ଗୋଟିଏ ଜୁଇରେ ଜଳିଲେ ଚନ୍ଦନ, ମିତାଲି

କଟକ ଅଫିସ,୧୫ା୯: ସିକନ୍ଦରାବାଦରେ ମୃତ ଓଡ଼ିଆ ଦମ୍ପତି କଟକ କାଫଲା ବଜାର ମହାନ୍ତିପଡ଼ା ବାସିନ୍ଦା ଚନ୍ଦନ ଜେଠୀ (୩୦) ଓ ତାଙ୍କ ସ୍ତ୍ରୀ ମିତାଲି ମହାପାତ୍ର ଜେଠୀଙ୍କ ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ୱାରଠାରେ ବୁଧବାର ସମ୍ପନ୍ନ ହୋଇଛି। ପରିବାର ଓ ଆତ୍ମୀୟସ୍ବଜନମାନେ ଅତ୍ୟନ୍ତ ଶୋକାକୁଳ ପରିବେଶରେ ଗୋଟିଏ ଜୁଇରେ ଉଭୟଙ୍କୁ ଶେଷଯାତ୍ରାରେ ବିଦାୟ ଦେଇଥିଲେ। ଚନ୍ଦନଙ୍କ ୩ ଭାଇ ଶୋଭନ୍‌, ସ୍ପନ୍ଦନ, ସପନ ସରିତ ଓ ମିତାଲିଙ୍କ ଭାଇ ସମୀର ମହାପାତ୍ର ଏକତ୍ର ହୋଇ ମୁଖାଗ୍ନି ଦେଇଥିବା ଜଣାଯାଇଛି। ସୋମବାର ବିଳମ୍ବିତ ରାତିରେ ଏହି ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ମଙ୍ଗଳବାର ସିକନ୍ଦରାବାଦ ଯାଇଥିଲେ। ସେଠାରୁ ବିମାନ ଯୋଗେ ଉଭୟଙ୍କ ମୃତଦେହ ଆଣି ଭୁବନେଶ୍ୱର ବିମାନବନ୍ଦରରେ ବୁଧବାର ପହଞ୍ଚତ୍ଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ଲାଲବାଗ ଥାନା ଅନ୍ତର୍ଗତ କାଫଲା ବଜାର ମହାନ୍ତିପଡ଼ା ନେଇଥିଲେ। ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକଙ୍କ ସମେତ ଆତ୍ମୀୟସ୍ବଜନ ଶେଷଦର୍ଶନ ନିମନ୍ତେ ସେଠାରେ ଭିଡ଼ ଜମାଇଥିଲେ। ବିଧାୟକ ଇଂ. ମହମ୍ମଦ ମୋକିମ ପହଞ୍ଚତ୍ ଶୋକସନ୍ତପ୍ତ ପରିବାରବର୍ଗକୁ ସମବେଦନା ଜଣାଇଥିଲେ। ସେଠାରୁ ପୁଣି ଆମ୍ବୁଲାନ୍ସ ଯୋଗେ ମୃତଦେହ ପୁରୀ ସ୍ବର୍ଗଦ୍ୱାରରେ ଶେଷକୃତ୍ୟ ନିମନ୍ତେ ନିଆଯାଇଥିଲା। ସୂଚନାଯୋଗ୍ୟ, ଚନ୍ଦନ ପ୍ରାୟ ଦେଢ଼ବର୍ଷ ତଳେ ବାଲେଶ୍ୱର ଜିଲା ସୋରର ମିତାଲି ମହାପାତ୍ରଙ୍କୁ ବିବାହ କରିଥିଲେ। ବାଙ୍ଗାଲୋରରେ ଚନ୍ଦନ ଏକ ସଫ୍ଟୱେର କମ୍ପାନୀରେ ଓ ମିତାଲି ଏକ ବିଉଟି ପ୍ରଡକ୍ଟ କମ୍ପାନୀରେ କାର୍ଯ୍ୟ କରୁଥିଲେ। ସେମାନେ ଏକ ତାଲିମ କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ସିକନ୍ଦରାବାଦ ଯାଇଥିଲେ। ସେମାନେ ରହିଥିବା ଲଜ୍‌ କୋଠାର ତଳ ମହଲାରେ ଥିବା ଏକ ଇ-ବାଇକ୍‌ ଶୋ’ ରୁମରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏହି ନିଅଁା ବ୍ୟାପିଯିବାରୁ ସେମାନେ ଶ୍ୱାସରୁଦ୍ଧ ହୋଇ ପଡିଥିଲେ। ଫଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଜେଡିର କାର୍ଯ୍ୟାନୁଷ୍ଠାନ: ୩ ଜଣ ନିଲମ୍ବିତ

ଭୁବନେଶ୍ୱର,୧୩।୧୦: ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦଳ…

ନାମ ଫଳକରେ ନ ଥିଲା ନାଁ, ମୁହାଁମୁହିଁ ହେଲେ ମେୟର-ବିଡିଏ ଭିସି

ଭୁବନେଶ୍ବର,୧୩।୧୦: ନାମ ଫଳକରେ ନାଁ ନ ଥିବା ନେଇ ମେୟର ସୁଲୋଚନା ଦାସ ଏବଂ ବିଡିଏ ଭିସି ଚଞ୍ଚଳ ରାଣା ମୁହାଁମୁହିଁ ହୋଇଛନ୍ତି। ଘାଟିକିଆ ବଜରଙ୍ଗୀ ଖେଳ…

ବେଆଇନ ଇଟାଭାଟି ଉଚ୍ଛେଦ ଆରମ୍ଭ: ଶ୍ରମିକଙ୍କ ଥଇଥାନକୁ ନେଇ ଉଠିଲା ପ୍ରଶ୍ନ

ନୀଳଗିରି, ୧୩।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଳଡ଼ିହା ଅଭୟାରଣ୍ୟର ଇକୋ ସେନ୍ସିଟିଭ ଜୋନ୍‌ରେ ଥିବା ୧୩ଟି ବେଆଇନ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା…

ବ୍ରହ୍ମପୁର MKCGରେ ବିରଳ ଶିଶୁ ଜନ୍ମ ! ଦୁଇଟି ମୁଣ୍ଡ, ଗୋଟିଏ ଶରୀର

ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଜଣେ ମହିଳା ଏକ ବିରଳ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଛୁଆଙ୍କ ଦୁଇଟି ମୁଣ୍ଡ…

ମଦନପୁର ୟୁ.କେ. କଲେଜ ସମ୍ମୁଖରେ ବିଜୁ ଛାତ୍ର ଜନତାର ଧାରଣା: ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି

ରାଜନଗର, ୧୩।୧୦ (ଭାସ୍କର ରାଉତରାୟ): ମଦନପୁର: ୟୁ.କେ. କଲେଜର ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି କରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ…

ବାୟା ବାବା କଲେଜ ଛାତ୍ର ସଂସଦ ନିର୍ବାଚନ: ଚାମେଲୀ ଧରିଲେ ମଙ୍ଗ, ଦେଲେ ଗୁରୁମନ୍ତ୍ର…

ମହାକାଳପଡ଼ା, ୧୩।୧୦ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ପ୍ରମୁଖ ଶିକ୍ଷାନୁଷ୍ଠାନ ଶ୍ରୀଶ୍ରୀ ବାୟା ବାବା କଲେଜର ଛାତ୍ର ସଂସଦ ନିର୍ବାଚନକୁ ଆଉ ୪୮ ଘଣ୍ଟା…

ଜଗୁଆଳିଙ୍କ ମୃତଦେହ ଜବତ ଘଟଣା, ଥାନାରେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଟେନସା,୧୩।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ଼ ଗ୍ରାମ ନିକଟରେ ସୋମବାର ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଗୁଆଳିଙ୍କୁ ମାରି ଫିଙ୍ଗି…

ସନ୍ଦେହଜନକ ଅବସ୍ଥାରେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର; ଝୁଲନ୍ତା ଅବସ୍ଥାରେ ସ୍ତ୍ରୀ, ଖଟରେ ସ୍ବାମୀ…

ଖଡ଼ିଆଳ,୧୩।୧୦(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖନତରାଇ ଗ୍ରାମନିବାସୀ ସ୍ୱାମୀ ସ୍ତ୍ରୀ ଦୀର୍ଘଦିନ ହେବ ଭିମାଖୋଲ ଛକରେ ରହୁଥିଲେ । ଦୁହେଁ ହସଖୁସିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?