂଜା ପ୍ରସ୍ତୁତି ବୈଠକ

କଟକ ଅଫିସ,୧୭ା୮: କଟକ ସହରର ବିଭିନ୍ନ ମଣ୍ଡପରେ ଆସନ୍ତା ୩୧ ତାରିଖରେ ଗଣେଶ ପୂଜା ଅନୁଷ୍ଠିତ ହେବ। ଏହାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ କଟକ ସାରଳା ଭବନଠାରେ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥର କୋଭିଡ୍‌ କଟକଣା ନଥିବାରୁ ୨୦୧୯ ମସିହା ଭଳି ପୂଜା ଅନୁଷ୍ଠିତ ହେବ। କଟକ ସହରର ପ୍ରାୟ ୧୫୦୦ ପୂଜା ମଣ୍ଡପରେ ଧୁମ୍‌ଧାମ୍‌ରେ ଗଣେଶ ପୂଜା ହୋଇଥାଏ। ପୂଜା ପାଇଁ ଥାନାରୁ ଲାଇସେନ୍ସ ନେବା ପାଇଁ କୁହାଯାଇଛି। ଭସାଣିବେଳେ ସହରରେ ଟ୍ରାଫିକ ଜାମ୍‌ ପରିସ୍ଥିତି ସୃଷ୍ଟି ହୋଇଥାଏ। ଏଥିରୁ ସହରବାସୀ ବର୍ତ୍ତିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୂଜା ପରେ ଲଗାତାର ୩ଟି ରବିବାରରେ ଭସାଣି ଉତ୍ସବ ଶେଷ କରିବାକୁ ପୋଲିସ ପ୍ରଶାସନ ସର୍ବଦା ଗୁରୁତ୍ୱ ଦେଇଆସିଛି । ତେବେ ଏଥର ପ୍ରଥମ ଓ ଦ୍ୱିତୀୟ ରବିବାର ସେପ୍ଟେମ୍ବର ୪ ଓ ୧୧ ତାରିଖରେ ପଡୁଥିବାବେଳେ ତୃତୀୟ ରବିବାରରେ ଘାଣ୍ଟ ଗଣେଶ ପୂଜା ପଡୁଛି। ସହରର ୧୬ରୁ ଊର୍ଦ୍ଧ୍ୱ ମଣ୍ଡପରେ ଘାଣ୍ଟ ଗଣେଶ ପୂଜା ହୋଇଥାଏ। ତୃତୀୟ ରବିବାର ଘାଣ୍ଟ ପୂଜା ପଡୁଥିବାରୁ ଉକ୍ତ ଦିନ ପୂଜା ଶେଷ କରି ଭସାଣି କରିବା ନିମନ୍ତେ ପୂଜା ମଣ୍ଡପଗୁଡ଼ିକ ବୈଠକରେ ଅସହମତ ହୋଇଥିଲେ। ପରବର୍ତ୍ତୀ ରବିବାର ଅର୍ଥାତ୍‌ ୨୫ ତାରିଖରେ ଭସାଣି ନିମନ୍ତେ ଅନୁମତି ଦେବାକୁ କର୍ମକର୍ତ୍ତାମାନେ ପୋଲିସ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏ ସମ୍ପର୍କରେ ଆଲୋଚନା କରାଯାଇ ଖୁବ୍‌ଶୀଘ୍ର ଜଣାଇ ଦିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା। କଟକ ମହାନଗର ପୂଜା କମିଟି ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ଇଂ. ମହମ୍ମଦ ମୋକିମ, ସୌଭିକ୍‌ ବିଶ୍ୱାଳ, ଡିସିପି ପିନାକ ମିଶ୍ର, କଟକ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର କୁମାର ସାହୁ, ସମ୍ପାଦକ ଭିକାରୀ ଦାସ, କଟକ ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ବିଜୟ ସାହୁ ଓ ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁଙ୍କ ସମେତ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ଓ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଳନ୍ଥରା ତୈଳ ଡିପୋ ନେଇ ରାଜନୀତି

ବ୍ରହ୍ମପୁର ଅଫିସ,୧୦ା୨: ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୮ରେ ଭୋଟଗ୍ରହଣ ହେବ। ଆଉ ମାତ୍ର ୮...

‘ସୌଭାଗ୍ୟ ଯୋଜନା ଦୁର୍ଭାଗ୍ୟରେ ପରିଣତ ହୋଇଛି’

ଭୋଗରାଇ, ୨୧।୫ (ଡି.ଏନ.ଏ.) ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ପ୍ରଥମ ବୈଠକ ବ୍ଲକ ଚେୟାରମ୍ୟାନ୍‌ ପ୍ରବୀର କୁମାର...

CORONAVIRUS UPDATE: ଆଜି ରାଜ୍ୟରେ ପୁଣି ୨୪୫ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୬,୮୫୯ରେ ପହଞ୍ଚିଲା

ଭୁବନେଶ୍ୱର,୨୯ା୬(ବ୍ୟୁରୋ): ସୋମବାର ରାଜ୍ୟରେ ୨୪୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬,୮୫୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ...

ଖାଲି ପଦବୀ ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ବର, ୧୫ା୩(ବ୍ୟୁରୋ): ସ୍କୁଲ ଓ ଗଣଶିକ୍ଷା ବିଭାଗ ଲାଗି ଚଳିତ ବଜେଟରେ ବ୍ୟୟବରାଦ କରାଯାଇଥିବା ୨୨ ହଜାର ୫୨୮ କୋଟି ଟଙ୍କା ମଙ୍ଗଳବାର ବିଧାନସଭାରେ ଗୃହୀତ...

ଭିଜିଲାନ୍ସ ଜାଲରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ

ରାୟଗଡ଼ା ଅଫିସ,୯ା୧: ରାୟଗଡ଼ା ଜିଲା କୋଲନରା ବ୍ଲକର ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିଃର୍ଭୂତ ସମ୍ପତ୍ତି...

ଓସେପା ପୁସ୍ତକ କ୍ରୟରେ ଅନିୟମିତତା

ଯାଜପୁର ଅଫିସ,୧୫ା୩: କେତେକ ଅସାଧୁ ପୁସ୍ତକ ପ୍ରକାଶକଙ୍କ ଇଙ୍ଗିତରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟାକ୍ରମ ପ୍ରାଧିକରଣ(ଓସେପା)ର ପାଠାଗାର ପୁସ୍ତକ କ୍ରୟ ଆଦେଶ ପ୍ରସ୍ତୁତି ଚାଲିଛି। କେଉଁ...

ଏପ୍ରିଲ ୨୬ରୁ ସିବିଏସ୍‌ଇ ଟର୍ମ-୨ ପରୀକ୍ଷା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୩(ବ୍ୟୁରୋ): ପରୀକ୍ଷା ପାଇଁ ତାରିଖ ଘୋଷଣା କଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ । ଏପ୍ରିଲ ୨୬ରୁ ଉଭୟ ଦଶମ ଏବଂ ଦ୍ୱାଦଶ ଟର୍ମ-୨ ପରୀକ୍ଷା...

୧୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୮।୧୦(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୧୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯୭୪ କୁ ବୃଦ୍ଧି ହୋଇଛି। ଏ...

Advertisement
Archives

Model This Week