ରିପୋର୍ଟ କହିଲା, ଜବତ ମେଡିସିନ ନକଲି
କଟକ ଅଫିସ,୧୮।୯: କଟକରୁ ଜବତ ହୋଇଥିବା ମେଡିସିନ ନକଲି ବୋଲି ସ୍ପଷ୍ଟ ହୋଇଛି। ଉକ୍ତ ମେଡିସିନି ପରୀକ୍ଷା ପାଇଁ ଲାବୋରେଟାରୀକୁ ପଠାଯାଇଥିଲା। ଶନିବାର ପରୀକ୍ଷା ରିପୋର୍ଟ ପୋଲିସର ହସ୍ତଗତ ହୋଇଛି। ଉଚ୍ଚ ରକ୍ତଚାପ ଔଷଧ ଟେଲ୍ମା-୪୦ ନକଲି ବୋଲି କଟକ ଡିସିପି…
‘ଆଇନ ବିଦ୍ୟାର୍ଥୀ ସମାଜର ଆଲୋକବର୍ତ୍ତିକା’
କଟକ ଅଫିସ,୧୮।୯: ଆଇନ ପେସା ଲୋକଙ୍କ ଅଧିକାର ଓ ସ୍ବାଧୀନତା ଅକ୍ଷୁଣ୍ଣ ରଖିବା ସହ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଶିଖାଇଥାଏ। ଆଇନ ସେବା ଏକ ସମ୍ଭ୍ରାନ୍ତ ବୃତ୍ତି ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ କହିଛନ୍ତି।…
୩୦ ଜିଲାରେ ୩୪ କାଗଜବିହୀନ କୋର୍ଟ
କଟକ ଅଫିସ, ୧୮।୯: ବିଚାର ବ୍ୟବସ୍ଥାର ପରିଚାଳନା ପାଇଁ ବୈଷୟିକ ଜ୍ଞାନକୌଶଳ ଅପରିହାର୍ଯ୍ୟ ହୋଇଛି। ମାମଲାର ତ୍ୱରିତ ଫଇସଲା ଦିଗରେ ଏହା ସହାୟକ ହେବ। ଓଡ଼ିଶା ହାଇକୋର୍ଟ (ଇ-ଇନିସିଏଟିଭ) ଅନ୍ଲାଇନ୍ ପ୍ରୟାସ ଭାରତୀୟ ବିଚାର ବ୍ୟବସ୍ଥାକୁ ନୂଆ ଦିଶା ଦେଖାଇଛି ବୋଲି…
ଏସ୍ସିବିରେ ହେବ ଟେଲି ମାନସ ସେଲ, ମାନସିକ ରୋଗୀ ହେବେ ଉପକୃତ
କଟକ ଅଫିସ,୧୭।୯: ଏସ୍ସିବିରେ ଟେଲି ମାନସ ସେଲ ପ୍ରତିଷ୍ଠା କରାଯିବ। ଜଣେ ଡାକ୍ତର, ନର୍ସ, ମାନସିକ ସ୍ବାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସାମାଜିକ କର୍ମୀଙ୍କୁ ମିଶାଇ ୨୦ଜଣ କର୍ମଚାରୀ ଏହି ସେଲ୍ରେ କାର୍ଯ୍ୟ କରିବେ । ୩ ସିଫ୍ଟରେ କାମ ହେବ…
ଗ୍ୟାସ ଟାଙ୍କି ଫାଟି ଘର ଜଳିଗଲା
ନରସିଂହପୁର, ୧୭ା୯ (ସ୍ବ.ପ୍ର.): କଟକ ଜିଲା ନରସିଂହପୁର ବ୍ଲକ ଅନ୍ତର୍ଗତ ପଦାମାଳ ଗ୍ରାମରେ ଶୁକ୍ରବାର ରୋଷେଇ ବେଳେ ଗ୍ୟାସ ଲିକ୍ ହୋଇ ନିଆଁ ଲାଗିଯାଇଥିଲା। ପରେ ଗ୍ୟାସ ଟାଙ୍କି ଫାଟି ଘର ଜଳିଯାଇଛି। ନିଆଁ ଲିଭାଇବାକୁ ଉଦ୍ୟମ କରି ୧୫ରୁ ଊର୍ଦ୍ଧ୍ୱ…
ଅଡିଓ କ୍ଲିପ୍ ସ୍ବର କାହାର ପଚାରିଲେ ଅନୁଭବ
କଟକ ଅଫିସ,୧୬।୯(ବ୍ୟୁରୋ): ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଓ ଏମ୍ପି ଅନୁଭବ ମହାନ୍ତିଙ୍କ ପାରିବାରିକ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହା ବିବାଦୀୟ ମୋଡ଼ ନେବାରୁ କେହି କାହାକୁ ଆକ୍ଷେପ ନ କରିବାକୁ କିମ୍ବା ଟାର୍ଗେଟ ନ କରିବାକୁ କୋର୍ଟ ନିର୍ଦ୍ଦେଶ…
ସମ୍ପୂର୍ଣ୍ଣ ଉଚ୍ଛେଦ ହେବ ବେଆଇନ ଚିଙ୍ଗୁଡ଼ିଘେରି
କଟକ ଅଫିସ,୧୬ା୯:ବେଆଇନ ଚିଙ୍ଗୁଡ଼ିଘେରିକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବା ସହ ଚିଙ୍ଗୁଡ଼ି ଚାଷ ପାଇଁ ସରକାର ଲିଜ୍ରେ ଜାଗା ଯୋଗାଇଦେବାକୁ ହାଇକୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ଚିଲିକା ଓ ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ…
ହାଇଟେକ୍ ସର୍ଭେରେ ବିଳମ୍ବ
କଟକ ଅଫିସ,୧୬ା୯:ଜମିଜମା ସଂକ୍ରାନ୍ତୀୟ ନକ୍ସାର ସ୍ଥିତି, ଅବସ୍ଥିତିକୁ ଗ୍ଲୋବାଲ ପୋଜିଶନିଂ ସିଷ୍ଟମ(ଜିପିଏସ୍) ଓ ଇଲେକ୍ଟ୍ରୋନିକ୍ସ ଟୋଟାଲ ଷ୍ଟେଶନ (ଇଟିଏସ୍) କରାଯିବା ଲକ୍ଷ୍ୟରେ ରାଜ୍ୟରେ ହାଇଟେକ୍ ସର୍ଭେ (ହାଇବ୍ରିଡ୍) ସିଷ୍ଟମ ଭଳି ପଦକ୍ଷେପ ହାତକୁ ନିଆଯାଇଛି। ଏହାଦ୍ୱାରା ରେକର୍ଡ ଅଫ୍ ରାଇଟ୍ସ (ଆର୍ଓଆର୍)…
ରାଜ୍ୟ ସରକାରଙ୍କୁ ୧୧୫ କୋଟି ଦାଖଲ ନିର୍ଦ୍ଦେଶ
କଟକ ଅଫିସ,୧୬ା୯:ଓଟିଏମ୍ ପୁନରୁଦ୍ଧାର ସମ୍ପର୍କିତ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଛି। ମୁଖ୍ୟ ବିଚାରପତି ଏସ୍ ମୁରଲୀଧରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ମାସକ ମଧ୍ୟରେ ୧୧୫ କୋଟି ଟଙ୍କା ଅଫିସିଆଲ ଲିକ୍ୟୁଡେଟରଙ୍କ ନିକଟରେ ଦାଖଲ କରିବାକୁ…
ସିଏମ୍ସି ମେୟରଙ୍କୁ କବାଟ ଭେଟି
କଟକ ଅଫିସ, ୧୫ା୯: ମୁଁ ବାଥ୍ରୁମ୍ ଗଲେ କବାଟ ଧରିକି ଯାଉଛି। କାରଣ ମୁଁ ଅଫିସ୍ରେ ବସୁଛି। ବାଥରୁମ୍ କବାଟ ଭାଙ୍ଗି ପଡିଥିବା ନେଇ କଟକ ମେୟର ସୁବାସ ସିଂ ମଙ୍ଗଳବାର ସ୍ଥାନୀୟ ବିଜୁଭବନ ପରିସରରେ ଅନୁଷ୍ଠିତ କଟକ ମହାନଗର ନିଗମ(ସିଏମ୍ସି)…
କର୍କଟ ପୀଡ଼ିତ ନାବାଳକଙ୍କ ଗୋଡ଼ରୁ ବାହାରିଲା ଟ୍ୟୁମର
କଟକ ଅଫିସ,୧୫ା୯: ଏଚ୍ସିଜି ପଣ୍ଡା କ୍ୟାନ୍ସର ହସ୍ପିଟାଲର ଡାକ୍ତରୀ ଟିମ୍ ଅସ୍ଥି କର୍କଟରେ ଆକ୍ରାନ୍ତ ଜଣେ ୧୩ବର୍ଷର ନାବାଳକ ଗୋଡ଼ରୁ ସଫଳତାର ସହ ଏକ ଟ୍ୟୁମର ବାହାର କରି ତାକୁ ନୂଆ ଜୀବନ ଦେଇଛନ୍ତି। ନାବାଳକଙ୍କଠାରେ ପ୍ରଥମ ଲୋୟର ଲିମ୍ବ ସାଲ୍ଭେଜ…
ଗୋଟିଏ ଜୁଇରେ ଜଳିଲେ ଚନ୍ଦନ, ମିତାଲି
କଟକ ଅଫିସ,୧୫ା୯: ସିକନ୍ଦରାବାଦରେ ମୃତ ଓଡ଼ିଆ ଦମ୍ପତି କଟକ କାଫଲା ବଜାର ମହାନ୍ତିପଡ଼ା ବାସିନ୍ଦା ଚନ୍ଦନ ଜେଠୀ (୩୦) ଓ ତାଙ୍କ ସ୍ତ୍ରୀ ମିତାଲି ମହାପାତ୍ର ଜେଠୀଙ୍କ ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ୱାରଠାରେ ବୁଧବାର ସମ୍ପନ୍ନ ହୋଇଛି। ପରିବାର ଓ ଆତ୍ମୀୟସ୍ବଜନମାନେ ଅତ୍ୟନ୍ତ…
Archives


