କଟକ

୧୦ ଜିଲା କୋର୍ଟ ଡିଜିଟାଇଜେଶନ ହବ୍‌ ଆରମ୍ଭ

କଟକ ଅଫିସ,୧୩ା୧୨:ସମଗ୍ର ରାଜ୍ୟରେ ଜିଲାକୋର୍ଟଗୁଡ଼ିକର ରେକର୍ଡ ଡିଜିଟାଇଜେଶନ ନିମନ୍ତେ ୧୦ଟି ଜିଲା କୋର୍ଟ ଡିଜିଟାଇଜେଶନ ହବ୍‌ କାର୍ଯ୍ୟାରମ୍ଭ କରିଛି। ହବ୍‌ଗୁଡ଼ିକ ଅନୁଗୋଳ, ଭଦ୍ରକ, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼ ଓ ସୁବର୍ଣ୍ଣପୁର ଜିଲାରେ ସ୍ଥାପିତ ହୋଇଛି। ଏହି…

ପରିବହନ ନୀତି ପରିବର୍ତ୍ତନ ନ ହେଲେ ଧର୍ମଘଟ

କଟକ ଅଫିସ,୧୨ା୧୨: ରାଜ୍ୟ ସରକାର ପରିବହନର ନୀତିରେ ପରିବର୍ତ୍ତନ ନ ଆଣିଲେ ଆସନ୍ତା ଜାନୁୟାରୀ ୧୧ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଟ୍ରକ ଧର୍ମଘଟ ହେବ। ଓଡ଼ିଶା ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘ ପକ୍ଷରୁ କଟକ ଗଣ୍ଡରପୁରସ୍ଥିତ ମହାସଂଘ କାର୍ଯ୍ୟାଳୟରେ ରବିବାର…

କଟକରୁ ଅପହରଣ, ନୟାଗଡ଼ରେ ହତ୍ୟା

ନୂଆଗାଁ,୧୨।୧୨ (ଡି.ଏନ.ଏ.): କଟକ ସହର ଲାଲବାଗ ଥାନା ଅଧୀନ ମହାନ୍ତିପଡ଼ା ଅଞ୍ଚଳର ଶୈଳେନ୍ଦ୍ରନାଥ ଜେନା ନାମକ ଜଣେ ଯୁବକଙ୍କୁ ଅପହରଣ କରି ନେଇ ନୟାଗଡ଼ ଜିଲା ନୂଆଗାଁ ଥାନା ଅନ୍ତର୍ଗତ ମହୀପୁର ଅଞ୍ଚଳରେ ହତ୍ୟା କରାଯାଇଥିବା ଗୁରୁବାର ଥାନାରେ ଅଭିଯୋଗ ହୋଇଛି।…

ସନ୍ତରଣ ଶିଖିବା ବେଳେ ମହାନଦୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା

କଟକ ଅଫିସ,୧୧ା୧୨: ସନ୍ତରଣ ଶିଖୁଥିବା ବେଳେ ରବିବାର ମହାନଦୀରେ ବୁଡ଼ି ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ସୋହେଲ ଖାନ୍‌। ତାଙ୍କ ଘର କଟକର ପୀରବଜାର ଅଞ୍ଚଳରେ। ସୋହେଲ ଆଜି ସକାଳେ ସନ୍ତରଣ ଶିଖିବା ପାଇଁ ୨୦/୨୫ ଜଣଙ୍କ…

କ୍ରୀଡ଼ା ହବ୍‌ ହେବ ରେଭେନ୍‌ଶା

କଟକ ଅଫିସ,୧୧ା୧୨: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କ୍ରୀଡା ହବ୍‌ ହେବ। ଆସନ୍ତା ଫେବୃୟାରୀରେ ଏହି ବିଶ୍ୱବିଦ୍ୟାଳୟରେ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରାୟ ୧୦୦୦ ପ୍ରତିଯୋଗୀ ଏଥିରେ ଭାଗ ନେବେ। ପ୍ରଥମ ଥର ପାଇଁ ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କ ନିମନ୍ତେ ସ୍ବତନ୍ତ୍ର…

ଟଙ୍କା, ସୁନା ଲୋଭରେ ବୃଦ୍ଧଙ୍କୁ ହତ୍ୟାକଲେ ନାତି

ନିଶ୍ଚିନ୍ତକୋଇଲି/ସାଲେପୁର, ୧୧ା୧୨(ସ୍ବ.ପ୍ର./ଡି.ଏନ୍‌.ଏ.): କଟକ ଜିଲା ନେମାଳ ଥାନା ଅଧୀନ କଳମିଶ୍ରି ପଞ୍ଚାୟତ ଲେଣ୍ଡୁରା ଭଗବାନପୁର ଗ୍ରାମରେ ଗଳାକାଟି ବୃଦ୍ଧଙ୍କୁ ହତ୍ୟା ଘଟଣାର ଶନିବାର ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ସମ୍ପର୍କୀୟ ନାତି ଓମ୍‌ପ୍ରକାଶ ମୁଦୁଲି(୧୮)ଙ୍କୁ ପୋଲିସ ଗିରଫ କରି କୋର୍ଟ…

୨ କାର୍‌, ୫ ବାଇକ୍‌ ଉପରେ ମାଡ଼ିଗଲା ଟ୍ରକ୍‌

କଟକ ଅଫିସ,୧୦ା୧୨: ଜଗତପୁର ଖଇରା ପୋଲ ନିକଟରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ୨ କାର୍‌ ଏବଂ ୫ଟି ବାଇକ୍‌ ଉପରେ ଏକ ଟ୍ରକ୍‌ ମାଡ଼ିଯିବାରୁ ୭ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଏସ୍‌ସିବି ସ୍ଥାନାନ୍ତର…

ସୁନା, ଟଙ୍କା ଚୋରି ବେଳେ ଜେଜେଙ୍କୁ ହତ୍ୟା, ଗୃହଦାହ: ନାତି ଗିରଫ

ନିଶ୍ଚିନ୍ତକୋଇଲି,୧୦।୧୨(ସ୍ବ.ପ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଲେଣ୍ଡୁରା ଭଗବାନପୁର ଗାଁରେ ଘଟିଥିବା ଏକ ହତ୍ୟା ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଟଙ୍କା ଏବଂ ସୁନା ପାଇଁ ନାତି ଓଁକାର ମୁଦୁଲି ଜେଜେ ହୃଷୀକେଶ ମୁଦୁଲିଙ୍କୁ ହତ୍ୟା କରିଛନ୍ତି। ଏତଦ୍‌ବ୍ୟତୀତ…

ଅଭିଯୁକ୍ତଙ୍କୁ ୧୦ ଦିନ ଅନ୍ତରୀଣ ଜାମିନ

କଟକ ଅଫିସ,୧୦ା୧୨: ନୟାଗଡ଼ ଜିଲା ଯଦୁପୁର ଅଞ୍ଚଳର ୫ ବର୍ଷର ଶିଶୁକନ୍ୟା ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକଙ୍କୁ ହାଇକୋର୍ଟ ଶୁକ୍ରବାର ୧୦ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଜାମିନରେ ଯିବା ଦିନଠାରୁ ଠିକ୍‌ ୧୦ ଦିନ ପରେ…

ଘରେ ପଶି ବୃଦ୍ଧଙ୍କୁ ହତ୍ୟା, ସଶସ୍ତ୍ର ଡକାୟତି

ନିଶ୍ଚିନ୍ତକୋଇଲି/ନେମାଳ, ୧୦।୧୨(ସ୍ବ.ପ୍ର./ଡି.ଏନ୍‌.ଏ.): କଟକ ଜିଲା ନେମାଳ ଥାନା ଅଧୀନ କଳମିଶ୍ରୀ ପଞ୍ଚାୟତ ଲେଣ୍ଡୁରା ଭଗବାନପୁର ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ସହ ହତ୍ୟାକାଣ୍ଡ ହୋଇଛି। ଦୁର୍ବୃତ୍ତମାନେ ଘରେ ପଶି ଜଣେ ବୃଦ୍ଧଙ୍କୁ ହତ୍ୟା କରିବା ସହ ତାଙ୍କ ସ୍ତ୍ରୀଙ୍କୁ…

କାର୍‌ରେ ନେଉଥିଲେ ୭ ମେଣ୍ଢା, ପାଟ୍ରୋଲିଂ ସମୟରେ ଧରାପଡ଼ିଲେ ଚୋର

କଣ୍ଟାପଡ଼ା,୭ା୧୨(ଡି.ଏନ୍‌.ଏ.): କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଅଧିକାଂଶ ଅଞ୍ଚଳରୁ ଛେଳି ମେଣ୍ଢା ଚୋରି ହୋଇ ଆସୁଥିଲା। ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ଗତ ରାତିରେ ଓଡି ୦୫ କ୍ୟୁ ୬୩୬୨ ନମ୍ବର ବିଶିଷ୍ଟ ଏକ କାର୍‌ରେ ୫…

ଡିସେମ୍ବର ସୁଦ୍ଧା ଗୋଶାଳା, ଏମ୍‌ସିସି ଖୋଲିବ

କଟକ ଅଫିସ, ୭ା୧୨: ସହରରେ କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଆଗାମୀ ଦିନରେ ମୋଟ ୧୮ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି) ଖୋଲାଯିବ। ଏନେଇ ସିଏମ୍‌ସି ବିଜୁ ଭବନଠାରେ ମଙ୍ଗଳବାର ଏକ ସମୀକ୍ଷା ବୈଠକରେ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?