ବାବା ସିଂହନାଥ ମହାଦେବ, ମା’ ଭଟାରୀକା ମନ୍ଦିରରେ ପଶିଲା ବନ୍ୟା ଜଳ

ନରସିଂହପୁର,୧୬।୮(ସ୍ବ.ପ୍ର.): କଟକ ଜିଲା ବଡମ୍ବା ଗୋପୀନାଥପୁର ନିକଟ ମହାନଦୀ ମଝିରେ ଥିବା ପାହାଡ଼ରେ ପ୍ରସିଦ୍ଧ ବାବା ସିଂହନାଥ ମହାଦେବଙ୍କ ମନ୍ଦିର ଭିତରେ ମହାନଦୀର ବନ୍ୟାଜଳ ପ୍ରବେଶ କରିଛି । ମନ୍ଦିର ସମେତ ପରିସର ବନ୍ୟା ପାଣି ଘେରରେ ରହିଛି। ଫଳରେ ଦୈନନ୍ଦିନ ପୂଜା ରୀତିନୀତିରେ ବ୍ୟତିକ୍ରମ ଦେଖାଦେଇଛି । ସେହିପରି ମହାନଦୀ କୂଳରେ ଥିବା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟାରୀକା ମନ୍ଦିରବେଢାରେ ବନ୍ୟାଜଳ ପ୍ରବେଶ କରିଥିବାରୁ ମା’ଙ୍କ ଚଳନ୍ତି ପ୍ରତିମାକୁ ଉଚ୍ଚସ୍ଥାନକୁ ନେଇ ପୂଜାର୍ଚନା କରାଯାଉଛି। ସେହିଭଳି ନରସିଂହପୁର ବ୍ଲକର ଓଡ଼ସିଙ୍ଗା ଗ୍ରାମ ନିକଟକୁ ମହାନଦୀର ବନ୍ୟାଜଳ ଛୁଇଁଥିବା ବେଳେ ବହୁ ଚାଷ ଜମି ପାଣିରେ ବୁଡି ରହିଛି । ପ୍ରଶାସନ ପକ୍ଷରୁ ତହସିଲଦାର ଆଲୋକ ରଞ୍ଜନ ଦେହୁରୀ ଘଟଣା ସ୍ଥଳ ପରିଦର୍ଶନ କରି ସ୍ଥିତି ଆକଳନ କରିଛନ୍ତି।

ଏପରି କି ବଡମ୍ବା ବ୍ଲକ ଶଙ୍ଖାମେରି ନିକଟ ମହାନଦୀ ମାଳବନ୍ଧରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ବନ୍ୟାଜଳ ଗାଁ ଭିତରକୁ ମାଡି ଆସିଛି। ପାଣି ଘେରରେ ଥିବା ଗ୍ରାମବାସୀଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟାକାରୀଙ୍କୁ ଗିରଫ ଦାବିରେ ୩ ଘଣ୍ଟା ରାସ୍ତାରୋକୋ

ନୂଆପଡା ଅଫିସ/ତରବୋଡ/କୋମନା,୬।୯(ଡି.ଏନ.ଏ.)-ନୂଆପଡା ଜିଲା କୋମନା ବ୍ଲକ ତରବୋଡ ଫାଣ୍ଡି ସଦର ଗାଁ ବଜାର ମଧ୍ୟରେ ଏକ କୁଡିଆ ଘରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ...

ବଜେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର,୨ା୭(ବ୍ୟୁରୋ.): ଆଜି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍‌ ଉପସ୍ଥାପିତ ହୋଇଛି। ଏହି ବଜେଟ୍‌କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ଦେଇଛନ୍ତି।...

ବିଦ୍ୟୁତ୍‌ ବିଲ୍‌ ପୈଠ ପରେ ବି ଲାଗିଲାନି ଟ୍ରାନ୍ସଫର୍ମର

କୋକସରା,୩୦ା୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡ଼ଗୁଡ଼ା ଗ୍ରାମରେ ଲାଗିଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଜୁଲାଇ ୭ରୁ ବଜ୍ରପାତରେ ପୋଡ଼ି ଯାଇଥିଲା। ପରେ ଗ୍ରାମବାସୀ କୋକସରା ବ୍ଲକ...

ସ୍ବାମୀଙ୍କ ଅନୁପସ୍ଥିତିରେ ଅସଂଯତ ଅବସ୍ଥାରେ ପ୍ରେମିକଙ୍କ ସହ ଧରାପଡ଼ିଲେ ମହିଳା, ବିବାହ କରାଇଦେଲେ ଗ୍ରାମବାସୀ

ହିନ୍ଦୋଳ,୧୧ା୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମୀ ଥାନା କୁକୁଟା ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହାକୁ ନେଇ ଅଞ୍ଚଳରେ...

ଲଗାଣବର୍ଷାରେ ଧୋଇଗଲା କଲଭର୍ଟ

ଉମରକୋଟ, ୨୦।୮(ସ୍ବ.ପ୍ର.): ସପ୍ତାହବ୍ୟାପୀ ଉମରକୋଟରେ ହୋଇଥିବା ଲଗାଣ ବର୍ଷାରେ ଖଡକାଡେମ ତଳେ ଥିବା ରାସ୍ତାରେ ନିର୍ମାଣ ହୋଇଥିବା କଲଭର୍ଟ ଧୋଇଯାଇଛି। ଫଳରେ ପୂଜାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର...

ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ଷ୍ଟାଣ୍ଡିଂ କମିଟି ବୈଠକ: ଶ୍ରୀମନ୍ଦିର, ସ୍ବର୍ଗଦ୍ୱାରକୁ ଯିବ ବାଲୁଖଣ୍ଡ କାଠ

ଭୁବନେଶ୍ୱର, ୧୪ା୧୨(ବ୍ୟୁରୋ): ବାତ୍ୟା ‘ଫନୀ’ରେ ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ବାତ୍ୟାରେ ନଷ୍ଟ ହୋଇଥିବା ପ୍ରାୟ ୨୦ ଲକ୍ଷ ବୃକ୍ଷରୁ ମାତ୍ର ୨ ଲକ୍ଷ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଗାଙ୍ଗୁଲି

ଭୁବନେଶ୍ୱର,୧୨।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ରବିବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀରେ ଟି୨୦ ମ୍ୟାଚ୍‌ ଖେଳାଯିବ।...

ଅପରାହ୍ନ ୧ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଖୋଲିବ ମାର୍କେଟ, ମଲ: ୫ ଜଣଙ୍କୁ ପ୍ରବେଶ ଅନୁମତି

ବ୍ରହ୍ମପୁର ଅଫିସ,୧୩ା୫-ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁରରେ ମାର୍କେଟ ତଥା ଦୋକାନ ଖୋଲିବା ନେଇ ରହିଥିବା...

Advertisement
Archives

Model This Week